କେମିତି ପ୍ରସ୍ତୁତ କରିବେ ସମ୍ୱଲପୁରୀ ଆମ୍ୱିଳ

ଆବଶ୍ୟକ ସାମଗ୍ରୀ: ଲଙ୍କା, ଲୁଣ,ଫୁଟଣ, ଭୃସଙ୍ଗ ପତ୍ର,  ହଳଦୀ, ବେସନ, ଟମାଟୋ, ବାଉଁଶର କରଡ଼ି, ଧନିଆ ପତ୍ର ,ତେଲ,ଦହି, ମୂଳା, କଖାରୁ, ସାରୁ, ବାଇଗଣ, କାକୁଡ଼ି ପ୍ରଣାଳୀ: ମୂଳା, କଖାରୁ, ସାରୁ, ବାଇଗଣ ଓ କାକୁଡ଼ିକୁ ଏକ ପାତ୍ରରେ ପାଣି ଦେଇ ଅଳ୍ପ ଲୁଣ ଓ ହଳଦୀ ପକାଇ ସିଝାନ୍ତୁ। ପରିବା ସିଝିବା ପରେ ସେଥିରେ ଦହି ଓ ବେସନର ମିଶ୍ରଣ, ଆବଶ୍ୟକ ଅନୁସାରେ ଲଙ୍କା ଗୁଣ୍ଡ, ଭୃସଙ୍ଗ ପତ୍ର ଓ ପାଣି ପକାଇ ଆଉ କିଛି […]

ambila

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 02:14 PM IST

ଆବଶ୍ୟକ ସାମଗ୍ରୀ: ଲଙ୍କା, ଲୁଣ,ଫୁଟଣ, ଭୃସଙ୍ଗ ପତ୍ର,  ହଳଦୀ, ବେସନ, ଟମାଟୋ, ବାଉଁଶର କରଡ଼ି, ଧନିଆ ପତ୍ର ,ତେଲ,ଦହି, ମୂଳା, କଖାରୁ, ସାରୁ, ବାଇଗଣ, କାକୁଡ଼ି

ପ୍ରଣାଳୀ:

ମୂଳା, କଖାରୁ, ସାରୁ, ବାଇଗଣ ଓ କାକୁଡ଼ିକୁ ଏକ ପାତ୍ରରେ ପାଣି ଦେଇ ଅଳ୍ପ ଲୁଣ ଓ ହଳଦୀ ପକାଇ ସିଝାନ୍ତୁ। ପରିବା ସିଝିବା ପରେ ସେଥିରେ ଦହି ଓ ବେସନର ମିଶ୍ରଣ, ଆବଶ୍ୟକ ଅନୁସାରେ ଲଙ୍କା ଗୁଣ୍ଡ, ଭୃସଙ୍ଗ ପତ୍ର ଓ ପାଣି ପକାଇ ଆଉ କିଛି ସମୟ ଫୁଟାନ୍ତୁ।

ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ସେଥିରେ କଟା ଟମାଟୋ, ବାଉଁଶ କରଡି ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭାଜି ଦିଅନ୍ତୁ। ଏବେ ଏହାକୁ ପରିବାରେ ପକାଇ ଦିଅନ୍ତୁ ଓ ଅଳ୍ପ ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ତାକୁ ଓହ୍ଲାଇ ଦିଅନ୍ତୁ।

ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ପଞ୍ଚ ଫୁଟଣ, ଭୃସଙ୍ଗ ପତ୍ର ଓ କଞ୍ଚା ଲଙ୍କା ଫୁଟାନ୍ତୁ। ସେଥିରେ ପ୍ରସ୍ତୁତ ହୋଇରହିଥିବା ପରିବା ମିଶ୍ରଣକୁ ଢାଳନ୍ତୁ।  ପ୍ରସ୍ତୁତ ହୋଇଗଲା ସମ୍ୱଲପୁରୀ  ଆମ୍ୱିଳ।

Related story