/odisha-reporter/media/post_attachments/uploads/2017/11/fish1.jpg)
fish1
ଆବଶ୍ୟକ ସାମଗ୍ରୀ: ମହୁରାଳି ମାଛ, ପିଆଜ, ଟମାଟୋ, ଅଦା, ରସୁଣ, ଫୁଟଣ ଲଙ୍କା, ହଳଦୀ, ତେଲ ଓ ତେନ୍ତୁଳି ମଣ୍ଡ
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମହୁରାଳି ମାଛକୁ ଭଲ ଭାବେ ସଫା କରି ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ଲୁଣ, ହଳଦୀ ଗୋଳା ମହୁରାଳି ମାଛକୁ ନରମ କରି ଭାଜି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଫୁଟଣ ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲେ ସେଥିରେ ରସୁଣ ଛେଚା, ଅଦା ଛେଚା ଓ କଞ୍ଚା ଲଙ୍କା ପକାନ୍ତୁ। ଏହା ପରେ କଟା ଟମାଟୋ ପକାଇ କଷନ୍ତୁ। ମସଲା ଅଳ୍ପ କଷି ହୋଇଗଲେ ସେଥିରେ ତେନ୍ତୁଳି ମଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ। ତେନ୍ତୁଳି ମଣ୍ଡ ଫୁଟିବା ପରେ ସେଥିରେ ଭଜା ମହୁରାଡ଼ି ମାଛ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼େଇ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ମହୁରାଡ଼ି ମାଛ ଠୁକ୍ଠୁକା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
