Advertisment

ବ୍ରେକ୍‌ଫାଷ୍ଟରେ ବନାନ୍ତୁ ବ୍ରେଡ୍‌ ବରା: ପରିବାର ସହ ଖାଆନ୍ତୁ ଖୁସିରେ ଖୁସିରେ

ଭୁବନେଶ୍ୱର: ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଅଲଗା ଅଲଗା ଆଇଟମ୍‌ ବନାବାକୁ ସମସ୍ତେ ଭଲ ପାଇଥାନ୍ତି। ପ୍ରତିଦିନ କ’ଣ ବନାଇବେ, ପରିବାର ଲୋକଙ୍କୁ ପସନ୍ଦ ହେବ କି ନାହିଁ ତାକୁ ନେଇ ସବୁବେଳେ ଚିନ୍ତା ଲାଗି ରହିଥାଏ। ଆମେ ଆପଣଙ୍କୁ ଆଜି ଟେଷ୍ଟି ବ୍ରେଡ୍‌ ବରା ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ ଯାଉଛୁ, ଯାହା ବେଶ ସ୍ୱାଦିଷ୍ଟ। ଅଳ୍ପ ସମୟରେ ଏହା ପ୍ରସ୍ତୁତ କରିହେବ। ଆବଶ୍ୟକ ସାମଗ୍ରୀ ୧. ବ୍ରେଡ୍‌ ୨. ଦହି ୩. ସୁଜି ୪. ଚାଉଳ ଚୂନା ୫. […]

ବ୍ରେକ୍‌ଫାଷ୍ଟରେ ବନାନ୍ତୁ ବ୍ରେଡ୍‌ ବରା: ପରିବାର ସହ ଖାଆନ୍ତୁ ଖୁସିରେ ଖୁସିରେ
Advertisment

ଭୁବନେଶ୍ୱର: ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଅଲଗା ଅଲଗା ଆଇଟମ୍‌ ବନାବାକୁ ସମସ୍ତେ ଭଲ ପାଇଥାନ୍ତି। ପ୍ରତିଦିନ କ’ଣ ବନାଇବେ, ପରିବାର ଲୋକଙ୍କୁ ପସନ୍ଦ ହେବ କି ନାହିଁ ତାକୁ ନେଇ ସବୁବେଳେ ଚିନ୍ତା ଲାଗି ରହିଥାଏ। ଆମେ ଆପଣଙ୍କୁ ଆଜି ଟେଷ୍ଟି ବ୍ରେଡ୍‌ ବରା ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ ଯାଉଛୁ, ଯାହା ବେଶ ସ୍ୱାଦିଷ୍ଟ। ଅଳ୍ପ ସମୟରେ ଏହା ପ୍ରସ୍ତୁତ କରିହେବ।

Advertisment

ଆବଶ୍ୟକ ସାମଗ୍ରୀ

୧. ବ୍ରେଡ୍‌

୨. ଦହି

୩. ସୁଜି

୪. ଚାଉଳ ଚୂନା

୫. ପିଆଜ

୬. ଅଦା

୭. ଧନିଆପତ୍ର

୮. ଭୃସଙ୍ଗପତ୍ର

୯. ଜିରା

୧୦. ହେଙ୍ଗୁ

୧୧. ଲୁଣ

୧୨. ତେଲ

ପ୍ରସ୍ତୁତି ପ୍ରଣାଳୀ

vada୭ରୁ ୮ ପିସ୍‌ ବ୍ରେଡ ନିଅନ୍ତୁ, ଏହାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଅଧା କପ୍‌ ଚାଉଳ ଚୂନାନିଅନ୍ତୁ, ଏଥିରେ ଅଧା କପ୍‌ ଦହି ଓ ପାଏ ସୁଜି ନେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ କଟା ପିଆଜ, ଲଙ୍କା, ଧନିଆ ପତ୍ର ଓ ଭୃସଙ୍ଗପତ୍ର ମିଶାଇ ଗୋଳାନ୍ତୁ। ଭଲଭାବେ ଗୋଳାଇବା ପରେ ଆବଶ୍ୟକ ପରିମାଣରେ ଜିରା, ହିଙ୍ଗୁ ଓ ଲୁଣ ମିଶାଇ ଆଉ ଥରେ ଗୋଳାଇ ଦିଅନ୍ତୁ।

ଏବେ ଚୂଲାରେ କଢେଇ ବସାଇ ତେଲ ଗରମ କରନ୍ତୁ। ଏହାପରେ ହାତରେ ଅଳ୍ପ ତେଲ ଲଗାଇ କରାଯାଇଥିବା ମିଶ୍ରଣଙ୍କୁ ବରାର ଆକୃତି କରି ତେଲରେ ପକାନ୍ତୁ। ବରା ଲାଲ ହୋଇଯିବା ପରେ ବାହାର କରି ପ୍ଲେଟ୍‌ରେ ରଖି ଦିଅନ୍ତୁ। ଏହାପରେ ବରାକୁ ଧନିଆ ଚଟନୀ କିମ୍ୱା ଟମାଟୋ ଚଟନୀ ସହ ପରିବାର ସହ ଖାଆନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe