Advertisment

ଦେଶର ସବୁଠୁ ଦାମୀ କନ୍ୟା ପଛର ରହସ୍ୟ

ନୂଆଦିଲ୍ଲୀ: ନିକଟରେ ସୋଶାଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଜଣେ ମହିଳାଙ୍କର। ଉକ୍ତ ମହିଳା ଜଣଙ୍କ ଏକ ଧଳା ରଙ୍ଗର ୱେଡ଼ିଂ ଡ୍ରେସ୍‌ ପିନ୍ଧିଛନ୍ତି। ଏବଂ ଏହି ଧଳା ଡ୍ରେସ୍‌ରେ ସେ ଏକଦମ୍‌ ସୁନ୍ଦର ଲାଗୁଛନ୍ତି। ପରିଠୁ କମ୍‌ ଲାଗୁନଥିବା ଏହି ମହିଳାଙ୍କୁ ଦେଶର ସବୁଠୁ ଦାମୀ କନ୍ୟା ବୋଲି କୁହାଯାଉଥିବା ବେଳେ ପାଖକୁ ଗଲେ ମହିଳା ଜଣଙ୍କୁ ନେଇ କିଛି ରୋଚକ ତଥ୍ୟ ମିଳୁଛି। କଥାଟି ହେଉଛି, ଫଟୋରେ […]

ଦେଶର ସବୁଠୁ ଦାମୀ କନ୍ୟା ପଛର ରହସ୍ୟ

v

Advertisment

ନୂଆଦିଲ୍ଲୀ: ନିକଟରେ ସୋଶାଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଜଣେ ମହିଳାଙ୍କର। ଉକ୍ତ ମହିଳା ଜଣଙ୍କ ଏକ ଧଳା ରଙ୍ଗର ୱେଡ଼ିଂ ଡ୍ରେସ୍‌ ପିନ୍ଧିଛନ୍ତି। ଏବଂ ଏହି ଧଳା ଡ୍ରେସ୍‌ରେ ସେ ଏକଦମ୍‌ ସୁନ୍ଦର ଲାଗୁଛନ୍ତି। ପରିଠୁ କମ୍‌ ଲାଗୁନଥିବା ଏହି ମହିଳାଙ୍କୁ ଦେଶର ସବୁଠୁ ଦାମୀ କନ୍ୟା ବୋଲି କୁହାଯାଉଥିବା ବେଳେ ପାଖକୁ ଗଲେ ମହିଳା ଜଣଙ୍କୁ ନେଇ କିଛି ରୋଚକ ତଥ୍ୟ ମିଳୁଛି। କଥାଟି ହେଉଛି, ଫଟୋରେ ଥିବା ମହିଳା ଜଣଙ୍କ କୌଣସି ମଣିଷ ନୁହନ୍ତି ବରଂ ଗୋଟେ କେକ୍‌। ଯାହାର ଦାମ୍‌ ରହିଛି  ୭ କୋଟି। ଏହାକୁ ବ୍ରିଟେନ୍‌ରୁ ଅଣାଯାଇ ଦୁବାଇର ଓ୍ଵାର୍ଲଡ୍‌ ଟ୍ରେଡ୍‌ ସେଣ୍ଟରରେ ରଖାଯାଇଛି ।

Advertisment

ଏହାକୁ ଦୁନିଆର ସବୁଠାରୁ ମହଙ୍ଗା କେକ୍‌ କୁହାଯାଉଛି। କେକ୍‌ଟିର ଓଜନ ୧୨୦କିଲୋ ରହିଛି। ରୋଚକ କଥା ହେଉଛି, ଏହି କେକ୍‌ରେ ୩ କ୍ୟାରେଟ୍‌ର ହୀରା ସହ ଛୋଟ ଛୋଟ ମୋତି ମଧ୍ୟ ଲଗାଯାଇଛି। କେକ୍‌ଟି ୧୮୨ ସେଣ୍ଟିମିଟରର ହୋଇଥିବା ବେଳେ ଏହାକୁ ସଜାଇବା ପାଇଁ ୧୦ ଦିନ ସମୟ ଲାଗିଥିଲା। ଏଥିସହ ଏଥିରେ ୫,୦୦୦ଫୁଲ ଲଗାଯାଇଛି। କେକ୍‌କୁ ତିଆରି କରିବା ପାଇଁ ୧,୦୦୦ଅଣ୍ଡା ଓ ୨୦କିଲୋ ଚକୋଲେଟ୍‌ର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଏହି କେକ୍‌କୁ ଦେଖିବା ପାଇଁ ଓ୍ଵାର୍ଲଡ୍‌ ଟ୍ରେଡ୍‌ ସେଣ୍ଟରରେ ଲୋକଙ୍କର ନାହିଁ ନଥିବା ଭିଡ଼ ଜମୁଛି।

ପ୍ରଥମ ଥର ପାଇଁ ଏମିତି କେକ୍‌ ପ୍ରସ୍ତୁତ କରାଯାଇନାହିଁ, ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବିବାହ କେକ୍‌ ୫୦ ପାଉଣ୍ଡର ଥିଲା। ଏହି କେକ୍‌ର ଉଚ୍ଚତା ୫ଫୁଟ୍‌ ଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe