DAHI-KADALIok
ଆବଶ୍ୟକୀୟ ସାମଗ୍ରୀ: ଘୋଳ ଦହି, ଲମ୍ୱା ଲମ୍ୱା କଟା କଦଳୀ, ଜୀରା ଲଙ୍କ ଗୁଣ୍ଡ, ଭୃସଙ୍ଗ ପତ୍ର, ଶୁଖିଲା ଲଙ୍କ।, ଚିନି, ଗୋଟା ସୋରିଷ, ହଳଦୀଗୁଣ୍ଡ, ଚାଉଳ ଚୂନା, ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ କଞ୍ଚା କଦଳୀକୁ କାଟି ହଳଦୀ ପାଣିରେ ବୁଡେ଼ଇ ରଖନ୍ତୁ। କରେଇରେ ତେଲ ଗରମ କରି କଟା ହୋଇଥିବା କଞ୍ଚା କଦଳୀକୁ ଭଲଭାବେ ଭାଜି ଦିଅନ୍ତୁ। ଆଉ ଗୋଟେ କରେଇରେ ତେଲ ଗରମ କରି ସୋରିଷ, ଶୁଖିଲା ଲଙ୍କ। ଓ ଭୃସଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ।ଏହା ପରେ ଘୋଳଦହିରେ ଚାଉଳ ଚୁନା, ଚିନି ଓ ଲୁଣ ପକେଇ ଭଲଭାବରେ ଗୋଳେଇ ଦିଅନ୍ତୁ। ଦହି ଫୁଟିବା ପରେ ଭଜା କଦଳୀକୁ ପକାନ୍ତୁ । ୨ ରୁ ୩ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଦହି କଦଳୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/11/DAHI-KADALIok.jpg)