Advertisment

ଜାଣନ୍ତୁ କେମିତି ତିଆରି କରିବେ ଚାଉଳ ଗୁଣ୍ଡ ଇଡ୍‌ଲି

ଇଡ୍‌ଲି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ବ୍ରେକ୍‌ଫାଷ୍ଟରେ ଇଡ୍‌ଲି ସହ ଘୁଘୁନି ଓ ସସ୍‌ ଖାଇବାର ମଜା ଅଲଗା। କିଛି ଲୋକ ଇଡ୍‌ଲି ସହ ଆଳୁଦମ୍‌ ମଧ୍ୟ ଖାଇବାକୁ ଭଲ ପାଇଥାନ୍ତି। ଆସନ୍ତୁ ଜାଣିବା ଚାଉଳ ଗୁଣ୍ଡ ଇଡ୍‌ଲିର ପ୍ରସ୍ତୁତ ପ୍ରଣାଳୀ। ଆବଶ୍ୟକ ସାମଗ୍ରୀ ଚାଉଳ ଗୁଣ୍ଡ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା, ଅଦା ଅଳ୍ପ, ଲୁଣ, ଖଟା ଦହି। ପ୍ରସ୍ତୁତି ପ୍ରଣାଳୀ ଦୁଇକପ୍‌ ଚାଉଳ ଗୁଣ୍ଡ, ଗୋଟେ କପ୍‌ ଦହି, ଅଳ୍ପ ଛେଚା ଅଦା, ଛୋଟ ଛୋଟ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେମିତି ତିଆରି କରିବେ ଚାଉଳ ଗୁଣ୍ଡ ଇଡ୍‌ଲି

idli.2

Advertisment

ଇଡ୍‌ଲି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ବ୍ରେକ୍‌ଫାଷ୍ଟରେ ଇଡ୍‌ଲି ସହ ଘୁଘୁନି ଓ ସସ୍‌ ଖାଇବାର ମଜା ଅଲଗା। କିଛି ଲୋକ ଇଡ୍‌ଲି ସହ ଆଳୁଦମ୍‌ ମଧ୍ୟ ଖାଇବାକୁ ଭଲ ପାଇଥାନ୍ତି। ଆସନ୍ତୁ ଜାଣିବା ଚାଉଳ ଗୁଣ୍ଡ ଇଡ୍‌ଲିର ପ୍ରସ୍ତୁତ ପ୍ରଣାଳୀ।

Advertisment

ଆବଶ୍ୟକ ସାମଗ୍ରୀ

ଚାଉଳ ଗୁଣ୍ଡ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା, ଅଦା ଅଳ୍ପ, ଲୁଣ, ଖଟା ଦହି।

ପ୍ରସ୍ତୁତି ପ୍ରଣାଳୀ

ଦୁଇକପ୍‌ ଚାଉଳ ଗୁଣ୍ଡ, ଗୋଟେ କପ୍‌ ଦହି, ଅଳ୍ପ ଛେଚା ଅଦା, ଛୋଟ ଛୋଟ କଟା ଲଙ୍କା, ଭୃସଙ୍ଗ ପତ୍ର ଅଳ୍ପ ଏବଂ ଲୁଣକୁ ଏକାଠି ମିଶାନ୍ତୁ। ସେଥିରେ ଅଳ୍ପ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ୨୦ ମିନିଟ୍‌ ପରେ ଇଡ୍‌ଲି ଛାଞ୍ଚରେ ଏହାକୁ ରଖି ଚୂଲାରେ ବସାନ୍ତୁ। ୩ ମିନିଟ୍‌ ପରେ ଏହାକୁ ବାହାର କରନ୍ତୁ। ନଜର ରଖିବେ, ଯେମିତି ଏହା ବହୁତ ନରମ ଲାଗେ। ଏହାପରେ ଘୁଘୁନି ହେଉ କି ଆଳୁଦମମ ଅବା ଟମାଟୋ କି ଚିଲି ସସ୍‌ ସହ ଖାଇବାର ମଜା ନିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe