Advertisment

ଘରେ ବନାନ୍ତୁ ବ୍ରେଡ୍‌ ମଣ୍ଡାପିଠା: ପରିବାର ସହ ଖାଇବାର ମଜା ନିଅନ୍ତୁ

ମଣ୍ଡାପିଠାର ସ୍ୱତନ୍ତ୍ରତା ରହିଛି। ବିଶେଷ କରି ଭାରତୀୟ ହିନ୍ଦୁ ସମାଜରେ ମଣ୍ଡାପିଠାର ବହୁ ଗୁରୁତ୍ୱ ରହିଛି। ପର୍ବପର୍ବାଣୀରେ ମଣ୍ଡାପିଠା ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ପ୍ରକାରର ମଣ୍ଡାପିଠା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜିକାଲିର ବହୁ ଆଧୁନିକ ମହିଳାଙ୍କୁ ମଣ୍ଡାପିଠା ପ୍ରସ୍ତୁତି ବିଷୟରେ ପ୍ରାୟତଃ ଜଣାନାହିଁ। ଅସନ୍ତୁ ଜାଣିବା ବ୍ରେଡ୍‌ ମଣ୍ଡାପିଠା ପ୍ରସ୍ତୁତି ସମ୍ପର୍କରେ। ଆବଶ୍ୟକ ସାମଗ୍ରୀ ଗୋଟିଏ ବଡ ସାଇଜ୍‌ ବ୍ରେଡ୍‌, ରିଫାଇନ୍‌ ୨୦୦ ଗ୍ରାମ୍‌, ଗୋଟିଏ ଫାଳ ନଡିଆ କୋରା, ଖୁଆ ୫୦ ଗ୍ରାମ୍‌, ଚିନି ୫୦ […]

ଘରେ ବନାନ୍ତୁ ବ୍ରେଡ୍‌ ମଣ୍ଡାପିଠା: ପରିବାର ସହ ଖାଇବାର ମଜା ନିଅନ୍ତୁ
Advertisment

ମଣ୍ଡାପିଠାର ସ୍ୱତନ୍ତ୍ରତା ରହିଛି। ବିଶେଷ କରି ଭାରତୀୟ ହିନ୍ଦୁ ସମାଜରେ ମଣ୍ଡାପିଠାର ବହୁ ଗୁରୁତ୍ୱ ରହିଛି। ପର୍ବପର୍ବାଣୀରେ ମଣ୍ଡାପିଠା ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ପ୍ରକାରର ମଣ୍ଡାପିଠା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜିକାଲିର ବହୁ ଆଧୁନିକ ମହିଳାଙ୍କୁ ମଣ୍ଡାପିଠା ପ୍ରସ୍ତୁତି ବିଷୟରେ ପ୍ରାୟତଃ ଜଣାନାହିଁ। ଅସନ୍ତୁ ଜାଣିବା ବ୍ରେଡ୍‌ ମଣ୍ଡାପିଠା ପ୍ରସ୍ତୁତି ସମ୍ପର୍କରେ।

Advertisment

ଆବଶ୍ୟକ ସାମଗ୍ରୀ

ଗୋଟିଏ ବଡ ସାଇଜ୍‌ ବ୍ରେଡ୍‌, ରିଫାଇନ୍‌ ୨୦୦ ଗ୍ରାମ୍‌, ଗୋଟିଏ ଫାଳ ନଡିଆ କୋରା, ଖୁଆ ୫୦ ଗ୍ରାମ୍‌, ଚିନି ୫୦ ଗ୍ରାମ୍‌, ଗୁଜୁରାତି ଗୁଣ୍ଡ ଅଳ୍ପ, କାଜୁ ୮ଟା।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବ୍ରେଡ୍‌ କଡକୁ ଚାରିପଟୁ ଛୁରୀ ସାହାଯ୍ୟରେ କାଟି ଦିଅନ୍ତୁ। କଡେଇରେ କୋରା ନଡିଆ, ଚିନି ଖୁଆ ଏବଂ କାଜୁ ଗୁଡିକୁ ଛୋଟ ଛୋଟ କରି କାଟି ପକାଇ ପୁର ପ୍ରସ୍ତୁତ କରନ୍ତୁ। ପୁର ଅଠା ପରି ହାତକୁ ଲାଗିଲେ ସେଥିରେ ଗୁଜୁରାତି ଗୁଣ୍ଡ ମିଶାଇ ଦିଅନ୍ତୁ। ତା’ପରେ ଗୋଟିଏ ପାତ୍ରରେ କିଛି ପାଣି ରଖନ୍ତୁ। ବ୍ରେଡ୍‌ ଖଣ୍ଡକୁ ତିନି କୋଣିଆ କରି କାଟନ୍ତୁ ଏବଂ ପ୍ରତି ଖଣ୍ଡକୁ ପାଣିରେ ବୁଡାଇ ହାତରେ ଚାପି ଦିଅନ୍ତୁ। ପରେ ସେହି ବ୍ରେଡ୍‌ ପୁର ଦେଇ ମଣ୍ଡା ପିଠା ପରି ଗଢି ରଖନ୍ତୁ। ଏଥର କଡେଇରେ ତେଲ ଗରମ କରି ପିଠା ଗୁଡିକୁ ଛାଣି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ମଣ୍ଡା ପିଠା। ଗରମ ଗରମ ଖାଇଲେ ମୁସ୍‌ମୁସ୍‌ ଲାଗିବ। ନିଜେ କରି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Advertisment

ବିଜୟଲକ୍ଷ୍ମୀ ପାଣିଗ୍ରାହୀ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe