/odisha-reporter/media/post_attachments/uploads/2017/10/173.jpg)
ଛେନାରେ ତିଆରି ଜିନିଷ ପ୍ରାୟ ସମସ୍ତଙ୍କ ପସନ୍ଦ। ଯେଉଁମାନେ ନିରାମିଷ ଖାଇଥାନ୍ତି ସେମାନେ ଛେନା ତରକାରୀକୁ ବହୁତ ପସନ୍ଦ କରନ୍ତି। ଛେନା ପୋଡ, ରସଗୁଲା ଓ ଛେନା ତିଆରି ସମସ୍ତେ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଛେନା ତରକାରୀ ପ୍ରସ୍ତୁତ କରିବା ବହୁତ କଷ୍ଟ ବୋଲି ସମସ୍ତଙ୍କର ଧାରଣା ରହିଛି। କାରଣ ମାପଚୁପ ଟେକେ ଏପଟ ସେପଟ ହୋଇଗଲେ, ଛେନା ଖୋଲିଯିବାର ସମ୍ଭାବନା ଥାଏ। ହେଲେ ଏପରି କିଛି ନୁହେଁ। ଏହା ବନାବା ଅତ୍ୟନ୍ତ ସହଜ, କେବଳ ଟିକେ ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ଘରେ କେମିତି ଛେନା ତରକାରୀ ବନାବେ।
ଆବଶ୍ୟକ ସାମଗ୍ରୀ
ଛେନା ଅଧାକିଲୋ, ଆରାରୁଟ୍ ପାଉଡର ୨୦୦ ଗ୍ରାମ, ପିଆଜ ୩ଟା, ଗରମ ମସଲା ୨ ଚାମଚ, ମେଥିପତ୍ର ଅଳ୍ପ, ଟମାଟୋ ସସ୍ ୨ ଚାମଚ, ଧନିଆ ପାଉଡର ଅଳ୍ପ, ଲୁଣ, ହଳଦୀ, ରିଫାଇନ୍ ତେଲ, ଡାଲଚିନି ଗୁଣ୍ଡ ୧ ଚାମଚ, ଲଙ୍କାଗୁଣ୍ଡ ୧ ଚାମଚ।
ପ୍ରସ୍ତୁତି ପ୍ରଣାଳୀ
ଛେନାକୁ ଛୋଟ ଛୋଟ ଖଣ୍ଡ କାଟି ରଖନ୍ତୁ। ଆରାରୁଟ ପାଉଡରକୁ ଅଳ୍ପ ପାଣିଦେଇ ଗୋଳାଇ ରଖନ୍ତୁ। ତେଲ କଡାଇ ବସାଇ ଛେନାକୁ ଆରାରୁଟ୍ ପାଉଡରରେ ଗୋଳାଇ ଅଳ୍ପ ଛାଣନ୍ତୁ। ଟିକେ ଲାଲ ହୋଇ ଆସିଲେ ବାହାର କରନ୍ତୁ। ତା’ ପରେ ଆଉ ଗୋଟେ କଡେଇରେ କିଛି ତେଲ ପକାନ୍ତୁ। ତେଲ ଗରମ ହେଲେ ପିଆଜ ଛୋଟ ଛୋଟ କାଟି ପକାନ୍ତୁ। ପିଆଜ ଭାଜି ହେଲେ ଲଙ୍କାଗୁଣ୍ଡ, ହଳଦୀ ପକାନ୍ତୁ। ଟିକେ କଷି ହେଲା ପରେ ଟମାଟୋ ସସ୍ ପକାଇ ଗୋଳାନ୍ତୁ। ୨ ମିନିଟ୍ ପରେ ଗରମ ମସଲା, ଧନିଆ ପାଉଡର, ମେଥିପତ୍ର ପକାନ୍ତୁ। ପରେ ଅଳ୍ପ ପାଣି ଦେଇ ଛଣା ହୋଇଥିବା ଛେନାକୁ ପକାନ୍ତୁ। ଏହାପରେ ଲୁଣ ପାକାଇ ଗୋଳାନ୍ତୁ। ୨ ମିନିଟ୍ ସିଝିବା ପରେ ଡାଲଚିନି ଗୁଣ୍ଡ ପକାଇ ଓହ୍ଲାଇ ଦିଅନ୍ତୁ। ଯେମିତି ଛେନା ସାଙ୍ଗରେ ମସଲା ଲାଗିକି ରହିବ ସେଥିପ୍ରତି ଦୃଷ୍ଟି ଦେବେ। ଏହାପରେ ଏହାକୁ ରୁଟି କିମ୍ୱା ଭାତ ସହିତ ଖାଇବାକୁ ଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
