potala (1)
ଭାରତୀୟ ଖାଦ୍ୟରେ ପୋଟଳ କୁରୁମାର ବେଶ ଆଦର ରହିଛି। ଖାସ କରି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଏହାକୁ ଅଧିକ ପରିମାଣରେ ଲୋକେ ଖାଇଥାନ୍ତି। ଓଡ଼ିଶାରେ ତ କୌଣସି ଉତ୍ସବ ହେଲେ ଖାଇବା ମେନୁରେ ପୋଟଳ କୁରୁମା ନିଶ୍ଚିତ ରହିଥାଏ। ଏହାକୁ ଆଳୁ ପକାଇ ପ୍ରସ୍ତୁତ କରାଯାଇ ପାରିବ। ଆପଣ ଚାହିଁଲେ ବିନା ଆଳୁରେ ବି ପୋଟଳ କୁରୁମା ପ୍ରସ୍ତୁତ କରି ପାରିବେ। ଏବେ କାର୍ତ୍ତିକ ମାସ ଚାଲିଥିବାରୁ ଏହି ସାଧା ମେନୁଟି ଘରେ ଘରେ ପ୍ରସ୍ତୁତ କରାଯାଉଛି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।
ଆବଶ୍ୟକ ସାମଗ୍ରୀ: ପୋଟଳ, ବିଲାତି, ଅଦା ଓ କଞ୍ଚାଲଙ୍କା। ତେଲ, ଜିରା, ହେଙ୍ଗୁ, ହଳଦୀ ଗୁଣ୍ଡ, ଧନିଆ ପାଉଡର, ଲୁଣ ଓ ଲଙ୍କାଗୁଣ୍ଡ। ଗରମ ମସଲା ଓ ଧନିଆ ପତ୍ର।
ପ୍ରସ୍ତୁତ ପ୍ରଣାଳୀ: ବିଲାତି ଓ ଅଦାକୁ ବଡ଼ ବଡ଼ ଖଣ୍ଡ କରି କାଟନ୍ତୁ। ଏହାସହ କଞ୍ଚାଲଙ୍କା ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପୋଟଳରୁ ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। କଡେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ସାମାନ୍ୟ ସରମ ହେବା ପରେ ହେଙ୍ଗୁ ଓ ଜିରା ପକାନ୍ତୁ। କିଛି ସମୟ ପରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ପକାନ୍ତୁ। କିଛି ସମୟ ପରେ ବିଲାତି, ଅଦା ଓ ଲଙ୍କାକୁ ନେଇ ବନାଇଥିବା ପେଷ୍ଟକୁ ପକାନ୍ତୁ। ଏଥିରେ ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହାକୁ ଭଲ ଭାବେ କଷି ଦିଅନ୍ତୁ। ଏବେ ଛୋଟ ଛୋଟ ହୋଇ କଟା ଯାଇଥିବା ପୋଟଳ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ। ଏହାପରେ ଅଳ୍ପ ପାଣି ଦେଇ ଲୁଣ ପକାଇ ଢାଙ୍କି ଦିଅନ୍ତୁ। ପୋଟଳ ସିଝିବା ପର୍ଯ୍ୟନ୍ତ ଚୂଲାରେ ରଖି କଷନ୍ତୁ। ପୋଟଳ ସିଝି ଯିବା ପରେ ଏଥିରେ ଗରମ ମସଲା ଓ ଧନିଆପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପୋଟଳ କୁରୁମା। ଏହାକୁ ଚପାତି, ପରଟା, ନାନ୍ କିମ୍ବା ଭାତ ସହ ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/potala-1.jpg)