Advertisment

ଜାଣନ୍ତୁ କେମିତି ବନେଇବେ ରାଜମା କଷା

ଖାଇବା ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ରାଜମା କଷାର ପ୍ରସ୍ତୁତ ପ୍ରକ୍ରିୟା। ଏହା ରାନ୍ଧିବା ଯେତେ ସହଜ ସ୍ୱାଦ ମଧ୍ୟ ସେମିତି ଦମଦାର। ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମାଜା ନିଅନ୍ତୁ। ଆବଶ୍ୟକ ସାମଗ୍ରୀ ରାଜମା ୨୫୦ ଗ୍ରାମ, ପିଆଜ ୨ଟି, ଅଦା ଅଳ୍ପ, ରସୁଣ ଗୋଟେ ବୁଦା, ଟମାଟୋ ୧ଟି, ଲୁଣ, ହଳଦି, କଞ୍ଚାଲଙ୍କା, ତେଲ, ମେଥିପତ୍ର ଅଳ୍ପ, ଧନିଆ ପତ୍ର ଅଳ୍ପ। ପ୍ରସ୍ତୁତ ପ୍ରଣାଳୀ ରାଜମାକୁ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେମିତି ବନେଇବେ ରାଜମା କଷା

rajma

Advertisment

ଖାଇବା ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ରାଜମା କଷାର ପ୍ରସ୍ତୁତ ପ୍ରକ୍ରିୟା। ଏହା ରାନ୍ଧିବା ଯେତେ ସହଜ ସ୍ୱାଦ ମଧ୍ୟ ସେମିତି ଦମଦାର। ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମାଜା ନିଅନ୍ତୁ।

Advertisment

ଆବଶ୍ୟକ ସାମଗ୍ରୀ

ରାଜମା ୨୫୦ ଗ୍ରାମ, ପିଆଜ ୨ଟି, ଅଦା ଅଳ୍ପ, ରସୁଣ ଗୋଟେ ବୁଦା, ଟମାଟୋ ୧ଟି, ଲୁଣ, ହଳଦି, କଞ୍ଚାଲଙ୍କା, ତେଲ, ମେଥିପତ୍ର ଅଳ୍ପ, ଧନିଆ ପତ୍ର ଅଳ୍ପ।

ପ୍ରସ୍ତୁତ ପ୍ରଣାଳୀ

ରାଜମାକୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ପକାନ୍ତୁ। ଟିକେ ବତୁରିଲା ପରେ ଅଳ୍ପ ସିଝାଇ ଦିଅନ୍ତୁ। ପିଆଜକୁ ଛୋଟ ଛୋଟ କରି କାଟନ୍ତୁ। ଅଦା, ରସୁଣକୁ ବାଟି ରଖନ୍ତୁ। କଡାଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେଲେ ପିଆଜ କଟାକୁ ପକାଇ ଭାଜନ୍ତୁ। ଟିକେ ଲାଲ ହେଲେ ଅଦା, ରସୁଣ ବଟା ପକାଇ ଘାଣ୍ଟନ୍ତୁ। ଲୁଣ, ହଳଦି ପକାନ୍ତୁ। ମସଲା କଷି ହେଲା ବେଳକୁ ଟମାଟୋକୁ କାଟି ମସଲା ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ପରେ ରାଜମାକୁ ମସଲାରେ ପକାଇ ଗୋଳାଇ ଦିଅନ୍ତୁ ଏବଂ ଅଳ୍ପ ପାଣି ଦେଇ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଯେପରି ମସଲା ରାଜମା ସାଙ୍ଗରେ ଲାଗିକି ରହେ। ୫ ମିନିଟ୍‌ ପରେ ଘୋଡଣି ବାହାର କରି କଞ୍ଚାଲଙ୍କା କାଟି ସେଥିରେ ପକାନ୍ତୁ। ମେଥିପତ୍ର ଏବଂ ଧନିଆ ପତ୍ର କାଟି ପକାନ୍ତୁ। ଏବେ ରାଜମା କଷା ରେଡ୍ଡି। ଖାଇବାର ମଜା ନିଅନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe