Advertisment

ସୁସ୍ଥ ରହିବା ପାଇଁ ଦୈନିକ ଏହି ସାଲାଡ୍‌: ବନେଇ ପାରିବେ ଘରେ

ଲଞ୍ଚ କରିବା ବେଳେ ଟିକେ ସାଲାଡ୍‌ ଆଇଟମ୍‌ ରହିଲେ ବାସ୍‌ ଖାଇବାରେ ମଜା ଆସିଯିବ। ହୋଟେଲ, ରେଷ୍ଟୁରାଣ୍ଟଗୁଡିକରେ ବିଭିନ୍ନ ପ୍ରକାରର ସାଲଡ୍‌ ମେନୁ ରହିଛି। ଏହାକୁ ସଜେଇ ଯେତେବେଳେ ପରସା ଯାଏ ନଖାଇବା ଲୋକ ବି ଖାଇବାକୁ ମନ ବଳାଇବ। ତେବେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିହେବ। ଏହା କୌଣସି କଠିନ କାମ ନହେଁ। ଆସନ୍ତୁ ଜାଣିବା ଘରେ କେମିତି ସାଲାଡ୍‌ ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ ଗଜାମୁଗ, ସୋଲେ (ଗୋଟେ କପ), ମଟର, ବୁଟ, […]

ଅଦ୍ୟତନ ହୋଇଛି
ସୁସ୍ଥ ରହିବା ପାଇଁ ଦୈନିକ ଏହି ସାଲାଡ୍‌: ବନେଇ ପାରିବେ ଘରେ

s1

Advertisment

ଲଞ୍ଚ କରିବା ବେଳେ ଟିକେ ସାଲାଡ୍‌ ଆଇଟମ୍‌ ରହିଲେ ବାସ୍‌ ଖାଇବାରେ ମଜା ଆସିଯିବ। ହୋଟେଲ, ରେଷ୍ଟୁରାଣ୍ଟଗୁଡିକରେ ବିଭିନ୍ନ ପ୍ରକାରର ସାଲଡ୍‌ ମେନୁ ରହିଛି। ଏହାକୁ ସଜେଇ ଯେତେବେଳେ ପରସା ଯାଏ ନଖାଇବା ଲୋକ ବି ଖାଇବାକୁ ମନ ବଳାଇବ। ତେବେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିହେବ। ଏହା କୌଣସି କଠିନ କାମ ନହେଁ। ଆସନ୍ତୁ ଜାଣିବା ଘରେ କେମିତି ସାଲାଡ୍‌ ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ

ଗଜାମୁଗ, ସୋଲେ (ଗୋଟେ କପ), ମଟର, ବୁଟ, କାକୁଡି, ପିଆଜ, ଟମାଟୋ, ଲେମ୍ୱୁ, ଲୁଣ, କଞ୍ଚାଲଙ୍କା।

ପ୍ରସ୍ତୁତି ପ୍ରଣାଳୀ

ଗଜାମୁଗ, ସୋଲେ, ମଟର, ବୁଟକୁ ଅଳ୍ପ ପାଣି ଦେଇ ସିଝାଇ ଦେବେ। ପ୍ରେସରକୁକରରେ ଟିକେ ସିଟି ଆସିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଅଧାଘଣ୍ଟା ପରେ ତାକୁ ବାହାର କରିଦିଅନ୍ତୁ। ତା ପରେ କାକୁଡି, ପିଆଜ, ଟମାଟୋ, ଲେମ୍ପୁ, କଞ୍ଚାଲଙ୍କାକୁ କାଟି ରଖନ୍ତୁ। ସିଝା ହୋଇଥିବା ମୁଗ, ସୋଲେ, ମଟର, ବୁଟରେ କାକୁଡି, ପିଆଜ, ଟମାଟୋ ଲେମ୍ୱୁ, କଞ୍ଚାଲଙ୍କାକୁ ଆବଶ୍ୟକ ଅନୁଯାୟୀ ଲୁଣ ଏକାଠି ଗୋଳାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ସ୍ପାଉଟ୍‌ ସାଲାଡ। ଏହାକୁ ଲଞ୍ଚରେ ଖାଇପାରିବେ। ରୁଟ ସହ ମଧ୍ୟ ଖାଇପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe