/odisha-reporter/media/post_attachments/uploads/2018/08/download-4.jpg)
download
ଓଡ଼ିଶା ରିପୋର୍ଟର୍: ଆପଣ ସୁଆଦିଆ ବାଇଗଣ କୋର୍ମାର ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି, ତେବେ ଆଜି ହିଁ ଶିଖନ୍ତୁ।
ଆବଶ୍ୟକ ସାମଗ୍ରୀ: ବାଇଗଣ, ଟମାଟୋ, ପିଆଜ, ଅଦା ଓ ରସୁଣ ବଟା, ଗ୍ରୀନ ମଟର, କାଜୁ, ଚାରୁମଗଜ,ଦହି, କରି ପାଉଡ଼ର, ହଳଦି, କଞ୍ଚାଲଙ୍କା,ତେଲ, କ୍ରିମ୍, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ପୋଡ଼ି ତା’ର ଚୋପା ଛଡ଼ାଇ ଭଲଭାବରେ ଚକଟି ଦିଅନ୍ତୁ। କାଜୁ, ଚାରୁମଗଜ, ଦହି ଓ ଟମାଟୋକୁ ଭଲ ଭାବରେ ବାଟି ଦିଅନ୍ତୁ। ଏହା ସହ ଆବଶ୍ୟକ ଅନୁସାରେ, ପିଆଜ, ଅଦା ଓ ରସୁଣ ବାଟି ରଖନ୍ତୁ। ଏବେ କଡ଼େଇ ବସାଇ ତେଲ ଗରମ କରନ୍ତୁ।
ପ୍ରଥମେ ଏଥିରେ ବଟା ଅଦା, ପିଆଜ ଓ ରସୁଣ ବଟା ମସଲାକୁ ପକାଇ ଭଲ ଭାବରେ କଷନ୍ତୁ। ମସଲା ଟିକେ ଲାଲ୍ ପଡ଼ିଗଲେ, ସେଥିରେ ଟମାଟୋ ପେଷ୍ଟ୍, ହଳଦୀ ଗୁଣ୍ଡ, କରି ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଆହୁରି କଷନ୍ତୁ।
କିଛି ସମୟ ପରେ ଗ୍ରୀନ୍ ମଟର୍ ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ମସଲା ସମ୍ପୂର୍ଣ୍ଣ କଷି ହୋଇଗଲେ, ସେଥିରେ ଚକଟା ବାଇଗଣକୁ ପକାଇ ଦିଅନ୍ତୁ।
ଏସବୁ ଆଉ କିଛି ସମୟ କଷିବା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ଧନିଆ ପତ୍ର ଓ କ୍ରିମ୍ ଦେଇ ରୁଟି ସହ ଗରମା ଗରମ ବାଇଗଣ କୋର୍ମାକୁ ପରଷନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2018/08/Brinjal-Kurma-Collage-1.jpg)
/odisha-reporter/media/post_attachments/wp-content/uploads/2018/08/brinjal-kurma-3-1024x939.jpg)