/odisha-reporter/media/post_attachments/uploads/2018/07/lauki-ki-kheer-pakwangali_520_041316060108.jpg)
lauki
ଆବଶ୍ୟକ ସାମଗ୍ରୀ: ଲାଉ, ତେଜପତ୍ର, ଚିନି, ଲୁଣ, ଗୁଜୁରାତି ଗୁଣ୍ଡ, ତେଲ, କାଜୁ, କ୍ଷୀର, କିସ୍ମିସ୍ ଓ ପିସ୍ତାବାଦାମ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଲାଉକୁ କୋରି ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ ଡେକ୍ଚି ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜ ପତ୍ର ପକାନ୍ତୁ। ତା’ପରେ ସେଥିରେ ଲାଉ କୋରା ପକାଇ କିଛି ସମୟ ଭାଜନ୍ତୁ। ଲାଉରୁ ପାଣି ମରିଯିବା ପରେ ସେଥିରେ କ୍ଷୀର ପକାନ୍ତୁ। କ୍ଷୀର ଫୁଟିଗଲା ପରେ ସେଥିରେ ଚିନି ପକାନ୍ତୁ। ଅଳ୍ପ ଲୁଣ ମଧ୍ୟ ପକାନ୍ତୁ। ଚିନି ଓ ଲୁଣ ପକାଇବା ପରେ ପୁଣି କିଛି ସମୟ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଲାଉ ଭଲ ଭାବେ ଶିଝିଯିବା ପରେ ଡେକ୍ଚିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଗୁଜୁରାତି ଗୁଣ୍ଡ, ଏବଂ ତେଲରେ ଛଣା ହୋଇଥିବା କାଜୁ ଓ କିସ୍ମିସ୍କୁ ପକାଇ ଗୋଳାଇ ଦିଅନ୍ତୁ। ଖିରି ଟିକେ ଥଣ୍ଡା ହୋଇଗଲା ପରେ ତାକୁ ଗିନାରେ କାଢ଼ି ଦିଅନ୍ତୁ। ତା’ ଉପରେ କିଛି କଟା ଯାଇଥିବା ପେସ୍ତାବାଦାମକୁ ରଖି ସଜାଇ ଦିଅନ୍ତୁ। ଏବେ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
