Advertisment

ବର୍ଷାଦିନେ ବାହାରେ ଖାଆନ୍ତୁନି: ଘରେ ବନାନ୍ତୁ ଚଟ୍‌ପଟା ପାଓଭାଜି

ପାଓଭାଜି, ଦୋସା ଓ ଚାଟ୍, ଗୁପଚୁପ୍ ଭଳି ଚଟ୍‌ପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ବଜାରରେ ଏ ସବୁ ଖାଦ୍ୟ ସବୁଆଡ଼େ ଉପଲବ୍ଧ। ସେଥିପାଇଁ ଆମେ ଏହାକୁ ବଜାରରୁ କିଣି ଖାଇଥାନ୍ତି।  ତେବେ ଏହି ଚଟ୍‌ପଟା ଖାଦ୍ୟକୁ ଆପଣ ଘରେ ମଧ୍ୟ ଅଧିକାଂଶ ସମୟରେ ବନାଇପାରିବେ। ଆସନ୍ତୁ ଜାଣିବା କିପରି ତିଆରି କରିବେ ପାଓଭାଜି। ଆବଶ୍ୟକ ସାମଗ୍ରୀ: ବଜାରରେ ମିଳୁଥିବା ପାଓଭାଜି ବ୍ରେଡ୍‌, ଆଳୁ, କାଗେଜି ଲେମ୍ବୁ, କଞ୍ଚା ଲଙ୍କା, ଲଙ୍କା, ଜିରା ପାଉଡର, ଧନିଆ […]

author-image
Rakesh Mallick
ବର୍ଷାଦିନେ ବାହାରେ ଖାଆନ୍ତୁନି: ଘରେ ବନାନ୍ତୁ ଚଟ୍‌ପଟା ପାଓଭାଜି

paovagi

ପାଓଭାଜି, ଦୋସା ଓ ଚାଟ୍, ଗୁପଚୁପ୍ ଭଳି ଚଟ୍‌ପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ବଜାରରେ ଏ ସବୁ ଖାଦ୍ୟ ସବୁଆଡ଼େ ଉପଲବ୍ଧ। ସେଥିପାଇଁ ଆମେ ଏହାକୁ ବଜାରରୁ କିଣି ଖାଇଥାନ୍ତି।  ତେବେ ଏହି ଚଟ୍‌ପଟା ଖାଦ୍ୟକୁ ଆପଣ ଘରେ ମଧ୍ୟ ଅଧିକାଂଶ ସମୟରେ ବନାଇପାରିବେ। ଆସନ୍ତୁ ଜାଣିବା କିପରି ତିଆରି କରିବେ ପାଓଭାଜି।

Advertisment

ଆବଶ୍ୟକ ସାମଗ୍ରୀ: ବଜାରରେ ମିଳୁଥିବା ପାଓଭାଜି ବ୍ରେଡ୍‌, ଆଳୁ, କାଗେଜି ଲେମ୍ବୁ, କଞ୍ଚା ଲଙ୍କା, ଲଙ୍କା, ଜିରା ପାଉଡର, ଧନିଆ ପାଉଡର, କଟା ପିଆଜ, ଅଦା, ରସୁଣ ଓ ପିଆଜ ପେଷ୍ଟ, ପାଓଭାଜି ମସଲା, ଟମାଟୋ,ଗାଈଘିଅ, କଞ୍ଚା ଲଙ୍କା, ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଓଭାଜି ବ୍ରେଡକୁ ଗାଈଘିଅରେ ଅଳ୍ପ ଭାଜନ୍ତୁ। ପରେ ଏହାକୁ ଏକ ପ୍ଲେଟ୍‌ରେ କାଢ଼ି ଦିଅନ୍ତୁ।

Advertisment

pavbhajiପାଓଭାଜି ମସଲା: ପ୍ରଥମେ ଆଳୁକୁ ଚୋପା ଛଡ଼ାଇ ସିଝାନ୍ତୁ। ଆଳୁ ସିଝିଲା ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ପରେ ତାକୁ ଚକୁଟି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କିଛି କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହେଲା ପରେ ସେଥିରେ ଅଦା,ରସୁଣ ଓ ଅଦା ପେଷ୍ଟ ପକାନ୍ତୁ। ତାକୁ ଭଲ ଭାବରେ କଷନ୍ତୁ। ପରେ ସେଥିରେ ଧନିଆ ପାଉଡର, ଜିରା ପାଉଡର ଓ ଲଙ୍କା ପାଉଡର ପକାନ୍ତୁ। ସେଥିରେ କିଛି ଛୋଟ ଛୋଟ ପିସ୍‌ରେ କଟା ଯାଇଥିବା କଞ୍ଚା ଲଙ୍କା ପକାନ୍ତୁ। ତା’ପରେ କିଛି କଟା ଟମାଟୋ ପକାଇ ତାକୁ ଭଲ ଭାବରେ କଷନ୍ତୁ। ପରେ ଚକୁଟା ଯାଇଥିବା ଆଳୁକୁ ସେଥିରେ ପକାନ୍ତୁ। ତାକୁ କଷନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ପାଓଭାଜି ମସଲା ପକାନ୍ତୁ। ତାକୁ ଭଲ ଭାବରେ ଗୋଳାନ୍ତୁ। ମସଲା ଆଳୁରେ ଅଳ୍ପ ପାଣି ଦିଅନ୍ତୁ। ଆଳୁ ମସଲା ପାଣିଆ ପାଣିଆ ହେଲେ ପାଓଭାଜିରେ ଖାଇବାକୁ ଭଲ ଲାଗିବ। ସେଥିରେ କାଗେଜି ଲେମ୍ବୁ ଓ ଧନିଆ ପତ୍ର ପକାନ୍ତୁ।  କିଛି ସମୟ ପରେ ତାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ପାଓଭାଜି ମସଲା

ଏହି ମସଲାକୁ ପାଓଭାଜିରେ ଲଗାଇ ଆପଣ ଖାଇପାରିବେ।

ପାଓଭାଜି ପ୍ଲେଟ୍‌କୁ ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ରରେ ସଜାଇ ପାରିବେ।