ଘରକୁ ଆସିଥିବା ଅତିଥିଙ୍କୁ ପରଷି ଦିଅନ୍ତୁ ମଟନ୍‌ ମୋଗଲାଇ

ଆବଶ୍ୟକୀୟ ସାମଗ୍ରୀ: ଖାସି ମାଂସ, ଆଳୁ, ଅଣ୍ଡା, ତେଲ, ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଜିରା, ଧନିଆ ଗୁଣ୍ଡ, ପୋସ୍ତ, ଦହି, ଗରମ ମସଲା, ଟମାଟୋ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝି ଗଲା ପରେ ଆଳୁ ଓ ଅଣ୍ଡାରୁ ଚୋପା ଛଡ଼ାଇ ଦିଅନ୍ତୁ। ଉଭୟ ଆଳୁ ଓ ଅଣ୍ଡାକୁ ଚାରି ଫାଳ କରି କାଟି ଦିଅନ୍ତୁ। ଏବେ ମାଂସକୁ ଭଲ ଭାବେ ଧୋଇ ସେଥିରେ ଲୁଣ […]

Mughlai-Mutton-Masala (1)

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 02:24 PM IST

ଆବଶ୍ୟକୀୟ ସାମଗ୍ରୀ: ଖାସି ମାଂସ, ଆଳୁ, ଅଣ୍ଡା, ତେଲ, ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଜିରା, ଧନିଆ ଗୁଣ୍ଡ, ପୋସ୍ତ, ଦହି, ଗରମ ମସଲା, ଟମାଟୋ, ଲୁଣ, ହଳଦୀ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝି ଗଲା ପରେ ଆଳୁ ଓ ଅଣ୍ଡାରୁ ଚୋପା ଛଡ଼ାଇ ଦିଅନ୍ତୁ। ଉଭୟ ଆଳୁ ଓ ଅଣ୍ଡାକୁ ଚାରି ଫାଳ କରି କାଟି ଦିଅନ୍ତୁ।

ଏବେ ମାଂସକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ସେମିତି ରଖି ଦିଅନ୍ତୁ। ତା’ପରେ ପିଆଜ, ରସୁଣ, ଲଙ୍କା, ଅଦା, ଜିରା ଓ ପୋସ୍ତ ବାଟି ମସଲା ପ୍ରସ୍ତୁତ କରନ୍ତୁ।

ବର୍ତ୍ତମାନ ଏକ ପାତ୍ରରେ ତେଲ ଗରମ କରି ବଟା ମସଲା, ଧନିଆ ଗୁଣ୍ଡ ଓ ହଳଦୀ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଏଥିରେ ମାଂସ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ଓ କଷନ୍ତୁ। ମାଂସ କଷି ହୋଇଗଲା ପରେ ଅଳ୍ପ ପାଣି ଦେଇ ଘୋଡ଼େଇ ଦିଅନ୍ତୁ।

ମାଂସ ସିଝି ଗଲେ ସେଥିରେ ଆଳୁ ସିଝା ଓ ଟମାଟୋ ପକାନ୍ତୁ। ଝୋଳ ଫୁଟି ମରି ଗଲେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ଶେଷରେ କଟା ଯାଇଥିବା ଅଣ୍ଡାଗୁଡ଼ିକୁ ତା’ଉପରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ୍ ମୋଗଲାଇ। ଏବେ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Related story