hhhhhhhhhhhhhhh
ଆବଶ୍ୟକ ସାମଗ୍ରୀ: ଉଷୁନା ଚାଉଳ, ବିରି, କଞ୍ଚାଲଙ୍କା, ରସୁଣ, ଅଦା, ତେଲ, ଖାଇବା ସୋଡ଼ା ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଉଷୁନା ଚାଉଳ ଓ ବିରିକୁ ୫-୬ ଘଣ୍ଟା ବତୁରାଇ ଦିଅନ୍ତୁ। ସେଥିରେ
ଅଦା, ରସୁଣ, କଞ୍ଚାଲଙ୍କା ଦେଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, କଟା ଧନିଆପତ୍ର ଏବଂ ଅଳ୍ପ ଖାଇବାସୋଡ଼ା ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଗୋଳା ହୋଇଥିବା ଆଣରେ ଗୋଲଗୋଲ ଛୋଟ ବରା ଛାଣନ୍ତୁ। କମ୍ ଆଞ୍ଚରେ ବରାଗୁଡ଼ିକୁ ଛାଣନ୍ତୁ। ବରା ଟିକିଏ ବାଦାମୀ ରଙ୍ଗ ହୋଇଗଲେ କଡ଼େଇରୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ବରା। ଏହାକୁ ସସ୍ କିମ୍ବା ଚଟଣି ସହ ଗରମଗରମ ପରଷନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/07/hhhhhhhhhhhhhhh.jpg)