/odisha-reporter/media/post_attachments/uploads/2018/01/Kobi-fry.jpg)
Kobi fry
ଆବଶ୍ୟକ ସାମଗ୍ରୀ-ଫୁଲକୋବି, କଟା ପିଆଜ, ଅଦା,ରସୁଣ ଓ ପିଆଜ ପେଷ୍ଟ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଜିରା ପାଉଡର, ଧନିଆ ପତ୍ର, କଞ୍ଚା ଲଙ୍କା, ଚିକେନ୍ ପାଉଡର, ଡାଲଚିନ୍ ପାଉଡର, ଗରମ ମସଲା, ଗ୍ରୀନ୍ ମଟର
ପ୍ରସ୍ତୁତି ପ୍ରଣାଳୀ- ଫୁଲକୋବିକୁ ପାଖୁଡ଼ା ପାଖୁଡା କରି କାଟି ଦିଅନ୍ତୁ। ତାକୁ ଭଲ ଭାବରେ ଧୋଇ ପ୍ଲେଟରେ ରଖନ୍ତୁ। ସେଥିରେ ହଳଦୀ ପକାଇ ଗୋଳାନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ପ୍ଲେଟରେ ରଖିଥିବା ଫୁଲକୋବିକୁ ଲାଲ୍ ହେବା ଯାଏଁ ଭାଜନ୍ତୁ। ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ। ଭାଜି ହୋଇଯିବା ପରେ କୋବିକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ।
ଏବେ କଡ଼େଇରେ ପୁଣି ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍ ହୋଇଯିବା ପରେ ଅଦା,ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ତାକୁ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଜିରା ପାଉଡର ପକାନ୍ତୁ। ଅଳ୍ପ ଚିକେନ୍ ପାଉଡର ମଧ୍ୟ ପକାନ୍ତୁ। ତାକୁ ଭଲ ଭାବରେ ଚଲାନ୍ତୁ। ମସଲା ଅଳ୍ପ କଷି ହୋଇଯିବା ପରେ କଟା ଟମାଟୋ ପକାନ୍ତୁ। ଅଳ୍ପ ଡାଲଚିନ୍ ଗୁଣ୍ଡ ମଧ୍ୟ ପକାନ୍ତୁ ଓ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ତା’ପରେ ଅଳ୍ପ ପାଣି ଦିଅନ୍ତୁ। ତାକୁ କିଛି ସମୟ ଢାଙ୍କି ଦିଅନ୍ତୁ। ପରେ ସେଥିରେ ଭଜା ଯାଇଥିବା ଫୁଲ କୋବି ପକାନ୍ତୁ। ଏହାପରେ ସେଥିରେ ଗ୍ରୀନ ମଟର ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ। ଧ୍ୟାନ ଦେବେ ଯେପରି ପାଣି ପୂରା ମରିଯିବ। ପରେ ଗରମ ମସଲା ଓ ଧନିଆ ପାଉଡର ପକାଇ ଓହ୍ଲାଇ ଦିଅନ୍ତୁ। ଧନିଆପତ୍ରକୁ କାଟି ଏହା ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଫୁଲ କୋବି ଫ୍ରାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
