ଧାର୍ମିକ କଟ୍ଟରବାଦରୁ ମୁକ୍ତିର ରାସ୍ତା ଖୋଜୁଥିବା ଏକ ସମୁଦାୟ

ଦେବ ରଞ୍ଜନ “ମୋର ବାପା ହିନ୍ଦୁ। ମୁଁ ମୁସଲମାନ ଘରେ ବୋହୂ ହୋଇଆସିଛି। ଏଠି ଲୋକ ମରିଗଲେ ମାଟିରେ ପୋତି ଦିଅନ୍ତି (ଦଫନ), ସେଠାରେ ପୋଡ଼ି ଦିଅନ୍ତି। ମୁଁ ଯେମିତି ଏଠି ବୋହୂ ହୋଇଆସିଛି, ସେମିତି ମୋର ଦୁଇ ନଣନ୍ଦ ମୋର ଦୁଇ ବଡ଼ ଭାଇଙ୍କୁ ବାହା ହୋଇଯାଇଛନ୍ତି। ମୋର ବାହାଘର ମୁସଲମାନ ରୀତିରେ (ନିକାହ) ହୋଇଛି ଓ ନଣନ୍ଦଙ୍କ ବାହାଘର ହିନ୍ଦୁରୀତି (ଅଗ୍ନି ଚାରିପାଖରେ ‘ଫେରା’ ଲଗାଇବା) ଅନୁସାରେ ହୋଇଛି। ମୁଁ ବାପ ଘରକୁ ଗଲେ […]

Temple

Temple

Debendra Prusty
  • Published: Saturday, 24 September 2022
  • Updated: 24 September 2022, 02:06 PM IST

Sports

Latest News

  • ଦେବ ରଞ୍ଜନ

“ମୋର ବାପା ହିନ୍ଦୁ। ମୁଁ ମୁସଲମାନ ଘରେ ବୋହୂ ହୋଇଆସିଛି। ଏଠି ଲୋକ ମରିଗଲେ ମାଟିରେ ପୋତି ଦିଅନ୍ତି (ଦଫନ), ସେଠାରେ ପୋଡ଼ି ଦିଅନ୍ତି। ମୁଁ ଯେମିତି ଏଠି ବୋହୂ ହୋଇଆସିଛି, ସେମିତି ମୋର ଦୁଇ ନଣନ୍ଦ ମୋର ଦୁଇ ବଡ଼ ଭାଇଙ୍କୁ ବାହା ହୋଇଯାଇଛନ୍ତି। ମୋର ବାହାଘର ମୁସଲମାନ ରୀତିରେ (ନିକାହ) ହୋଇଛି ଓ ନଣନ୍ଦଙ୍କ ବାହାଘର ହିନ୍ଦୁରୀତି (ଅଗ୍ନି ଚାରିପାଖରେ ‘ଫେରା’ ଲଗାଇବା) ଅନୁସାରେ ହୋଇଛି। ମୁଁ ବାପ ଘରକୁ ଗଲେ କିଛି ବାରଣ ନାହିଁ କି ମୋର ନଣନ୍ଦ ଏଠିକି ଆସିଲେ କିଛି ବାରଣ ନାହିଁ।“ ହଥାନଖେଡ଼ା ଗାଁର ୨୫/୨୬ ବର୍ଷର ମହିଳା ଜଣକ ଅନର୍ଗଳ କହିଚାଲିଥିଲେ।

ଆପଣ ଏତିକି ପଢ଼ି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଆମେ ମଧ୍ୟ ତାଜୁବ ହୋଇଯାଇଥିଲୁ। ଆମେ କେବଳ ଆମର କ୍ୟାମେରାରେ ତାହାଙ୍କ କଥାକୁ ରେକର୍ଡ କରିଚାଲିଥିଲୁ।

ଆମେ ଏହି ବେୱାର ତହସିଲର ଅନ୍ୟ ଏକ ଗାଁର ଜଣେ ବୟସ୍କ ମହିଳାଙ୍କୁ ଏଥର ଭେଟିଥିଲୁ ଯାହାଙ୍କ ବୟସ ୫୦ରୁ ୫୫ ବର୍ଷ ହେବ। ସେ ନିଜର ଆଖୁ ବାଡ଼ିରେ ପୂରା ପରିବାର ସହିତ କାମରେ ଲାଗିଥିଲେ। “ମୁଁ ମୁସଲମାନ ଧର୍ମ ପାଳେ। ମୋର ସାନ ଭଉଣୀ ହିନ୍ଦୁ ଧର୍ମ ପାଳେ। ଆମେ ଗୋଟିଏ ମା’ର ଦୁଇ ଝିଅ। ମୋର ବାପା ହିନ୍ଦୁ। ମୋତେ କାଠାତ ପରିବାରରେ ବାହା କରାଇଦେଲେ। ମୋର ଭଉଣୀ ମେରାତ ପରିବାରରେ ବାହା ହେଲା। ଏବେ ବି ଆମର ଯିବା ଆସିବା ଚାଲିଛି।“

ଆମେ ଏକ ବିଚିତ୍ର ସତ୍ୟର ନିକଟବର୍ତ୍ତୀ ହେଉଥିଲୁ।

“ଇସଲାମର ତିନି ମୁଖ୍ୟ ବ୍ୟବସ୍ଥା ଯଥା ସୁନତ, ‘ହଲାଲ’ (ଜୀଅନ୍ତା ଜୀବଙ୍କୁ ମାରି ଖାଇବା କୌଣସି ମୃତ ପ୍ରାଣୀଙ୍କୁ ନଖାଇବା) ଓ ମରିଲେ ଦଫନ ଆମେ ପାଳିଥାଉ। ଇସଲାମର ଅନ୍ୟ ଦୁଇ ବ୍ୟବସ୍ଥା ନମାଜ ପଢ଼ିବା ଓ ହଜ ଯାତ୍ରା (ମକ୍କାକୁ ଯିବା) ଆମେ କରିନଥାଉ। ଆମର ପୂର୍ବଜ ସମୟର ସମସ୍ତ ଦେବାଦେବୀଙ୍କୁ ଆମେ ପୂଜା କରିଥାଉ। ଆମ ପାହାଡ଼ରେ ରାମସାହାବ ପୀରଙ୍କ ଦର୍ଘା ଅଛି। ସେଠାକୁ ହିନ୍ଦୁ, ମୁସଲମାନ, ମୋଗଲ, ବାଉଲ, ପଠାନ, ଚୌହ୍ୱାନ ସମସ୍ତେ ଯାଉ। ବତୀ, ନଡ଼ିଆ, କପଡ଼ା ସମସ୍ତେ ଦର୍ଘାରେ ପୀରଙ୍କୁ ଦିଅନ୍ତି।“ ଚୀତା-ମେରାତ-କାଠାତ ସମାଜର ମୁଖ୍ୟଙ୍କ ଏହି ସାକ୍ଷାତକାର ଆମକୁ ସେହି ସତ୍ୟକୁ ଖୋଲିବାରେ କିଛିଟା ସାହାଯ୍ୟ କରୁଥିଲା। ଗାଁର ପୀରଙ୍କ ପୀଠରେ ୭୮୬ ଓ ଓଁ ଉଭୟ ଲିଖିତ ହୋଇଛି।

ଆମେ କିଛି ସାଥୀ ଦେଶ ମଧ୍ୟରେ ପିଢ଼ି ପିଢ଼ି ଧରି ରହିଆସିଥିବା ହିନ୍ଦୁ-ମୁସଲମାନ ସଦଭାବନାପୂର୍ଣ୍ଣ ଧର୍ମର (syncretism) ବୁଝାମଣାକୁ ନେଇ ଏକ ବୃତ୍ତଚିତ୍ର ନିର୍ମାଣ ଲାଗି ପ୍ରଥମେ ରାଜସ୍ଥାନର ଆଜମୀର ଜିଲ୍ଲାର ବେୱାର ତହସିଲରେ ପହଞ୍ଚିଥିଲୁ। ଆମକୁ କେବଳ ଯୋଗୀନ୍ଦର ସିକନ୍ଦଙ୍କ ଦ୍ଵାରା ଲିଖିତ ଏକ ପୁସ୍ତକ (Sacred Spaces) ଏହି ଗୋଷ୍ଠୀ ସମ୍ପର୍କରେ ଅଳ୍ପ କିଛି ତଥ୍ୟ ଦେଇଥିଲା।

manସେଠାରେ ପହଞ୍ଚି ଆମେ ଜାଣିଲୁ ଯେ ହିନ୍ଦୁ-ମୁସଲମାନ ମିଳିତ ଧର୍ମ ବ୍ୟବସ୍ଥା ରାଜସ୍ଥାନର ଚାରୋଟି ଜିଲ୍ଲାରେ (ଆଜମେର, ପାଲି, ଭିଲୱାଡା ଓ ରାଜସମନ୍ଦ) ଶହ ଶହ ବର୍ଷ ହେଲା ପାଳିତ ହୋଇଆସୁଛି। ଚୀତା, ମେରାତ ଓ କାଠାତ ଏକ ଏକ ସାଙ୍ଗିଆ ଓ ସେମାନେ ସମସ୍ତେ ସେହି ପରିଚୟରେ ପରସ୍ପରକୁ ପରିଚିତ କରୁଛନ୍ତି। ବାହାରର କେହି ପଚାରିଲେ ଯେ ଆପଣ ହିନ୍ଦୁ କି ମୁସଲମାନ ସେମାନେ ଦ୍ଵନ୍ଦରେ ରହୁଛନ୍ତି। ଏହି ସଂପ୍ରଦାୟର ସଂଖ୍ୟା ଅନ୍ୟୁନ ୧୦ ଲକ୍ଷ। ଯଦିଓ ଦେଶର ଆନୁଷ୍ଠାନିକ ଧର୍ମର ଜନସଂଖ୍ୟା ତୁଳନାରେ ଏହି ସଂଖ୍ୟା ଅନେକ ଗୌଣ କିନ୍ତୁ ସେମାନେ ବି ଯେ ପିଢ଼ି ପିଢ଼ି ଧରି ଏଭଳି ବ୍ୟବସ୍ଥାରେ ରହିଆସିଛନ୍ତି ଏ କଥା କ’ଣ ସମସ୍ତଙ୍କ ଲାଗି ଚିନ୍ତା କରିବାର ବିଷୟ ନୁହେଁ?

ଆଜକୁ ୭୦୦ ବର୍ଷ ପୂର୍ବେ ଚୀତା, ମେରାତ ଓ କଠାତଙ୍କ ପୂର୍ବଜ ହର ରାଜ, ବୋଧହୁଏ ଜଣେ ଅତି ସମ୍ମାନିତ ବ୍ୟକ୍ତିତ୍ୱ,, ସ୍ଵେଚ୍ଛାରେ ଆଜମିର ସ୍ଥିତ ହଜରତ ଖ୍ୱାଜା ମଇନୁଦ୍ଦିନ ଚିସ୍ତିଙ୍କଠାରୁ ପୀର ଧର୍ମ ଗ୍ରହଣ କରିଥିଲେ। ଆଜି ବି ଏହି ଗୋଷ୍ଠୀରେ ସେ ପୀର ହରରାଜ ଭାବରେ ପୂଜିତ ହେଉଛନ୍ତି। ଆଶାପୂରା ମାତା ଦେବୀଙ୍କୁ ସମସ୍ତେ ନିଜର କୁଳ ଦେବୀ ଭାବରେ ପୂଜା କରିଥା’ନ୍ତି। ସମସ୍ତଙ୍କ ଘର ଭିତରେ ପୀର ବାବାଙ୍କ ଦରଘାର ଫୋଟୋ ବି ଅଛି ଓ ଗଣେଶ, ଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କ ଫଟୋ ମଧ୍ୟ ଅଛି। ପୁଅର ବାପା ଫେରାରେ ବାହା ହୋଇଥିଲେ ତେବେ ପୁଅ ନିକାହ ରୀତିରେ ଝିଅ ଆଣିଥିବାର ଅଦ୍ଭୁତ ଉଦାହରଣ ଆମକୁ ମିଳିଛି।

ମାତ୍ର ମିଳିତ ଧର୍ମର ଏହି ଭୂଖଣ୍ଡରେ ଗଲା କିଛି ବର୍ଷ ହେଲା ଏକ ସୁନାମୀ ଆସି ପହଞ୍ଚିଛି। ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ରହିଥିବା କଟ୍ଟରବାଦୀଙ୍କ ଟଣା ଓଟରାରେ  ଚୀତା, ମେରାତ ଓ କାଠାତଙ୍କ ମଧ୍ୟରେ ରହିଥିବା ନମନୀୟ ରସିଟି ଛିଣ୍ଡିବାରେ ଲାଗିଛି।

ଏହା ସତ କଥା ଯେ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମର ଆଚରଣ ଏହି ପରିବାରଙ୍କ ମଧ୍ୟରେ ରହିଛି। ହୋଲି, ଦୀପାବଳି ବି ଅତି ଆଗ୍ରହ ସହକାରେ ସମସ୍ତେ ପାଳିଥା’ନ୍ତି। କିନ୍ତୁ ନା ହିନ୍ଦୁ କଟ୍ଟରବାଦୀ ନା ମୁସଲମାନ କଟ୍ଟରବାଦୀ କାହାରିକୁ ଏହି ଖୋଲାପଣ ପସନ୍ଦ ହେଲା ନାହିଁ। ଉଭୟ ଆଜି ପହଞ୍ଚିଯାଇଛନ୍ତି ରାଜସ୍ଥାନର ଏହି ଚାରି ଜିଲ୍ଲାର ଗାଁମାନଙ୍କରେ।

ବିଶ୍ଵହିନ୍ଦୁ ପରିଷଦର ଏକ ବିରାଟ ଅଫିସ ବେୱାରଠାରେ ଅବସ୍ଥିତ। ଅଫିସ କ୍ୟାମ୍ପସ ମଧ୍ୟରେ ମାତା ଆଶାପୂରା ଦେବୀଙ୍କର ଏକ ବିରାଟ ମୂର୍ତ୍ତି ନିୟମିତ ପୂଜା ପାଉଛି। ବେଶ ସ୍ଵାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କୁ ପରଷାଯାଇଥାଏ। ଅଫିସ ଭିତରେ ଘୋଡ଼ା ପୀଠିରେ ବସି ନିଜର ତରବାରୀ ଉତ୍ତୋଳନ କରିଥିବା ଜଣେ ରାଜାଙ୍କ ଫୋଟୋ ରହିଛି ଯାହା ପୃଥ୍ୱୀରାଜ ଚୌହାନଙ୍କର ବୋଲି ସୂଚୀତ କରାଇଦିଆଯାଉଛି।

ହିନ୍ଦୁ କଟ୍ଟରବାଦୀଙ୍କ ମତ ହେଲା ଯେ ଏହି କାଠାତ ବଂଶ “ହିନ୍ଦୁ ଶେଷ ରାଜା ପୃଥ୍ୱୀରାଜ ଚୌହାନଙ୍କ ବଂଶଜ। ତେଣୁ ଏମାନେ ସମସ୍ତେ ହିନ୍ଦୁ। ତାଙ୍କ ପୂର୍ବଜ ରାସ୍ତା ହୁଡ଼ି ଦେଇ ଇସଲାମ ଧର୍ମ ନେଇଗଲେ। ଏବେ ତ ସମସ୍ତେ ସ୍ଵାଧୀନ। ତେଣୁ ମୂଳ ଧର୍ମକୁ ଫେରିଆସିବା ଜରୁରୀ।“ ଏଥିଲାଗି ସେମାନେ ଘରୱାପସୀ, ଶୁଦ୍ଧିକରଣ, ତ୍ରିଶୂଳ ଦୀକ୍ଷା କାର୍ଯ୍ୟକ୍ରମ ସାଙ୍ଗକୁ ଆଶାପୂରା ଦେବୀଙ୍କ ମନ୍ଦିର ଗାଁ ଗାଁରେ ତୋଳାଇବାରେ ଲାଗିଛନ୍ତି।

ଆମ ସହିତ ଜଣେ ସ୍ଥାନୀୟ ଯୁବକ ରହିଥିଲେ ଯେ କି ଆମର ଗାଇଡ ମଧ୍ୟ ଥିଲେ। ସେ ନିଜର ଅନୁଭୂତିରୁ କହୁଥିଲେ ଯେ ତାଙ୍କର ଦୂର ସମ୍ପର୍କୀୟ ମାଉସୀ ‘ନିକାହ’ କରି ବାହା ହୋଇଥିଲେ। କିନ୍ତୁ ତାଙ୍କ ପୁଅ ହିନ୍ଦୁ କଟ୍ଟରବାଦୀଙ୍କ ସହିତ ଯୋଡ଼ିହୋଇଗଲେ। ମାଉସୀ ମରିବା ସମୟରେ ତାଙ୍କ ପୁଅ ଅଡ଼ିବସିଲେ ଯେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତି ଅନୁସାରେ କାଠରେ ଜାଳି କରିବେ। ମାତ୍ର ଗାଁର ଅନ୍ୟ ଲୋକେ ତଥା ନିକଟସ୍ଥ ମୌଲବୀ ଏହାକୁ ବିରୋଧ କଲେ। ଘଟଣା ପୁଲିସ ଥାନା ପର୍ଯ୍ୟନ୍ତ ଗଲା ଓ ବେଶ କିଛି ଦିନ ମାଉସୀଙ୍କ ମୃତ ଶରୀର ଘରେ ପଡ଼ିରହିଥିଲା।

ବେଶ କିଛି ଗାଁକୁ ନେଇ ଗୋଟିଏ ଗୋଟିଏ ମସଜିଦ ତିଆରି ହୋଇଛି। ତାହାକୁ ଲାଗି ମଦରସା ରହିଛି। ଏଥିରେ କାଠାତ, ମୋଗଲ, ବାଉଲ, ପଠାନ ବଂଶଜ ପୁଅ ପିଲାମାନେ ଉଚ୍ଚ ସ୍ଵରରେ ନମାଜ ମନେରଖିବାରେ ଲାଗିଛନ୍ତି। ମୌଲବୀଙ୍କର ଦୃଢ଼ ମତ ହେଲା, “ନା ଜଣେ ହେଲେ ହିନ୍ଦୁକୁ ଧର୍ମାନ୍ତରୀକରଣ କରାଯାଇଛି ନା ମୁସଲମାନଙ୍କୁ। ଆମେ କେବଳ କାଠାତଙ୍କୁ ଏତିକି କହୁଛୁ ଯେ ଆଲ୍ଲାଙ୍କୁ ଟିକିଏ ଭୟ କର। ଯଦି ତୁମେ ଇସଲାମର ତିନୋଟି କଥା ମାନୁଛ ତେବେ ପ୍ରତିଦିନ ନମାଜ ପଢ଼ିବା ଆରମ୍ଭ କରିଦିଅ। କାଲି ଯେତେବେଳେ ମରିଗଲେ ଆଲ୍ଲାଙ୍କ ପାଖକୁ ଯିବ ସେତେବେଳେ ଏହାର ଉତ୍ତର ଦେବାକୁ ହେବ।“

ତାଙ୍କର କ୍ଷୋଭ ଯେ ସରକାରୀ ଜମିରେ ମସଜିଦ ତିଆରି କଲେ ବିକ୍ଷୋଭ ହୋଇଯାଉଛି ଅଥଚ ଛକ ମଝିରେ ଭାରତ ମାତା ମନ୍ଦିର ତୋଳାଇଦିଆଯାଉଛି। ଏଥିରେ କାହାର ବିରୋଧ ନାହିଁ!

ମୌଲବୀ ସ୍ଵୀକାର କରୁଛନ୍ତି ଯେ ତାଙ୍କ ପିତା ହିନ୍ଦୁ ରୀତିରେ ଥିଲେ। ସେ କିନ୍ତୁ ଇସଲାମ ରୀତିକୁ ଆପଣାଇଲେ। ସେ ନିଜେ ଆଜମୀରର ମଦରସାରେ ଶିକ୍ଷା ସମାପ୍ତି କରିଛନ୍ତି। ନିଜେ ଗାଁର ମଦରସାରେ ଉର୍ଦ୍ଦୁ ଓ ଆରବୀ ଭାଷାର ଶିକ୍ଷା ଦେଉଛନ୍ତି। ତାଙ୍କର ନିଜ ମାମୁଁ ଗଲା କାର୍ଗିଲ ଯୁଦ୍ଧରେ ଜୀବନ ଦେଲେ। ଏ ଅଞ୍ଚଳର ଅନେକ ଯବାନ ୧୯୬୫ ମସିହାର ଚୀନ ଯୁଦ୍ଧ, ବଙ୍ଗଳାଦେଶ ଯୁଦ୍ଧ ଓ କାର୍ଗିଲ ଯୁଦ୍ଧରେ ଜୀବନ ଦେଇଛନ୍ତି। ସେଥିମଧ୍ୟରୁ ଅନେକଙ୍କ ଫୋଟୋ ଆମେ ‘ରାଜସ୍ଥାନ ଚୀତା, ମେରାତ କଠାତ ମହାସଭା’ ଅଫିସରେ ଦେଖିବାକୁ ପାଇଲୁ।

ଭାରତର ଅନେକ ସ୍ଥାନରେ ସଦଭାବନାପୂର୍ଣ୍ଣ ଧର୍ମ ବ୍ୟବସ୍ଥା (syncretism) ପ୍ରଚଳିତ। ହରିୟାନାର ମେୱାତ ଅଞ୍ଚଳର ମେଅସ, ପଞ୍ଜାବର ଗୁପ୍ତି ମୋମିନ, ହରିୟାନାର ମୂଲା, ଗୁଜୁରାଟର ଇମାସାହି ଇତ୍ୟାଦି କାଠାତଙ୍କ ଭଳି ଧର୍ମ ପରମ୍ପରା ଦିଗରେ ବେଶ ନମନୀୟ। ସେମାନଙ୍କ ମଧ୍ୟରେ ଉଭୟ ଧର୍ମର ଆଚରଣ ରହିଆସିଛି। କିନ୍ତୁ ଆନୁଷ୍ଠାନିକ ଧର୍ମବିଶ୍ଵାସୀମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି।

ଧର୍ମର ସୁରକ୍ଷା କାହା ଲାଗି ଓ କଣ ପାଇଁ? ଚୀତା, ମେହେରାତ, କାଠାତ ସଂପ୍ରଦାୟ ଯଦି ୭୦୦ ବର୍ଷ ନିଜର ଧର୍ମକୁ ବଞ୍ଚାଇ ରଖିଆସିଲେ ବିନା କୌଣସି ଧର୍ମଗ୍ରନ୍ଥ, ପୂଜକ, ଧର୍ମପୀଠ ଓ ଧର୍ମାନୁଷ୍ଠାନର ସହାୟତାରେ ତେବେ ଆଗକୁ ସମସ୍ୟା କାହିଁକି ଉତ୍ପନ୍ନ କରାଯାଉଛି?

ବେୱାର ସହରର ଏକ ଦୈନିକ ଖବରକାଗଜର ସମ୍ପାଦକ କହିଲେ, “ଏମାନେ ଧର୍ମ କହିଲେ ତୀଳକ, ଟୋପି, ଦାଢ଼ି, ଚୁଟି ଓ ଲୁଙ୍ଗି ଇତ୍ୟାଦିରେ ବାଣ୍ଟିଦେଇଛନ୍ତି। ଏହା କ’ଣ ଧର୍ମ?” ସେହି ସମ୍ପାଦକ ହିଁ ସୂଚନା ଦେଲେ ଯେ ବେୱାର ସହରର ମୁଖ୍ୟ ବଜାର ଉପରେ ‘ଭାରତମାତା ମନ୍ଦିର’ କେହି ମଧ୍ୟରାତ୍ରିରେ ହଠାତ ତିଆରି କରିଦେଇଗଲା। ଏହା ଯୋଜନାବଦ୍ଧ ଥିଲା। ଏହାକୁ ପ୍ରଶାସନ ଭାଙ୍ଗିଲା ନାହିଁ। ଆଜି ଯଦି ସେହି ରାସ୍ତା ଦେଇ ମୁସଲମାନ କି ହିନ୍ଦୁଙ୍କର କୌଣସି ଯାତ୍ରା ଯାଉଛି ତେବେ ଶହ ଶହ ପୁଲିସ ପ୍ରଥମେ ସେହି ଛୋଟ ମନ୍ଦିରର ସୁରକ୍ଷାରେ ରହୁଛନ୍ତି। ଉଦ୍ଦେଶ୍ୟମୂଳକ ଭାବରେ ବା ଦୁର୍ଘଟଣା ବଶତଃ ଯଦି କେହି ସେହି ଭିଡ଼ ଭିତରେ ଏହି ମନ୍ଦିରର ସାମାନ୍ୟ କ୍ଷତି କରିଦିଏ ତେବେ ସହରରେ ଦଙ୍ଗା ଲାଗିଯିବ।

ପୂର୍ବରୁ ଦୁଇ ଥର ସାମ୍ପ୍ରଦାୟିକ ହିଂସା ବେୱାର ଭଳି ଛୋଟ ସହରରେ ହୋଇସାରିଛି।

ରାଜସ୍ଥାନର ଏହି ଚାରି ଜିଲ୍ଲା ସଂପୂର୍ଣ୍ଣ ପାହାଡ଼ି ଅଞ୍ଚଳ। ଏଠାରେ ଚାଷ ଜମି ବହୁତ କମ। ଏଠାରେ ସିଲିକା ଓ ଫେଲ୍ଡସ୍ପର ଖଣି ଅନେକ ଅଛି। ଏହି ଦ୍ରବ୍ୟ ଗ୍ଳାସ ଓ ମୋଜାଇକ କଟିଂରେ ବ୍ୟବହାର ହୁଏ। ଖଣିମାନଙ୍କରେ ସ୍ଥାନୀୟ ଯୁବକ ଅସଂଗଠିତ କ୍ଷେତ୍ରରେ କମ ମଜୁରୀରେ କାମ କରୁଛନ୍ତି। ଖଣିଗୁଡ଼ିକ କିନ୍ତୁ ମହାରାଷ୍ଟ୍ର ଓ ଗୁଜୁରାଟର ବ୍ୟବସାୟୀଙ୍କ ହାତରେ ରହିଛି। ଏହି ସବୁ ଖଣିର ଜଣେ ମାଲିକଙ୍କୁ ମଧ୍ୟ ଆମେ ଭେଟିଲୁ ଯିଏ ସ୍ଥାନୀୟ ହିନ୍ଦୁ ସଂଗଠନର ମୁଖ୍ୟ ମଧ୍ୟ। ଅଥଚ ନା ହିନ୍ଦୁ କଟ୍ଟରବାଦୀ ସଂସ୍ଥା ନା ଇସଲାମ କଟ୍ଟରବାଦୀ ସଂସ୍ଥା ବେୱାର- ଅଜମୀର ଅଞ୍ଚଳର ସ୍ଥାନୀୟ ଯୁବକଙ୍କ ରୋଜଗାର ଓ ସ୍ଥାନୀୟ ଅର୍ଥନୀତିର ବିକାଶ କ୍ଷେତ୍ରରେ କୌଣସି ଉଦ୍ୟମ କରୁନାହାନ୍ତି।

ଏବେ କିନ୍ତୁ କାମର ଅଭାବ କାରଣରୁ ଚୀତା, ମେରାତ, କାଠାତ ପରିବାରର ଯୁବକମାନେ ଗୁଜୁରାଟ ଓ ମହାରାଷ୍ଟ୍ରକୁ କାମ ଖୋଜିବାରେ ଚାଲିଯାଉଛନ୍ତି। ମୁଖ୍ୟତଃ ଅହମଦାବାଦ ଓ ମୁମ୍ବାଇର ହୋଟେଲ ଓ ସିକ୍ୟୁରିଟି ଏଜେନ୍ସିରେ ଏହି ଯୁବକମାନେ ନିଯୁକ୍ତି ପାଉଥିବା କଥା ଖଣି ମାଲିକ ଜଣକ ସୂଚନା ଦେଲେ।

ଆମର ବୃତ୍ତଚିତ୍ରରେ ଆମେ ଏହି ସମସ୍ତ ବିଷୟକୁ ଉତ୍‌ଥାପନ କରିବା ଲାଗି ନିଷ୍ପତ୍ତି ନେଇଥିଲୁ। ଏବେ ବି କିନ୍ତୁ ଫିଲ୍ମର କାର୍ଯ୍ୟ ବିଭିନ୍ନ କାରଣରୁ ସରିପାରିନାହିଁ। ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା ସଦଭାବନାପୂର୍ଣ୍ଣ ଧର୍ମ ବ୍ୟବସ୍ଥାକୁ ଖୋଜିବା, ଏହାକୁ ଯୋଡିବା ଓ ସେମାନେ କଟ୍ଟରବାଦୀଙ୍କ ଯୋଜନା ମଧ୍ୟରେ କେଉଁଭଳି ଫସିଯାଉଛନ୍ତି ତାହାକୁ ଦର୍ଶାଇବା ଏହି ଫିଲ୍ମର ଉଦ୍ଦେଶ୍ୟ ଥିଲା। ସତରେ ଆମେ ଅଧିକ କଳ୍ପନାବିଳାସୀ ହୋଇଯାଇଥିଲୁ। ଆମ ହାତରେ ସେଥିଲାଗି ଆବଶ୍ୟକୀୟ ଅର୍ଥ କିନ୍ତୁ ନଥିଲା।

ଚୀତା, ମେରାତ, କଠାତ ସମାଜର ଅଧ୍ୟକ୍ଷ ଏହି କଟ୍ଟରବାଦୀଙ୍କ ସମ୍ପର୍କରେ ନିଜର ଏକ ଅନୁଭୂତି ଆମ ସହିତ ବାଣ୍ଟିଥିଲେ। କିଛି ବର୍ଷ ପୂର୍ବେ ଥରେ ପୀରଙ୍କ ପୂଜା ସମୟରେ କିଛି ହିନ୍ଦୁ କଟ୍ଟରବାଦୀ ଲୋକ ଆସି କହିଲେ ଯେ ଏଠାରେ ଗଣେଶ ମୂର୍ତ୍ତି ରଖିଦିଅ। ସେମାନେ ରଖିବା ପରେ ଉକ୍ତ ସଂଗଠନର ଲୋକେ ଏହାର ଫୋଟୋ ନେଇଗଲେ ଓ ଖବରକାଗଜରେ ପ୍ରକାଶ କଲେ ଯେ ଖେରଖେଡି ଗାଁ ହିନ୍ଦୁ ହୋଇଗଲା। ଏହାକୁ ପଢ଼ି ମୌଲବୀମାନେ ଆସିଗଲେ ଓ ପଚାରିଲେ ଯେ ସମସ୍ତେ ହିନ୍ଦୁ କେମିତି ହୋଇଗଲେ? ଉଭୟ ପଟର କଟ୍ଟରବାଦୀଙ୍କ ଉପସ୍ଥିତି ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଯଦି ବିଭାଜନ ସମୟରେ ଆମ ସମାଜ ଏ ଦେଶ ଛାଡ଼ି ଯାଇନଥିଲା ତେବେ ଆଜି କାହିଁକି ସମସ୍ତେ ଚାପ ସୃଷ୍ଟି କରୁଛନ୍ତି? ଏହା ପରେ ପୂରା ଗାଁ ନିଷ୍ପତ୍ତି ନେଲା ଯେ ଏହି ଉଭୟ କଟ୍ଟରବାଦୀ ସଂସ୍ଥାର ଲୋକଙ୍କୁ ନା କେହି ଡାକିବେ ନା ସେମାନଙ୍କ ଡାକରାରେ କେହି ତାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ।

ବୋଧହୁଏ ଆଜି ଲାଗି ଏହା ହିଁ ସମାଧାନର ରାସ୍ତା।

ଫୋ- ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story