ବଡ଼ ବଜେଟ୍‌ ଓ ବଡ଼ ଭାଷଣକୁ ଛୋଟିଆ ପ୍ରଶ୍ନ

ରାଜ୍ୟର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରି ସବୁଠାରୁ ବଡ଼ ସମୟ ନେଇଥିବା ମଧ୍ୟ କୁହାଯାଇଛି। ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ଠାରୁ ଓଡ଼ିଶାର ଏହି ବଜେଟ୍‌ ଉପସ୍ଥାପନ କରିବାରେ ଅର୍ଥମନ୍ତ୍ରୀ ଅଧିକ ସମୟ ନେଇଥିଲେ।

CM Mohan Majhi

CM Mohan Majhi

Debendra Prusty
  • Published: Wednesday, 19 February 2025
  • Updated: 19 February 2025, 03:12 PM IST

Sports

Latest News

ପଞ୍ଚାନନ କାନୁନଗୋ

ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଆୟବ୍ୟୟ ହିସାବ ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି। ଉକ୍ତ ଆୟବ୍ୟୟ (ବଜେଟ୍‌)ର ବିବରଣୀ ସଂପର୍କରେ କହିବାକୁ ଯାଇ ସରକାରୀ ଦଳ ଏହା ଏକ ଐତିହାସିକ ଓ ସବୁଠାରୁ ବଡ଼ ବଜେଟ୍‌ ବୋଲି କହିଛନ୍ତି। ରାଜ୍ୟର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରି ସବୁଠାରୁ ବଡ଼ ସମୟ ନେଇଥିବା ମଧ୍ୟ କୁହାଯାଇଛି। ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ଠାରୁ ଓଡ଼ିଶାର ଏହି ବଜେଟ୍‌ ଉପସ୍ଥାପନ କରିବାରେ ଅର୍ଥମନ୍ତ୍ରୀ ଅଧିକ ସମୟ ନେଇଥିଲେ।

ବଜେଟ୍‌ର ପରିମାଣ ଗତ ବଜେଟରୁ ବୃଦ୍ଧି ପାଇ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାରେ ପହଂଚିଛି, ଯାହାକି ଗତ ବର୍ଷ ୨୦୨୪-୨୫ ପାଇଁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା। ଏହି ବୃଦ୍ଧି ହାର ୮ ପ୍ରତିଶତରୁ ୯ ପ୍ରତିଶତ ଭିତରେ ସୀମିତ ଥିଲା। ତେବେ ରାଜ୍ୟରେ ଥିବା ମୁଦ୍ରାସ୍ପୀତି ତୁଳନାରେ ବଜେଟ୍‌ର ବୃଦ୍ଧି ହାର ଯେ ଅଧିକ ନଥିଲା ଏକଥା ସମସ୍ତ ଅର୍ଥନୀତି ବିଶେଷଜ୍ଞମାନେ ସ୍ୱୀକାର କରୁଛନ୍ତି। ତଥାପି ଏହା ଏକ ବଡ଼ ବଜେଟ୍‌ କହିବାର ଯେଉଁମାନେ ବାହାଦୂରୀ ନେଉଛନ୍ତି ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ ଗତବର୍ଷ ଆଗତ ହୋଇଥିବା ମୋହନ ସରକାରଙ୍କ ବଜେଟ୍‌ର ଏକ ମୁଖ୍ୟ ଅଂଶ ପାଖାପାଖି ୧ ଲକ୍ଷ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନଥିବା କଥା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ପବିତ୍ର ଗୃହରେ ପ୍ରକାଶ କରିଛନ୍ତି। ତଥାପି ଏ ବର୍ଷ ଆଶା କରିବା ଯେ ବଜେଟ୍‌ରେ ନିର୍ଦ୍ଦିଷ୍ଟ ଥିବା ଲକ୍ଷ୍ୟ ସରକାର ଚଳିତ ବର୍ଷ ପୂରଣ କରିବେ।

ତେବେ ଏହି ବଜେଟ୍‌ ସଂପର୍କରେ ଯେଉଁ କଥାଟି କୁହାଯାଉଛି ଏହା ୨୦୩୬ ମସିହାରେ ବିକଶିତ ଓଡ଼ିଶା ପାଇଁ ଏକ ମୂଳଦୁଆ ପକାଇଲା ବୋଲି ବା ଆଗାମୀ ୧୦ ବର୍ଷ ଭିତରେ ଏକ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ଭିତ୍ତିସ୍ଥାପନ କଲା ତାହା ଅତ୍ୟନ୍ତ ସନ୍ଦେହଜନକ ମନେ ହୁଏ। କାରଣ ଏକ ବିକଶିତ ଓଡ଼ିଶା ୨୦୩୬ ସୁଦ୍ଧା ହେବାର ଯେଉଁ ପରିକଳ୍ପନା କରାଯାଉଛି ବୋଧହୁଏ ଯେଉଁମାନେ ଏହାକୁ ଘୋଷଣା କରୁଛନ୍ତି ସେମାନେ ଓଡ଼ିଶାର ବିକାଶ ଦିଗଟିକୁ ସ୍ପଷ୍ଟ ଭାବେ ଲକ୍ଷ୍ୟ କରିନାହାନ୍ତି ବା ଲକ୍ଷ୍ୟ କରିବାର ଚେଷ୍ଟା କରିନାହାନ୍ତି। ଭାରତବର୍ଷକୁ ଇଂରେଜମାନେ କବଳିତ କରିବା ପରଠାରୁ ଭାରତ ଯେତେ ପରିମାଣରେ ଶୋଷିତ ହୋଇଥିଲା ସବୁଠାରୁ ବେଶି ତାହାଠାରୁ ଅଧିକ ଏହି ଓଡ଼ିଶା ରାଜ୍ୟ ହୋଇଥିବାର ଐତିହାସିକ ପ୍ରମାଣ ରହିଛି। ଯେଉଁ ଇଂରେଜମାନେ, ଫରାସୀମାନେ, ପର୍ତ୍ତୁଗୀଜମାନେ ଏ ରାଜ୍ୟକୁ ଜାହାଜ ଆଣୁଥିଲେ ରାଜ୍ୟରୁ ସଂପଦ ନେବା ପାଇଁ ସେମାନେ ଏ ରାଜ୍ୟରେ ସଂପଦର ବେପାର ଖୋଲିଲେ। ରାଜ୍ୟର ଉତ୍ପାଦନ ହ୍ରାସ ପାଇଲା। ଉତ୍ପାଦନକାରୀ ଶକ୍ତି ରୁଗ୍‌ଣ ହେଲେ ଓ ରାଜ୍ୟର ଅର୍ଥନୀତି ରୁଗ୍‌ଣ ହେଲା। ଯାହାଫଳରେ ୧୯୩୬ ମସିହାରେ ରାଜ୍ୟ ପୁନର୍ଗଠନ ହେବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା। ରାଜ୍ୟର ରାଜସ୍ୱ ବ୍ୟୟ ଆୟଠାରୁ ଅଧିକ ରହି ଏକ ରାଜସ୍ୱ ନିଅଣ୍ଟିଆ ରାଜ୍ୟ ଭାବେ ଜନ୍ମ ନେଇଥିଲା ଏବଂ ରାଜ୍ୟର ଋଣଭାର ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହି ଋଣଭାର ଏ ମଧ୍ୟରେ ବୃଦ୍ଧି ପାଇ ଏବେ ୧ ଲକ୍ଷ ୩୪ ହଜାର କୋଟି ଟଙ୍କାରେ ପହଂଚିଛି। ଯଦିଓ ରାଜସ୍ୱ ନିଅଣ୍ଟ ପରିମାଣ ବଦଳରେ ଏହା ଏକ ରାଜସ୍ୱ ବଳକା ସ୍ଥିତିରେ ଏହି ଗତ କିଛିବର୍ଷ ହେବ ରହିଆସିଛି। କିନ୍ତୁ ରାଜ୍ୟ ସ୍ଥିତିଟିକୁ ଅଧ୍ୟୟନ କଲେ ଏହା ସ୍ପଷ୍ଟ ବାରି ହୋଇଯାଏ ଯେ ଏବେ ମଧ୍ୟ ଏ ରାଜ୍ୟ ଔପନିବେଶିକ ଶୋଷଣର ଅନ୍ତର୍ଭୁକ୍ତ। ପୂର୍ବରୁ ଚାଲିଆସିଥିବା ଶୋଷଣର ଧାରା ଏବେ ବୃଦ୍ଧି ପାଇବାରେ ଲାଗିଛି।

୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଏବେ ୧ କୋଟି ୧୦ ଲକ୍ଷ ପରିବାର ବସବାସ କରୁଛନ୍ତି। ଏହି ୧ କୋଟି ୧୦ ଲକ୍ଷ ପରିବାର ମଧ୍ୟରୁ ୧୦ ଲକ୍ଷ ଧନୀକ ଶ୍ରେଣୀର, ୧୫ ଲକ୍ଷ ଉଚ୍ଚ ମଧ୍ୟବିତ୍ତ ପରିବାର, ୧୦ ଲକ୍ଷ ମଧ୍ୟବିତ୍ତ ପରିବାର ଓ ୬୦ ଲକ୍ଷ ନିମ୍ନ ମଧ୍ୟବିତ୍ତ ପରିବାରର ଅନ୍ତର୍ଭୁକ୍ତ। ଅବଶିଷ୍ଟ ୧୫ ଲକ୍ଷ ପରିବାର ପୂର୍ଣ୍ଣମାତ୍ରାରେ ଗରିବ ଯେଉଁମାନେ ସରକାରଙ୍କ ପ୍ରଦତ୍ତ ଚାଉଳ ଓ ନିଜ ବାଡ଼ିବଗିଚାରେ ହେଉଥିବା ପନିପରିବା ଉପରେ ନିର୍ଭର କରନ୍ତି। ଏହି ୧୫ ଲକ୍ଷ ପରିବାରକୁ ଛାଡ଼ିଦେଲେ ପ୍ରାୟ ଆଉ ସମସ୍ତ ୯୫ ଲକ୍ଷ ପରିବାର ଖାଉଟି ଶ୍ରେଣୀଭୁକ୍ତ। ସେମାନେ ନିଜ ଖାଇବା ଓ ପିନ୍ଧିବା ପାଇଁ ଯାହା ଖର୍ଚ୍ଚ କରନ୍ତି ସେ ସମସ୍ତ ବ୍ୟବସ୍ଥା ରାଜ୍ୟ ବାହାରର ଜିନିଷ ଉପରେ ନିର୍ଭରଶୀଳ। ଏପରିକି ପରିବା, ଆଳୁ, ପିଆଜ, ଅଦା, ରସୁଣ ମଧ୍ୟ ବାହାର ରାଜ୍ୟରୁ ଆସିଥାଏ। ଅମୁଲ କ୍ଷୀର ଓ ଅନ୍ୟାନ୍ୟ ଅମୁଲଜାତ ଦ୍ରବ୍ୟ ବାହାର ରାଜ୍ୟରୁ ଆସି ଏ ରାଜ୍ୟରେ ବିକ୍ରି ହୁଏ। ମାଛ, ମାଂସ, ଅଣ୍ଡା ସବୁ ବାହାର ରାଜ୍ୟର ଉତ୍ପାଦନ ଆମ ରାଜ୍ୟର ଖାଉଟିଙ୍କ ପାଖରେ ପହଂଚିଥାଏ। ଏ ସମସ୍ତ ବାବଦରେ ଖାଉଟିମାନେ ଯାହା ଖର୍ଚ୍ଚ କରନ୍ତି ତାହା ପ୍ରତି ମାସରେ ଓ ବର୍ଷରେ ଏ ରାଜ୍ୟରୁ ଶୋଷି ହୋଇ ଅନ୍ୟ ରାଜ୍ୟକୁ ଯାଇଥାଏ। ଯାହାକି ଅର୍ଥଶାସ୍ତ୍ରୀ, ସମାଜଶାସ୍ତ୍ରୀ ଓ ଦେଶର ପ୍ରବୀଣ ବିଶେଷଜ୍ଞ ଦାଦାଭାଇ ନାରୋଜୀ ମନିଡ୍ରେନ୍‌ ଭାବରେ ଇଂରେଜ ସରକାରଙ୍କ ସମୟରେ ଉପସ୍ଥାପିତ କରିଥିଲେ।

ସେହି ମନିଡ୍ରେନ୍‌ର ତତ୍ତ୍ୱ ଅନୁସାରେ ମାସିକ ୧୫ ହଜାର ଟଙ୍କା ଖର୍ଚ୍ଚ କରୁଥିବା ୧୦ ଲକ୍ଷ ପରିବାର ୧୫୦ କୋଟି, ମାସିକ ୧୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ୧୫ ଲକ୍ଷ ପରିବାର ୧୫୦୦ କୋଟି, ମାସିକ ୫ ହଜାର ଟଙ୍କା ଖର୍ଚ୍ଚ କରୁଥିବା ୧୦ ଲକ୍ଷ ପରିବାର ୫୦୦ କୋଟି ଓ ମାସିକ ୨ ହଜାର ଟଙ୍କା ଖର୍ଚ୍ଚ କରୁଥିବା ୬୦ ଲକ୍ଷ ପରିବାର ମାସକୁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ସର୍ବମୋଟ ଏ ସମସ୍ତ ପରିବାର ମାସିକ ୪୭୦୦ କୋଟି ଟଙ୍କା ଖାଇବା ଓ ପିନ୍ଧିବା ବାବଦରେ ଖର୍ଚ୍ଚ କରିଥାନ୍ତି। ସେହି ହିସାବରେ ବର୍ଷକୁ ୫୬,୪୦୦ କୋଟି ଟଙ୍କା ସମସ୍ତ ୯୫ ଲକ୍ଷ ପରିବାର ଖାଇବା ଓ ପିନ୍ଧିବା ବାବଦରେ ବିନିଯୋଗ କରିଥାନ୍ତି। ଆଗତ କରାଯାଇଥିବା ଉକ୍ତ ବଜେଟ୍‌ ୧୬ଟି ନୂଆ ଯୋଜନାର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଅଳ୍ପ କେତୋଟିକୁ ଛାଡ଼ିଦେଳେ କୌଣସି ଯୋଜନାରେ ରୋଜଗାର କଲାଭଳି ସଂପୃକ୍ତି ଥିବା ଯୋଜନା ଦେଖିବାକୁ ମିଳୁନାହିଁ। ସବୁ ଯୋଜନାଗୁଡ଼ିକ ବାହାର ରାଜ୍ୟରୁ ଆମଦାନି ପାଇଁ ଆହୁରି ବଜାର ପ୍ରଶସ୍ଥ କରିଛି। ଏପରିକି ପିଲାଙ୍କ ପାଠପଢ଼ିବା ପାଇଁ ଯୋଡ଼ା ଯାଇଥିବା ସାଇକେଲ୍‌ ବ୍ୟବସ୍ଥାଟି ମଧ୍ୟ ବାହାର ରାଜ୍ୟରୁ କିଣିବାକୁ ସେହି ବିଭାଗକୁ ବାଧ୍ୟ କରିବ। ଭିତ୍ତିଭୂମି ନିର୍ମାଣରେ ଯାହାକିଛ ଖର୍ଚ୍ଚ କରିବ କେବଳ କିଛି ମୂଲିଆଙ୍କୁ କମ ଯୋଗାଇବା ବ୍ୟତିତ ସିଂହଭାଗ ବାହାର ରାଜ୍ୟରୁ ଆବଶ୍ୟକ ପଦାର୍ଥ କିଣିବାରେ ବିନିଯୋଗ ହେବ।

ରାଜ୍ୟରେ ଆଦାୟ ହେଉଥିବା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ର ଅର୍ଦ୍ଧେକ କେନ୍ଦ୍ର ସରକାର ନେଇଯିବେ। ରାଜ୍ୟ ସରକାର ଆଗରୁ ଯାହା ପାଉଥିଲେ ତା’ଠାରୁ ବର୍ତ୍ତମାନ କମ୍‌ ପାଇବେ। ଅର୍ଥାତ୍‌ ଯେଉଁ ଦ୍ରବ୍ୟ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ ହେବ ସେଥିରୁ ୧୪ ପ୍ରତିଶତ କେନ୍ଦ୍ର ସରକାର ନେବେ ଓ ବାକି ୧୪ ପ୍ରତିଶତ ଓଡ଼ିଶା ସରକାରଙ୍କ ପାଖରେ ରହିବ। ଏହା ଅନ୍ୟ ଏକ ଔପନିବେଶିକ ଶୋଷଣର ଉଦାହରଣ।

ଏବେ ଯେଉଁମାନେ ୨୦୩୬ ମସିହା ସୁଦ୍ଧା ଏକ ବିକଶିତ ଓଡ଼ିଶାର କଥା କହୁଛନ୍ତି ସେମାନେ ଏହି ୧୦ ବର୍ଷକୁ ଦୁଇ ଭାଗରେ ବିଭକ୍ତ କରି ପ୍ରଥମ ସୋପାନଟି ଶୋଷଣମୁକ୍ତ ଓ ଦ୍ୱିତୀୟ ସୋପାନଟିକୁ ଅଗ୍ରସର ହେବାର ହିସାବ ରଖିଛନ୍ତି କି ନାହିଁ ବଜେଟ୍‌ ପାଠକମାନେ ଜାଣନ୍ତି ନାହିଁ। କିନ୍ତୁ ଚଳିତ ବର୍ଷ ଆଗତ କରିଥିବା ବଜେଟ୍‌ ଯେ ଏକ ମାଇଲଖୁଣ୍ଟ ଭାବେ ଶୋଷଣ ମୁକ୍ତ ରାଜ୍ୟର ପଥରେ ଅବସ୍ଥାପିତ ହେବ ତାହା ଆଦୌ ଜଣାପଡୁ ନାହିଁ। ବର୍ଷ ଶେଷରେ ଯଦି ରାଜ୍ୟରେ ଥିବା ସରକାର ମାତ୍ର ୧୦୦ କୋଟି ଟଙ୍କା ରାଜ୍ୟରୁ ଶୋଷି ହୋଇଯାଉଥିବା ଅର୍ଥରୁ ରୋକିପାରିବେ ତେବେ ଏ ବଜେଟ୍‌କୁ କିଛି ମାତ୍ରାରେ ପ୍ରଶଂସା କରାଯାଇପାରେ। କିନ୍ତୁ ଯଦି ଏହା ଅଧିକ ଶୋଷଣର ପଥ ଉନ୍ମୁକ୍ତ କରେ ବା ଏ ରାଜ୍ୟରୁ ଶୋଷି ହେଉଥବା ଅର୍ଥର ପରିମାଣ ବଢ଼ିଯାଏ ତା’ହେଲେ ଏ ବଜେଟ୍‌ ପୂର୍ବର ବଜେଟ୍‌ ଠାରୁ କୌଣସି ଅଧିକ ଲୋକପ୍ରିୟ ବା ଲୋକଙ୍କ ବଜେଟ୍‌ କୁହାଯାପାରିବ ନାହିଁ।

ଏହି ବଜେଟ୍‌ ଔପନେବିଶିକ ଶୋଷଣର ଏକ ଧାରା ଖୋଲା ରଖିଛି। ସେହି ଧାରା ଅନୁସାରେ ୨୦୨୫-୨୬ର ବଜେଟ୍‌ ଏକ ମାଇଲ୍‌ଖୁଣ୍ଟ। ଆମେ ଗୋଟିଏ କଥା ଏଠାରେ ଉଦାହରଣ ନେଇପାରୁ। ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଆମେ ଆନ୍ୟ ରାଜ୍ୟ ଉପରେ ନିର୍ଭର କରିପାରିବୁନାହିଁ। ଏ ଦୃଢ଼ୋକ୍ତି ପ୍ରକାଶ କଲାବେଳେ ବଜେଟ୍‌ ଆଲୋଚନାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଯେଉଁସବୁ ତଥ୍ୟ ଉପସ୍ଥାପିତ କରିଛନ୍ତି ସେଥିରୁ ଦୁଇଟି କଥା ପ୍ରଣୀଧାନଯୋଗ୍ୟ। ଗୋଟିଏ ହେଉଛି ପୂର୍ବରୁ ଖରାପ ହୋଇପଡ଼ିଥିବା ଶୀତଳ ଭଣ୍ଡାରଗୁଡ଼ିକର ପୁନରୁଦ୍ଧାର କରିବା ଓ ଦ୍ୱିତୀୟଟି ହେଉଛି ପ୍ରତ୍ୟେକ ସବ୍‌ଡିଭିଜନ୍‌ରେ ଗୋଟିଏ କରି ଶୀତଳ ଭଣ୍ଡାର କରିବାର ସଂକଳ୍ପ ଓ ଅର୍ଥ ବରାଦ ଏଥିରେ ଦେଖିବାକୁ ମିଳୁଛି। କିନ୍ତୁ ଏକଥା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ରାଜ୍ୟରେ ଥିବା କୃଷି ବିଭାଗର ସମସ୍ତ ଶୀତଳ ଭଣ୍ଡାର ଓ ସମବାୟ ବିଭାଗର ଶୀତଳ ଭଣ୍ଡାରଗୁଡ଼ିକ ଯେତେ ଚେଷ୍ଟା କଲେ ମଧ୍ୟ ବର୍ଷକ ଭିତରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏଥିପାଇଁ ଯେ ଆଗରୁ ଚେଷ୍ଟା କରାଯାଇନି ତାହା ନୁହେଁ, ୨୦୦୨-୦୩ ମସିହାରେ ଉଦ୍ୟମ କରି ସରକାର ବିଫଳ ହୋଇଥିଲେ। ସେହି ସବୁ ଶୀତଳ ଭଣ୍ଡାରଗୁଡ଼ିକରେ ଉଠିଥିବା ବରଗଛଗୁଡ଼ିକ ଆହୁରି ଶାଖା ପ୍ରଶାଖା ମେଲି ସାରିଲାଣି। ଯେଉଁ ନୂଆ ଶୀତଳ ଭଣ୍ଡାର ପରିକଳ୍ପନା ରହିଛି ତାହା କାର୍ଯ୍ୟକ୍ଷମ ହେବା ପାଇଁ ଅତିକମ୍‌ରେ ଦୁଇବର୍ଷ ଲାଗିବ। ତାହା ଶେଷ ହେଲେ ମଧ୍ୟ ଅତ୍ୟଧିକ ବିଜୁଳି ଦେୟ ହେତୁ କାର୍ଯ୍ୟକ୍ଷମ ହେବେ ନାହିଁ। ଅନେକ ସଦ୍ୟ ନିର୍ମିତ ଶୀତଳ ଭଣ୍ଡାର ସମସ୍ୟା ସରକାର ବୋଧହୁଏ ଜାଣିନାହାନ୍ତି, ଜାଣିବାକୁ ଚେଷ୍ଟା କରନ୍ତୁ। ଖାଲି ଆଳୁ ମଞ୍ଜି ଯୋଗାଇ ଦେଇ ଉତ୍ପାଦନ ବୃଦ୍ଧି କରିଦେଲେ ସମସ୍ୟା ସମାଧାନ ହୋଇଯିବ ତାହା ଭାବିବା ଭୁଲ। ଆବଶ୍ୟକ ବିଦ୍ୟୁତ ଶକ୍ତି ୫୦ ଭାଗ ରିହାତିରେ ଯୋଗାଇ ଦେବାର ଥିଲା, ତାହା ସରକାର କରିନାହାନ୍ତି।

ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦରେ କରାଯାଇଥିବା ଅର୍ଥ ବ୍ୟୟ ବାସ୍ତବରେ ଲୋକଙ୍କ ପାଇଁ ନା କିଛି କର୍ପୋରେଟ୍‌ ଚିକିତ୍ସା ଓ ଶିକ୍ଷା ବ୍ୟବସାୟୀଙ୍କ ପାଇଁ ତାହା ବିଚାର କରିବାର ବେଳ ଆସିଛି। ମାଗଣା ମଧ୍ୟାହ୍ନ ଭୋଜନ ଓ ୯ମ ଶ୍ରେଣୀ ପିଲାଙ୍କୁ ସାଇକେଲ୍‌ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ ଓ ଶିକ୍ଷା ବାବଦରେ ବର୍ଷକୁ ନିଜ ପକେଟ୍‌ରୁ କେତେ ଖର୍ଚ୍ଚ ହୋଇଛି ତାହା ଦେଖିବାର କଥା। ବୀମା ଖର୍ଚ୍ଚକୁ ବାଦ୍‌ ଦେଇ ସ୍ୱାସ୍ଥ୍ୟ ବିଭାଗରେ ଲୋକମାନେ ଅଧିକ ଖର୍ଚ୍ଚ କରିବାର ବ୍ୟବସ୍ଥା ଆଗାମୀ ଦିନରେ ଦେଖିବାକୁ ମିଳିବ। ସେହିପରି ଶିକ୍ଷା ବିଭାଗରେ ଯେତେ ରଙ୍ଗୀନ ପ୍ରଚାର କରାଯାଉ ନା କାହିଁକି ନିଜ ପିଲାଙ୍କୁ ଯୋଗ୍ୟ କରିବାକୁ ଅଭିଭାବକମାନଙ୍କୁ ନିଶ୍ଚୟ କିଛି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।

ଏହା ଗୋଟିଏ ମାତ୍ର ଉଦାହରଣ। ଏଣୁ ସର୍ବମୋଟ ଛୋଟ ପ୍ରଶ୍ନଟିଏ ସରକାରଙ୍କୁ ଓ ଏ ବଜେଟ୍‌କୁ। ଆମ ରାଜ୍ୟରୁ ଶୋଷି ହୋଇଯାଉଥିବା ଅର୍ଥ ଏହା ପରବର୍ତ୍ତୀ ବର୍ଷରେ କେଉଁ ବାବଦରେ କେତେ ପରିମାଣରେ କମିବ ତା’ର ଏକ ସ୍ପଷ୍ଟ ଚିତ୍ର ଜନସାଧାରଣଙ୍କ ପାଖରେ ରହିବା ଆବଶ୍ୟକ। ତେବେ ଯାଇ ୨୦୨୬-୨୭ ପାଇଁ ଆଗତ ବଜେଟ୍‌ ବେଳେ ଏହି ବଜେଟ୍‌କୁ ବିକଶିତ ଓଡ଼ିଶାର ଏକ ମାଇଲ୍‌ଖୁଣ୍ଟ ବୋଲି ବିବେଚନା କରାଯାଇପାରେ। ଆଶା, ଶବ୍ଦର ମାୟା ଜାଲରେ ନିଜେ ଛନ୍ଦି ହୋଇ ବା ଲୋକମାନଙ୍କୁ ଛନ୍ଦି ସମସ୍ୟା ବଢ଼ାଇବା ଆପେକ୍ଷା ସମସ୍ତ ମାୟାଜାଲରୁ ମୁକ୍ତ ହେବା ଏବଂ ଲୋକଙ୍କ ବଜେଟ୍‌ ଭାବରେ ଗୋଟିଏ ସ୍ୱଚ୍ଛ ଓ ହିତକାରୀ ବଜେଟ୍‌ ଦେବା କାର୍ଯ୍ୟ ହେଉ। ଆଶା ଓ ବିଶ୍ୱାସ ଏହି ବଜେଟ୍‌ଟି ଅଧ୍ୟୟନ କଲାବେଳେ ସମସ୍ତ ବ୍ୟକ୍ତି ଏହି ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ନିଜ ଘରର ଆୟ ବ୍ୟୟ ହିସାବ ଏକ ନୋଟ ଖାତାରେ ଟିପି ରଖିବେ ଓ ୨ ବର୍ଷ ଶେଷରେ କେତେ ଲାଭ, କେତେ ଅଂଶ ପାଇଲେ ଦେଖିବେ। ଏଥିସହିତ ସବୁ ବର୍ଗର ଲୋକଙ୍କ ଆୟବ୍ୟୟର କଥା ବିଶ୍ଳେଷଣ ହେବ ଏବଂ ସରକାରଙ୍କ କଥା ଓ କାର୍ଯ୍ୟକାରୀତା ଭିତରେ ଅନୁଧ୍ୟାନ ଓ ଅନୁଶୀଳନ ହେବ।

ମୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story