ମସ୍କଦାନା ଭେଣ୍ଡି ହିଁ ବିକଳ୍ପ କସ୍ତୁରୀ!

ଧାନ କୁଣ୍ଡାରୁ ରାଇସ୍ ବ୍ରାନ୍ ଅଏଲ୍ ବା କୁଣ୍ଡା ତେଲ ଉତ୍ପାଦନ ହେବା ଯେଭଳି ସମ୍ଭବ ହୋଇ ପାରିଲା ସେହିଭଳି ‘ମସ୍କ୍ ଦାନା’ରୁ ମୃଗନାଭି କସ୍ତୁରୀ ଭଳି ସୁବାସିତ ଏବଂ ପ୍ରାକୃତିକ ଅତ୍ୟାବଶ୍ୟକ ସୁଗନ୍ଧି ତୈଳ ଆଦାୟ କରିବା ସମ୍ଭବ ହୋଇଛି। ଏଣୁ ଆମ ରାଜ୍ୟରେ ଏହାର ଚାଷ କରାଯିବା ଆବଶ୍ୟକ। ଆନ୍ତର୍ଜାତିକ ଅତର ବଜାରରେ ଏହାର ମୂଲ୍ୟ କଲ୍ପନାତୀତ। ଏହା ବିକଳ୍ପ କସ୍ତୁରୀ ଭାବରେ ଶ୍ରୀମୁଖ ସିଂହାର ବେଳେ ବ୍ୟବହୃତ ହୋଇ ପାରିବ। 'ବନସ୍ପତି କସ୍ତୁରୀ' ଯଦି ପ୍ରାଣୀଜ ମୃଗନାଭି କସ୍ତୁରୀର ସ୍ଥାନ ଗ୍ରହଣ କରି ପାରିବ ଶ୍ରୀ ଜଗନ୍ନାଥଙ୍କ କରୁଣା ଲାଭ କରିବ ସମଗ୍ର ବିଶ୍ୱ।

Abelmoschus Moschatus Or Muskdana

Abelmoschus Moschatus Or Muskdana

Debendra Prusty
  • Published: Monday, 22 July 2024
  • Updated: 22 July 2024, 04:24 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ବିଗତ କିଛି ବର୍ଷ ଧରି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଦେଖାଦେଇଛି ମୃଗନାଭି-କସ୍ତୁରୀର ଅଭାବ। ଅନେକ ବର୍ଷ ହେଲାଣି ଏଭଳି ସ୍ଥିତି ଲାଗିରହିଛି। ଏହାର ବିକଳ୍ପ ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। କସ୍ତୁରୀ ବ୍ୟବହାର ନ କରି ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି ଓ ଶ୍ରୀମୁଖ ସିଂହାର। କସ୍ତୁରୀ ବ୍ୟବହାର ହେଉନଥିବାରୁ ଚକାନୟନ ମଳିନ ଦିଶୁଛି ବୋଲି ସେବକମାନେ ଅଭିଯୋଗ କରୁଛନ୍ତି। ଶ୍ରୀମୁଖ ସିଂହାରରେ କସ୍ତୁରୀ ବ୍ୟବହାର କରା ନଗଲେ ଶ୍ରୀଅଙ୍ଗ ପାଇଁ ବିପଦ ସୃଷ୍ଟି ହେବାର ଆଶଂକା ରହିଥିବାର ସେବକମାନେ ମତ ଦେଉଛନ୍ତି।

ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି କରାଯିବା ବିଧି ରହିଛି। ସେଥିପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଁଥ ଅଠା, କସ୍ତୁରୀ, ଚୁଆ ଆଦି ଆବଶ୍ୟକ। କିନ୍ତୁ ବିଗତ ଅନେକ ବର୍ଷ ହେବ ବିନା କସ୍ତୁରୀରେ ମହାପ୍ରଭୁଙ୍କ ବନକଲାଗି କରାଯାଉଛି। ଆବହମାନ କାଳରୁ ନେପାଳ ମହାରାଜା ଶ୍ରୀମନ୍ଦିର ସେବାପୂଜା ପାଇଁ ଆବଶ୍ୟକ କସ୍ତୁରୀ ଯୋଗାଇ ଆସୁଥିଲେ। ଏଥିପାଇଁ ଶ୍ରୀମନ୍ଦିର ବିଧିରେ ବି ନେପାଳ ରାଜାଙ୍କର ସ୍ୱତନ୍ତ୍ର ମାନ୍ୟତା ରହିଥିଲା। କିନ୍ତୁ ଆଇନଗତ ପ୍ରତିବନ୍ଧକ ଦର୍ଶାଇ ନେପାଳ ସରକାର କସ୍ତୁରୀ ଯୋଗାଣ ବନ୍ଦ କରି ଦେଇଥିବାରୁ କସ୍ତୁରୀ ଅଭାବ ଦେଖାଦେଇଛି।

କସ୍ତୁରୀ କହିଲେ, ସଚରାଚର ମୃଗନାଭି କସ୍ତୁରୀକୁ ହିଁ ଆମେ ବୁଝିଥାଉ। ଏହାକୁ ସର୍ବୋତ୍ତମ ଏବଂ ସବୁଠୁ ମୂଲ୍ୟବାନ ସୁଗନ୍ଧିତ ପଦାର୍ଥ ଭାବରେ ବିବେଚନା କରାଯାଏ। ହରିଣର ପେଟ ତଳେ, ନାଭି ଓ ପଛ ଦୁଇଗୋଡ଼ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ଥଳି ଭଳି ଅନ୍ତଃସ୍ରାବୀ ଗ୍ରନ୍ଥୀ ବା ଗ୍ଲାଣ୍ଡ ରହିଥାଏ; ଯାହା ହରିଣୀର କ୍ଷେତ୍ରରେ ନଥାଏ। ଏହି ଥଳିର ବାହାର ଆବରଣରେ ଥାଏ ହରିଣର ଲୋମଶ ଚର୍ମ। ଥଳି ଭିତରେ ରହିଥାଏ ଅନ୍ତଃସ୍ରାବୀ ବହଳିଆ ରସାଳ ପଦାର୍ଥI ବୟସ ବଢ଼ିବା ସହିତ, ଏହି ରସାଳ ପଦାର୍ଥ କ୍ରମଶଃ କଠିନ ହୁଏ, ଯାହାକୁ ଆମେ କହୁ କସ୍ତୁରୀ। ଏହି ଥଳିର ଲମ୍ବ ୩.୦ରୁ ୭.୫ ସେମି ଏବଂ ଚଉଡ଼ା ୨.୫ରୁ ୫.୦ ସେମି। ଲୋମଶ ଚର୍ମ ଭିତରେ କଠିନ ପଦାର୍ଥ ଭାବେ ରୂପାନ୍ତରିତ ହୋଇ ଥଳି ଭଳି ଓହଳି ରହିଥିବା ଗ୍ରନ୍ଥୀ ନିଃସୃତ କସ୍ତୁରୀର ଥାଏ ନିଜସ୍ୱ ନିଆରା ସୁଗନ୍ଧ। ଏହା ସମଗ୍ର ହରିଣ ଗୋଠକୁ ଉନ୍ମାଦିତ କରି ଚାଲିଥାଏ, ଏପରିକି, ନିଜର ପେଟତଳେ ଥିବା ଥଳି ଭିତରେ ଯେ ଏହି ସୁଗନ୍ଧିର ଉତ୍ସ ଲୁଚି ରହିଛି, ଏହା ବୁଝିବାରେ ଅସମର୍ଥ ହୋଇଥାଏ ନିଜେ କସ୍ତୁରୀ ମୃଗ। ଏହି ସୁଗନ୍ଧ ସନ୍ଧାନରେ ସେ ଏହାକୁ ସମଗ୍ର ଜଙ୍ଗଲରେ ଖୋଜି ବୁଲେ। କସ୍ତୁରୀ କେବଳ ପୁରୁଷ ହରିଣ ପାଖରେ ସୃଷ୍ଟି ହୋଇପାରେ। ଏହା ହରିଣୀ ପାଖରେ ସୃଷ୍ଟି ହୁଏନାହିଁ। ବୟସ୍କ ହରିଣର ଥଳି ଭିତରୁ ପ୍ରାୟ ୨୫ରୁ ୩୦ ଗ୍ରାମ ଓଜନର କଠିନ ତଥା ଦାନାଦାର କସ୍ତୁରୀ ମିଳିଥାଏ। କସ୍ତୁରୀ ବାସ୍ନାରେ ବିମୋହିତା ହରିଣୀ ସଙ୍ଗଲାଭ କରିବାକୁ ହରିଣ ପାଖକୁ ଆସି ପ୍ରେମ ନିବେଦନ କରେ। ଦୁର୍ମୂଲ୍ୟ କସ୍ତୁରୀ ଲୋଭରେ ହରିଣଙ୍କୁ ଶିକାର କରାଯାଏ। କେବଳ ‘ହିମାଳୟ କସ୍ତୁରୀ ମୃଗ’ ପ୍ରଜାତିର ହରିଣଙ୍କ ପାଖରେ ଥାଏ କସ୍ତୁରୀ। ଏହି ପ୍ରଜାତିର ମୃଗର ବୖଜ୍ଞାନିକ ନାମ ହେଉଛି ‘ମାସ୍କୁସ୍ କ୍ରାଇସୋଗୋ’। ଏବେ କସ୍ତୁରୀ ମୃଗ ଶିକାର ବେଆଇନ୍।

ଶ୍ରୀମୁଖ ସୁନ୍ଦର ଓ ଉଜ୍ଜଳ ଦେଖାଯିବା ପାଇଁ କସ୍ତୁରୀ ବ୍ୟବହାର ହୋଇଥାଏ ବୋଲି କୁହାଯାଉଥିଲେ ବି ଏହାର ଦେବୋପମ ସୁବାସ ହିଁ ଶ୍ରୀବିଗ୍ରହମାନଙ୍କୁ ଆହ୍ଲାଦିତ କରି ଶ୍ରୀମୁଖରେ ପ୍ରତିଫଳିତ କରୁଥିବାର ବିଶ୍ୱାସ କରାଯାଇ ପାରେ। ଶ୍ରୀମୁଖ ସିଂହାର ପାଇଁ କସ୍ତୁରୀ ବ୍ୟବହାର ହୋଇଥାଏ। ଜ୍ୱରରୁ ଉଠିବା ପରେ ନବଯୌବନ ଦର୍ଶନ ପୂର୍ବରୁ ବନକଲାଗିରେ କସ୍ତୁରୀ ବ୍ୟବହାର ବିଧି ରହିଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କସ୍ତୁରୀ ଯୋଗାଇ ଦେବାରେ ବିଫଳ ହେଉଥିବାରୁ ବାଧ୍ୟବାଧକତାରେ ବିନା କସ୍ତୁରୀରେ ମହାପ୍ରଭୁଙ୍କ ବନକଲାଗି କରାଯାଉଛି।

ଏତେ କଥା କହିଲା ପରେ ଆମେ ନିଶ୍ଚୟ କହିବୁ ଯେ, ଆଗାମୀ ଦିନମାନଙ୍କରେ ଆଉ ମୃଗନାଭି କସ୍ତୁରୀ ମିଳିବାର ସମ୍ଭାବନା ହିଁ ନାହିଁ। ନେପାଳ ନରେଶ କିମ୍ବା ସେଠାକାର ସରକାରଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ସିଂହାର ପାଇଁ ଯୋଗାଇ ଦିଆଯାଉଥିବା କସ୍ତୁରୀ କିଛି ବର୍ଷ ହେଲାଣି ଯୋଗାଣ ବନ୍ଦ ହୋଇଯାଇଛି। ପ୍ରାକୃତିକ ତଥା ସୁଗନ୍ଧିତ ପ୍ରାଣୀଜ କସ୍ତୁରୀର ବିକଳ୍ପ କେବେହେଁ କୃତ୍ରିମ ଉପାୟରେ ପ୍ରସ୍ତୁତ ରସାୟନିକ କସ୍ତୁରୀ ହୋଇ ନପାରେ। ଏଣୁ ଆମକୁ କିଛି ପ୍ରାକୃତିକ ବିକଳ୍ପ ପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ହେବ। ଆମର ସୌଭାଗ୍ୟ ଯେ, ଏପରି କିଛି ଦେବଯୋଗ୍ୟ ବୃକ୍ଷଲତା ପ୍ରକୃତି କୋଳରେ ସୃଷ୍ଟି ହୋଇଛି, ଯାହାର ଅତର ପ୍ରାଣୀଜ-କସ୍ତୁରୀ ଭଳି ସୁବାସିତ। ଏହାକୁ ଆମେ ପ୍ରକୃତିକ କସ୍ତୁରୀର ବିକଳ୍ପ ଭାବେ ବ୍ୟବହାର କରିପାରିବା। ଏହିଭଳି ଏକ ଉଦ୍ଭିଦର ନାମ ଏରିଥ୍ରାନ୍ଥେ ମଶ୍ଚାଟା (Erythranthe moschata) ବା କସ୍ତୁରୀ ଫୁଲ। ‘ମସ୍କ୍ ଦାନା’ ଭାବେ ପରିଚିତ ଆଉ ଗୋଟିଏ ଉଦ୍ଭିଦ ରହିଛି, ଯାହାର ବୈଜ୍ଞାନିକ ନାମ ହେଉଛି ଆବେଲମୋଶସ୍ ମଶ୍ଚାଟସ୍ (Abelmoschus moschatus)। ଆମର ବହୁ ପରିଚିତ ପରିବା ଟମାଟୋ, କ୍ୟାପସିକମ୍ ଓ ଭେଣ୍ଡି ଭଳି ଏହି ଉଦ୍ଭିଦ ମଧ୍ୟ ମାଲଭାସୀ ପରିବାରର ସଦସ୍ୟ। ଏହା ଭାରତ ପରି ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢୁଥିବା ଏପରି ଏକ ଉଦ୍ଭିଦ ଯାହାର ମଞ୍ଜି ମୂଲ୍ୟବାନ ଓ ସୁଗନ୍ଧିତ। ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ କସ୍ତୁରୀର ବାସ୍ନା ଏହା ଅପେକ୍ଷା ବହୁ ନିମ୍ନମାନର ବୋଲି ସମସ୍ତେ ସ୍ୱୀକାର କରନ୍ତି। କସ୍ତୁରୀ ଫୁଲ ବୋଲାଉଥିବା ଏରିଥ୍ରାନ୍ଥେ ମଶ୍ଚାଟା ଗଛର ଫୁଲରେ ଥାଏ ସୁବାସ ଯାହା ଅମଳ ଓ ବ୍ୟବହାର ଯୋଗ୍ୟ ନୁହେଁ। ଏଣୁ, ‘ମସ୍କ୍ ଦାନା’ କୁହା ଯାଉଥିବା ଆବେଲମୋଶସ୍ ମଶ୍ଚାଟସ୍ ଉପରେ ଆମକୁ ଧ୍ୟାନ ଦେବା ଉଚିତ ହେବ।

‘ମସ୍କ୍ ଦାନା’ ଗଛରେ ଫଳୁଥିବା ଓ ଭେଣ୍ଡି ଭଳି ଦେଖା ଯାଉଥିବା ଫଳଭିତରେ ଥିବା ମଞ୍ଜିଗୁଡ଼ିକର ଆବରଣ ବା ବାହାର-ଚୋପାରେ ଭରି ରହିଥାଏ ସୁଗନ୍ଧ ଉପାଦାନ। ଏହି ଉପାଦାନଟି ପାଣିରେ ଅଦ୍ରବଣୀୟ ଏକ ଅତ୍ୟାବଶ୍ୟକ ତୈଳ, ଯାହାର ସୁଗନ୍ଧ ଅତ୍ୟନ୍ତ ସମ୍ଭ୍ରାନ୍ତ, ହୃଦୟଛୁଆଁ ଓ କୋମଳ। ବାଷ୍ପୀୟ ନିପାତନ (ଡିଷ୍ଟିଲେସନ୍) ପ୍ରଣାଳୀରେ ଏହାକୁ ନିଷ୍କାସନ କରାଯାଏ। ଦ୍ୱିତୀୟ ପ୍ରଣାଳୀ ହେଲା ଏକ ରାସାୟନିକ ଦ୍ରବଣ ବ୍ୟବହାର ମାଧ୍ୟମରେ ତୈଳ ନିଷ୍କାସନ।

‘ମସ୍କ୍ ଦାନା’ ହେଲା ଏକ ଔଷଧୀୟ ଉଦ୍ଭିଦ ଯାହାକୁ ଆୟୁର୍ବେଦ ଶାସ୍ତ୍ରରେ ଲଟାକସ୍ତୁରୀ, ସିଦ୍ଧ ଶାସ୍ତ୍ରରେ କାଟୁକୁସ୍ତୁରୀ ଏବଂ ଇଂରାଜୀରେ ଆମ୍ବ୍ରେଟ୍ କୁହାଯାଏ। ଏହାର ପତ୍ର, ଫୁଲ ଏବଂ ମଞ୍ଜି ଖାଦ୍ୟୋପଯୋଗୀ। ଏହାର ଫୁଲ ଏବଂ ମଞ୍ଜି କଞ୍ଚା ଖାଇ ହୁଏ। ଉର୍ବର ଜମିରେ ଏହା ଭଲ ବଢ଼େ ଓ ୨ ମିଟର ଉଚ୍ଚତା ଛୁଏଁ। ଭେଣ୍ଡି ଗଛ ପରି ଏହାର ପତ୍ର ଏବଂ ଫୁଲ ଗୁଡ଼ିକ ସଜ୍ଜିତ। ହଳଦିଆ ଫୁଲଗୁଡ଼ିକର ତଳଅଂଶରେ ବାଇଗଣୀ ଦାଗ ଥାଏ। ଏହି ‘ମସ୍କ୍ ଦାନା’ ହିଁ ମୃଗନାଭି କସ୍ତୁରୀର ବିକଳ୍ପ। ବିଳାସମୟ ସୁଗନ୍ଧିତ ଦ୍ରବ୍ୟ, ପ୍ରସାଧନ ସାମଗ୍ରୀ ଏବଂ ଧୁଆଁପତ୍ରରୁ ପ୍ରସ୍ତୁତ ମସଲା, ପାକ ଦ୍ରବ୍ୟ, ମିଠା, ଦାମୀ ମଦ୍ୟ, ହିଷ୍ଟ୍ରିଆ ରୋଗ ଔଷଧ, କାମୋତ୍ତେଜକ ଔଷଧ ଏବଂ ଦେହମୁଣ୍ଡ ଦରଜ ନିବାରକ ଭାବେ ଏହାର ଅତ୍ୟାବଶ୍ୟକ ତୈଳ ବ୍ୟବହାର କରାଯାଏ। ଆରବ ଦେଶର କିଛି ଲୋକ ଏହାର ମଞ୍ଜିକୁ କଫିମଗ୍ ମଧ୍ୟରେ ପକାଇ ପାନ କରନ୍ତି ଓ ଅପୁର୍ବ ବସ୍ନା ଓ ସ୍ୱାଦ ପାଆନ୍ତି।

ଭାରତ, କଲମ୍ବିଆ, ଇକ୍ୟୁଏଡର୍, ନ୍ୟୁ ଗିନି, ଉତ୍ତର ଅଷ୍ଟ୍ରେଲିଆ, କଲମ୍ବିଆ ଏବଂ ବ୍ରାଜିଲରେ ଏହି ଗଛ ଦେଖା ଯାଇଥାଏ। ଭାରତର ହିମାଳୟର ପାଦଦେଶରେ, ଦାକ୍ଷିଣାତ୍ୟ ରାଜ୍ୟ ଏବଂ କର୍ଣ୍ଣାଟକରେ ମଧ୍ୟ ଦେଖା ଯାଇଥାଏ। ଆଜିକାଲି ଭାରତରେ ‘ମସ୍କ୍ ଦାନା’ ଗଛକୁ ବ୍ୟାବସାୟିକ ଭାବେ ପଞ୍ଜାବ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, କୁମାୟୁନ, ମଧ୍ୟ ପ୍ରଦେଶ, ବିହାର, ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନାରେ ଖରିଫ ଫସଲ ଭାବରେ ଚାଷ କରାଯାଉଛି। ତଥାପି, ଏହାର ମଞ୍ଜିର ଚୋପାରୁ ଆଜିଯାଏ ବାଣିଜ୍ୟିକ ଭିତ୍ତିରେ ଓ ପର୍ଯ୍ୟାପ୍ତ ଭାବରେ ତେଲ ନିଷ୍କାସନ କରାଯାଉ ନାହିଁ। ଆମ ରାଜ୍ୟରେ ଏହା ବାଲିଆ, ଦୋରସା ତଥା ନିଗିଡ଼ା ଜମିରେ ଚାଷ କରାଯାଇ ପାରିବ।

ଖରିଫ ଋତୁରେ ଏହାର ବିହନ ବୁଣାଯାଏ। ବୁଣିବାର ସପ୍ତାହକ ପରେ ଗଜା ବାହାରେ। ଧାଡ଼ି ବୁଣା ଫସଲରେ ଧାଡ଼ି ଦୂରତା ୫୦ ସେମି ଓ ଗଛ ଦୂରତା ୩୦ ସେମି ରହିବା ଆବଶ୍ୟକ। ହେକ୍ଟର ପିଛା ଦେଢ଼ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଫସଲ ଚାଷ ପାଇଁ ଅନାବନା ଘାସ ବଛା, କୋଡ଼ାଖୁସା ଓ ପ୍ରଚୁର ଖତ, ସାର ଆବଶ୍ୟକ। ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ପାକଳ ହୋଇ ଯାଇଥିବା ଫଳ ତୋଳାଯାଏ। ଯେତେବେଳେ ଗଛରେ ରହିଥିବା ତିନି ଚତୁର୍ଥାଂଶ ଫଳ ସବୁଜରୁ ବାଦାମୀ ରଙ୍ଗରେ ପରିଣତ ହୋଇ ଫାଟିବାକୁ ଆରମ୍ଭ କରେ ସେତେବେଳେ ଫସଲ କଟା ଯାଏ। ଅମଳ କଲା ପରେ ମଞ୍ଜିଗୁଡ଼ିକୁ ଛାଇରେ ଶୁଖାଇବା ଆବଶ୍ୟକ। ସାଧାରଣତଃ ହାରାହାରି ମଞ୍ଜି-ଅମଳ ପରିମାଣ ହେକ୍ଟର ପିଛା ୮ କୁଇଣ୍ଟାଲ୍। ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପିଛା ମଞ୍ଜି ଅମଳ ୧୨-୧୫ କୁଇଣ୍ଟାଲ୍ ପର୍ଯ୍ୟନ୍ତ ବଢ଼ି ପାରିବାର ସମ୍ଭାବନା ରହିଛି। ଏକ ହେକ୍ଟର ଜମିରେ ଚାଷ କରିବା ପାଇଁ ମୋଟ ଖର୍ଚ୍ଚ ହୁଏ ପ୍ରାୟ ୨୫ରୁ ୩୦ ହଜାର ଟଙ୍କାI ଫସଲ ବିକ୍ରି ପରେ ହେକ୍ଟର ପ୍ରତି ନିଟ୍ ଆୟ ମିଳେ ପ୍ରାୟ ୭୫ ହଜାର ଟଙ୍କା।

ସୁଗନ୍ଧର ବ୍ୟବହାର ମାନବ ସଭ୍ୟତାର ଆରମ୍ଭରୁ ରହି ଆସିଛି। ସର୍ବପ୍ରଥମ ସୁଗନ୍ଧିତ ଦ୍ରବ୍ୟ ଭାବେ ମାନବ ଫୁଲ, ହଳଦୀ ଏବଂ ମସଲା ବ୍ୟବହାର କରିଥିଲା। ସୁଗନ୍ଧର କାରଣ ଓ ଉତ୍ସ ଖୋଜି ତାହାକୁ ନିଷ୍କାସନ କରିବାର କୌଶଳ ବିକାଶ କଲା। ମନ ମୁତାବକ ଭଳିକି ଭଳି ବାସ୍ନା ଓ ଆବଶ୍ୟକୀୟ ସୁଗନ୍ଧ ପାଇବା ପାଇଁ ବିଭିନ୍ନ ଅତ୍ୟାବଶ୍ୟକ ତେଲକୁ ବିଭିନ୍ନ ଅନୁପାତରେ ମିଶ୍ରଣକରି ଅତର ତିଆରି କରିବା ଶିଖିଲା। ବଢୁଥିବା ଚାହିଦା ପୂରଣ କରିବା ପାଇଁ ପ୍ରାକୃତିକ ଉତ୍ସ କ୍ରମଶଃ ଦୁଷ୍ପ୍ରାପ୍ୟ ହେବାରୁ ସିନ୍ଥେଟିକ୍ ସୁଗନ୍ଧ ପ୍ରସ୍ତୁତି ଉପରେ ଗବେଷଣା ଚାଲିଲା ଓ ଏବେ ପ୍ରକୃତିକ ବିକଳ୍ପ ଉତ୍ସ ସନ୍ଧାନ ଉପରେ ଗବେଷଣା ଚାଲିଛି। ପ୍ରତ୍ୟେକ ଅତରରେ ଗଭୀରତା ଏବଂ ଦୃଢ଼ତା ପ୍ରଦାନ କରୁଥିବା ଏକ ମୂଳ ବାସ୍ନା ଥାଏ। ତାହା ଉପରେ ଆଉ କିଛି ବାସ୍ନାର ଛୁଙ୍କ ଦେଇ ବିଭିନ୍ନତା ଭରା ଭଳି କି ଭଳି ପରଫ୍ୟୁମ୍ ପ୍ରସ୍ତୁତ ହୁଏ। ମସ୍କ ବା କସ୍ତୁରୀ ବାସ୍ନାର ଛୁଙ୍କ ଦିଆ ପରଫ୍ୟୁମ୍ ନିଆରା ପରିଚୟ ସୃଷ୍ଟି କରିଥାଏ। ତେବେ, ରାସାୟନିକ (ସିନ୍ଥେଟିକ୍) କସ୍ତୁରୀ ପରିବେଶ ପ୍ରଦୂଷଣ ସହିତ ଶରୀର ଉପରେ କୁପ୍ରଭାବ ତଥା ତ୍ୱଚାରେ ପ୍ରତିକ୍ରିୟା (ଆଲର୍ଜି) ଏବଂ ହରମୋନ୍ ସନ୍ତୁଳନ ଉପରେ ବ୍ୟାଘାତ ସୃଷ୍ଟି କରୁଥିବାରୁ, ବିକଳ୍ପ ପ୍ରାକୃତିକ ଉତ୍ସ ସନ୍ଧାନରେ ଲାଗିଛନ୍ତି ବୈଜ୍ଞାନିକ ଓ ଗବେଷକ।

ବିଭିନ୍ନ ପ୍ରକାର ସୁଗନ୍ଧିତ ଅତର ଓ ପରଫ୍ୟୁମ୍ ପ୍ରସ୍ତୁତିରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ବାସ୍ନା ମସ୍କ ବା କସ୍ତୁରୀ ହୋଇ ଥିବାରୁ ପ୍ରକୃତିକ କସ୍ତୁରୀର ମୂଲ୍ୟ ସର୍ବାଧିକ ଏବଂ ଏହା ମଧ୍ୟ ଦୁଷ୍ପ୍ରାପ୍ୟ। କସ୍ତୁରୀ ସୁଗନ୍ଧିର ତିନୋଟି ପରିସର ବା ଗୁଣ ଅଛି। ଆମେ ଯେ କୌଣସି ସବୁଠୁ ନାମୀ ଦାମୀ ଅତର କିଣିଲେ, ତାହାର ମୂଳ, ମଧ୍ୟ ଭାଗ କିମ୍ବା ଉପରି ଭାଗରେ ନିଶ୍ଚୟ ରହିଥିବ କସ୍ତୁରୀର ସୁଗନ୍ଧ। ଏଣୁ ପ୍ରାକୃତିକ କସ୍ତୁରୀର ସୁଗନ୍ଧରେ ବିମୋହିତ କରିବାକୁ, ଏହାର ବିକଳ୍ପ ଖୋଜିବା ଉପରେ ବିଶ୍ୱ ଏବେ ଧ୍ୟାନ ଦେଉଛି। ଏହା ଆମର ପରିବେଶର ସୁରକ୍ଷା ପାଇଁ ଜରୁରୀ ଆବଶ୍ୟକ ବୋଲି ମନେ କରାଯାଉଛି। ଅତର ତଥା ସୁଗନ୍ଧିତ ଦ୍ରବ୍ୟ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାମାନେ ଅତୀତରେ ଯେଭଳି ରାସାୟନିକ ବା ସିନ୍ଥେଟିକ୍ ସୁଗନ୍ଧି ଅତର ଉତ୍ପାଦନ କରିବାକୁ ଗବେଷଣା କରୁଥିଲେ ଏବେ ସେହିଭଳି ପ୍ରାକୃତିକ ଉତ୍ସ ସନ୍ଧାନରେ ଲାଗିଛନ୍ତି।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story