ଶାହା କମିଶନ ରିପୋର୍ଟ ତର୍ଜମା କର

ଖଣିଗୁଡ଼ିକରେ ଆଧୁନିକ ଉପାୟରେ ଯେପରି ଖନନ କାର୍ଯ୍ୟ ଚାଲିଛି ସେହି ଅନୁସାରେ କେତେବର୍ଷ ଏହିସବୁ ଖଣି ଚାଲିପାରିବ ତା’ର ଏବେଠାରୁ ଭଲ ଭାବରେ ହିସାବ ହେବା ଦରକାର। ଅଧିକାଂଶ ଖଣି ଅଞ୍ଚଳଗୁଡ଼ିକ ଖଣିଜ ପଦାର୍ଥ ଶେଷ ହୋଇଗଲା ପରେ ସବୁଜ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା କମ୍। ସେଗୁଡ଼ିକ ଭିତରୁ ଅଧିକାଂଶ ମରୁଭୂମିରେ ପରିଣତ ହେବାର ଆଶଙ୍କା ରହିଛି। କାରଣ ଅନେକ ଖଣି ଖୋଳିବା ପାଇଁ ଯେଉଁପରି ଭାବରେ ପାହାଡ଼ ସବୁ ନଷ୍ଟ କରାଯାଉଛି ସେଥିରେ ସେହିସବୁ ସ୍ଥାନରୁ ବରାବର ଆସୁଥିବା ଜଳସ୍ରୋତଗୁଡ଼ିକ ବା ଝରଣାଗୁଡ଼ିକ ବନ୍ଦ ହୋଇଯିବା ନିଶ୍ଚିତ।

Mines Pit

Mines Pit

Debendra Prusty
  • Published: Tuesday, 03 September 2024
  • Updated: 03 September 2024, 12:13 PM IST

Sports

Latest News

ରବି ଦାସ

ଓଡ଼ିଶାରେ ଖଣିଜ ସଂପଦ ଓ ଖଣିଜ ରାଜସ୍ୱ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରମୁଖ ସମ୍ବଳର ସୂତ୍ର ଭାବରେ କାର୍ଯ୍ୟ କରୁଛି। କିନ୍ତୁ ଖଣି ବ୍ୟବସ୍ଥା ଏପରି ଯେ ଏହା ନିର୍ଦ୍ଦିଷ୍ଟ କିଛି ସମୟ ଭିତରେ ବର୍ତ୍ତମାନ ସ୍ତରରେ ହେଉଥିବା ଖନନ କାର୍ଯ୍ୟ ଚାଲିଲେ ଶେଷ ହେବାକୁ ଅଧିକ ସମୟ ଲାଗିବ ନାହିଁ।

ଓଡ଼ିଶାରେ ଯେତେବେଳେ ବେଆଇନ୍ ଖଣି କାରବାର ଚରମ ପର୍ଯ୍ୟାୟରେ ଥିଲା ଓ ସେହି ଅନୁସାରେ ରାଜ୍ୟର ରାଜସ୍ୱ ଆଦାୟ ହେଉନଥିଲା ସେତେବେଳେ ଖଣିଜ ସଂପଦର ଭବିଷ୍ୟତ ନେଇ ଓଡ଼ିଶା ଜନସମ୍ମିଳନୀ ପକ୍ଷରୁ ଏକ ଆଲୋଚନା କରାଯାଇଥିଲା। ସେହି ସମୟରେ ଏହି ବେଆଇନ୍ ଖଣି କାରବାର ସଂକ୍ରାନ୍ତରେ ଅର୍ଥାତ୍ ୨୦୦୯-୧୦ରେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଜରିଆରେ ଆପତ୍ତି ଉଠାଯାଇଥିଲା। ସେଥିରେ ରାଜ୍ୟରେ ଚାଲିଥିବା ବ୍ୟାପକ ବେଆଇନ୍ ଖଣି କାରବାର ଓ ଲିଜଧାରୀମାନଙ୍କୁ ବିନା କାଗଜପତ୍ରରେ ଏପରିକି କୌଣସି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନଥାଇ ଲିଜ୍ ନବୀକରଣ କାର୍ଯ୍ୟ କରାଯାଉଥିଲା। କେବଳ ଜଙ୍ଗଲ ଅଞ୍ଚଳ ପାଇଁ ଲିଜଧାରୀମାନେ ବନୀକରଣ ନିମନ୍ତେ କିଛି ଅର୍ଥ ଜମା କରୁଥିଲେ। କିନ୍ତୁ ଗ୍ରାମ୍ୟ ଜଙ୍ଗଲଗୁଡ଼ିକୁ ଯେଉଁଗୁଡ଼ିକ କି ବାସ୍ତବରେ ଜଙ୍ଗଲ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଥିଲେ ତାହା ଉପରେ ଲିଜଧାରୀମାନେ କୌଣସି ଅର୍ଥ ଦେଉନଥିଲେ।

ସୁପ୍ରିମକୋର୍ଟରେ ପିଟିସନ୍ ପରେ ଓଡ଼ିଶାରେ ଚାଲିଥିବା ବେଆଇନ୍ ଖଣି କାରବାରକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଦର୍ଶାଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏଥିରେ ରାଜି ହୋଇନଥିଲେ। ଯେଉଁ ଗ୍ରାମ୍ୟ ଜଙ୍ଗଲଗୁଡ଼ିକୁ ଲିଜଧାରୀମାନେ ବ୍ୟବହାର କରି ଖନନ କାର୍ଯ୍ୟ କରୁଥିଲେ ତାହା ଉପରେ ମଧ୍ୟ ତୁରନ୍ତ ଅର୍ଥ ଜମା କରିବା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସିଇସି ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଜଙ୍ଗଲ ବିଭାଗ ସହିତ ପରିବେଶ ସଂକ୍ରାନ୍ତୀୟ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନ ଭାବରେ ବିଚାର କରାଯାଉଥିଲା, ତେଣୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ବେଆଇନ୍ ଖଣି କାରବାର ସଂକ୍ରାନ୍ତରେ ସୁପ୍ରିମକୋର୍ଟକୁ ଉତ୍ତର ଦେବା ପୂର୍ବରୁ ଭାରତର ଗୋଆ ସମେତ ଓଡ଼ିଶାରେ ହେଉଥିବା ଲୁହାପଥର ଓ ମାଙ୍ଗାନିଜ୍ ଖଣି ବିଷୟରେ ବେଆଇନ୍ କାରବାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଏମ. ବି. ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଟି କେନ୍ଦ୍ର ସରକାର ନିଯୁକ୍ତ କରିଥିଲେ। ଏହି କମିଟି ବାରମ୍ବାର ଓଡ଼ିଶାକୁ ଆସି ବେଆଇନ୍ ଖଣିଜ କାରବାର ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମତ ନେବା ସହିତ ଗୋଟି ଗୋଟିକରି ବଡ଼ବଡ଼ ୧୪ଟି ଲୁହାପଥର ଖଣି ମାଲିକଙ୍କଠାରୁ ତଥ୍ୟ ନେବା ସହିତ ଘଟଣାସ୍ଥଳଗୁଡ଼ିକୁ ଯାଇ ତଦନ୍ତ କରିଥିଲେ। କମିଶନ ଓଡ଼ିଶାର ବେଆଇନ୍ ଖଣି ସଂକ୍ରାନ୍ତରେ ତଥ୍ୟ ରଖିଥିବା ନାଗରିକ ସମାଜର ବିଭିନ୍ନ ଲୋକମାନଙ୍କ ଠାରୁ ମଧ୍ୟ ସାକ୍ଷ୍ୟ ଗ୍ରହଣ କରିଥିଲେ।

କମିଶନଙ୍କ ବାରମ୍ବାର ଗସ୍ତ ଓ ତଦନ୍ତ ପରେ ଏକ ଦୀର୍ଘ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ସେହି ରିପୋର୍ଟରେ ରାଜ୍ୟ ସରକାର ନିଜ ଆଡୁ ୭୦ ହଜାର କୋଟି ଟଙ୍କାର ବେଆଇନ୍ ଖଣି କାରବାର ହୋଇଥିବା ସଂକ୍ରାନ୍ତରେ ଦେଇଥିବା ତଥ୍ୟକୁ ଉଦ୍ଧାର କରି ଯେଉଁ ୧୪ଟି ବଡ଼ବଡ଼ ଖଣି କମ୍ପାନୀ ଏହିସବୁ କାର୍ଯ୍ୟ କରିଛନ୍ତି ସେଗୁଡ଼ିକ ଉପରେ ଓ ସେମାନଙ୍କୁ ସାହାଯ୍ୟ କରିଥିବା ଜଙ୍ଗଲ ଓ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେଇ ବସି ରହିଥିବା ସମୟରେ ୨୦୧୪ରେ ଦିଲ୍ଲୀରେ କ୍ଷମତାର ପରିବର୍ତ୍ତନ ହୋଇ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଷ୍ଠିତ ହେଲା। ସେହି ସରକାର ଏକ ନୂଆ ଖଣି ନୀତି ଆଣି ସମସ୍ତ ଖଣି କେବଳ ନିଲାମୀ ଆଧାରରେ ଦିଆଯିବ ବୋଲି ଆଇନ୍ ପ୍ରଣୟନ କଲେ। ରାଜ୍ୟମାନେ କେନ୍ଦ୍ରୀୟ ଆଇନ୍ ଏମ୍ଏମଡିଆର ବ୍ୟବସ୍ଥାରେ ତା’ର ଅଧିନିୟମ କରିବା ଦାୟିତ୍ୱ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଧରି ନେଇଥିଲେ ଯେ ନିଲାମୀ ବ୍ୟବସ୍ଥା ସହିତ ରାଜ୍ୟ ସରକାରମାନଙ୍କୁ ନିଜସ୍ୱ ଅଧିନିୟମ କରିବା ପାଇଁ ଯେଉଁ ଅଧିକାର ଦିଆଯାଇଛି ସେଥିରେ ବେଆଇନ୍ ଖଣି ଖନନ, ପରିବହନ ଓ ସଂରକ୍ଷଣକୁ ରାଜ୍ୟମାନେ ମଜଭୁତ କରିପାରିବେ।

ଓଡ଼ିଶାରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି କାରବାର ସଂକ୍ରାନ୍ତରେ ଜଷ୍ଟିସ୍ ଶାହା କମିଶନ ଯେଉଁ ସୁପାରିସ କରିଥିଲେ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ‘କମନ୍ କଜ୍’ ପକ୍ଷରୁ ସୁପ୍ରିମକୋର୍ଟର ଆଶ୍ରୟ ନିଆଯାଇଥିଲା। ସେତେବେଳେ ସୁପ୍ରିମକୋର୍ଟ ପୂର୍ବ ପିଟିସନ୍ ଓ କମନ୍ କଜର ଯୁକ୍ତିକୁ ଗ୍ରହଣ କରି ବେଆଇନ୍ ଖଣି ଉପରେ ଖଣି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସେହି ପରିମାଣର ଅର୍ଥ ଜରିମାନା ଆକାରରେ ଖଣି କମ୍ପାନୀମାନେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶାହା କମିଶନ ଆଗରେ ରାଜ୍ୟ ସରକାର ୭୦ ହଜାର କୋଟି ଟଙ୍କାର ବେଆଇନ୍ ଖଣି କାରବାର ହୋଇଥିବା ନେଇ ଯେଉଁ ତଥ୍ୟ ଦେଇଥିଲେ ତାହାକୁ ଖଣି କମ୍ପାନୀମାନେ ବିରୋଧ କରିବାରୁ ସୁପ୍ରିମକୋର୍ଟ ଏହାର ପ୍ରକୃତ ତଦନ୍ତ ନିମନ୍ତେ ସିଇସିକୁ ନିର୍ଦ୍ଦେଶ ଦେଇଥିଲେ। ସିଇସି ରାଜ୍ୟକୁ ଆସି ସରକାର ଓ ଖଣି କମ୍ପାନୀମାନଙ୍କ ସହିତ ଆଲୋଚନା ପରେ ଏହି ବେଆଇନ୍ ଖଣି କାରବାରକୁ ୨୭ ହଜାର କୋଟି ଟଙ୍କାରେ ସୀମିତ କରିଦେଲେ। ଯେଉଁ ଖଣି କମ୍ପାନୀ ଯେତିକି ବେଆଇନ୍ କାରବାର କରିଛନ୍ତି ସେହି ଅନୁସାରେ ସେମାନଙ୍କ ଠାରୁ ଅର୍ଥ ଆଦାୟ ହେବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଲେ। ସେହି ଅର୍ଥ କିପରି ଖର୍ଚ୍ଚ ହେବ ଓ ବିଶେଷ ଭାବରେ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଖର୍ଚ୍ଚ ହେବ ସେଥିପାଇଁ ସ୍ୱତନ୍ତ୍ର କମିଟି ବ୍ୟବସ୍ଥା କରିବାକୁ କହିଥିଲେ।

ସେହି ଅନୁସାରେ ରାଜ୍ୟ ସରକାର ପ୍ରାୟ ୧୫ ହଜାର କୋଟି ଟଙ୍କା ଖଣି କମ୍ପାନୀମାନଙ୍କ ଠାରୁ ଆଦାୟ କରିଥିଲେ ମଧ୍ୟ ବାକି ଅର୍ଥ ଅନେକ କମ୍ପାନୀମାନଙ୍କ ଠାରୁ ଏବେ ବି ଆଦାୟ ହୋଇନାହିଁ। କିନ୍ତୁ ରାଜ୍ୟରେ ଏହି ବେଆଇନ୍ ଖଣି କାରବାର ପାଇଁ ଯେଉଁ ଲିଜଧାରୀ, ଜଙ୍ଗଲ ବିଭାଗ ଅଧିକାରୀ, ପରିବହନ ଅଧିକାରୀ, ଖଣି ବିଭାଗ କର୍ମକର୍ତ୍ତା, ପରିବେଶ ବିଭାଗର ଅଧିକାରୀଙ୍କ ସହିତ ଜିଲ୍ଲାପାଳ ଓ ପୁଲିସ ଅଧିକାରୀମାନେ ଏଥିରେ ସହଯୋଗ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶାହା କମିଶନ ଯେଉଁ ସିବିଆଇ ତଦନ୍ତ କଥା କହିଥିଲେ ତାହାକୁ ସମସ୍ତେ ଭୁଲିଗଲେ। ଯେଉଁ ଅଧିକାରୀମାନେ ଏତେ ବ୍ୟାପକ ବେଆଇନ୍ ଖଣି କାରବାରକୁ ସହଯୋଗ କରି ରାଜ୍ୟର ବିପୁଳ କ୍ଷତି ଘଟାଇଥିଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏପରିକି ଖଣି ମାଲିକମାନଙ୍କ ବିରୋଧରେ ମଧ୍ୟ କୌଣସି ଅପରାଧମୂଳକ କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ଓଡ଼ିଶାରେ ଗତ ସରକାରର ଖଣି ମାଲିକମାନଙ୍କ ଓ ପୂର୍ବ ଅଧିକାରୀମାନଙ୍କ ସହିତ ଘନିଷ୍ଠତା ରହିଥିବା ଯୋଗୁ ଏତେବଡ଼ ଅପରାଧ ଉପରେ ପ୍ରକୃତ କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ଯେହେତୁ ରାଜ୍ୟରେ ୨୪ ବର୍ଷ ପରେ କ୍ଷମତାରେ ପରିବର୍ତ୍ତନ ହୋଇଛି ଓ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ନୂଆ ସରକାର ପ୍ରତିଷ୍ଠା ହୋଇଛି ସେହି ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକ ବୋଲି ଅନେକ ଅନୁଭବ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ଯେ ଶାହା କମିଶନ ରିପୋର୍ଟ ଉପରେ ସୁପ୍ରିମକୋର୍ଟ ୨୦୧୭ରେ ସେମାନଙ୍କ ରାୟ ପ୍ରକାଶ କରିବା ସମୟରେ ବେଆଇନ୍ ଖଣି ପାଇଁ ଖଣି ମାଲିକମାନଙ୍କ ଉପରେ ଆଇନ୍ ଅନୁସାରେ ଜରିମାନା ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ ଏହି ରାୟରେ ସିବିଆଇ ତଦନ୍ତ ପାଇଁ କୌଣସି ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ରାଜ୍ୟ ପାଇଁ ମୁଖ୍ୟକଥା ହେଉଛି, ରାଜ୍ୟର ଏହି ବିପୁଳ ଖଣିଜ ସଂପଦ ନିଶ୍ଚିତ ଭାବରେ ଧୀରେ ଧୀରେ ଶେଷ ହୋଇଯିବ। ତେଣୁ ଏହି ଖଣିଜ ସଂପଦକୁ ସଂରକ୍ଷଣ ରଖିବା ସହିତ ବେଆଇନ୍ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଅତି ଜରୁରୀ। ଓଡ଼ିଶାର ବିସ୍ତୃତ କୋଇଲା ଖଣିଗୁଡ଼ିକ ଅତି ଦୃତଗତିରେ ନିଲାମୀ ମାଧ୍ୟମରେ ଏବେ ଲିଜ୍ ଦିଆଯାଉଛି। କାରଣ କେନ୍ଦ୍ର ସରକାର ଆନ୍ତର୍ଜାତିକ ଫୋରମରେ ରାଜି ହୋଇଛନ୍ତି ୨୦୭୦ ପରେ ଭାରତ ଆଉ କୋଇଲା ବ୍ୟବହାର କରିବ ନାହିଁ। କାରଣ କୋଇଲା ଦ୍ୱାରା ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପ ଉତ୍ପାଦନ ଫଳରେ ତାହା ପରିବେଶ ଓ ଜଳବାୟୁ ଉପରେ ଗଭୀର ପ୍ରଭାବ ପକାଉଛି। କିନ୍ତୁ କୋଇଲା ଅଧିକୃତ ଅଧିକାଂଶ ଜମି ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ବା ଚାଷ ଜମି ଭାବରେ ବ୍ୟବହୃତ ହେଉଛି। ସମସ୍ତ କୋଇଲା ଖଣି ଲିଜ୍ ଦିଆଯିବା ପରେ ସେହି ଅନୁସାରେ ଜଙ୍ଗଲ ସଂପଦ ନଷ୍ଟ ସହିତ ଅନେକ ଚାଷ ଜମି ଚାଲିଯିବ।

ଲୁହାପଥର, ମାଙ୍ଗାନିଜ୍ ଓ ବକ୍ସାଇଟ୍ ପ୍ରଭୃତି ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟା ମଧ୍ୟ ଓଡ଼ିଶାରେ ଗତ କିଛିବର୍ଷ ଭିତରେ ବେଶ ତ୍ୱରାନ୍ୱିତ ହୋଇଛି। ଏହି ସମସ୍ତ ଖଣିଗୁଡ଼ିକରେ ଆଧୁନିକ ଉପାୟରେ ଯେପରି ଖନନ କାର୍ଯ୍ୟ ଚାଲିଛି ସେହି ଅନୁସାରେ କେତେବର୍ଷ ଏହିସବୁ ଖଣି ଚାଲିପାରିବ ତା’ର ଏବେଠାରୁ ଭଲ ଭାବରେ ହିସାବ ହେବା ଦରକାର। ଅଧିକାଂଶ ଖଣି ଅଞ୍ଚଳଗୁଡ଼ିକ ଖଣିଜ ପଦାର୍ଥ ଶେଷ ହୋଇଗଲା ପରେ ସବୁଜ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା କମ୍। ସେଗୁଡ଼ିକ ଭିତରୁ ଅଧିକାଂଶ ମରୁଭୂମିରେ ପରିଣତ ହେବାର ଆଶଙ୍କା ରହିଛି। କାରଣ ଅନେକ ଖଣି ଖୋଳିବା ପାଇଁ ଯେଉଁପରି ଭାବରେ ପାହାଡ଼ ସବୁ ନଷ୍ଟ କରାଯାଉଛି ସେଥିରେ ସେହିସବୁ ସ୍ଥାନରୁ ବରାବର ଆସୁଥିବା ଜଳସ୍ରୋତଗୁଡ଼ିକ ବା ଝରଣାଗୁଡ଼ିକ ବନ୍ଦ ହୋଇଯିବା ନିଶ୍ଚିତ। ଏହିସବୁ ଦିଗକୁ ଦୃଷ୍ଟି ଦେଇ ଓଡ଼ିଶାରେ କେତେ ଅଞ୍ଚଳ, ଜଙ୍ଗଲ, ଚାଷ ଜମି ଏଥିରେ ନଷ୍ଟ ହେଲାଣି ଓ ଭବିଷ୍ୟତରେ କେତେ ନଷ୍ଟ ହେବ ତା’ର ଏକ ହିସାବ ଏବେଠାରୁ ପ୍ରସ୍ତୁତ ହେବା ଦରକାର। ଖଣି ରାଜସ୍ୱ ସହିତ ରାଜ୍ୟର ଭବିଷ୍ୟତ ବିଷୟରେ ସମସ୍ତେ ଅବଗତ ହେଲେ ହିଁ ରାଜ୍ୟ ସରକାର ଖଣି ସଂପଦର ସଂରକ୍ଷଣ ଦିଗରେ ଯତ୍ନବାନ ହୋଇପାରିବେ। କିନ୍ତୁ ଯେଉଁମାନେ ବେଆଇନ୍ ଖଣି କାରବାର ଦ୍ୱାରା ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ରାଜ୍ୟ ପାଇଁ କରିବା ସହିତ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଏକ ଭଲ ସଂକେତ ପ୍ରଦାନ କରିନାହିଁ। ବର୍ତ୍ତମାନ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟର ପ୍ରସଂଗଗୁଡ଼ିକ ଅନୁଧ୍ୟାନ କରି ଯଦି ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ତେବେ ତାହା ଏ ସଂକ୍ରାନ୍ତରେ ଥିବା ସବୁ ଅଧିକାରୀଙ୍କ ପାଇଁ ଏକ ସତର୍କ ସୂଚନା ହେବ।

ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story