ସୁବିଧାଜନକ ସ୍ଥିତିରେ ନବୀନଙ୍କ ବିଜେଡି

ବିଜେଡି ଏହିପରି ସୁବିଧାଜନକ ସ୍ଥିତିରେ ଅଛି; କାରଣ ଓଡ଼ିଶା ପ୍ରଦେଶରେ ଏହା ଏକ ଆଞ୍ଚଳିକ ଦଳ। ଜାତୀୟ ରାଜନୀତିରେ ବିଜୁ ଜନତା ଦଳ ରାଜଧାନୀ ଦିଲ୍ଲୀରେ ଘଟୁଥିବା ଘଟଣାବଳୀ ବିଷୟରେ ଅଧିକ ଚିନ୍ତା ନକରି ନିଜର ଦଳୀୟ ସ୍ୱାର୍ଥରେ ନିଷ୍ପତ୍ତି ନେବାକୁ ସ୍ୱାଧୀନ। ଏହା ଏପରି ଏକ ସୁଯୋଗ, ଯାହା କେବଳ ଏକ ଆଞ୍ଚଳିକ ଦଳ ଉପଭୋଗ କରିଥାଏ। ଏହାର ଭରପୂର ଉପଯୋଗ କରୁଛି ବିଜୁ ଜନତା ଦଳ।

BJD Symbol

BJD Symbol

Debendra Prusty
  • Published: Wednesday, 06 September 2023
  • Updated: 06 September 2023, 03:06 PM IST

ଲୋକସଭା ପାଇଁ ଆଗୁଆ ନିର୍ବାଚନ ଘୋଷଣା କରାଯାଇପାରେ - ଏଭଳି ଏକ ସମ୍ଭାବନାକୁ ନେଇ ରାଜନୈତିକ ଦଳ ଓ ଗୋଷ୍ଠୀମାନେ ଏବେ ଅଡୁଆ ସୂତାରେ ଗୁଡ଼େଇ ହୋଇଗଲା ଭଳି ପରିସ୍ଥିତିରେ ପଡ଼ିଛନ୍ତି। ସଂସଦର ନିମ୍ନ ଗୃହପାଇଁ ଶୀଘ୍ର ମତଦାନ ହେଲେ, ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ଏକ ସମୟରେ ହେବାର ସମ୍ଭାବନା ରହିଛି। ଏହାର ଅନେକ କାରଣ ଅଛି। ବୋଧହୁଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମୁଖ୍ୟମନ୍ତ୍ରୀ, ଯେ କି ଏକକାଳୀନ ଲୋକସଭା ତଥା ବିଧାନସଭା ନିର୍ବାଚନ ସପକ୍ଷରେ ବାରମ୍ବାର କହି ଆସିଛନ୍ତି। ଏପରି ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେଲେ ବହୁ ଅନାବଶ୍ୟକ ଖର୍ଚ୍ଚ କମିଯିବ ଓ ଦେଶର ଅର୍ଥ ସଞ୍ଚୟ କରାଯାଇ ପାରିବ। ଏକକାଳୀନ ମତଦାନ ସପକ୍ଷରେ ସେ ପ୍ରଥମେ ସ୍ପଷ୍ଟ ମତ ରଖିଥିବାରୁ ଓ ଏହାକୁ ସମର୍ଥନ କରିଥିବାରୁ ଦେଶବାସୀ ତାଙ୍କୁ ଧନ୍ୟବାଦ ଦେଲେ କିଛି ଭୁଲ ହେବନାହିଁ।

ଏକକାଳୀନ ମତଦାନ ସପକ୍ଷରେ ଅନ୍ୟ ଏକ କାରଣ ମଧ୍ୟ ଅଛି; ଯାହା କେବଳ ନିଛକ ରାଜନୈତିକ। ଏକକାଳୀନ ନିର୍ବାଚନ କରାଗଲେ, ନିର୍ବାଚନ-ପ୍ରଚାର ସହଜ ହୋଇଥାଏ। ଶାସକ ଦଳ ସପକ୍ଷରେ ଉଭୟ ସଂସଦ ଓ ବିଧାନସଭା ଆସନରେ ବିଜୟ ସମ୍ଭାବନା ବଢିଥାଏ। ସଂସଦୀୟ ମତଦାନ ପାଇଁ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସମୟରେ ସାଧାରଣତଃ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ମୁଖ୍ୟ, ରାଜ୍ୟ ପ୍ରସଙ୍ଗ ଗୌଣ ହେଉଥିଲେ ହେଁ ଏକକାଳୀନ ନିର୍ବାଚନ ହେଲେ ସମାନ ପ୍ରସଙ୍ଗ ଊଣା ଅଧିକେ ରହିବା ସହ ରାଜ୍ୟ ପ୍ରସଙ୍ଗ ମଧ୍ୟ ମତଦାତାଙ୍କୁ ପ୍ରଭାବିତ କରିଥାଏ। ତେଣୁ, ରାଜ୍ୟରେ ଥିବା ଶାସକ ଦଳର ରଣନୀତିଜ୍ଞ ଏବଂ ନେତାମାନଙ୍କ ପାଇଁ ରାଜନୈତିକ ପାଣିପାଗ ସୁବିଧା ଆକଳନ ଆଧାରରେ ନିର୍ବାଚନ ପ୍ରଚାରକୁ ସହଜ, ସୁଗମ ତଥା ପ୍ରଭାବୀ କରାଯିବା ସମ୍ଭବ ହୁଏ।

ଆଜି ଓଡ଼ିଶାର ଯେଉଁ ଦଳଙ୍କୁ ପଚାରିବେ ସେମାନେ କହୁଛନ୍ତି ଯେ, ନିର୍ବାଚନ ଯେବେ ବି ହେଉ, ସେମାନେ ପ୍ରସ୍ତୁତ ଅଛନ୍ତି। ଏବେ ରାଜ୍ୟର ପ୍ରତ୍ୟେକ ଦଳ ନିର୍ବାଚନ ମୁହାଁ ହୋଇ ଯାଇଛନ୍ତି। ଯୋଜନାମାନ ପ୍ରସ୍ତୁତ କରାଯାଉଛି, ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ହେଉଛି, ରଣନୀତି ପ୍ରସ୍ତୁତ କରାଯାଉଛି ଏବଂ କେତେକ କ୍ଷେତ୍ରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାର ଏକମାତ୍ର କାରଣ ହେଉଛି ଯେ ଆସନ୍ତା ୨୦୨୪ ନିର୍ବାଚନ ହେବାକୁ ଯାଉଛି ଅସାଧାରଣ ନିର୍ବାଚନ। ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ ସ୍ଥିର କରିବ ନାହିଁ ବରଂ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ଐତିହାସିକ ନିର୍ବାଚନ ଭାବେ ପ୍ରମାଣିତ ହେବ।

ଓଡ଼ିଶାରେ ଦୀର୍ଘ କାଳ ଧରି ଶାସନ କ୍ଷମତା ଅକ୍ତିଆର କରି ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆସନ୍ତା ନିର୍ବାଚନରେ ବିଜୟ ହେବ ଲଗାତାର ଷଷ୍ଠ। ସୃଷ୍ଟି ହେବ ଏକ ନୂତନ ଜାତୀୟ କୀର୍ତ୍ତିମାନ ଏବଂ ତାଙ୍କୁ ଦେଶର ସର୍ବାଧିକ କାଳଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କରିବ ମହିମାମୟ। ସେ ଓଡ଼ିଶା କାହିଁକି, ସମଗ୍ର ଦେଶରେ ସ୍ଥାପିତ ପୂର୍ବ ଇତିହାସ ପୃଷ୍ଠାରେ ଲିପିବଦ୍ଧ ଅନେକ କୀର୍ତ୍ତିଫଳକ ଅତିକ୍ରମ କରି ସାରିଛନ୍ତି। ତାଙ୍କର ସଫଳତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିଜୁ ଜନତା ଦଳ (ବିଜେଡି)କୁ ଓଡ଼ିଶା ଇତିହାସରେ ସବୁଠାରୁ ସଫଳ ଆଞ୍ଚଳିକ ଦଳ ଭାବେ ସୁପ୍ରତିଷ୍ଠିତ କରିବାର ଶ୍ରେୟ ହିଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ପିତା ସ୍ୱର୍ଗୀୟ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ; ଯାହା ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ବିଜୁଙ୍କ ସୁଯୋଗ୍ୟ ଦାୟାଦ ନବୀନ ବିଜେଡି ଦଳର ପ୍ରତିଷ୍ଠାତା ସଭାପତି ଭାବେ ଯେଉଁ ପ୍ରକାରର ସଫଳତା ହାସଲ କରିପାରିଛନ୍ତି, ନିଜର ଜୀବଦ୍ଦଶାରେ ତାହାର କାଣିଚାଏ ସଫଳତା ହାସଲ କରିବାରେ ବିଫଳ ହୋଇଥିଲେ ବିଜୁବାବୁ।

ବାସ୍ତବତା ଏଇଆ ଯେ ଆଜି ବିଜେଡି କେବଳ ଓଡ଼ିଶାର ସବୁଠାରୁ ଅଧିକ ପ୍ରାଧାନ୍ୟ ଲାଭ କରିଥିବା ରାଜନୈତିକ ଶକ୍ତି ଭାବେ ନୁହେଁ, ବରଂ ଏହା ଜାତୀୟ ସ୍ତରରେ ମଧ୍ୟ ଏକ ଶକ୍ତିଭାବେ ନିଜକୁ ପରିଚିତି ପ୍ରଦାନ କରିବାରେ ସମର୍ଥ ହୋଇଛି। ସମୟର କଷଟି ପଥରରେ ଉତ୍ତୀର୍ଣ୍ଣ ପରିପକ୍ୱ ରାଜନେତା ନବୀନ ପଟ୍ଟନାୟକ ଅନ୍ୟମାନଙ୍କ ଅପେକ୍ଷା ଭଲ ଭାବରେ ଉପଲବ୍ଧି କରି ସାରିଛନ୍ତି ଯେ ସ୍ୱାଧୀନ ଭାରତର ଗଣତନ୍ତ୍ର ମଧ୍ୟରେ ମିଳିତ ରାଜନୀତିର ଯୁଗ ଆରମ୍ଭ ହୋଇ ସାରିଛି; ଯେଉଁଠି ଆଞ୍ଚଳିକ ଦଳମାନଙ୍କର ରହିଛି ସ୍ୱତନ୍ତ୍ର ଗୁରୁତ୍ୱ। ସେମାନଙ୍କୁ ଅଣଦେଖା କରିବାକୁ କୌଣସି ରାଷ୍ଟ୍ରୀୟ ଦଳ ସକ୍ଷମ ନୁହଁନ୍ତି। କେନ୍ଦ୍ରରେ ରାଜନୈତିକ ପରିସ୍ଥିତି ଏପରି ଯେ ଦିଲ୍ଲୀରେ ଭାରତୀୟ ଜନତା ଦଳ ନେତୃତ୍ୱରେ ଗଠିତ ଏନଡିଏ ସରକାର ମାତ୍ର ୧୨ ଜଣ ଲୋକସଭା ସାଂସଦ ଏବଂ ୯ ଜଣ ରାଜ୍ୟସଭା ସାଂସଦ ବିଶିଷ୍ଟ ବିଜୁ ଜନତା ଦଳ (ବିଜେଡି) ଭଳି ଦଳର ସମର୍ଥନକୁ ନିର୍ମାଲ୍ୟ ପରି ଜ୍ଞାନ କରିବାକୁ ବାଧ୍ୟ, ତାଙ୍କ ବିନା କିଛି କରିପାରିବେ ନାହିଁ।

ଜାତୀୟ ସ୍ତରରେ ଯେପରି ଘଟଣାମାନ ଘଟି ଚାଲିଛି, ସେଥିସହିତ ଖାପ ଖୁଆଇ ନିଜର ସ୍ୱାର୍ଥ ପୂରଣ ପାଇଁ ତଥା ପ୍ରାଧାନ୍ୟ ବିସ୍ତାର କରିବାକୁ ଛୋଟ, ବଡ଼ ଆଞ୍ଚଳିକ ଦଳଗୁଡ଼ିକ ପ୍ରୟାସ କରୁଛନ୍ତି। ଡିଏମକେ, ଏଆଇଡିଏମକେ ଏବଂ ବିଆରଏସ ପରି ଦକ୍ଷିଣ ଭାରତୀୟ ଆଞ୍ଚଳିକ ଦଳ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟାନାର୍ଜୀଙ୍କ ଟିଏମସି ଏବେ ଏହି ପରିସ୍ଥିତିର ସୁଯୋଗ ନେଇ ନିଜକୁ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ପ୍ରତିଷ୍ଠିତ କରିବାରେ ଲାଗିଛନ୍ତି। କେନ୍ଦ୍ରରେ ଶାସନ କରୁଥିବା ତଥା ସେମାନଙ୍କୁ ବିରୋଧ କରୁଥିବା ନେତାମାନଙ୍କ ପାଇଁ ସେମାନେ ପାଲଟିଛନ୍ତି ଶକ୍ତିଶାଳୀ ଆହ୍ୱାନ।

ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ଭଳି ଉଚ୍ଚାରଣରେ ସମଦୂରତ୍ୱ ଓ ଆଚରଣରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା ଦଳର ସମର୍ଥନକୁ ଗୁରୁତ୍ୱ ଦେଉଛନ୍ତି। କାହିଁକି ନା, ବିଜେଡି ଭଳି ଆଞ୍ଚଳିକ ଦଳ ଭାରତୀୟ ଜନତା ଦଳକୁ ସଂସଦରେ ଭରପୂର ସମର୍ଥନ ଦେଇଆସିଛି। ମୋଦୀ ମଧ୍ୟ ବିଜୁ ଜନତା ଦଳର ସର୍ବମୟ କର୍ତ୍ତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଓ ଇସାରାକୁ ଆବଶ୍ୟକୀୟ ସମ୍ମାନ ଓ ଗୁରୁତ୍ୱ ଦେଉଥିବାର ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘୀୟ ଗଣତନ୍ତ୍ର ଓ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ପାଣି ଗୋଳିଆ ନକରି ଓ ପରସ୍ପର ଉପରକୁ କାଦୁଅ ନଫିଙ୍ଗି ନୀରବରେ ନିଜର ରାଜନୈତିକ ସୂଚୀକୁ ଅତି ସୁନ୍ଦର ଢଙ୍ଗରେ ପରିଚାଳନା କରୁଥିବାର ଦେଖାଦେଉଛି।

ନବୀନଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସେ ରାଜନୈତିକ ନନ୍ଦିଘୋଷର ରଥ ଦଉଡ଼ି ଧରିବା ପରେ ପରେ ଶୀଘ୍ର ରଥଟଣା ଶିଖିଗଲେ। ତାଙ୍କର ରହିଛି ଦୀର୍ଘ ୨୬ ବର୍ଷର ରାଜ୍ୟ ଓ ଦଳ ପରିଚାଳନା କରିବାର ଅଭିଜ୍ଞତା। ସେ ବର୍ତ୍ତମାନ ସହଜରେ ଯେ କୌଣସି ପରିସ୍ଥିତିକୁ ସାମନା କରି ପ୍ରସ୍ତୁତ ରହିବାରେ ଅଭିଜ୍ଞ ଏବଂ ସଠିକ୍ ନିର୍ଣ୍ଣୟ ନେବାରେ ଧୂରୀଣ। ଏହି ଅନୁଭୂତି ହିଁ ତାଙ୍କୁ ରାଜ୍ୟରେ ବଢୁଥିବା ତାଙ୍କର ବିରୋଧୀ ତଥା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଅପେକ୍ଷା ବହୁ ଆଗରେ ରଖି ଆସିଛି। ତାଙ୍କର ପ୍ରତିଦ୍ୱନ୍ଦୀମାନେ ତାଙ୍କର ବୁଦ୍ଧିମତ୍ତା ଓ ଅଭିଜ୍ଞତା ଆକଳନ କରିବାରେ ଭୁଲ୍ କରିଆସିଛନ୍ତି ଓ ଅତୀତରେ ବହୁମୂଲ୍ୟ ପ୍ରଦାନ କରିବାକୁ ବସ୍ତୁତଃ ବାଧ୍ୟ ହୋଇଛନ୍ତି।

ସରକାର ପରିଚାଳନାରେ ତାଙ୍କର ଚମକପ୍ରଦ ଅପ୍ରତ୍ୟାଶିତ ରାଜନୈତିକ ଗୋଟି ଚାଳନା ତାଙ୍କୁ ସବୁବେଳେ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଆଗରେ ରଖିଆସିଛି। ଏଥି ସହିତ ସେ ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ଯତ୍ନ କରିଆସିଛନ୍ତି ଏବଂ ଦଳକୁ ଏଭଳି ଏକ ସଦା ପ୍ରସ୍ତୁତ ଭୋଟ ଆଦାୟକାରୀ ଯନ୍ତ୍ରରେ ପରିଣତ କରିଛନ୍ତି, ଯାହା ସହଜରେ ନିର୍ବାଚନରେ ଜିତିବାରେ ତାଙ୍କର ପ୍ରାର୍ଥୀମାନଙ୍କୁ ଅପ୍ରତିଦ୍ଵନ୍ଦୀ କରିଛି। ଏବେ ନବୀନ ଏକ ବ୍ରାଣ୍ଡ। ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗରେ ରହିବାକୁ ତାଙ୍କର ସ୍ପଷ୍ଟ ନିର୍ଦ୍ଦେଶ ଥିବାରୁ ବିଜେଡିର ମନ୍ତ୍ରୀ ଓ ନେତାମାନେ ବର୍ଷସାରା ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛନ୍ତି। ଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଲାଭ ଯେପରି ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ଓ ଦଳର ଲକ୍ଷ୍ୟ ସାଧନ ହେବ, ତାହା ସେମାନେ ନିଶ୍ଚିତ କରୁଛନ୍ତି। କେନ୍ଦ୍ରୀୟ ଯୋଜନା ସବୁକୁ ରାଜ୍ୟ ସରକାରଙ୍କ ଯୋଜନା ଭାବେ ଉପସ୍ଥାପନା କରିବା, ମତଦାତାଙ୍କୁ କିପରି ସୁଖୀ ନହେଉ ପଛକେ ଖୁସି କରିହେବ ତାହାର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଉଛି ଓଡ଼ିଶାରେ। ଏବେ ତ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ଦିଆ ଯାଉଛି, ଯାହା ବିଜୁ ଜନତା ଦଳକୁ ଅଧିକ ସମର୍ଥନ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ଜଳସେଚନର ବିକାଶ ବଦଳରେ ଗ୍ରାମ୍ୟ ମନ୍ଦିର ଗୁଡ଼ିକର ବିକାଶ କଲେ, ଲୋକମାନେ ଅକାତରରେ ଖୁସି ହୁଅନ୍ତି, ତାହା ଓଡ଼ିଆ ଭାଷା ଜାଣି ନଥାଇ ବି ୨୬ ବର୍ଷ ଧରି ଓଡ଼ିଶାରେ ରାଜନୈତିକ ଜୀବନ କାଟି ସାରିଥିବା ନବୀନ ପଟ୍ଟନାୟକ ଭଲ ଭାବେ ବୁଝି ସାରିଛନ୍ତି।

ଏହିପରି ଅନେକ ଯୋଜନା ସରକାରଙ୍କ ଭାବମୂର୍ତ୍ତିକୁ ବଢ଼ାଇ ଦେଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବାରେ ଲାଗିଛି। ଗରିବ ଓ ଅବହେଳିତମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ପ୍ରାୟ ସମସ୍ତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନବୀନ ପଟ୍ଟନାୟକଙ୍କ ସରକାର ଯତ୍ନବାନ ହୋଇଛନ୍ତି। ତାଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ଏକ ଟଙ୍କାରେ କେଜିଏ ଚାଉଳ, ସହରାଞ୍ଚଳର ଗରିବ ଲୋକଙ୍କୁ ମାତ୍ର ପାଞ୍ଚ ଟଙ୍କାରେ 'ଆହାର' ଲୋକଙ୍କୁ ଆକୃଷ୍ଟ କରିଥିଲା ବେଳେ ମିଶନ୍ ଶକ୍ତି ଆରମ୍ଭ କରିବା ଓ ତାହା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଂଗଠିତ କରି ଆର୍ଥିକ ଦୃଷ୍ଟିରୁ ମହିଳା ସଶକ୍ତିକରଣ କରିଥିବାରୁ ରାଜ୍ୟର ମହିଳାମାନେ ଏବେ ନବୀନଙ୍କର ଗୁଣଗାନରେ ମୁଖର। ବର୍ତ୍ତମାନ ମିଶନ୍ ଶକ୍ତି ହେଉଛି ଏକ ପୂର୍ଣ୍ଣ ବିଭାଗ ଯାହାକି କମିଶନର-ତଥା-ସଚିବ ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ୱରେ ଗରିବ ମହିଳାଙ୍କ ଜୀବନକୁ ଉନ୍ନତ କରିଚାଲିଛି। ମହିଳାମାନଙ୍କୁ ବିନା ସୁଧରେ ବ୍ୟାଙ୍କ ଋଣ ମିଳୁଛି। ଏହି ଅର୍ଥକୁ ବ୍ୟବହାର କରି ସେମାନେ ମୁଖ୍ୟତଃ ଲାଭଖୋର ମହାଜନୀ କାରବାର କରୁଥିବାର ଅଭିଯୋଗ ଆସୁଥିଲେ ବି ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ କେବଳ ସମୃଦ୍ଧ ହୋଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଖୁବ ଲୋକପ୍ରିୟତା ହାସଲ କରିଛି। ଏହି ଯୋଜନାର ଲାଭ ବର୍ତ୍ତମାନ ପାଞ୍ଚରୁ ୧୮ ବର୍ଷ ବୟସର ଶିଶୁ ଏବଂ କିଶୋରମାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି ଯାହା ପରିବାର ପ୍ରତି ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରେ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ କରୁଛି। ଏହାର ସୁଯୋଗ ନେଇ, ସାଧାରଣ ଲୋକ ବଡ ସହରରେ ଥିବା ବଡ ଡାକ୍ତରଖାନାକୁ ପଳାଇ ଆସୁଛନ୍ତି ଓ ଚିକିତ୍ସା ସେବା ପାଇ ଖୁସି ବ୍ୟକ୍ତ କରୁଛନ୍ତି। ଏହା ଫଳରେ ଯେ ଗ୍ରାମୀଣ ଡାକ୍ତରଖାନାରେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ହେଉନି, ଡାକ୍ତର ଓ ସହକାରୀମାନେ ନିଯୁକ୍ତି ପାଉନାହାନ୍ତି, ତାହା ବିରୋଧୀମାନେ ଅଭିଯୋଗ କଲେ ବି ମତଦାତାମାନେ ବୁଝିବାକୁ ନାରାଜ।

ଅନେକ ଜନ ମଙ୍ଗଳକାରୀ ଯୋଜନାର ଖରାଦିନିଆ ଆମ୍ବତୋଟାରେ ଭଳିକି ଭଳି ପାଚିଲା ଆମ୍ବ ଖାଇବାକୁ ସୁଯୋଗ ଦେଇଥିବାରୁ ଏକକ ଆଗୁଆ ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ପାଇଁ ସୁବିଧା ହେବାର ସମ୍ଭାବନା ବଢିଛି। ନିର୍ବାଚନ ପ୍ରଚାର ସମୟରେ ପ୍ରତ୍ୟେକ ଯୋଜନାର ହିତାଧିକାରୀମାନେ ସହଯୋଗ ପାଇ ନାହାନ୍ତି ବୋଲି ଅଭିଯୋଗ ଆଣି ପାରିବେନି। ବୁଥ ସ୍ତରରେ ଏଭଳି ଅନୁକୂଳ ପରିସ୍ଥିତି ସାଙ୍ଗକୁ ଦିଲ୍ଲୀରେ ବଢୁଥିବା ରାଜନୈତିକ ଉଷ୍ମତା ମଧ୍ୟ ବିଜୁ ଜନତା ଦଳକୁ ସହଯୋଗ ଦେଇପାରେ। ସମଦୂରତ୍ୱ ନୀତି କଥା ଉଚ୍ଚାରଣ କରି, ନବୀନ ହୁଏତ ଉଭୟ ଏନଡିଏ ଓ ଇଣ୍ଡିଆଙ୍କୁ ନିରସ୍ତ୍ର ରଖି ପାରନ୍ତି। ଖର୍ଚ୍ଚ କାଟ ଓ ପ୍ରଶାସନିକ ଦୃଷ୍ଟିରୁ ଏକକ ନିର୍ବାଚନ ମଧ୍ୟ ଏକ ଭଲ ପ୍ରସ୍ତାବ। ଏବେ ଘଟଣାଚକ୍ର ଆଗକୁ କିଭଳି ବଢୁଛି, ତାହା ଦେଖିବାକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।

ଜାନକୀଶ ବଡ଼ପଣ୍ଡା

ଫୋ - ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story