ନୂଆ ସରକାରଙ୍କ ନୈରାଶ୍ୟଜନକ କୃଷି ବଜେଟ

ଆଶା କରିବା ଯେ, ରାଜ୍ୟର ଲୋକଙ୍କ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବେ, ଯେଉଁଥିରେ ମାର୍ଚ୍ଚ ୨୦୨୪ ଯାଏଁ ରାଜ୍ୟର କୃଷି ଓ କୃଷକଙ୍କ ବାସ୍ତବ ନିରପେକ୍ଷ ତଥ୍ୟ ରହିଥିବ। ଏହି ତଥ୍ୟକୁ ଆଧାର କରି, ଆଗାମୀ ୨୦୨୫-୨୬ ବଜେଟ ପ୍ରସ୍ତୁତ ହେବ; ଯେଉଁଥିରୁ, ୨୦୩୬ ବେଳକୁ ଓଡ଼ିଶା କେତେ ବିକଶିତ ହୋଇପାରିବ, ତାହାର ଏକ ରଙ୍ଗୀନ ଚିତ୍ର ପରିକଲ୍ପନା କରିହେବ।

Odisha Agriculture

Odisha Agriculture

Debendra Prusty
  • Published: Monday, 29 July 2024
  • Updated: 29 July 2024, 01:28 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ୨୫ ତାରିଖ ଗୁରୁବାର ଅପରାହ୍ନରେ ବିଧାନସଭାର ପବିତ୍ର ଗୃହରେ ତାଙ୍କ ସରକାରଙ୍କ ପ୍ରଥମ ଆୟବ୍ୟୟ ଚିଠା ଉପସ୍ଥାପନ କରିଛନ୍ତି। ଏଥିରେ ସେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୩,୯୧୯ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଗତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ବର ବିଜେଡି ସରକାର ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲା ବେଳେ ମୋହନ ସରକାର ନିର୍ବାଚନ ପ୍ରତିଶୃତି ପାଳନ କରିବା ଉଦ୍ଦେଶ୍ୟରେ ଏଥିରେ ୩୬ ପ୍ରତିଶତ ଅଭିବୃଦ୍ଧି କରିଛନ୍ତି। ଆଉ ଗୋଟିଏ ଉଲ୍ଲେଖନୀୟ କଥାଟି ହେଲା ଯେ, ଜଳସମ୍ପଦ ବିଭାଗର ବ୍ୟୟବରାଦ ମଧ୍ୟ ୨୫ ପ୍ରତିଶତ ବଢ଼ା ଯାଇଛି। ବ୍ୟୟବରାଦ ବଢ଼ାଯାଇଥିଲେ ବି ଏଥିରେ ମହାନଦୀ ଶଯ୍ୟାରେ ଆଡ଼ିବନ୍ଧ ବା ବ୍ୟାରେଜ୍ ନିର୍ମାଣ ଯୋଜନା ସମ୍ପର୍କରେ ଉଲ୍ଲେଖ କରା ନଯିବା ବିସ୍ମୟକର। ସେହିଭଳି ଗଙ୍ଗାଧର ମେହେର ଭୂତଳ ଉଠା ଜଳସେଚନ ପ୍ରକଳ୍ପ ବିଷୟରେ ଉଲ୍ଲେଖ ନାହିଁ। ଏହି ପ୍ରକଳ୍ପ ସମ୍ବନ୍ଧରେ ପୂର୍ବରୁ ଜାରି କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ଉଲ୍ଲେଖ ନଥିବାରୁ ପ୍ରକଳ୍ପ ସମ୍ପୁର୍ଣ୍ଣ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇସାରିଲାଣି କି ନାହିଁ ତାହାର ସୂଚନା ନାହିଁ। ଅବଶ୍ୟ ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ଏହାକୁ ଲୋକାର୍ପିତ କରି ଦେଇଥିଲେ। ସେହିଭଳି, ଜିଲ୍ଲାୱାରି ରବି ଋତୁରେ ଜଳସେଚିତ ଚାଷଜମିର ପରିମାଣ ମଧ୍ୟ ଉପଲବ୍ଧ ନଥିବାରୁ ନୂଆ ସରକାର ଯେଉଁ ବିକାଶ-ନୀଳ ନକ୍ସା ଅଙ୍କନ କରିଛନ୍ତି ତାହା ରହିଯାଇଛି ଅସ୍ପଷ୍ଟ।

ପୂର୍ବ ସରକାରଙ୍କ ଭଳି ଏଥର ମଧ୍ୟ ସ୍ୱତନ୍ତ୍ର କୃଷି ବଜେଟ ଏବଂ ସାଧାରଣ ବଜେଟ ପୂର୍ବବର୍ଷ ଭଳି ଅଲଗା ଆସିଛି। ଡବଲ୍ ଇଞ୍ଜିନ ସରକାରଙ୍କଠାରୁ ସ୍ୱତନ୍ତ୍ର କୃଷି ବଜେଟ ଆଗତ ହେବାର ଆଶା କରାଯାଉ ନଥିଲା। କେନ୍ଦ୍ର ସରକାର ରେଳ ବଜେଟକୁ ସାଧାରଣ ବଜେଟ ସାଙ୍ଗରେ ମିଶାଇ ଦେଇ ଏକ ଉଦାହରଣ ସୃଷ୍ଟି କରିଥିବାରୁ ବିଜୁ ଜନତା ଦଳ ପ୍ରବର୍ତ୍ତିତ ସ୍ୱତନ୍ତ୍ର କୃଷି ବଜେଟର ସାଧାରଣ ବଜେଟରେ ବିଲୟ ଘଟିବ ବୋଲି ଆଶା କରାଯାଉ ଥିଲା। କୃଷି, ମତ୍ସ୍ୟଚାଷ, ପଶୁସମ୍ପଦ ଓ ଜଳସମ୍ପଦ ବିଭାଗର ଅଲଗା ମନ୍ତ୍ରୀ ଓ ବିଭାଗ ଥିଲେ ହେଁ ପୂର୍ବ ସରକାରରେ ରାଜ୍ୟର କୃଷିମନ୍ତ୍ରୀମାନେ କୃଷି ବଜେଟ ଉପସ୍ଥାପନ କରୁଥିଲେ ଯାହାର ସଫଳତା କିମ୍ବା ବିଫଳତା ପାଇଁ କୃଷିମନ୍ତ୍ରୀ ଉତ୍ତରଦାୟୀ ରହୁ ନଥିଲେ। ମୋହନ ମାଝୀଙ୍କ ସରକାର ମୋଦିଙ୍କ ପ୍ରଦର୍ଶିତ ପଥରୁ ବିଚ୍ୟୁତ ହେବା ଡବଲ ଇଞ୍ଜିନ ସରକାର ଲାଇନଚ୍ୟୁତ ହେଲାଭଳି ମନେ ହେଲା। ଏତିକି ହେଲା ଯେ, ରାଜ୍ୟର ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ହିଁ ଦୁଇଟି ଯାକ ବଜେଟ୍ ଏକାକୀ ଉପସ୍ଥାପନ କରିଥିଲେ।

ନିର୍ବାଚନ ପ୍ରତିଶୃତି ରକ୍ଷାକରି କୁଇଣ୍ଟାଲ ପ୍ରତି ୩,୧୦୦ ଟଙ୍କା ପ୍ରଦାନ କରି ଏଥର ଧାନ କିଣିବେ ରାଜ୍ୟ ସରକାର। ଏଥିରୁ ଧାନଚାଷୀମାନେ ଚଳିତ ବର୍ଷ ଲାଭ ପାଇବେ ଏବଂ ଚାଷ ଛାଡ଼ି ଦେଇଥିବା ଚାଷୀମାନେ ପୁଣି ଚାଷ ମୁହାଁ ହେଲେଣି ବୋଲି ଖବର ମିଳୁଛି। କିନ୍ତୁ, ବଜେଟରେ କେବଳ ଧାନ ଫସଲ ନକରି ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରିବାକୁ ପ୍ରୋତ୍ସାହନ ଦିଆ ଯାଇନଥିବାରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ଅସମ୍ଭବ। ଆମ ରାଜ୍ୟ ଡାଲି, ତେଲ, ଆଳୁ, ପିଆଜଠାରୁ ଲୁଣ ଓ କଞ୍ଚା ଲଙ୍କା ଯାଏଁ ପାଇବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି ଓ ଏହି ଧାରା ଜାରି ରହିବ। ଧାନ ଚାଷ କେବେ ବି ଲାଭଜନକ ନଥିଲା କିମ୍ବା ଭବିଷ୍ୟତରେ ମଧ୍ୟ ହୋଇପାରିବନି। ସରକାର ଏବେଠୁ ସାବଧାନ ନହେଲେ ଚାଷୀମାନେ କେବଳ ଧାନ ଚାଷରେ ମାତିଯିବେ, ଅନ୍ୟ ଫସଲ କରିବାରେ ମନୋନିବେଶ କରିବେନି। ଭଲ ହୁଅନ୍ତା, ଯଦି ସରକାର ଘୋଷଣା କରନ୍ତେ ଯେ, ରବି ଋତୁରେ ଅମଳ ହେଉଥିବା ଧାନ କ୍ରୟ ନକରି କେବଳ ଉତ୍ପାଦିତ ମୁଗ, ହରଡ଼, ମସୁର ଭଳି ଡାଲି ଜାତୀୟ ଓ ଚିନାବାଦାମ, ସୋୟାବିନ୍, ଶୋରିଷ, ରାଶି ଭଳି ତୈଳବୀଜ ଜାତୀୟ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି କିଣିନେବେ।

ସମୃଦ୍ଧ କୃଷକ ଯୋଜନା, ସିଏମ କିଷାନ ଯୋଜନା, ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ, ଜଳସେଚନ ଡ୍ୟାମ ସୁରକ୍ଷା ଓ ଉନ୍ନତିକରଣ ଭଳି କିଛି ନୂଆ ଯୋଜନା ଏଥିରେ ସ୍ଥାନିତ କରିଛନ୍ତି। କୁହାଯାଇଛି ଯେ, ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ ପାଇଁ ସମୃଦ୍ଧ କୃଷକ ଯୋଜନା ନୂଆକରି ପ୍ରବର୍ତ୍ତନ କରାଯାଇଛି। ଏଥିରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କ୍ରୟ କରାଯିବ। ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ବୋନସ୍ ଦେଇ ସରକାର ଧାନ କିଣିବେ। ସେହିଭଳି ପୁର୍ବରୁ ପ୍ରଚଳିତ କାଳିଆ ଯୋଜନାର ନାମ ବଦଳାଇ ସିଏମ କିଷାନ ଯୋଜନା ହୋଇଛି ଯେଉଁଥିପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପୂର୍ବ ବର୍ଷ ଏହାର ପରିମାଣ ଥିଲା ୧୮୭୯ କୋଟି ଟଙ୍କା।

ରାଜ୍ୟ ସରକାର ଉପଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ଆଗାମୀ ବର୍ଷରେ ବ୍ଲକ ସ୍ତରରେ ଏହି ଭଳି ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଯୋଜନା ମଧ୍ୟ କରିଛନ୍ତି। ଏହିପରି ଅସାର ପ୍ରତିଶୃତି ପୂର୍ବ ସରକାର ଦେଇଥିଲେ। ଆଳୁ ମିସନ୍ କରାଗଲା। ଚାଷୀ ପ୍ରଚୁର ଆଳୁ ଚାଷ କଲେ ମଧ୍ୟ ଶୀତଳ ଭଣ୍ଡାର ଅଭାବରୁ ଉପଯୁକ୍ତ ମୂଲ୍ୟ ନପାଇ ନିରୁତ୍ସାହିତ ହେଲେ। ଯେଉଁ ଯୁବ ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ପ୍ରତିଷ୍ଠା କଲେ ସେମାନେ କେବଳ ସରକାରୀ ଉଦାସୀନତା କାରଣରୁ ଏବଂ ବିଦ୍ୟୁତ୍ ଅବ୍ୟବସ୍ଥା କାରଣରୁ କ୍ଷତି ସହିଲେ, ବ୍ୟାଙ୍କମାନେ ଋଣ ଅନାଦେୟ କାରଣରୁ ଶୀତଳ ଭଣ୍ଡାରରେ ତାଲା ପକାଇଦେଲେ। ଏବେ ସେ ସବୁକୁ ଗୋଟି ଗୋଟି କରି ସମୀକ୍ଷା କଲା ପରେ ବାଟ ବାହାର କରି ପୁନର୍ବାର କାର୍ଯ୍ୟକ୍ଷମ ନକଲେ ରାଜ୍ୟ ଓ ଦେଶର ଶହଶହ କୋଟି ଟଙ୍କା ଖତ ଖାଇଯିବା ନିଶ୍ଚିତ। ସଫଳ ଉଦ୍ୟୋଗୀ ସୃଷ୍ଟି କରିବା କଠିନ ହୋଇଯିବ। ସମସ୍ତ ଶୀତଳ ଭଣ୍ଡାରରେ ସୌରଶକ୍ତି ବ୍ୟବହାର ସହିତ ବିଦ୍ୟୁତ ଯୋଗାଣ ଭଳି ହାଇବ୍ରିଡ଼ ମଡେଲ ରହିଲେ ସମସ୍ତ ଭଣ୍ଡାର ଲାଭଜନକ ହୁଅନ୍ତା। କିନ୍ତୁ, ଏଥିପାଇଁ ବଜେଟ ପ୍ରସ୍ତାବରେ କିଛି ବି ସୂଚନା ନାହିଁ। ସେହିପରି ପରିବା, ଫଳ, ତେନ୍ତୁଳି, ମହୁଲ ଫୁଲ ଇତ୍ୟାଦି ସଂଗ୍ରହ ପରେ ଶୀତଳୀକରଣ କରାଯାଇ ପରିବହନ ହେବା ଆବଶ୍ୟକ। ଏଥିପାଇଁ ବଜେଟ୍ ବ୍ୟବସ୍ଥା ନାହିଁ।

ପିଆଜ ସାଇତା ଘର ଗୁଡ଼ିକୁ ଚାଷୀମାନେ ବ୍ୟବହାର କରୁ ନାହାନ୍ତି। ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ଚାଷ ଓ ଚଳଣି (ପ୍ରଡକ୍ସନ ଓ କନଜପ୍ସନ) ଋଣ ମିଳୁ ନଥିବାରୁ ସେମାନେ ଘର ଖର୍ଚ୍ଚ ଉଠାଇବାକୁ ଫରୱାର୍ଡ଼ ଟ୍ରେଡିଂ ବ୍ୟବସ୍ଥାର ଶିକାର ହେଉଛନ୍ତି ଏବଂ ଶାଗମାଛ ଦରରେ ବାହାର ରାଜ୍ୟର ଦଲାଲ ଓ ବ୍ୟବସାୟୀଙ୍କୁ ବିକ୍ରି କରିଦେଇ ପିଆଜ ସାଇତା ଘରେ ଛେଳି ପାଳନ କରୁଛନ୍ତି। ଏଥିଯୋଗୁଁ ଆମେ ଓଡ଼ିଶାବାସୀ ଚଢ଼ା ଦରରେ ବର୍ଷ ସାରା ପିଆଜ କିଣୁଛେ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ସମବାୟ ସମିତି, ଗ୍ରାମ୍ୟ ବ୍ୟାଙ୍କ ଓ ଜାତୀୟକରଣ ବ୍ୟାଙ୍କମାନଙ୍କ ଉପରେ ପ୍ରଡକ୍ସନ ଓ କନ୍‌ଜପ୍ସନ ଋଣ ପାଇଁ ଚାପ ପ୍ରୟୋଗ କରିବା ଆବଶ୍ୟକ।

ବ୍ଲକ ସ୍ତରରେ କୃଷି ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା କରାଯାଇ ସେଠାରେ ବିଭିନ୍ନ କୃଷି ସୂଚନା ପ୍ରଦାନ କରାଯିବ ଓ ରାଜ୍ୟସ୍ତରୀୟ କୃଷି ସମୃଦ୍ଧି ହେଲପ ଲାଇନ ଆରମ୍ଭ ହେବ ବୋଲି କୁହାଯାଇଛି। ମାଣ୍ଡିଆ ସମେତ ବିଭିନ୍ନ କ୍ଷୁଦ୍ରଶସ୍ୟ ଫସଲ ଉତ୍ପାଦନ ଓ ବ୍ୟବହାର ବଢାଇବା ପାଇଁ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମିଲେଟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହନ ଦେବାକୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଥିବା ଭୋଜନାଳୟ, ଶିକ୍ଷାନୁଷ୍ଠାନରେ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ବିକ୍ରୀହେବ ତଥା ପୁଷ୍ଟିହୀନତାର ମୁକାବିଲା କରାଯିବ। ଏସବୁ ହେଲା ପ୍ରାଣହୀନ ପୁରୁଣା ଯୋଜନା, ଯେଉଁଥିରେ ଜୀବନ ଶକ୍ତି ଭରିଦେବାର ଆବଶ୍ୟକତା ରହିଛି। ଓଡ଼ିଶା ସରକାର ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ଅଧିକ ଦରରେ ମାଣ୍ଡିଆ କିଣୁଥିବାରୁ ବେପାରୀମାନେ ଅନ୍ୟ ରାଜ୍ୟରୁ ମାଣ୍ଡିଆ ଆଣି ଓଡ଼ିଶାରେ ବିକ୍ରି କରୁଛନ୍ତି। ଯଦି ଗ୍ରାମ ପଞ୍ଚାୟତଗୁଡ଼ିକ ନିଜ ଅଞ୍ଚଳରୁ ମାଣ୍ଡିଆ କିଣି ନିଜ ଗୋଦାମରେ ସାଇତି ରଖନ୍ତେ ଓ ତାହାକୁ ଚୁନାକଲା ପରେ ଖାଦ୍ୟ ସୁରକ୍ଷା ଦୋକାନ, ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଅନ୍ତେ, ତେବେ କାଗଜ କଲମରେ ମାଣ୍ଡିଆ ଚାଷ ନହୋଇ ଜମିରେ ଚାଷ ହୁଅନ୍ତା ଓ ମିଲେଟ ମିଶନ ସଫଳ ହୁଅନ୍ତା। ଏହା ନକରି ପୂର୍ବ ସରକାରଙ୍କ ଭଳି କୃଷି ମିଶନ ଭେଳିକି କଲେ ଓଡ଼ିଆଙ୍କର କି ଲାଭ ହେବ?

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମସ୍ତ ଚାଷୀଙ୍କ ଫସଲ ସାମିଲ କରିବାକୁ ଉଦ୍ୟମ ଓ ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ଫସଲ ବୀମା ଯୋଜନାରୁ କ୍ଷତିପୂରଣ ବ୍ୟବସ୍ଥା ଭଲ ପଦକ୍ଷେପ। ବୀମା କିସ୍ତି ବାବଦକୁ ରାଜ୍ୟ ସରକାରଙ୍କ ଭାଗ ବାବଦକୁ ୬୦୦ କୋଟି ଟଙ୍କା ବ୍ୟୟ କରିବେ। ଅକ୍ଷୟ ଶକ୍ତି ବ୍ୟବହାର ମାଧ୍ୟମରେ କୃଷକ ସଶକ୍ତିକରଣ କରିବାକୁ ପିଏମ କୁସୁମ ଯୋଜନା କାର୍ଯ୍ୟକାରୀ କରାଯିବାକୁ କୁହାଯାଇଥିଲେ ବି ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଆଧାରିତ କ୍ଷୁଦ୍ର ଓ ଅଣୁଶିଳ୍ପକୁ ପ୍ରାଧାନ୍ୟ ଦେଲା ଭଳି ପ୍ରାୟ କିଛି ହିଁ ନାହିଁ। ନିର୍ବାଚନ ଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ ବାରମ୍ବାର ପ୍ରତିଶୃତି ଦେଇଥିଲେ ଯେ, ନବରଙ୍ଗପୁରରେ ମକା ଫସଲ, ଭବାନୀପାଟଣାରେ କପାଚାଷ ଆଧାରିତ ଶିଳ୍ପ ପ୍ରତିଷ୍ଠା ହେବ। ବଜେଟ ପ୍ରସ୍ତାବରେ ଏଭଳି କ୍ଲଷ୍ଟର ଓ କୃଷି ଶିଳ୍ପ ବିଷୟରେ ଉଲ୍ଲେଖ ରହିନାହିଁ। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ଯୋଜନା ଯଥା 'ଭୋକାଲ ଫର ଲୋକାଲ', ପିଏମ ସୂର୍ଯ୍ୟଘର ବିଜୁଳି ଯୋଜନା ବିଷୟରେ ବିଷଦ ଆଲୋଚନା କରା ଯାଇନାହିଁ। ଯେହେତୁ ଓଡ଼ିଶାର କୃଷକମାନେ ଏକଫସଲି ଧାନ ଚାଷ କରନ୍ତି, ଧାନ କାଟି ବିକ୍ରୀ କଲା ପରେ ଦାଦନ ଖଟିବାକୁ ଚାଲି ଯାଆନ୍ତି। ଦାଦନ ସମସ୍ୟା ଏକ ନିର୍ବାଚନ ପ୍ରସଙ୍ଗ ଥିଲା; ଯାହାର ସମାଧାନର ସୂତ୍ର ରହିଛି କୃଷି କ୍ଷେତ୍ରରେ। କେନାଲ ଜଳସେଚନ ବ୍ୟବସ୍ଥା, ବ୍ୟାରେଜ ନିର୍ମାଣ ଇତ୍ୟାଦି ସମୟ ସାପେକ୍ଷ ହୋଇଥିବାରୁ ଯଥାଶୀଘ୍ର ଅଗଭୀର କୂପ, ଜଳାଶୟ ଓ ଗଭୀର ନଳକୂପରୁ ସୌରପମ୍ପ ବ୍ୟବହାର କରି ଉଠା ଜଳସେଚନ ସମ୍ଭବ। ଏହା କରି ପାରିଲେ, ମରୁଡ଼ି ଦାଉରୁ ଫସଲ ରକ୍ଷା କରାଯାଇ ପାରିବ ଏବଂ ଗୋଟିଏ ଜମିରୁ ଦୁଇ କିମ୍ବା ତିନୋଟି ଫସଲ ଚାଷ କରିବା ସମ୍ଭବ ହେବ। ଲୋକମାନେ ରୋଜଗାର ପାଇବେ, ଦାଦନ ସମସ୍ୟା କମିଯିବ ଏବଂ କୃଷିରୁ ରୋଜଗାର ଦୁଇଗୁଣ ହୋଇପାରିବ। କିନ୍ତୁ, ବଜେଟରୁ ଏଭଳି ପରିକଳ୍ପନାର ଆଭାସ ମିଳିଲା ନାହିଁ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୩୪୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପ୍ରାଣୀ ସମ୍ପଦ ବିକାଶ ପାଇଁ ବ୍ୟୟ ବରାଦ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଦୈନିକ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନାରେ ପ୍ରତିବର୍ଷ ଦୁଇ ହଜାର ହିତାଧିକାରୀଙ୍କୁ ଅନ୍ତତଃ ଦୁଇଟି ଲେଖାଏଁ ଶଙ୍କର ଜାତୀୟ ଗାଈ ଓ ୬୨୮ ଚାଷୀଙ୍କୁ ମଇଁଷି ରଖିବାକୁ ସହାୟତା ଦିଆଯିବ। ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଗୋଖାଦ୍ୟ, ଏକ ଲକ୍ଷ ଚାଷୀଙ୍କୁ ଗାଈଙ୍କ ବୀମା କିସ୍ତି ପ୍ରଦାନ କରାଯିବ। କିନ୍ତୁ, ସରକାର ଯେତେବେଳେ ଗୋସମ୍ପଦ କଥା କହୁଛନ୍ତି, ବୁଲା ଗୋରୁଗାଈଙ୍କ ପାଇଁ ଗୋଶାଳା, ଜୈବ କୃଷି ପାଇଁ ଅତ୍ୟାବଶ୍ୟକ ପଞ୍ଚଗବ୍ୟ ଓ ଜୈବ କୀଟ-ରୋଗ ନାଶକ ଔଷଧ ବିଷୟରେ ସୂଚନା ନଦେବା ଠିକ ଲାଗିଲାନି। ଦେଶୀ ଗାଈଙ୍କ ଉନ୍ନୟନ ନକରି ଶଙ୍କର ଜାତୀୟ ଗୋପାଳନକୁ ପ୍ରୋତ୍ସାହିତ କରିବା ଜୈବକୃଷିର ପରିପନ୍ଥୀ ଓ ଆଧୁନିକ ଗୋପାଳନ ଅର୍ଥନୀତି ଅନୁରୂପ ନୁହେଁ।

ବାସ୍ତବରେ, ଓଡ଼ିଶା ସରକାର ନିଜସ୍ୱ ଉଦ୍ୟମରେ ରାସାୟନିକ ଓ ଜୈବ ସାର ଏବଂ କୀଟନାଶକ ଉଚିତ ମୂଲ୍ୟରେ ଚାଷୀଙ୍କୁ ଯୋଗାଇଦେବା ଓ ମୁନାଫାଖୋର ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକାଶ କରି ନଥିବାରୁ ମନେହୁଏ ଯେ, ଏହା ପୂର୍ବ ସରକାରଙ୍କ ଦ୍ୱାରା ବା ଅମଲାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବଜେଟ; ଯାହା ଉପରେ କିଛି ଚେରି ଓ କାଜୁ କିସମିସ ପକାଇ ସଜାଇ ପରିବେଷଣ କରା ଯାଇଛି।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story