Bihar Photograph: (Internet)
ପଞ୍ଚାନନ କାନୁନଗୋ
ଏବେ ଦେଶର ଏକ ଜନବହୁଳ ରାଜ୍ୟ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ଦୁଇ ପ୍ରମୁଖ ବିରୋଧୀ ରାଜନୈତିକ ଗୋଷ୍ଠି ଏନ୍ଡିହଏ ଓ ଇଣ୍ଡିଆ ମେଣ୍ଟ ପ୍ରାୟତଃ ସାମ୍ନାସାମ୍ନି ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି। ଏନ୍ଡିନଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାର ବିହାରରେ ୯ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଓ ୧୯ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିଆସିଛନ୍ତି। ଅପରପକ୍ଷରେ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ ମା’ ରାବିଡ଼ି ଦେବୀ ଉଭୟ ମୋଟରେ ୧୫ ବର୍ଷରୁ କିଛି ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ ବିହାର ଶାସନ ଦାୟିତ୍ୱରେ ଥିଲେ। ଲୋକେ ବର୍ତ୍ତମାନ ବିଭ୍ରାନ୍ତିରେ ପଡ଼ିଛନ୍ତି, ବିହାରରେ ଜଙ୍ଗଲରାଜ ପାଇଁ ଦାୟୀ କିଏ? ଯିଏ ବେଶୀ ଦିନ କ୍ଷମତାରେ ଅଛନ୍ତି ସେ ନା ଅନ୍ୟ କେହି?
ନିର୍ବାଚନ ସଭାରେ ବିଜେପି ନେତାମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଯେ, ବିହାରରେ ସମ୍ପୂର୍ଣ୍ଣ ଭାବେ କୁଶାସନ ବା ଜଙ୍ଗଲରାଜ ଚାଲିଥିଲା ଓ ପୁଣି ଯଦି ତେଜସ୍ୱୀ ଯାଦବ କ୍ଷମତାକୁ ଆସନ୍ତି ଜଙ୍ଗଲରାଜ ବିହାରକୁ ଫେରିବ। ସେମାନେ ଅତି କଠୋର ଭାବେ ଲାଲୁଙ୍କ ପରିବାରବାଦ ଓ କୁଶାସନ ସଂପର୍କରେ କହି ଚାଲିଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଶାସନ ମୁଖ୍ୟ ଭାବେ ରାଜ୍ୟରେ ନୀତୀଶ କୁମାର ଏ କୁଶାସନ ଓ ଜଙ୍ଗଲରାଜରୁ ବିହାରକୁ ମୁକୁଳାଇଲେ ନାହିଁ କାହିଁକି? ଏହା ସତ୍ୟ ଯେ ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ବିହାର ସବୁଠାରୁ ବଡ଼ ଅନଗ୍ରସର ରାଜ୍ୟର ପରିଚୟ ସୃଷ୍ଟି କରିଛି। ଏବେ ପ୍ରକାଶ ପାଇଥିବା ସାମାଜିକ ଓ ଅର୍ଥନୈତିକ ସ୍ଥିତିର ଏକ ବିଶ୍ଳେଷଣ ଅନୁସାରେ ବିହାର ସମଗ୍ର ଦେଶରେ ଜାମ୍ମୁ-କାଶ୍ମୀରକୁ ମିଶାଇ ୨୯ଟି ରାଜ୍ୟ ମଧ୍ୟରୁ ସର୍ବାଶେଷ ଅର୍ଥାତ୍ ୨୯ତମ ରାଜ୍ୟ ଭାବେ ସ୍ଥାନିତ ହୋଇଛି। ତେବେ ଏହି ସ୍ଥିତି ପାଇଁ କିଏ ଦାୟୀ? ବିହାରର ଭୋଟ୍ଦା୍ତା କାହାକୁ ଦାୟୀ କରିବେ? ଏହାର ଉତ୍ତର କିଏ ଦେବ?
ଦେଖାଯାଉଛି ଯେ, ରାଜ୍ୟରେ ମହିଳାମାନେ ଶିକ୍ଷିତ ହେବାରେ ସମଗ୍ର ଦେଶର ୨୯ଟି ରାଜ୍ୟ ଭିତରୁ ୨୮ ସ୍ଥାନରେ ବିହାର ରହିଛି। ଯେଉଁ ସମୟରେ ଭାରତୀୟ ଜନତା ପାର୍ଟି କେରଳରେ ମାତ୍ର ଦିନକ ପାଇଁ ଶାସନକୁ ଆସିନଥିଲା ବେଳେ କେରଳ ମହିଳାଙ୍କୁ ଶିକ୍ଷିତ କରିବାରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ମହିଳାମାନେ ଅପ୍ରାପ୍ତ ବୟସରେ (୧୮ ବୟସରୁ କମ୍) ବିବାହ କରିବା ବିହାରରେ ବହୁତ ଅଧିକ ଦେଖାଯାଏ ଓ ବିହାରର ସ୍ଥାନ ୨୮ରେ ରହିଛି। ସେହି ସମୟରେ ହିମାଚଳ ପ୍ରଦେଶ, କେରଳ, ପଞ୍ଜାବ ଏହି ତିନୋଟି ରାଜ୍ୟ ଖୁବ୍ ଭଲ ପ୍ରଦର୍ଶନ କରି ୨୯ତମ ରାଜ୍ୟ ଭାବେ ସ୍ଥାନିତ ହୋଇଛନ୍ତି। ଶିଶୁମୃତ୍ୟୁ ହାରରେ (ଆଇଏମ୍ଆରର୍) କ୍ଷେତ୍ରରେ ବିହାର ୨୭ତମ ସ୍ଥାନରେ ଥିବାବେଳେ କେରଳ ୧ମ ସ୍ଥାନରେ ରହି ତା’ର ଉତ୍କର୍ଷତା ପ୍ରଦର୍ଶିତ କରିଛି।
ଶିଶୁମାନଙ୍କର ସ୍ୱାସ୍ଥ୍ୟର ଦୁଇଟି ମୁଖ୍ୟଧାରା ବୟସ ଅନୁସାରେ ଉଚ୍ଚତା ଓ ବୟସ ଅନୁସାରେ ଓଜନ କ୍ଷେତ୍ରରେ ବିହାର ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ବେଳେ ଅର୍ଥାତ୍ ୨୯ତମ ସ୍ଥାନରେ ଥିବାବେଳେ କେରଳ ଓ ପଞ୍ଜାବ, ତାମିଲନାଡୁ ଖୁବ୍ଭୟଲ ପ୍ରଦର୍ଶନ କରି ଶୀର୍ଷ ସ୍ଥାନରେ ରହିଥିବା ଦେଖାଯାଇଛି। ସେହିପରି ରାଜ୍ୟରେ ପରିମଳ ବ୍ୟବସ୍ଥା ଓ ପରିବେଶ ସ୍ୱଚ୍ଛତା ଆଣିବାରେ କେରଳ ସର୍ବଶ୍ରେଷ୍ଠ ଥିବାବେଳେ ବିହାର ୨୯ତମ ସ୍ଥାନରେ ରହିଥିବା ଦେଖାଯାଇଛି। ମାନବିକ ବିକାଶ (ହ୍ୟୁମାନ୍ ଡେଭ୍ଲୋବପ୍ମେେଣ୍ଟ ଇଣ୍ଡେକ୍ସ) କ୍ଷେତ୍ରକୁ ଦେଖିଲେ ବିହାର ୨୭ତମ ସ୍ଥାନରେ ଥିଲାବେଳେ କେରଳ ଖୁବ୍ଭ ଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନରେ ରହିଛି। ଏବେ ଏବେ ଏକ ହିସାବରୁ ଦେଖାଯାଇଛି ଯେ, କେରଳ ସମ୍ପୂର୍ଣ୍ଣ ଭାବେ ଅତି ଦାରିଦ୍ର୍ୟ୭ ମୁକ୍ତ ରାଜ୍ୟ ଭାବେ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଅଥଚ ବିହାର ଏବେ ବି ସମଗ୍ର ଭାରତବର୍ଷର ରାଜ୍ୟମାନଙ୍କ ଭିତରେ ଖରାପ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କ ଭିତରେ ଅନ୍ୟତମ।
ଦେଶରେ ଅନ୍ୟଏକ ହିସାବ ଶିକ୍ଷା କ୍ଷେତ୍ରରେ ସାମ୍ନାକୁ ଆସିଛି। ଏଥିରେ କେରଳ ଖୁବ୍ ଭଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନରେ ରହିଆସିଥିବା ବେଳେ ବିହାର ୨୭ତମ ସ୍ଥାନରେ ରହିଥିବା ଦେଖାଯାଏ। ବିହାର ନିଯୁକ୍ତି କ୍ଷେତ୍ରରେ ବିଶେଷ ଭଲ ପ୍ରଦର୍ଶନ କରିନଥାଏ। ସେବା କ୍ଷେତ୍ରରେ ୨୫.୫% ନିଯୁକ୍ତି ଥିବାବେଳେ ଉତ୍ପାଦନ କ୍ଷେତ୍ରରେ ମାତ୍ର ୫.୭% ନିୟୋଜିତ ଥିବା ଦେଖାଯାଏ। ସେହି ସମୟରେ କେରଳ, ହରିଆଣା, ୱେଷ୍ଟ୍ ବେଙ୍ଗଲ୍ ଖୁବ୍ ଭଲ ପ୍ରଦର୍ଶନ କରିଥିବା ଦେଖାଯାଇଆସିଛି। ବିହାରରେ ଅନେକ ପ୍ରକୃତିଦତ୍ତ ସୁଯୋଗ ଓ ସୁବିଧା ଥାଇ ମଧ୍ୟ ଏବେ ବି ଅନେକ ଲୋକ ବାହାର ରାଜ୍ୟକୁ ଖଟିବାକୁ ଯାଇଥାନ୍ତି। ବାହାର ରାଜ୍ୟରେ ହୁଏତ ଏମାନେ ଗୃହ ନିର୍ମାଣ ବା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ବହୁଳ ଭାବେ ନିୟୋଜିତ ହୋଇଥିବାର ଦେଖାଯାଇଥାଏ। ଗତ କରୋନା ମହାମାରୀ ସମୟରେ ଦେଖାଗଲା ଯେ ବିହାରର ଖଟିଖିଆ ଲୋକେ ବାହାର ରାଜ୍ୟରେ ବସବାସ କରୁଥିବା ଅନ୍ୟ ରାଜ୍ୟ ବାସିନ୍ଦାଙ୍କଠୁ ଅଧିକା। ରୋଜଗାର କରିବାରେ ଏତେ ବଡ଼ ସ୍ୱଚ୍ଛଳତା ନାହିଁ କାହିଁକି? କ’ଣ ପାଇଁ ଏହି ସ୍ଥିତିରେ ବିହାର ରହିଛି ସେକଥା ଦୀର୍ଘ ଦିନର ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାରଙ୍କ ଠାରୁ ଯୁବ ଭୋଟ୍ଦାତତାମାନେ ଜାଣିବାକୁ ଇଚ୍ଛା କରିବା ସ୍ୱାଭାବିକ।
ବିହାର ନିଜକୁ ଗୋଟିଏ ସ୍ୱାବଲମ୍ବଶାଳୀ ରାଜ୍ୟରେ ପରିଣତ ନକରିପାରେ କିନ୍ତୁ ପ୍ରତିଦ୍ୱନ୍ଦିତାରେ ଏତେ ପଛରେ ପଡ଼ିବାର କାରଣ କ’ଣ? ଏବେ ନିର୍ବାଚନରେ ଉଭୟପକ୍ଷ ଇସ୍ତାହାର ଦେଇ ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ପ୍ରତିଶ୍ରୁତି ଦେଉଛନ୍ତି। ସେହି ସମୟରେ ଯୁବ ଭୋଟ୍ ଦାତାମାନେ ସ୍ଥିତିକୁ ଅବଲୋକନ କରି ଅଗ୍ରଗତି କେଉଁ ପରିମାଣରେ ଓ କିପରି ଘଟିବ ସେହି ଚିନ୍ତାରେ ଅଛନ୍ତି। ଗୋଟିଏ କଥା ସାମ୍ନାକୁ ଆସୁଛି ଯେ, ବିହାରରେ ଜାତିଗତ କନ୍ଦଳ ଖୁବ୍ ଅଧିକ ଓ ଅନେକ ଜାତି (ବୃତ୍ତିଗତ) ଅର୍ଥନୀତି ଦୃଷ୍ଟିରୁ ଅନଗ୍ରସର। ଭାରତବର୍ଷରେ ହେଉଥିବା ଅନଗ୍ରସର ଦୂରୀକରଣ କାର୍ଯ୍ୟକ୍ରମରେ ନୀତୀଶଙ୍କ ଡବଲ ଇଞ୍ଜିନ ସରକାର ବିହାରକୁ ନେଇପାରିଲେ ନାହିଁ କାହିଁକି? କେନ୍ଦ୍ରର ଡବଲ୍ ଇଞ୍ଜିନ୍ ବ୍ୟବସ୍ଥା ଥିଲେ ମଧ୍ୟ ବିହାରରେ ବିକାଶ ଗତି କ୍ଷୀପ୍ର ନହୋଇ ଧିମାଇଲା କାହିଁକି? ପରିବାରବାଦ ନାମରେ ଲାଲୁ ଯାଦବଙ୍କୁ ଯେଉଁପରି ଭାବରେ ଆକ୍ଷେପ କରାଯାଉଛି ବିହାରର ଲୋକେ ଜାଣନ୍ତି ଯେ, ସେହି ପରିବାରକୁ ବିହାରରେ କ୍ଷମତାସୀନ କରାଇବାରେ ନୀତୀଶ୍ଙ୍କ୍ର ଅନେକ ଅବଦାନ ଥିଲା ଏବଂ ପୁଣି ସେହି ପରିବାରକୁ ନିନ୍ଦିତ କରିବାରେ ମଧ୍ୟ ନୀତୀଶ ବେଶ୍ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଛନ୍ତି।
ଚଳିତ ନିର୍ବାଚନ ଏକ ନିର୍ଣ୍ଣାୟକ ଭୂମିକା ନେବ। ବିହାର କାହା ନେତୃତ୍ୱରେ ଆଗକୁ ବଢ଼ିବ? ସେମାନେ ଜାଣନ୍ତି କେରଳରେ ବିଜେପିର ସାମାନ୍ୟ ପ୍ରବେଶ ନଥିଲେ ମଧ୍ୟ କେରଳ ସାରା ବିଶ୍ୱରେ ସୁଶାସନ ଓ ଅର୍ଥନୈତିକ ବିକାଶ ସାମାଜିକ ବ୍ୟବସ୍ଥାରେ ଅଗ୍ରଗତି ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଯେପରି ଭାବରେ ସକ୍ଷମ ହୋଇଛି ଅନ୍ୟ କୌଣସି ରାଜ୍ୟ ଭାରତୀୟ ଜନତା ପାର୍ଟି ଶାସନାଧୀନ ରାଜ୍ୟରେ ହୋଇନାହିଁ। ନିର୍ବାଚନ ସମୟର ସମସ୍ତ କଥା ଓ ଇସ୍ତାହାରଗୁଡ଼ିକୁ ତନ୍ନତନ୍ନ କରି ଦେଖି ଭୋଟ୍ଦାିତାମାନେ ସେମାନଙ୍କର ବିଶ୍ୱାସଯୋଗ୍ୟ ନେତା ଓ ରାଜନୈତିକ ଗଠବନ୍ଧନକୁ ବାଛିବେ ଓ ସେମାନଙ୍କ ହାତରେ ୫ ବର୍ଷ ପାଇଁ ବିହାରର ଭାଗ୍ୟକୁ ତୋଳିଦେବେ। କେନ୍ଦ୍ର ସରକାର ମଧ୍ୟ ଜାଣିବା ଦରକାର ଯେ ଏକ ସମୟରେ ସବୁ ରାଜ୍ୟର ବିକାଶ ନ ଘଟିଲେ ୨୦୪୭ ମସିହା ବେଳକୁ ବିକଶିତ ଭାରତର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/03/bihar-2025-11-03-13-12-11.jpg)