Advertisment

ଗାନ୍ଧୀବିଦ୍ୱେଷୀଙ୍କ ପରାଧୀନ ଚେତନା

ଯେତେବେଳେ ସଂଯୁକ୍ତ ରାଷ୍ଟ୍ର ସମୂହ ଯେଉଁଥିରେ ୧୪୦ରୁ ଅଧିକ ରାଷ୍ଟ୍ର ଏକତ୍ର ହୋଇ, ଦୁଇ ଅକ୍ଟୋବରକୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବେ ଘୋଷଣା କରିଛନ୍ତି, ତାହା ମହାତ୍ମା ଗାନ୍ଧୀଙ୍କ ବିଶ୍ୱସ୍ତରୀୟ ସ୍ୱୀକୃତିର ସର୍ବୋଚ୍ଚ ପ୍ରମାଣ।

author-image
Rina Routray
mahatma

Mahatma Gandhi Photograph: (Internet)

ଡ. ରୀନା ରାଉତରାୟ 

ମହାତ୍ମା ଗାନ୍ଧୀ; ଅବଚେତନରେ ଅର୍ଦ୍ଧଚେତନରେ ହୃଦୟଙ୍ଗମ କରିବା ପରି ଶବ୍ଦପୁଂଜ ନୁହେଁ ବରଂ ସତ୍ୟ, ଅହିଂସା ଏବଂ ଶାନ୍ତିର ମାନବୀୟ ଜୀବନରେ ସଫଳତମ ପ୍ରୟୋଗ କରିଥିବା ମହାଭାରତୀୟ ଶକ୍ତିଉତ୍ସ ସେ।
ଯଦି ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ବି ଏକତା କୁହ କି ବିଭାଜନ ଯଦି ଜଣଙ୍କୁ ଏକାକୀ ଦାୟୀ କରାଯାଉଛି ବାସ୍ତବରେ ସେ ହିଁ ଅଖଣ୍ଡ ଭାରତର ରାଷ୍ଟ୍ରପିତା।

Advertisment

ଯେଉଁ ଦେଶର ଆଣ୍ଠୁ ଲୁଚୁ ନଥିବା ବସ୍ତ୍ର ପିନ୍ଧିଥିବା ଗୋଟିଏ ଅଧା ନଙ୍ଗଳା ଫକୀରକୁ ସମଗ୍ର ବିଶ୍ଵ ନମନ କରେ, ତାଙ୍କ ଆଦର୍ଶକୁ ଅନୁସରଣ କରେ, ବିଡ଼ମ୍ବନାର ବିଷୟ ସେହି ଦେଶର ସମ୍ବିଧାନର ପବିତ୍ର ଗୃହରେ ତାଙ୍କର ବାରମ୍ବାର ଅପମାନ ମଧ୍ୟ କରାହୁଏ।

ଆମେ ସଦାସର୍ବଦା ନିଜର ଦୋଷକୁ ଲୁଚାଇବାକୁ ଯାଇ ଅନ୍ୟକୁ ଦୋଷାରୋପ କରିବାରେ ବିଶ୍ଵାସ କରୁ। ଯାହାକୁ କ୍ରୀଡ଼ାର ଭାଷାରେ ଫରୱାର୍ଡ ଖେଳିବା କୁହାଯାଏ।

Advertisment

ଏହିଭଳି ଘଟଣା ବା ଆକ୍ଷେପକୁ ଉତ୍ତର ଦେବା ମୁଁ କେବେ ଉଚିତ ମନେ କରିନି କାରଣ ହିମାଳୟ ସଦୃଶ ତାଙ୍କ ଚିନ୍ତା ଓ ଚେତନାକୁ ତଳେ ଥାଇ ଟେକାଟିଏ ଫୋପାଡ଼ିବା ସଦୃଶ।

ସମକାଳୀନ ତଥ୍ୟ ଓ ତତ୍ତ୍ଵ ବିହୀନ, ଇତିହାସକୁ ଅବିଶ୍ୱାସ, ଅଗ୍ରାହ୍ୟ ଓ ଅସମ୍ମାନ ଜନିତ ଉଦ୍ଦେଶ୍ୟମୂଳକ ହୀନ ମାନସିକତା ଜଡ଼ିତ ମତାମତ ବୋଲି ଚିନ୍ତା କରି ଏହାକୁ ଗୁରୁତ୍ୱ ଦିଆଯିବା ବା ତର୍କ କରିବା ଉଚିତ୍ ବୋଲି ମନେ କରେନି।

ଯେତେବେଳେ ସଂଯୁକ୍ତ ରାଷ୍ଟ୍ର ସମୂହ ଯେଉଁଥିରେ ୧୪୦ରୁ ଅଧିକ ରାଷ୍ଟ୍ର ଏକତ୍ର ହୋଇ, ଦୁଇ ଅକ୍ଟୋବରକୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବେ ଘୋଷଣା କରିଛନ୍ତି, ତାହା ମହାତ୍ମା ଗାନ୍ଧୀଙ୍କ ବିଶ୍ୱସ୍ତରୀୟ ସ୍ୱୀକୃତିର ସର୍ବୋଚ୍ଚ ପ୍ରମାଣ।

ନେଲ୍ସନ୍ ମାଣ୍ଡେଲା, ମାର୍ଟିନ୍ ଲୁଥର କିଙ୍ଗ ଜୁନିଅର୍, ଆଲବର୍ଟ ଆଇନଷ୍ଟାଇନ, ଜର୍ମାନର ପ୍ରସିଦ୍ଧ ଅର୍ଥନୀତିଜ୍ଞ ସୁମାଚେର ଓ ଆଙ୍ଗ ସାନ୍ ସୁକିଙ୍କ ପରି ଅନେକ ବିଶ୍ୱନେତା ଗାନ୍ଧୀଙ୍କ ଅହିଂସା ଦର୍ଶନକୁ ଅନୁସରଣ କରି ଦେଶକୁ ପରିବର୍ତ୍ତନ କରିଛନ୍ତି।

ଲଣ୍ଡନ୍, ଆମେରିକା, ଜାପାନ୍, ଦକ୍ଷିଣ ଆଫ୍ରିକା ପରି ୭୦ରୁ ଉର୍ଦ୍ଧ୍ୱ ଦେଶରେ ଗାନ୍ଧୀଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ ତାଙ୍କ ଆଦର୍ଶରେ ଅନେକ ସଂସ୍ଥା ଗଠିତ ହୋଇଛି।

ଆଜି ସମଗ୍ର ବିଶ୍ୱରେ ଯେଉଁଠି ନ୍ୟାୟ, ଶାନ୍ତି ଓ ମାନବାଧିକାର ପାଇଁ ଆନ୍ଦୋଳନ ହୁଏ, ସେଠି ଗାନ୍ଧୀଙ୍କ ଦର୍ଶନ ସ୍ଵତଃସ୍ଫୃତ ଭାବେ ଆଲୋଚନାର ବିଷୟବସ୍ତୁ ହୋଇଥାଏ।

ମହାତ୍ମା ଗାନ୍ଧୀ କେବଳ ଭାରତର ନୁହେଁ, ସମସ୍ତ ମାନବଜାତିର ଆଦର୍ଶ। ସତ୍ୟ, ଅହିଂସା ଓ ସରଳତାର ଦର୍ଶନ ତାଙ୍କୁ ବିଶ୍ୱ ନାଗରିକତାର ଉଚ୍ଚ ଶିଖରକୁ ନେଇଛି। ଯୁଗଯୁଗ ଧରି ତାଙ୍କର ଚିନ୍ତା, ଚେତନା ଓ ମୂଲ୍ୟବୋଧ ମାନବ ସମାଜକୁ ଦିଗଦର୍ଶନ ଦେଉଥିବ।

ତେଣୁ ମୋର ସମସ୍ତ ଭାରତବାସୀଙ୍କୁ ଅନୁରୋଧ, ମୃଗନାଭିରେ  ଥିବା କସ୍ତୁରୀ ପରି ମହାତ୍ମାଙ୍କ ସୁଗନ୍ଧକୁ ଏଣେତେଣେ ବିକ୍ଷିପ୍ତ ଭାବରେ ନ ଖୋଜି ସ୍ୱାର୍ଥଜନିତ ରାଜନୈତିକ ଅଭିସନ୍ଧିରୁ ଉର୍ଦ୍ଧ୍ୱରେ ରହି ନିଜ ଦେଶର ଗର୍ବ ଓ ଗୌରବ ପାଇଁ ମନରେ ସ୍ୱାଭିମାନ ଆଣି ଦେଶ ଗଠନରେ ନିୟୋଜିତ କଲେ ଦେଶ ପ୍ରତି ସ୍ଵଦାୟିତ୍ଵ ଓ କର୍ତ୍ତବ୍ୟ ପାଳନ ଦିଗରେ ଅଗ୍ରସର ହୋଇ ପାରିବା।

ଫୋ- ୯୪୩୮୨୭୨୧୫୨

Odisha Mahatma Gandhi Odisha Assembly Mahatma Gandhi remark