Advertisment

ଜଣେ ବ୍ୟକ୍ତିର ମୃତ୍ୟୁ ପାଇଁ ସାରା ଆମେରିକା ଏକାକାର, ଆଉ ଆମର ଏଠି!

ଅପୂର୍ବ ରଞ୍ଜନ ପଣ୍ଡା ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ଼ଙ୍କ ପୋଲିସ ହେପାଜତରେ ଥିବା ବେଳେ ମୃତ୍ୟୁ ଯୋଗୁଁ ସମଗ୍ର ଆମେରିକା ଜଳୁଛି। ରାସ୍ତା ଉପରେ ଲକ୍ଷ ଲକ୍ଷ ଆମେରିକୀୟ ବିକ୍ଷୋଭ କରୁଛନ୍ତି। ରାଜରାସ୍ତା ଅଶାନ୍ତ। ଅନେକ ସହରରେ ଆନ୍ଦୋଳନକାରୀମାନେ ଲୁଟପାଟ କରୁଛନ୍ତି। କେଉଁଠି ପୋଲିସ ଉପରେ ବିକ୍ଷୋଭକାରୀ ଭାରି ପଡୁଛନ୍ତି ତ କେଉଁଠି ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରୁଛି ପୋଲିସ। ଲସଆଞ୍ଜେଲେସ,ନ୍ୟୁୟର୍କ, ଚିକାଗୋ,ବୋଷ୍ଟୋନ,ମିଆମୀ ଆଦି ପ୍ରମୁଖ […]

ଅଦ୍ୟତନ ହୋଇଛି
ଜଣେ ବ୍ୟକ୍ତିର ମୃତ୍ୟୁ ପାଇଁ ସାରା ଆମେରିକା ଏକାକାର, ଆଉ ଆମର ଏଠି!

apurba

Advertisment

ଅପୂର୍ବ ରଞ୍ଜନ ପଣ୍ଡା

ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ଼ଙ୍କ ପୋଲିସ ହେପାଜତରେ ଥିବା ବେଳେ ମୃତ୍ୟୁ ଯୋଗୁଁ ସମଗ୍ର ଆମେରିକା ଜଳୁଛି। ରାସ୍ତା ଉପରେ ଲକ୍ଷ ଲକ୍ଷ ଆମେରିକୀୟ ବିକ୍ଷୋଭ କରୁଛନ୍ତି। ରାଜରାସ୍ତା ଅଶାନ୍ତ। ଅନେକ ସହରରେ ଆନ୍ଦୋଳନକାରୀମାନେ ଲୁଟପାଟ କରୁଛନ୍ତି। କେଉଁଠି ପୋଲିସ ଉପରେ ବିକ୍ଷୋଭକାରୀ ଭାରି ପଡୁଛନ୍ତି ତ କେଉଁଠି ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରୁଛି ପୋଲିସ। ଲସଆଞ୍ଜେଲେସ,ନ୍ୟୁୟର୍କ, ଚିକାଗୋ,ବୋଷ୍ଟୋନ,ମିଆମୀ ଆଦି ପ୍ରମୁଖ ୪୦ଟି ସହରରେ କର୍ଫ୍ୟୁ। ଆମେରିକା ରାଷ୍ଟ୍ରପତି ଅଣ୍ଡରଗ୍ରାଉଣ୍ଡ ବୋଲି ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ଆସୁଛି।ଏଭଳି ସ୍ଥିତି ଆମେରିକାରେ ବିଗତ ୬ଦିନ ହେବ ଲାଗି ରହିଛି।ସେହିପରି ଏହି ଘଟଣାରେ ପ୍ରାୟ ୪୫୦୦ରୁ ଅଧିକ ଆନ୍ଦୋଳନକାରୀଙ୍କ ଗିରଫ କରିଛି ପୋଲିସ।

Advertisment

ଆପଣମାନେ ଭାବିପାରନ୍ତି ଯେ କେବଳ ଗୋଟିଏ ଲୋକର ମୃତ୍ୟୁ ପାଇଁ ଏତେବଡ଼ ଆନ୍ଦୋଳନ!! ସେ କଣ ଜଣେ ପ୍ରଭାବଶାଳୀ ନେତା ନା କେଉଁ ପ୍ରଭାବଶାଳୀ ପରିବାରର ପୁତ୍ର?? ଯଦି ନୁହଁ ତାହେଲେ ଏତେ ବଡ ଆନ୍ଦୋଳନ କଣ ପାଇଁ??

ପ୍ରକୃତରେ ଜର୍ଜ ଫ୍ଲୋଏଡ଼ ହେଉଛନ୍ତି ଜଣେ ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ବ୍ୟକ୍ତି।ଆପଣମାନେ ଉଣା ଅଧିକେ ଜାଣିଥିବେ ଯେ ଆମେରିକାରେ କଳା-ଗୋରା ଭେଦଭାବ ବହୁତ ଅଧିକ ଏବଂ ଏହା ଦୀର୍ଘଦିନର ସମସ୍ୟା ମଧ୍ୟ। ଆମ ଦେଶରେ ଯେଉଁଭଳି ହିନ୍ଦୁ-ମୁସଲମାନ ବିବାଦ ଅମେରିକାରେ ସେହିଭଳି କଳା-ଗୋରା ବିବାଦ।ସବୁବେଳେ ପ୍ରାୟତଃ ବିବାଦ ଲାଗିରହିଥାଏ କିନ୍ତୁ ବେଳେବେଳେ ଉଗ୍ରରୂପ ନିଏ। କିନ୍ତୁ ଚଳିତଥର ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଫଳରେ କରୋନା ଭଳି ମହାମାରୀ ସମୟରେ ମଧ୍ୟ ହଜାର ହଜାର ଆମେରିକୀୟ(ଉଭୟ କଳା-ଗୋରା) କରୋନା ଭୂତାଣୁକୁ ଖାତିର ନକରି ବର୍ଣ୍ଣ ଭେଦଭାବ ଭୁତାଣୁକୁ ନିପାତ କରିବା ପାଇଁ ରାସ୍ତାକୁ ଓଲ୍ହାଇଛନ୍ତି।

Advertisment

ଆମର ଅବଶ୍ୟ ଏଠି କେବଳ ବିବାହ ସମୟକୁ ଛାଡିଦେଲେ କଳା-ଗୋରାକୁ ନେଇ କମ ଆଲୋଚନା ହୁଏ। ବିଭେଦ ପ୍ରାୟତଃ ନାହିଁ କହିଲେ ଚଳେ। କିନ୍ତୁ ଦ୍ଵିତୀୟ କାରଣଟି..ଯାହାକି ପୋଲିସ ହେପାଜତରେ ମୃତ୍ୟୁ।ଆମର ଏଠି କଣ କମ ହୁଏ???

ଗତ ଶୀତକାଳୀନ ବିଧାନସଭା ଅଧିବେସନରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯେଉଁ ତଥ୍ୟ ରଖିଥିଲେ ତାହା ସାଙ୍ଘାତିକ ଥିଲା। ମାନ୍ୟବର ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ଜାନୁଆରୀ ୨୦୧୦ରୁ ନଭେମ୍ବର ୨୦୧୯ ମଧ୍ୟରେ ଅର୍ଥାତ ପ୍ରାୟତଃ ବର୍ଷକ ମଧ୍ୟରେ ରାଜ୍ୟରେ ୪୩ଜଣଙ୍କ ହାଜତ ମୃତ୍ୟୁ ହୋଇଛି। ହିସାବ କଲେ ପ୍ରତିବର୍ଷ ଆମ ରାଜ୍ୟରେ ସାଢ଼େ ଚାରିଜଣଙ୍କ ହାଜତ ମୃତ୍ୟୁ ହେଉଛି। ଏହା କେବଳ ସରକାରୀ ରେକର୍ଡ,ଅନୁମାନ କରନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା କେତେ ହୋଇଥିବ!!କାରଣ ଅନେକ ମୃତ୍ୟୁକୁ ଦେହ ଖରାପ ଆଳରେ ଘୋଡାଇ ମଧ୍ୟ ଦିଆଯାଉଥାଇପାରେ। ଆମର ତ ଏଠି କିଛି ପୋଲିସ ବାବୁ ଏତେ ନୃଶଂସ ଯେ ମଳଦ୍ୱାରରେ ମଧ୍ୟ ବାଡି ପୁରାଇ ମାରିଦେବା ଭଳି ଅଭିଯୋଗ ହୋଇଛି।

ଏହି ୪୩ମୃତ୍ୟୁ ମାମଲାରେ କେତେଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି??କେତେଜଣ ପୋଲିସ ଅଧିକାରୀ ଏଭଳି ଅମାନବୀୟ କାର୍ଯ୍ୟ ପାଈଁ ଗିରଫ ହୋଇଛନ୍ତି?? ନା କେବଳ ଲୋକ ଦେଖାଣିଆ ପାଇଁ ପ୍ରଥମେ ନିଲମ୍ବିତ କରାଯାଇଛି ଆଉ ଘଟଣା ଜନମାନସରୁ ଲିଭିଯିବା ପରେ ପୁଣିଥରେ ସେହି ନୃଶଂସ ପୋଲିସ ବାବୁ କାର୍ଯ୍ୟରେ ଯୋଗଦେଇଛନ୍ତି??କେତେ ସଂଗଠନ ରାଜନୈତିକ ସ୍ୱାର୍ଥ ବାଦ ସରକାରଙ୍କ ଉପରେ ଚାପ ପକେଇଛନ୍ତି ,ଆଉଯଦି ବା ପକେଇଛନ୍ତି କେତେଦିନ ପର୍ଯ୍ୟନ୍ତ??

ଆମେରିକାରେ ସମାନତା ପାଇଁ ହେଉଥିବା ଆନ୍ଦୋଳନକୁ ମୁଁ ଯଦିଓ ସମର୍ଥନ କରୁଛି କିନ୍ତୁ ଆନ୍ଦୋଳନ ବେଳେ ହେଉଥିବା ହିଂସାକୁ ଆଦୌ ନୁହେଁ। କାରଣ ଆନ୍ଦୋଳନ ହିଂସାତ୍ମକ ରୂପନେଲେ ଆନ୍ଦୋଳନର ପ୍ରକୃତ ଉଦ୍ଦେଶ୍ୟ ଲକ୍ଷଚ୍ୟୁତ ହୁଏ ଏବଂ ସରକାରଙ୍କୁ ବିଭିନ୍ନ ଆଳ ମିଳିଯାଏ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ।କିନ୍ତୁ ଯେଉଁ ମାନବାଧିକାର ପାଇଁ ଆଜି ଆମେରିକାରେ ଉଭୟ ବର୍ଣ୍ଣର ଲୋକ ଏକାଠି ହୋଇଛନ୍ତି ତାହା ମହାନ ନୁହେଁ କି?? ଯଦି ଆମେରିକାରେ ଗୋଟିଏ ଜୀବନର ମୂଲ୍ୟ ଏତେ ଅଧିକ ତାହେଲେ ଆମର ଏଠି ନୁହେଁ କାହିଁକି??

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe