ଆପଣମାନେ ଖୁସି ତ?

ସୂର୍ଯ୍ୟମଣି ମିଶ୍ର ଆମ ଓଡ଼ିଶାର ସବୁଠୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏକ ଦଶନ୍ଧି ଧରି ଯେ କୌଣସି ସଭାକୁ ଯାଉଛନ୍ତି ସେଠାରେ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରି ପ୍ରଥମେ ପଚାରନ୍ତି ଆପଣମାନେ ଖୁସି ତ? ଲୋକଙ୍କର ଉତ୍ତରରେ ଥାଏ ହସ ଆଉ ଜିନ୍ଦାବାଦ୍‍ର ନାରା । ହୁଏତ ଏହି ହସ ଓ ଜିନ୍ଦାବାଦର ସୂଚନା ଦେଉଥିବା ଲୋକସମୁହଙ୍କ ମଧ୍ୟରେ ଥାଆନ୍ତି ଅଧିକାଂଶ ବିଜୁ ଜନତା ଦଳର କର୍ମୀ ଓ ସମର୍ଥକ । ଯେଉଁଠି ରାଜସତ୍ତା […]

Naveen Patnaik

Naveen Patnaik

Debendra Prusty
  • Published: Monday, 01 March 2021
  • Updated: 01 March 2021, 12:20 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର
ଆମ ଓଡ଼ିଶାର ସବୁଠୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଏକ ଦଶନ୍ଧି ଧରି ଯେ କୌଣସି ସଭାକୁ ଯାଉଛନ୍ତି ସେଠାରେ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରି ପ୍ରଥମେ ପଚାରନ୍ତି ଆପଣମାନେ ଖୁସି ତ? ଲୋକଙ୍କର ଉତ୍ତରରେ ଥାଏ ହସ ଆଉ ଜିନ୍ଦାବାଦ୍‍ର ନାରା । ହୁଏତ ଏହି ହସ ଓ ଜିନ୍ଦାବାଦର ସୂଚନା ଦେଉଥିବା ଲୋକସମୁହଙ୍କ ମଧ୍ୟରେ ଥାଆନ୍ତି ଅଧିକାଂଶ ବିଜୁ ଜନତା ଦଳର କର୍ମୀ ଓ ସମର୍ଥକ । ଯେଉଁଠି ରାଜସତ୍ତା ପାଖରେ ତର୍କ, ବିବେକ, ଦାୟିତ୍ୱବୋଧ ଏବଂ ସମ୍ବେଦନଶୀଳତାର ଉଦାହରଣ ମିଳେନି ଆଉ ଦେଖିବାକୁ ମିଳେ ପାଶବିକ ଶକ୍ତିର ଉତ୍ତରଣ ସେଠାରେ ଯେଉଁ ହସ ଲୋକଙ୍କ ମୁହଁରେ ଫୁଟୁଥାଏ ଆଉ ଏହାକୁ ଦେଖି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହୋଇଥାନ୍ତି । ଆଜି ରାଜ୍ୟ ରାଜନୀତିରେ କ୍ରୂରତା, ଧୃଷ୍ଟତା, ଅହଙ୍କାର, ଶୋଷଣ, ଉତ୍ପୀଡ଼ନ ଓ ଦମନ ଯେ ଅନ୍ତ ଘଟିଛି ତାହା କୁହାଯିବା ସତ୍ୟର ଅପଳାପ ହେବ । ନିକଟରେ ମାର୍ଚ୍ଚ ୧,୨୦୨୦ ଠାରୁ ୩୧. ୧୨.୨୦୨୦ ସମୟ ସୀମା ମଧ୍ୟରେ ରାଜ୍ୟରେ ସର୍ବମୋଟ ୧ଲକ୍ଷ ୧୩ ହଜାର ୪୧୦ ଗୋଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି । ଏହି ସମୟରେ ଗିରଫ ଅପରାଧୀଙ୍କ ସଂଖ୍ୟା ହେଉଛି ୫୧ହଜାର ୬୧୭ । ଚଳିତ  ୨୦୨୧ ଜାନୁଆରିରୁ ଫେବୃଆରୀ ମାସ ୧୧ ତାରିଖ ମଧ୍ୟରେ ୧୬ ହଜାର ୩୭୦ ଗୋଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ୫ହଜାର ୯୧୫ ଜଣଙ୍କୁ ଗିରଫ କରାଯାଇଛି ।
ବିଧାନସଭାରେ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ଅବକାରୀ ଆଇନ ଉଲ୍ଲଙ୍ଘନ କରିବା କାରଣରୁ ରାଜ୍ୟର ୧୦ହଜାର ୮୧୦ ଜଣ ମଦ୍ୟପଙ୍କୁ ଗିରଫ କରାଯାଇଛି । ଏହି ଅପରାଧ ସଂପର୍କିତ ପରିସଂଖ୍ୟାନ ରିପୋର୍ଟକୁ ଉଲ୍ଲେଖ କରିବାର ପ୍ରାସଙ୍ଗିକତା ହେଉଛି ଗୋଟିଏ ସୁସ୍ଥ ସରକାର ରାଜ୍ୟରେ ଚାଲିଛି । ଲୋକଙ୍କ ମଙ୍ଗଳ ପାଇଁ, ସାମଗ୍ରିକ ବିକାଶ ପାଇଁ, ସରକାରଙ୍କ ପକ୍ଷରୁ ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି କାଳିଆ ଯୋଜନା ଯାଏ ଯୋଜନାମାନ କାର୍ଯ୍ୟକାରୀ ହେଉଛି । କିନ୍ତୁ ଅନ୍ୟପକ୍ଷରେ ଦାରିଦ୍ର‌୍ୟ ଦୂର ହୋଇପାରୁନାହିଁ । ରାଜ୍ୟରେ ୮୦ ଭାଗରୁ ଅଧିକ ଲୋକ ନିଜର ଖାଦ୍ୟ ନିରାପତ୍ତା ମେଣ୍ଟାଇବା ପାଇଁ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରୁଛନ୍ତି । ଏହା ସହ ଚାଷ ଓ ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ଦ୍ୱାରା ଅଧାରୁ ଅଧିକ ଜମି ଜଳସେଚିତ ହୋଇପାରିନାହିଁ । ଉତ୍ପାଦିତ କୃଷି ସାମଗ୍ରୀ ମଧ୍ୟରୁ ଧାନ ବିକ୍ରି ହୋଇନପାରି ଚାଷୀ ମଣ୍ଡିରୁ ଫେରୁଛନ୍ତି । କଟ୍‍ନି ଛଟ୍‍ନି ନାମରେ ଚାଷୀଙ୍କୁ ଶୋଷଣ କରାଯାଉଛି । ରାଜ୍ୟ ବାହାରେ ଓଡ଼ିଶା ଶ୍ରମିକଙ୍କ ସଂଖ୍ୟା ୩୦ ଲକ୍ଷରୁ ଅଧିକ । ୧୦ ଲକ୍ଷରୁ ଅଧିକ ଶିକ୍ଷିତ ବେକାର ହାହୁତାସରେ ଜୀବନ ବିତାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ଏହି ବେକାରୀ, ଦାଦନ ଖଟିବାକୁ ଯାଇଥିବା, ଅପରାଧର ଶିକାର ହୋଇ ମୃତ୍ୟୁ ବରଣ କରିଥିବା, ଆହତ ହେଉଥିବା ଲୋକଙ୍କ ଉଦ୍ଦେଶ୍ୟରେ କହୁଛନ୍ତି କି ଆପଣମାନେ ଖୁସି ତ? ଯଦି ଏହି ଶୋଷିତ, ନିର୍ଯାତିତ ଲୋକଙ୍କୁ ନବୀନ ବାବୁ ପଚାରନ୍ତି ଯେ ଆପଣମାନେ ଖୁସି ତ ତାହାହେଲେ ଉତ୍ତର ଆସିବ ନିଶ୍ଚୟ ନା ସାର୍‍ ନା । ଆମେ ଖୁସିରେ ରହୁ କେବଳ ଆପଣଙ୍କ ଦଳର ନେତା, କର୍ମୀ, ଠିକାଦାର ହିଁ ଖୁସିରେ ଅଛନ୍ତି । ଚାଷୀ ଏଠି ଖୁସିରେ ନାହାନ୍ତି । ଚାଷୀ ମୁଣ୍ଡ ଉପରେ ଋଣବୋଝ, ଆପଣ ଏତେ ଋଣ କଲେଣି ଯେ, ମା’ ପେଟରେ ବଢୁଥିବା ଶିଶୁ ମଧ୍ୟ ଋଣଗ୍ରସ୍ତ । ନବୀନ ବାବୁ! କାହିଁକି ଆପଣ ପଚାରୁଛନ୍ତି ଆପଣମାନେ ଖୁସି ତ? ଥରେ ପରିର ମା’, ପିହୁର ମା’ଙ୍କୁ ପଚାରନ୍ତୁ ତ ସେ ନିଜ ଶିଶୁ ସନ୍ତାନଙ୍କ ଅପହରଣକୁ ନେଇ ଖୁସି ବୋଲି କହିବେ ତ? ଆପଣ ଥରେ ପଚାରନ୍ତୁ ତ ଟିକିରିର ମୃତ୍ୟୁବରଣ କରିଥିବା ଶିକ୍ଷୟିତ୍ରୀଙ୍କ ପରିବାର କ’ଣ କହିବେ ଆମେ ଏବେ ଖୁସି? ୫୦ ହଜାରରୁ ଉର୍ଦ୍ଧ୍ୱ ଠିକା କର୍ମଚାରୀ ସରକାରୀ ଦପ୍ତରରେ କାର୍ଯ୍ୟ କରୁଛନ୍ତି । ଯେଉଁମାନଙ୍କୁ ସର୍ବନିମ୍ନ ଦରମା ମିଳୁନାହିଁ । ଚାକିରିର ନିରାପତ୍ତା ନାହିଁ । ଏହା ସହ ଆଉଟସୋର୍ସିଂ ମାଧ୍ୟମରେ ମଧ୍ୟ ସରକାରୀ ଦପ୍ତରରେ ଆପଣ କର୍ମଚାରୀ ନିଯୁକ୍ତି କରିଛନ୍ତି । ଏହି କର୍ମଚାରୀଙ୍କୁ ଛଟେଇର ଧମକ ମିଳେ । ମିଳେନି ସର୍ବନିମ୍ନ ବେତନ । ତେବେ ଏହି କର୍ମଚାରୀଙ୍କୁ ପଚାରିଲେ ସେମାନେ କ’ଣ କହିବେ ହେ ନବୀନ ବାବୁ ଆମେ ଏବେ ଖୁସି? ରାଜ୍ୟର ଋଣଭାର ୨୦୨୧ ଭିତରେ ୧.୨୫ଲକ୍ଷ କୋଟି ଟଙ୍କାରେ ପହଞ୍ôଚବ । ଏବେ ସୁଦ୍ଧା ଋଣଭାର ୧.୬ ଲକ୍ଷ କୋଟି ଟଙ୍କାରେ ପହଞ୍ôଚଛି । ଋଣ କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କୌଶଳକୁ ଆପଣେଇବାକୁ ନେଇ ଜନତା କିପରି ବା ଖୁସି ହେବେ? ୨୦୧୬ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ...
ଦେଇଥିଲେ ଯେ, ସମାନ କାମକୁ ସମାନ ଦରମା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଏବଂ କାହାରିକୁ ଠିକାରେ ନିଯୁକ୍ତି ନଦେବା । କିନ୍ତୁ ଆପଣଙ୍କ ସରକାର ଠିକା ନିଯୁକ୍ତି ଦେଇ ଶୋଷଣ କରୁଛନ୍ତି । ତେଣୁ ଶୋଷଣର ଶିକାର ହେଉଥିବା ଠିକା ସରକାରୀ କର୍ମଚାରୀ କିପରି ଖୁସି ହେବେ । ଆଉ ଗୋଟିଏ ପ୍ରସଙ୍ଗ ଆପଣମାନେ ଖୁସି ତ ପ୍ରଶ୍ନର ଉତ୍ତର ଯାହା ତାହା ହେଲା, ସୀମାନ୍ତରେ ଓଡ଼ିଆ ନିର୍ଯାତିତ ହେଉଛନ୍ତି । ଓଡ଼ିଶା ଭିତରକୁ ଆନ୍ଧ୍ର ଠାରୁ ପଶ୍ଚିମବଙ୍ଗ ଯାଏ ୩ଟି ରାଜ୍ୟର ସରକାରୀ କର୍ମଚାରୀ ଜମି ଦଖଲ କରିବାକୁ ବସିଲେଣି । ଏହା ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ ସୁରକ୍ଷାର ପ୍ରଶ୍ନ । କୋଟିଆ ଏହାର ଉଦାହରଣ । ଏ ଦିଗରେ ଆପଣଙ୍କ ସରକାର ବିଫଳ ହେଉଛି । ତେଣୁ ଓଡ଼ିଶାର ମାଟି, ପାଣି, ଭାଷାକୁ ଭଲ ପାଉଥିବା ଓଡ଼ିଆ କିପରି ବା ଖୁସିରେ ରହିବେ । ଗୋଟିଏ ପଟେ ଦାରିଦ୍ର‌୍ୟର ଉତ୍କଟ ଚିତ୍ର ରାଜ୍ୟ ବ୍ୟାପୀ ଦେଖିବାକୁ ମିଳୁଛି । ଚାଷୀ ଦୁଃଖରେ, ହାତକୁ କାମ ମିଳୁନି ବୋଲି ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଲକ୍ଷଲକ୍ଷ ସଂଖ୍ୟାର ଓଡ଼ିଆ । ବେକାର ଯୁବକ ନିଯୁକ୍ତି ଖେଜୁଛନ୍ତି । ସାଧାରଣ ନାଗରିକ ନିରାପତ୍ତା ଆଶା କରୁଛନ୍ତି । କିନ୍ତୁ ଅପରାଧ ପରିସଂଖ୍ୟାନ ରିପୋର୍ଟ ଯାହା ବିଧାନସଭାରେ ନିକଟରେ ଉପସ୍ଥାପିତ ହେଉଛି ତାହା ସୂଚାଇ ଦେଉଛି ଏଠି ଭୟର ବାତାବରଣ ରହିଛି । ଆଉ ଅପରାଧୀମାନେ ସକ୍ରିୟ । ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ଆପଣଙ୍କ ନେତୃତ୍ୱର ସରକାର ବିଫଳ । ତେଣୁ ହେ ପ୍ରିୟ ନବୀନବାବୁ ଆପଣ ଯେପରି ପଚାରୁଛନ୍ତି ଆପଣମାନେ ଖୁସି ତ? ନା ନା ଆମେ କେହି ଖୁସିରେ ନାହୁଁ । କେବଳ ଆପଣଙ୍କ ଦଳ, ଆପଣଙ୍କ ସରକାରୀ କଳ ଖୁସିରେ ଅଛି । ଖୁସିରେ ରହିବା ପାଇଁ ଖାଦ୍ୟ,ବସ୍ତ୍ର, ବାସଗୃହ, ଶିକ୍ଷା, ଚିକିତ୍ସା, ପିଇବା ପାଣି ସହ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ହେବା କଥା । ଏ ଦିଗରେ ସମୀକ୍ଷା କରି ପଦକ୍ଷେପ ନେଲେ ହୁଏତ ଆପଣ ଆଉଥରେ ସଭାକୁ ଆସି ପଚାରିଲେ ଆପଣମାନେ ଖୁସି ତ ? ଆମେ କହିବୁ ହଁ ଏବେ ଆମେ ଖୁସି!
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍‍: ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story