Advertisment

ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନ ଚାରିକଡ଼େ

ମଧୁଲିତା ପରିଡ଼ା ନିକଟରେ ଶାସକ ବିଜେଡିର ଛାମୁଆ ସଂଗଠନ ଯୁବ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଦଳର ସବୁ ସଭା ପରି ଏଥିରେ ମଧ୍ୟ ସମସ୍ତେ ମିଳିମିଶି କେବଳ ନିଜ ମୁଖିଆଙ୍କୁ ଟେକିଲେ। ଏହିଠାରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନମ୍ବର-୧ ବୋଲି କୁହାଯାଉଥିବା ବିଧାୟକ ପ୍ରଣବ ଦାସ ଓରଫ ବବିବାବୁ ନବୀନ ବାବୁଙ୍କ ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ କେଇପଦ କଥା କହିଲେ, ଯାହାକୁ ନେଇ ଜାଣିଲା ଶୁଣିଲା ଲୋକଙ୍କ ଭିତରେ ଖୁବ୍ ଚର୍ଚ୍ଚା। ସେ […]

ଅଦ୍ୟତନ ହୋଇଛି
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ଜାଲ୍ ‌!

cm

Advertisment
  • ମଧୁଲିତା ପରିଡ଼ା

ନିକଟରେ ଶାସକ ବିଜେଡିର ଛାମୁଆ ସଂଗଠନ ଯୁବ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଦଳର ସବୁ ସଭା ପରି ଏଥିରେ ମଧ୍ୟ ସମସ୍ତେ ମିଳିମିଶି କେବଳ ନିଜ ମୁଖିଆଙ୍କୁ ଟେକିଲେ। ଏହିଠାରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନମ୍ବର-୧ ବୋଲି କୁହାଯାଉଥିବା ବିଧାୟକ ପ୍ରଣବ ଦାସ ଓରଫ ବବିବାବୁ ନବୀନ ବାବୁଙ୍କ ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ କେଇପଦ କଥା କହିଲେ, ଯାହାକୁ ନେଇ ଜାଣିଲା ଶୁଣିଲା ଲୋକଙ୍କ ଭିତରେ ଖୁବ୍ ଚର୍ଚ୍ଚା।

Advertisment

ସେ କହିଲେ, ଆମ ମୁଖ୍ୟମନ୍ତ୍ରୀ ବହୁତ ସରଳ। ଜାମା ବୋଲି କହିଲେ କୁର୍ତ୍ତା ଖଣ୍ଡିଏ, ପାଇଜାମା ଖଣ୍ଡିଏ। ତାହା ମଧ୍ୟ ଧୋବଲା। ଅନ୍ୟ ନେତାଙ୍କ ପରି ଏତେ ରଙ୍ଗୀନ ପୋଷାକ ନୁହେଁ। ସେ ଦାମୀ ଡ୍ରେସ ପିନ୍ଧନ୍ତି ନାହିଁ। କିଛି ଦାମୀ ଜୋତା ପିନ୍ଧନ୍ତି ନାହିଁ। ଘରେ ଖୋର୍ଦ୍ଧାଲୁଙ୍ଗି ଓ ସ୍ପଞ୍ଜ ଚପଲ ପିନ୍ଧନ୍ତି। ଖାଦ୍ୟ ମଧ୍ୟ ବହୁତ ସାଧାସିଧା ଖାଆନ୍ତି। ପୋଡ଼ା କିମ୍ବା କିଛି ସିଝା ପରିବାରେ ତିଆରି ଖାଦ୍ୟ। ସବୁବେଳେ ତାଙ୍କ ମୁହଁରେ ଜୟ ଜଗନାଥ ଧ୍ୱନୀ।

ତାଙ୍କର ସରଳ ଜୀବନ ଯାପନ ପାଇଁ ସେ ଓଡ଼ିଶାବାସୀଙ୍କର ହୃଦୟରେ ଦୀର୍ଘ ୨୨ ବର୍ଷ ଧରି ରହି ଆସିଛନ୍ତି। ଦେଶରେ କେତେଥର ନମ୍ବର-୧ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇପାରିଛନ୍ତି। ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଆମ ମୁଖ୍ୟମନ୍ତ୍ରୀଙ୍କର। ସେ ବ୍ୟବହାର କରୁଥିବା ଗାଡ଼ି ମଧ୍ୟ ବେଶୀ ଦାମୀ ନୁହେଁ। ଆଗରୁ ମାରୁତି ଏସ୍ଟିମ୍ ବ୍ୟବହାର କରୁଥିଲେ, ଏବେ ଏସ୍‌ଏକ୍ସ-୪ ଗାଡ଼ି ବ୍ୟବହାର କରୁଛନ୍ତି।

Advertisment

ପ୍ରଣବ ବାବୁଙ୍କ କଥା ଠିକ୍, ବହୁତ ଭଲ କଥା। କିନ୍ତୁ ଯେଉଁ ମୁଖ୍ୟମନ୍ତ୍ରୀଙ୍କର ଜୀବନ ଏତେ ସରଳ, ତାଙ୍କ ପାରିଷଦମାନଙ୍କର ଜୀବନ ଏତେ ପ୍ରାଚୁର୍ଯ୍ୟଭରା କାହିଁକି? ମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ନବୀନ ବାବୁଙ୍କ ପାଖରେ ତାଙ୍କ ବିଧାୟକମାନେ ଯେଉଁ ଗାଡ଼ି ଚଢୁଛନ୍ତି, ତା’ର ହିସାବ ଅଛି ତ? ବିଧାୟକ ଓ ମନ୍ତ୍ରୀମାନେ ଯେଉଁ ଗାଡ଼ି ଚଢୁଛନ୍ତି ତାହାର ଦାମ୍ କେତେ ସେ ଜାଣନ୍ତି ତ? ଆମ ରାଜ୍ୟର ରଣ ଭାର ଏବେ ମୁଣ୍ଡ ପିଛା ୧୮ ହଜାର ଟଙ୍କା ହେଲାଣି। ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୨୦ କୋଟିରେ ପହଞ୍ଚିଲାଣି। କାହିଁକି ଆମ ରାଜ୍ୟ ଦେଶର ପ୍ରଥମ ୫ଟି ଗରିବ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି?

ଯଦିଓ ଜଣଙ୍କର ଜୀବନ ସଂପୃକ୍ତ ବ୍ୟକ୍ତିଙ୍କ ରୁଚି ଉପରେ ନିର୍ଭର କରେ, ସେଥିରେ ଆମର କିଛି କହିବାର ନାହିଁ। କିନ୍ତୁ ପାରିଷଦମାନେ ମଧ୍ୟ ସେହି ଋଚିର ହେବା ଜରୁରି। ନିକଟରେ ଜଣେ ବିଧାୟକ, ଯିଏକି ମୁଖ୍ୟମନ୍ତ୍ରୀଙ୍କର ଏକାନ୍ତ ବ୍ୟକ୍ତିଗତ ଥିଲେ, ତାଙ୍କଠାରୁ କୋଟି କୋଟି ଟଙ୍କା ଜବତ ହେଲା। ସେହିପରି ଜଣେ ଅଫିସରଙ୍କଠାରୁ କୋଟି କୋଟି ଟଙ୍କା ବାହାରିଲା। ସରଳ ଋଚିର ନବୀନ ଏହା କେମିତି ଜାଣିପାରୁ ନଥିଲେ?

ନା ଏହା ଅନୁମାନ କରିବାକୁ ପଡ଼ିବ ଯେ, ବାସ୍ତବରେ ସରଳ ଜୀବନଯାପନ କରୁଥିବା ଶାସକ ଦଳର ନେତାଙ୍କର ଦେଖେଇବା ଦାନ୍ତ ଗୋଟିଏ, ଖାଇବା ଦାନ୍ତ ଆଉ ଗୋଟିଏ? ବେଳେବେଳେ ଏମିତି ମନେହୁଏ, ବିଜେଡିର ମନ୍ତ୍ରୀ ବିଧାୟକଙ୍କର ଯେଉଁ ପରିମାଣର ଦାମୀ ଗାଡ଼ି ଅଛି, ସେ ସବୁକୁ ଯଦି ଏକାଥରେ ବିକିଦିଆ ଯାଏ ତେବେ ରାଜ୍ୟର ସବୁ ସରକାରୀ କର୍ମଚରୀ ଗୋଟିଏ ଦିନ ଦରମା ପାଇପାରିବେ।

ଶାସକ ଦଳ କେବଳ ନୁହଁନ୍ତି, ଏଠି ନେତାମାନଙ୍କର ସଂପତ୍ତି ପରିମାଣ ହିସାବ ନକଲେ ଭଲ। ଯାହାର ପୂର୍ବରୁ ଧନସଂପତ୍ତି ଅଛି ତାହା ଅଲଗା କଥା, କିନ୍ତୁ ଅଧାରୁ ଅଧିକ ନେତା, କ୍ଷମତାକୁ ଆସିବା ପରେ ନିଜର ସଂପତ୍ତିକୁ ଦୁଇଗୁଣା କରିଦେଉଛନ୍ତି। ଜଣେ ଶାସକ ଦଳର ବିଧାୟକ ପ୍ରଥମ ଥର ପାଇଁ ହେଉଛନ୍ତି, ତାଙ୍କର ବିଧାୟକ ହେବା ପୂର୍ବରୁ କେତେ ସମ୍ପତ୍ତି ଥିଲା ବିଧାୟକ ହେବା ପରେ କେତେ ସମ୍ପତି ହେଉଛି ତାର ହିସାବ ପାଇବେ ନାହିଁ। ନିକଟରେ ଜଣେ ବିଧାୟକଙ୍କ କିଭଳି କୋଟି କୋଟି ଟଙ୍କାର ସମ୍ପତ୍ତି ବାହାର କରାଯାଉଛି ଏକଥା କାହାକୁ ଅଛପା ନାହିଁ। ଯଦି ସବୁ ବିଧାୟକ ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପରି ସରଳ ଜୀବନ ବିତେଇବେ, ନିଃସ୍ୱାର୍ଥପର ଭାବେ କାମ କରିବେ, ଲୋକଙ୍କ ସେବା କରିବେ, ହୁଏତ ଓଡ଼ିଶାର ଅର୍ଥନୈତିକ ସ୍ଥିତି ବଦଳି ଯାଆନ୍ତା। କେବଳ ଭାଷଣରେ ନୁହେଁ କାର୍ଯ୍ୟରେ କରି ଦେଖାଇଲେ ହୁଏତ ଭଲ ହୁଅନ୍ତା।

ଅତୀତରେ କ୍ଷମତାକୁ ଆସୁଥିବା ନେତାଙ୍କର ନିଜର ଲୋଭ ନଥିଲା। ଲୋକଙ୍କ କାମ କରିବା ପାଇଁ ଦିନ ରାତି ଏକ କରି ସେମାନେ ରାଜ୍ୟର ଉନ୍ନତି କଥା ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ ଏହା ପୂରା ବିପରୀତ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ନିଜ ପଦରୁ ଇସ୍ତଫା ଦେବାପରେ ଷ୍ଟେସନକୁ ଚାଲି ଚାଲି ଯାଇଥିଲେ। ସେହିପରି ଅନୁଗୁଳକୁ ସେ ବସରେ ଗସ୍ତ କରିଥିଲେ। ଆଜିର ନେତା ଏ କଥା ଜାଣନ୍ତି ତ?

ଲୋଭ ହିଁ ମଣିଷର ସ୍ୱଭାବକୁ ନଷ୍ଟ କରେ। ଓଡ଼ିଶାର ସ୍ୱାଭିମାନ କିଛି ରାଜନୈତିକ ଲୋକଙ୍କ ସ୍ୱାର୍ଥ ପାଇଁ ନଷ୍ଟ ହେବାକୁ ବସିଲାଣି। ଆଜିର ବିଧାୟକମାନେ ନିଜର ସ୍ୱାର୍ଥ ଛଡ଼ା ରାଜ୍ୟର ସ୍ୱାର୍ଥ କଥା ଚିନ୍ତା କରନ୍ତିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe