ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା କରିବା ଯଥାର୍ଥ

ରବି ଦାସ ଭାରତୀୟ ଟେଲିଭିଜନ ଗଣମାଧ୍ୟମର ଜଣେ ଆଗଧାଡ଼ିର ସାମ୍ବାଦିକ ଭାବରେ ପ୍ରତିଷ୍ଠା ଲାଭ କରିଥିବା ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଓ ମାଲିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିବା ସମୟରେ ସାମ୍ବାଦିକମାନଙ୍କ ପକ୍ଷରୁ ଅନେକ ଏହାକୁ ନିନ୍ଦା କରୁଥିବା ସମୟରେ ଅନ୍ୟ କେତେକ ସାମ୍ବାଦିକ ଗୋସ୍ୱାମୀଙ୍କର ସାମ୍ବାଦିକତାକୁ  ନିନ୍ଦା କରି ସେ ବିରୋଧୀମାନଙ୍କ ପାଇଁ ଯେଉଁ ଅସ୍ତ୍ର ପ୍ରୟୋଗକୁ ପ୍ରଶଂସା କରୁଥିଲେ ଏବେ ତା’ର ଶିକାର ହୋଇଛନ୍ତି ବୋଲି ଯୁକ୍ତି […]

video

video

Debendra Prusty
  • Published: Friday, 06 November 2020
  • Updated: 06 November 2020, 04:22 PM IST
  • ରବି ଦାସ

ଭାରତୀୟ ଟେଲିଭିଜନ ଗଣମାଧ୍ୟମର ଜଣେ ଆଗଧାଡ଼ିର ସାମ୍ବାଦିକ ଭାବରେ ପ୍ରତିଷ୍ଠା ଲାଭ କରିଥିବା ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଓ ମାଲିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିବା ସମୟରେ ସାମ୍ବାଦିକମାନଙ୍କ ପକ୍ଷରୁ ଅନେକ ଏହାକୁ ନିନ୍ଦା କରୁଥିବା ସମୟରେ ଅନ୍ୟ କେତେକ ସାମ୍ବାଦିକ ଗୋସ୍ୱାମୀଙ୍କର ସାମ୍ବାଦିକତାକୁ  ନିନ୍ଦା କରି ସେ ବିରୋଧୀମାନଙ୍କ ପାଇଁ ଯେଉଁ ଅସ୍ତ୍ର ପ୍ରୟୋଗକୁ ପ୍ରଶଂସା କରୁଥିଲେ ଏବେ ତା’ର ଶିକାର ହୋଇଛନ୍ତି ବୋଲି ଯୁକ୍ତି କରିଛନ୍ତି। ସେମାନଙ୍କ ମତରେ ଅର୍ଣ୍ଣବ ଗୋସ୍ୱାମୀ ପ୍ରକୃତ ସାମ୍ବାଦିକତା କରୁନଥିଲେ ଓ ଶାସକ ବିଜେପିର ମୁଖପାତ୍ର ଭାବରେ ଖୋଲାଖୋଲି କାର୍ଯ୍ୟ କରୁଥିଲେ। ସେମାନେ ଆହୁରି ବି ଯୁକ୍ତି କରିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯିବା କୌଣସି ସାମ୍ବାଦିକତା ବୃତ୍ତିକୁ ନେଇ ହୋଇନାହିଁ। ଏଣୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଗିରଫଦାରୀକୁ ସମ୍ବାଦପତ୍ର ବା ଗଣମାଧ୍ୟମ ଉପରେ ଆକ୍ରମଣ ଭାବରେ ବିବେଚିତ ହେବା ଉଚିତ ନୁହେଁ।

ବାସ୍ତବରେ ସମୁଦାୟ ଘଟଣାକୁ ଅନୁଧ୍ୟାନ କରାଗଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ମହାରାଷ୍ଟ୍ର ପୋଲିସର ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି ସହଜରେ ଜାଣିହେବ। ଅର୍ଣ୍ଣବ ଗୋସ୍ୱାମୀଙ୍କ ସାମ୍ବାଦିକତା ସହିତ ଏକମତ ହେଉନଥିବା ବା ତାଙ୍କ ସାମ୍ବାଦିକତାକୁ ନିନ୍ଦା କରୁଥିବା ଲୋକମାନଙ୍କ ମତ ସହିତ ବିବାଦ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଦେଶର ସମ୍ବିଧାନରେ ମତପ୍ରକାଶ କରିବାର ସ୍ୱାଧୀନତାକୁ ସ୍ୱୀକୃତି ଦିଆଯାଇଛି। ବ୍ୟକ୍ତିଗତ ଭାବରେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମତପ୍ରକାଶ ସ୍ୱାଧୀନତାକୁ ନିଶ୍ଚିତ ସମର୍ଥନ କରିବେ। କିନ୍ତୁ ଏହା କେହି ଅସ୍ୱୀକାର କରିପାରିବେ ନାହିଁ ଯେ, ଅର୍ଣ୍ଣବ ଗୋସ୍ୱାମୀ ସାମ୍ବାଦିକତା ପାଇଁ ହିଁ ସମାଜରେ ପରିଚିତ ହୋଇଛନ୍ତି। ସାମ୍ବାଦିକ ଭାବରେ ଏନଡିଟିଭି ଓ ଟାଇମ୍‌ସ ନାଓ ପରେ ସେ ନିଜ ଉଦ୍ୟମରେ ଓ ଅନ୍ୟମାନଙ୍କ ସହାୟତାରେ ରିପବ୍ଲିକ ଟିଭି ପ୍ରତିଷ୍ଠା କରିଛନ୍ତି। ଏହି ଟିଭିରେ ତାଙ୍କର ସାମ୍ବାଦିକତା ଓ ବୟାନବାଜି ଖୋଲାଖୋଲି ଭାବରେ ବିଜେପି ସମର୍ଥନରେ ହୋଇଥିଲେ ମଧ୍ୟ ତାହାକୁ ବିଚାର କରିବା ଦାୟିତ୍ୱ ଦର୍ଶକମାନଙ୍କର। ତାଙ୍କର ଏହି ବିଚାର ଯୋଗୁ ଏବେ ସେ ଯେଉଁ ମାମଲାରେ ପଡ଼ି ଗିରଫ ହୋଇଛନ୍ତି ସେହି ମାମଲାଟି ୨୦୧୮ ମସିହାରେ ହୋଇଥିଲେ ମଧ୍ୟ ସେହି ମାମଲାରେ ତତ୍କାଳୀନ ମହାରାଷ୍ଟ୍ର ପୋଲିସ କୌଣସି ତଦନ୍ତ ନକରି ୨୦୧୯ରେ ଦଫାରଫା କରିଦେଇଥିଲେ। ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଏନସିପି ଓ କଂଗ୍ରେସର ମିଳିତ ସରକାର ହେବା ପରେ ଗୋସ୍ୱାମୀ ତାଙ୍କ ଟିଭି ଚ୍ୟାନେଲରେ ବରାବର ଏହି ମିଳିତ ସରକାର ବିରୋଧରେ ମତପ୍ରକାଶ କରିଆସୁଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଓ ଅନ୍ୟ କେତେକ ଘଟଣାକୁ ନେଇ ତାଙ୍କର ମହାରାଷ୍ଟ୍ର ସରକାର ବିରୋଧୀ କାର୍ଯ୍ୟକଳାପ ବେଶ ସ୍ପଷ୍ଟ ହୋଇଥିଲା। ଯେଉଁ ମହାରାଷ୍ଟ୍ର ପୋଲିସ ୨୦୧୮ ମସିହାର ଦୁଇଟି ଆତ୍ମହତ୍ୟା ଘଟଣାରେ ତାଙ୍କର ସଂପୃକ୍ତି ନେଇ ସାକ୍ଷ୍ୟପ୍ରମାଣ ଅଭାବରୁ ମାମଲାଟିକୁ ବନ୍ଦ କରିଦେଇ ଅଦାଲତକୁ ରଫାଦଫା ବିଷୟ ଜଣାଇଦେଇଥିଲେ ସେହି ମହାରାଷ୍ଟ୍ର ପୋଲିସ ଏବେ ସେଠାରେ ସରକାର ପରିବର୍ତ୍ତନ ପରେ ସେହି ମାମଲାର ପୁନଃ ତଦନ୍ତ କରି ତାଙ୍କୁ ଗିରଫ କରିଛି। ଆତ୍ମହତ୍ୟାକୁ ସେ ଉସୁକାଇଥିବା ଅଭିଯୋଗରେ ୩୦୬ ଦଫାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦଫାଟି ଅତ୍ୟନ୍ତ ସଙ୍ଗୀନ ହୋଇଥିବାରୁ ତାଙ୍କୁ ଗିରଫ କରାଗଲା ବୋଲି ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି।

ହୋଇପାରେ ଯେ, ମାମଲାର ସାନି ତଦନ୍ତ ପାଇଁ ଓ ବିଶେଷ ଭାବରେ ଆତ୍ମହତ୍ୟା କରିଥିବା ଅନୁଭବ ନାୟକ ଯେଉଁ ନୋଟ୍ ଲେଖିଯାଇଥିଲେ ସେଥିରେ ଅର୍ଣ୍ଣବଙ୍କ ନାଁ ଥିବା ସ୍ପଷ୍ଟ ଭାବରେ ଲେଖାଥିଲେ ମଧ୍ୟ ଅର୍ଣ୍ଣବଙ୍କୁ ହଠାତ୍ ଗିରଫ କରିବାର କୌଣସି ଆବଶ୍ୟକତା ନଥିଲା। କାରଣ ଅର୍ଣ୍ଣବ ଗୋସ୍ୱାମୀ ଜଣେ ପଳାତକ ନୁହଁନ୍ତି ବା ସେ କେଉଁଠାରେ ଲୁଚିଯିବେ ସେପରି ଭୟ ମଧ୍ୟ ନାହିଁ। ଏହି ମାମଲାଟି ଏପରି ଯେ ଅର୍ଣ୍ଣବ ଗୋସ୍ୱାମୀ ଏହାର ସାକ୍ଷ୍ୟ ମଧ୍ୟ ନଷ୍ଟ କରିପାରିବେ ନାହିଁ। ଯେହେତୁ ମାମଲାଟି ବର୍ଷକ ତଳୁ ରଫାଦଫା ହୋଇଯାଇଥିଲା ଓ ଏବେ ପୋଲିସ ଏହା ଉପରେ ସାନି ତଦନ୍ତ କରୁଛି ସେହେତୁ ଅଦାଲତରୁ ସିଧାସଳଖ ଅନୁମତି ଆଣି ତଦନ୍ତ କରାଯିବା ଉଚିତ ଥିଲା। ତଦନ୍ତ ପରେ ଠିକଣା ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ପରେ ପୋଲିସ ଯଦି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିବାପରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥାନ୍ତା ତାହେଲେ ତାହାକୁ ଯଥାର୍ଥ କୁହାଯାଇଥାନ୍ତା। ଆଇନ ଅନୁସାରେ ଏହି ପଦକ୍ଷେପ ନିଆଗଲା ଓ ଏଥିରେ ପ୍ରତିଶୋଧମୂଳକ କୌଣସି ବିଚାର ନାହିଁ ବୋଲି ସହଜରେ କୁହାଯାଇପାରିଥାନ୍ତା। କିନ୍ତୁ ପୋଲିସ ସେହି ଢ଼ଙ୍ଗରେ ଏହି କାର୍ଯ୍ୟ ନକରି ଯେଉଁ ପଦକ୍ଷେପ ନେଲେ ତାହାକୁ କଦାପି ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ। ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନିନ୍ଦା କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହିତ କେନ୍ଦ୍ର କ୍ୟାବିନେଟ୍‌ର ବହୁ ସଦସ୍ୟ ଓ କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯେପରି ବିବୃତି ଦେଇଛନ୍ତି ଓ ବିଜେପି ସମର୍ଥକମାନେ ଅର୍ଣ୍ଣବ ଗୋସ୍ୱାମୀଙ୍କର ଗିରଫଦାରୀକୁ ନିନ୍ଦା କରି ଯେପରି ବିକ୍ଷୋଭ କରିଛନ୍ତି ତାହା ସମୁଦାୟ ଘଟଣାକୁ ରାଜନୈତିକ ରୂପରେ ପ୍ରସ୍ତୁତ କରାଯାଇଛି।

ଏହା ମଧ୍ୟ ସତ୍ୟ ଯେ ଅର୍ଣ୍ଣବ ଗୋସ୍ୱାମୀ ତାଙ୍କ ଟେଲିଭିଜନ ମାଧ୍ୟମରେ ଯଦି ବିଜେପି ପରି ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିଥାନ୍ତେ ତେବେ ହୁଏତ ଏହି ଘଟଣାର ପୁନଃତଦନ୍ତ ପାଇଁ ପରିବେଶ ହୋଇନଥାନ୍ତା। ଅପରପକ୍ଷରେ ଏହି ଘଟଣା ସୂଚାଇ ଦେଉଛି ଯେ, ସରକାରଙ୍କ ସହିତ ସଂପର୍କ ବା ସମର୍ଥନ ଥିବା ସାମ୍ବାଦିକ  ବା ବ୍ୟକ୍ତିଗତ ପ୍ରତି ପୋଲିସ ଯେଉଁ ଆଭିମୁଖ୍ୟ ନେଉଛି ସେହି ଘଟଣାରେ ଯଦି ସେ ସରକାରୀ ବିରୋଧୀ ହୋଇଯାଉଛନ୍ତି ତେବେ ତାଙ୍କ ପ୍ରତି ଆଭିମୁଖ୍ୟ ବଦଳିଯାଉଛି। ତାଙ୍କର ପୁରୁଣା ମାମଲାର ସାନି ତଦନ୍ତ କରାଯାଉଛି। ଏହି ଧାରା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଏହା ଆହୁରି ପ୍ରମାଣ କରୁଛି ଯେ, ଦେଶର ପୋଲିସ ବ୍ୟବସ୍ଥାର ପ୍ରକୃତ ସଂସ୍କାର ନହେଲେ ନାଗରିକ ନ୍ୟାୟ ପାଇବ ନାହିଁ ଓ ଅନ୍ୟାୟ ଭାବରେ ପ୍ରତିଶୋଧମୂଳକ କାର୍ଯ୍ୟ ଦ୍ୱାରା ହଇରାଣ ହେବେ। ନିକଟରେ ଦିଲ୍ଲୀ ଦଙ୍ଗା ଘଟଣାରେ ଯେପରି ଭାବରେ ନାଗରିକ ଆଇନ ସଂଶୋଧନ ବିରୋଧରେ ଆନ୍ଦୋଳନ କରିଥିବା ବ୍ୟକ୍ତି, ମାନବାଧିକାର କର୍ମୀ ଓ ରାଜନୈତିକ କର୍ମୀଙ୍କ ବିରୋଧରେ କଠୋର ଦଫାରେ ମାମଲା ସବୁ ଦିଆଯାଇଛି ତାହା ପ୍ରମାଣ କରୁଛି ଯେ, ସରକାରୀ ବିରୋଧୀମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାରେ ଆଦୌ ପଛଘୁଂଚା ଦେବନାହିଁ। ଏହିପରି ଦେଶରେ ଅନ୍ୟ ବହୁତ ଘଟଣା ରହିଛି, ଯେଉଁଠାରେ ସାମ୍ବାଦିକ, ସମାଜସେବୀ ଓ ରାଜନୈତିକ ବିରୋଧୀମାନେ ପୋଲିସ ଦ୍ୱାରା ହଇରାଣ ହରକତ ହେଉଛନ୍ତି। ସେମାନେ ସରକାରୀ ବିରୋଧୀ ବୋଲି ଏପରି ଅସୁବିଧାରେ ପଡ଼ୁଛନ୍ତି। ଏହିସବୁ ଘଟଣାଗୁଡ଼ିକୁ ଯେଉଁମାନେ ନିନ୍ଦା କରୁଛନ୍ତି ସେମାନେ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଜଣେ ବିରୋଧୀ ପକ୍ଷର ମୁଖପାତ୍ର ଭାବରେ ବିଚାର କରି ପ୍ରଶଂସା କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଆଇନ ତା’ ବାଟରେ ଯିବା ଉଚିତ, କିନ୍ତୁ ଆଇନକୁ ଯେତେବେଳେ କ୍ଷମତାଧିକାରୀ ନିଜ ସ୍ୱାର୍ଥରେ ବ୍ୟବହାର କରନ୍ତି ତାହାକୁ କୌଣସି ପରିସ୍ଥିତିରେ ମଧ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ।

ଏହା ଜଣାଶୁଣା ଯେ, ଅର୍ଣ୍ଣବ ଗୋସ୍ୱାମୀ ଓ ମହାରାଷ୍ଟ୍ର ପୋଲିସ ଭିତରେ ସଂପର୍କ ଅତ୍ୟନ୍ତ ତିକ୍ତ। ଏଥିପାଇଁ ଅର୍ଣ୍ଣବ ଗୋସ୍ୱାମୀ ଅନେକ ପରିମାଣରେ ଦାୟୀ ହୋଇପାରନ୍ତି। ବିଜେପି-ଶିବସେନା ରାଜନୀତି ଭିତରେ ସେ ସିଧସଳଖ ପ୍ରବେଶ କରିବା ଫଳରେ ଓ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କ୍ରମାଗତ ଆକ୍ରମଣ କରିବା ଫଳରେ ତାଙ୍କ ପାଇଁ ସମସ୍ୟା ବଢ଼ିଛି। ସେ ବ୍ୟକ୍ତିଗତ ଭାବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ବମ୍ବେ ପୋଲିସ କମିଶନରଙ୍କୁ ଯେପରି ଭାବରେ ସମାଲୋଚନା କରିଛନ୍ତି ତାହା ହୁଏତ ଶିଷ୍ଟାଚାର ବିରୋଧୀ ବୋଲି ଅନେକ କହିପାରନ୍ତି। ସେହି କାରଣରୁ ତାଙ୍କ ବିରୋଧରେ ଅନେକଗୁଡ଼ିଏ ମାମଲା ଓ ଶେଷରେ ଟିଆରପି ହେରଫେର କରିବା ଅଭିଯୋଗର ତଦନ୍ତ ଚାଲିଛି। ସେ ନିଜେ ବ୍ୟକ୍ତିଗତ ଭାବରେ ରୀୟା ଚକ୍ରବର୍ତୀ ଓ ଅନ୍ୟ କେତେକ ଲୋକଙ୍କ ଗିରଫଦାରୀ ପାଇଁ ଟେଲିଭିଜନ ଜରିଆରେ ପ୍ରଚାର ଅଭିଯାନ ବି କରିଛନ୍ତି। କିନ୍ତୁ ଏହିସବୁ ଘଟଣାକୁ ନେଇ ତାଙ୍କ ଉପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ୨୦୧୮ ମାମଲାର ପୁନଃ ତଦନ୍ତ କରାଯାଉଛି ଓ ତାଙ୍କୁ ଗିରଫ କରାଯାଇଛି ବୋଲି ବାର୍ତ୍ତା ପ୍ରଦାନ କରିବା ପାଇଁ ମହାରାଷ୍ଟ୍ର ପୋଲିସ ସୁଯୋଗ ଦେଇ ତାଙ୍କର ଅପକର୍ମଗୁଡ଼ିକୁ ଲୁଚାଇ ଦେଇଛନ୍ତି। ସାମ୍ବାଦିକତା ନାମରେ ଘୃଣାଭାବ ପ୍ରକାଶ କରିବା ଓ ସଂଖ୍ୟାଲଘୁମାନଙ୍କ ବିରୋଧରେ ତାଙ୍କର ବିଭିନ୍ନ ପ୍ରକାର ମନ୍ତବ୍ୟ ସବୁ ଗ୍ରହଣୀୟ ନହେଲେ ମଧ୍ୟ ତାଙ୍କ ବିରୋଧରେ ଏବେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ କଦାପି ପ୍ରଶଂସନୀୟ ନୁହେଁ। ଏହାକୁ ପ୍ରତ୍ୟେକ ଗଣତନ୍ତ୍ରପ୍ରେମୀ ଓ ବ୍ୟକ୍ତି ସ୍ୱାଧୀନତା ଓ ପୋଲିସର ନିରପେକ୍ଷତା ଉପରେ ବିଶ୍ୱାସ କରୁଥିବା ଲୋକମାନେ ନିନ୍ଦା କରିବା ଉଚିତ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story