ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାରେ ରହିଛି ଉତ୍କର୍ଷ ସମ୍ଭାବନା

୨୦୨୫-୨୬ ବଜେଟ ଅଧିବେଶନର ୨୫ଶ ଦିବସରେ ଦୀର୍ଘ ସାଢେ ୧୨ ଘଣ୍ଟାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହେବା ଯୁଗାନ୍ତକାରୀ। ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ସରଗରମ ଆଲୋଚନା କରାଗଲା। ଅପରାହ୍ନ ୪ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ଜୋରଦାର ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪ ପାରିତ ହେବା ଏକ ଭଲ ପଦକ୍ଷେପ।

Representative Image

Representative Image

Debendra Prusty
  • Published: Monday, 07 April 2025
  • Updated: 07 April 2025, 02:02 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କରେ ୬୫ ପ୍ରତିଶତ ଅଧ୍ୟାପକ ନାହାନ୍ତି ଓ ୭୧ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖାଯାଇଥିବାରୁ ସହଯୋଗୀ-ପ୍ରାଧ୍ୟାପକ ତଥା ପ୍ରାଧ୍ୟାପକ ପଦବି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କର ଘୋର ଅଭାବ ଦେଖିବାକୁ ମିଳୁଛି। ଏତେଗୁଡ଼ିଏ ଚିକିତ୍ସା ମହାବିଦ୍ୟାଳୟ ଖୋଲୁଥିଲେ ବି ଡାକ୍ତରୀ ପାଠ ପଢ଼ାଇବାକୁ ଯୋଗ୍ୟତା ସମ୍ପନ୍ନ ସହକାରୀ ପ୍ରାଧ୍ୟାପକ, ସହଯୋଗୀ-ପ୍ରାଧ୍ୟାପକ ତଥା ପ୍ରାଧ୍ୟାପକ ପଦବି ପାଇଁ ପ୍ରାର୍ଥୀ ମିଳୁ ନାହାନ୍ତି। ରାଜ୍ୟରେ ଗଣଶିକ୍ଷା ବ୍ୟବସ୍ଥା ମଧ୍ୟାହ୍ନ ଭୋଜନ, ଅଣ୍ଡା, ଯୋତା ଓ ପୋଷାକ ଭିତରେ ବେହୋସ୍ ହୋଇ ରହିଥିଲା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅଚଳାବସ୍ଥା ଲାଗିରହିଛି। ଏହା ରାଜ୍ୟ ପାଇଁ ମଙ୍ଗଳକର ନୁହେଁ।

ଭାରତରେ ୧୯୮୬ ମସିହାର ଗୋଟିଏ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୀତ ହୋଇଥିଲା। ୧୯୯୨ ମସିହାରେ ତାହାକୁ ପରିବର୍ତ୍ତନ କରାଗଲା ଏବଂ କିଛି ବର୍ଷ ତଳେ ନୂତନ ଶିକ୍ଷାନୀତି-୨୦୨୦ ଆସିଲା। ଏହି ସମସ୍ତ ଶିକ୍ଷାନୀତି ରାଷ୍ଟ୍ରୀୟ ସ୍ତରର। ଏସବୁ ଶିକ୍ଷାନୀତି ମୁଖ୍ୟତଃ ଶିକ୍ଷା ଏବଂ ଶିକ୍ଷକଙ୍କ ସ୍ୱାଧୀନତା ଉପରେ ଉପଯୁକ୍ତ ଗୁରୁତ୍ୱ ଦେଇଆସିଛି, ଯାହା ଶୈକ୍ଷିକ ଉତ୍କର୍ଷ ଏବଂ ଶୈକ୍ଷିକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି। ୨୦୨୦ର ନୂତନ ଶିକ୍ଷାନୀତି ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଶିକ୍ଷାବିତ ଏବଂ ବୁଦ୍ଧିଜୀବୀଙ୍କ ସମେତ ସମାଜର ବିଭିନ୍ନ ବର୍ଗରୁ ସଂଗୃହିତ ମତଗୁଡ଼ିକୁ ବିଚାରକୁ ନେଇଥିଲେ। ଆଶା କରାଯାଉଥିଲା ଯେ, ବିଭିନ୍ନ ରାଜ୍ୟ ସରକାରମାନେ ରାଜ୍ୟର ଶିକ୍ଷାନୀତି ପ୍ରଣୟନ କରିବା ପୂର୍ବରୁ ରାଷ୍ଟ୍ରୀୟ ପରମ୍ପରା ଅନୁସରଣ କରି ପର୍ଯ୍ୟାପ୍ତ ବିଚାର ଆଲୋଚନା କରିବେ। କିନ୍ତୁ ଆଶ୍ଚର୍ଯ୍ୟ ତଥା ବିଡ଼ମ୍ବନାର କଥା ଯେ, ଓଡ଼ିଶା ରାଜ୍ୟ ସରକାର ଲୋକମାନଙ୍କ ମତ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀଙ୍କ ମତାମତ ଆହ୍ୱାନ କରିବାକୁ ଉଚିତ ନମଣି କେବଳ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ)-୨୦୨୦ ଅଧିନିୟମ ଚିଠା ପ୍ରସ୍ତାବକୁ ଆଖିବୁଜି ଗ୍ରହଣ କରି ନେଇଥିଲେ। ରାଜ୍ୟ କ୍ୟାବିନେଟ ଅଧିନିୟମକୁ ଅନୁମୋଦନ ଦେଲା ପରେ ରାଜ୍ୟପାଳଙ୍କ ମାଧ୍ୟମରେ ଏହାକୁ ଅଧ୍ୟାଦେଶ ଭାବେ ଜାରି କରିଥିଲେ।

କରୋନା ଭଳି ମହାମାରୀ ସମୟରେ ଓଡ଼ିଶାର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏକରକମ ତାଲାବନ୍ଦ ଅବସ୍ଥାରେ ଥିବାବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶଟିକୁ ତରବରିଆ ଭାବେ ଲାଗୁ କରିବାର ଯଥାର୍ଥତା ଏବଂ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଥିଲା; ଯାହା ସ୍ୱାଭାବିକ। ସେତେବେଳେ ବିଧାନସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିବା ରାଜ୍ୟ ସରକାର ଏପରି ଏକ ଅଧିନିୟମକୁ ଅଧ୍ୟାଦେଶ ମାଧ୍ୟମରେ ଜାରି କରିବାର କାରଣ କ’ଣ ଥିଲା, ତାହାର ଯଥାର୍ଥ ଉତ୍ତର ମିଳିନଥିଲା। ବିଶ୍ୱବିଦ୍ୟାଳୟଗୁଡିକର ପ୍ରମୁଖ ହିତାଧିକାରୀ ରହିଆସିଥିବା ଗବେଷକ, ଗବେଷଣାରତ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନଙ୍କଠାରୁ କାହିଁକି କିଛି ମତାମତ ନିଆଯାଇ ନ ଥିଲା ତାହା ତତ୍କାଳୀନ ସରକାରଙ୍କ ଉଦ୍ଦେଶ୍ୟ ଉପରେ ଅନେକ ପ୍ରଶ୍ନବାଚୀ ଠିଆ କରିଛି। ଏଭଳି ଅଧ୍ୟାଦେଶ କାର୍ଯ୍ୟକାରୀ ହେବାର ପରିଣାମ ସ୍ୱରୂପ ବିଶ୍ୱବିଦ୍ୟାଳୟଗୁଡିକର ସାର୍ବଭୌମ ସ୍ୱାଧୀନତା ସହିତ ଆର୍ଥିକ, ଶୈକ୍ଷିକ, ଗବେଷଣା ଏବଂ ଗୁଣାତ୍ମକ ସ୍ତରରେ ଯେଭଳି ଅବକ୍ଷୟ ଘଟିଲା, ସେଥିପାଇଁ କ’ଣ ତତ୍କାଳୀନ ସରକାର ଉତ୍ତରଦାୟୀ ହେବେନାହିଁ?

ବିଶ୍ୱବିଦ୍ୟାଳୟ ହେଉଛି ଏକ ବିଶ୍ୱସ୍ତରୀୟ ଚେତନା ଜାଗରଣ କେନ୍ଦ୍ର। ଏହା ଯେ କେବଳ ଉଚ୍ଚସ୍ତରୀୟ ଶିକ୍ଷା ପ୍ରଦାନ ଏବଂ ଦକ୍ଷ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବାର ସ୍ଥାନ ତାହା ନୁହେଁ; ବରଂ ଏହା ସମାଜ ପାଇଁ ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଉଦ୍ୟୋଗପତି, ସମାଜଶାସ୍ତ୍ରୀ, ମାନବସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ଏକ ପୂର୍ଣ୍ଣାଙ୍ଗ କେନ୍ଦ୍ର ମଧ୍ୟ। ଏହି ପ୍ରଶିକ୍ଷିତ ବ୍ୟକ୍ତିବିଶେଷ ହିଁ ଦେଶର ଏବଂ ମାନବ ସମାଜର ଅର୍ଥନୈତିକ ଓ ସାମାଜିକ ଉତ୍‌ଥାନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏକ ବିକାଶଶୀଳ ରାଜ୍ୟକୁ ବିକଶିତ ରାଜ୍ୟରେ ରୂପାନ୍ତରିତ କରିବାରେ ବିଶ୍ୱବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟପ୍ରଣାଳୀ ଏବଂ ଭୂମିକାକୁ ସଂକୁଚିତ କରିବା ପରିବର୍ତ୍ତେ ଏହାକୁ ଅଧିକ ପ୍ରଶସ୍ତ, ସ୍ୱାଧୀନ ପରିବେଶ ଏବଂ ସ୍ୱାୟତ୍ତତା ଦିଆଯିବା ଯୁକ୍ତିଯୁକ୍ତ। ଅଥଚ, ଓଡ଼ିଶାରେ ଏହାର ବିପରୀତ ଘଟିଥିଲା।

ପୂର୍ବରୁ ଥିବା ଓଡ଼ିଶା ୟୁନିଭରସିଟିଜ୍‌ ଆକ୍ଟ ୧୯୮୯ ଏବଂ ପରବର୍ତ୍ତୀ କାଳରେ ଲାଗୁ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ)-୨୦୨୦ ଅଧ୍ୟାଦେଶ ମଧ୍ୟରେ ଯଦିଓ ଅନେକ ପାର୍ଥକ୍ୟ ଥିଲା, ତଥାପି ଅଧ୍ୟାଦେଶ-୨୦୨୦ ମାଧ୍ୟମରେ ମୁଖ୍ୟତଃ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି, କୁଳପତି ଚୟନ ପ୍ରକ୍ରିୟା, ବିଶ୍ୱବିଦ୍ୟାଳୟର ସିନେଟ ଉଚ୍ଛେଦ ଏବଂ ସିଣ୍ଡିକେଟରେ ଉଚ୍ଚଶିକ୍ଷା ସଚିବ କିମ୍ବା ତାଙ୍କର ପ୍ରତିନିଧି ରହିବାର ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ଶିକ୍ଷାବିତ ମହଲରେ ଅସନ୍ତୋଷ ସୃଷ୍ଟି କରିଥିଲା। ସେତେବେଳେ ପ୍ରଶ୍ନ ଉଠିଥିଲା ଯେ, ବିଶ୍ୱବିଦ୍ୟାଳୟର ଉନ୍ନତି କ’ଣ ଅମଲାତନ୍ତ୍ରର ଦୃଢ଼ ହସ୍ତକ୍ଷେପ ଦ୍ୱାରା ସମ୍ଭବ? ଯଦି ଏହା ସମ୍ଭବ ହେଉଥାଆନ୍ତା, ତା’ହେଲେ ଭାରତର ଉଚ୍ଚକୋଟୀର ସରକାରୀ ଶିକ୍ଷାନୁଷ୍ଠାନ ଯଥା ଆଇଆଇଟି, ଆଇଆଇଏମ୍‌, ଭାରତୀୟ ବିଜ୍ଞାନ ସଂସ୍ଥାନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନ୍‌ୟୁ ଏବଂ ଅନ୍ୟ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ କିଭଳି ଅମଲାତନ୍ତ୍ରର ବିନା ହସ୍ତକ୍ଷେପ କାରଣରୁ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଭାବରେ ନିଜକୁ ସୁପ୍ରତିଷ୍ଠିତ କରିଛନ୍ତି। ବିଶ୍ୱର ତାଲିକାଭୁକ୍ତ (କ୍ୟୁଏସ ରାକିଂ ହେଉ ବା ଟାଇମ୍ସ ରାକିଂ ହେଉ) ଏମିତି କୌଣସି ବିଶ୍ୱବିଦ୍ୟାଳୟ ନାହିଁ, ଯାହା ସେହି ଦେଶର ସରକାରୀ ଅମଲାତନ୍ତ୍ରର ପ୍ରତ୍ୟକ୍ଷ ହସ୍ତକ୍ଷେପରେ ପରିଚାଳିତ ହେଉଛି।

ଯେତେବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ମାନବ ସମ୍ବଳ ଚୟନ ପ୍ରକ୍ରିୟା କେନ୍ଦ୍ର ଲୋକସେବା ଆୟୋଗ ମାଧ୍ୟମରେ କରାଯାଉ ନାହିଁ, ସେତେବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ବଳରେ ଚୟନ ପ୍ରକ୍ରିୟାକୁ ଓଡ଼ିଶା ଲୋକସେବା ଆୟୋଗ ହାତରେ ଧରାଇ ଦିଆଯିବାର ପ୍ରୟାସ ନିଶ୍ଚିତ ଭାବେ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ। ସେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, ପ୍ରାଧ୍ୟାପକମାନେ କ’ଣ ପ୍ରଶାସନିକ ସେବା ମଧ୍ୟରେ ଅନ୍ତର୍ଭୁକ୍ତ ହେବେ କି? ଯଦି ପ୍ରାଧ୍ୟାପକମାନେ ପ୍ରଶାସନିକ ସେବାରେ ଅନ୍ତର୍ଭୁକ୍ତ ନୁହନ୍ତି, ତା’ହେଲେ ଚୟନ ପଦ୍ଧତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କାହିଁକି କରାଯିବ? ଦ୍ୱିତୀୟତଃ, ଚୟନ ପଦ୍ଧତି ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଲୋକସେବା ଆୟୋଗ ଯାହା କି ଅତ୍ୟଧିକ କାର୍ଯ୍ୟ ଏବଂ ଚାପ ମଧ୍ୟରେ ଗତି କରୁଛି ତାହା ଚୟନ ପ୍ରକ୍ରିୟା ଭଳି ଆଉ ଏକ ଅତିରିକ୍ତ କାର୍ଯ୍ୟ କ’ଣ ସୂଚାରୁରୂପେ କରିପାରିବ? ତୃତୀୟତଃ, ଏକ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ, ପ୍ରାଧ୍ୟାପକ ନିଯୁକ୍ତି ପାଇଁ ଅନେକ ଗବେଷଣା ସମ୍ବନ୍ଧିତ ପ୍ରକାଶନ ସହିତ ସର୍ବନିମ୍ନ ଯୋଗ୍ୟତା ପି.ଏଚ.ଡି. (ଡକ୍ଟରେଟ) ହୋଇଥିବାବେଳେ ଜଣେ ଅଣସ୍ନାତକ ମଧ୍ୟ ପ୍ରଶାସନିକ ଅଧିକାରୀ ହେବାର ସୌଭାଗ୍ୟ ଲାଭ କଲା ପରେ ଅଧ୍ୟାଦେଶ ବଳରେ ବିଶ୍ୱବିଦ୍ୟାଳୟ ପରିଚାଳନାରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ପାରିବେ। ଏପରିକି, ସେମାନେ ଓଡ଼ିଶା ଲୋକସେବା ଆୟୋଗର ସଭ୍ୟ ହୋଇପାରିବେ।

ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନଉଠେ କ’ଣ ପ୍ରଶାସନିକ ଅଧିକାରୀ ଏକ ଉଚ୍ଚମାନର ଗୁଣାତ୍ମକ ଗବେଷଣାଧର୍ମୀ ପ୍ରକାଶନର ଉଚିତ୍ ମୂଲ୍ୟାଙ୍କନ କରିପାରିବେ? ସେହିପରି କୁଳପତି ନିଯୁକ୍ତି ସମୟରେ ସିଣ୍ଡିକେଟର ମନୋନୀତ ଶିକ୍ଷାବିତ ପରିବର୍ତ୍ତେ ତତ୍କାଳୀନ ସରକାର ଜଣେ ଗବେଷକଙ୍କୁ (ଶିକ୍ଷାବିତ) ମନୋନୟନ କରିବା ଠିକ ନଥିଲା। ଏହା ମଧ୍ୟ ୟୁଜିସି ନିୟମାବଳୀର ବିରୁଦ୍ଧାଚରଣ କରୁଥିଲା। ଯଦି ସମସ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କ ନିଯୁକ୍ତି ଏକାଧାରରେ ଲୋକସେବା ଆୟୋଗ ଦ୍ୱାରା ହେବ, ତା’ହେଲେ ଆଗାମୀ ଦିନରେ ସେମାନଙ୍କ ଚାକିରି ମଧ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇପାରିବ, ଯାହାଦ୍ୱାରା ଅଧ୍ୟାପକଙ୍କ ଅଧୀନରେ ଥିବା ଗବେଷଣାରତ ଛାତ୍ରମାନେ ମଧ୍ୟ ପ୍ରଭାବିତ ହେବେ। ଏହିଭଳି ଅନେକ ପ୍ରଶ୍ନ ସନ୍ଦେହ ସୃଷ୍ଟି କରିଥିଲେ ବି ପ୍ରଶାସନିକ ଅଧିକାରୀ ସର୍ବସ୍ୱ ତତ୍କାଳୀନ ସରକାର ଏସବୁ ଆଶଙ୍କା ପ୍ରତି ଆଖି ବୁଜି ଦେଇଥିଲେ। ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଲୋକସେବା ଆୟୋଗ ଦ୍ୱାରା କରାଗଲା ଏବଂ ୟୁଜିସି ଆପତ୍ତି କରିବାରୁ କିଛିଦିନ ପରେ ଅଧ୍ୟାପକ ନିଯୁକ୍ତି ବନ୍ଦ କରିଦିଆଗଲା। ଯଦି ସେତେବେଳର ସରକାର, ଶିକ୍ଷା ବିକାଶ ପାଇଁ ଏତେ ତତ୍ପର ଥିଲେ, ଅଣଶିକ୍ଷକ ନିଯୁକ୍ତି କରି ନଥିଲେ କାହିଁକି? ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିବା ସରକାର ଯଦି ବିଶ୍ୱବିଦ୍ୟାଳୟଗୁଡିକ ନିଜର ସ୍ୱାଧୀନ ଚିନ୍ତାଧାରା ଏବଂ ସ୍ୱାୟତ୍ତତା ସହିତ ଏକ ଗୁଣାତ୍ମକ ଶୈକ୍ଷିକ ପରିବେଶ ପାଇଁ ସାମାନ୍ୟତମ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାଆନ୍ତେ ଆଜି ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଦୁରବସ୍ଥା ସୃଷ୍ଟି ହୋଇ ନଥାନ୍ତା।

ଭାରତରେ ସବୁ ବିଶ୍ୱବିଦ୍ୟାଳୟରେ ସିନେଟ ଏବଂ ସିଣ୍ଡିକେଟର ବ୍ୟବସ୍ଥା ରହିଛି, ଯାହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅଧ୍ୟାଦେଶ ବଳରେ ବିଶ୍ୱବିଦ୍ୟାଳୟ ନୀତିରେ ପରିବର୍ତ୍ତନ ଅଣାଯାଇ ସିନେଟକୁ ଉଚ୍ଛେଦ କରିଦିଆ ଯାଇଥିଲା, ଯାହା ଥିଲା ଆତ୍ମଘାତୀ ତଥା ଅପରିଣାମଦର୍ଶୀ ପରିକଳ୍ପନା। ସିନେଟ ହେଉଛି, ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା। ଏହାକୁ ଭାଙ୍ଗି ନଦେଇ ଏକ ନୂତନ ମାର୍ଗରେ ସଙ୍ଗଠିତ କରିବାର ଥିଲା, ଯାହା ବିଶ୍ୱବିଦ୍ୟାଳୟର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏକ ଅଧିକ ଅର୍ଥପୂର୍ଣ୍ଣ ସହଯୋଗ ମଧ୍ୟ କରିପାରିଥାଆନ୍ତା। ସେହିପରି ସିଣ୍ଡିକେଟ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ। ବିଶ୍ୱବିଦ୍ୟାଳୟ ସମ୍ବନ୍ଧୀୟ ଯେକୌଣସି ଅନିୟମତା ଉପରେ ପଦକ୍ଷେପ ଏବଂ ସମାଧାନ କରିବାର ଯଥେଷ୍ଟ କ୍ଷମତା ସିଣ୍ଡିକେଟ୍‌ ପାଖରେ ଅଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିୟମ ଅନୁଯାୟୀ ସିଣ୍ଡିକେଟରେ ଅତି ବେଶିରେ ୧୨ ଜଣ ସଦସ୍ୟ ରହିବା ଦରକାର। ତେଣୁ ଏହାକୁ ସମ୍ପ୍ରସାରଣ କରିବାର କିଛି ଯଥାର୍ଥତା ନଥିଲା। ସମ୍ପ୍ରସାରଣ କରି ଆଗାମୀ ଦିନରେ ସିଣ୍ଡିକେଟକୁ ପ୍ରଶାସନିକ ଅଧିକାରୀଙ୍କ କରାୟତ୍ତ କରିବାକୁ ଅଧ୍ୟାଦେଶ ମାଧ୍ୟମରେ ନିୟମ ପ୍ରଣୟନ କରାଯାଇଥିଲା। ବିଶ୍ୱବିଦ୍ୟାଳୟଗୁଡ଼ିକର ମୌଳିକ ସମସ୍ୟାକୁ ସମାଧାନ ନ କରି ଏହା ପରିବର୍ତ୍ତେ ଏହାର ନିଯୁକ୍ତି ବ୍ୟବସ୍ଥାକୁ ଅଚାନକ ଲୋକସେବା ଆୟୋଗ ଅଧୀନକୁ ଆଣିବାର ପ୍ରଚେଷ୍ଟା ଠିକ୍‌ ନଥିଲା। ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏକ ପ୍ରକାର ଅବହେଳିତ ହୋଇ ରଖାଗଲା। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶଟି ୟୁଜିସିର ଅନେକ ନିୟମାବଳୀକୁ ଉଲ୍ଲଂଘନ କରୁଥିଲା।

୧୯୮୯ ମସିହାରେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରଣୟନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥ‌ିବା ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ ଅନୁଯାୟୀ କାର୍ଯ୍ୟ କରୁଛି। ସମୟ କ୍ରମେ ଏବଂ ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରଣୟନ ପରେ ଏହି ଆଇନରେ ଥିବା କିଛି ବ୍ୟବସ୍ଥାକୁ ସଂଶୋଧନ କରିବା, କିଛି ବ୍ୟବସ୍ଥାକୁ ପୁନଃସମୀକ୍ଷା ଏବଂ ସଂଶୋଧନ କରିବା ଜରୁରୀ ମନେ କରାଗଲା। ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନ୍ୟାୟିକ ମାମଲା ଯୋଗୁଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡ଼ାଇବା, ଦକ୍ଷ ଅଧ୍ୟାପକ ନିଯୁକ୍ତି କରିବା ଏବଂ ଠିକ୍ ସମୟରେ ନିଯୁକ୍ତି ବ୍ୟବସ୍ଥାକୁ ସୁଗମ କରି ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଶିକ୍ଷାବିତମାନ‌ଙ୍କ ଦ୍ୱାରା ଗଢ଼ା ଯାଇଥିବା ଏକ କମିଟି ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତ କରାଯିବ ବୋଲି ଏବେ ନିଷ୍ପତ୍ତି ନିଆଯାଇଛି।

'ସିନେଟ୍'କୁ ପୁନଃ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସିନେଟରେ ପୁନର୍ବିନ୍ୟାସ କରି ସେଥିରେ ଶିକ୍ଷକ, ଛାତ୍ରଛାତ୍ରୀ, ପ୍ରଶାସନିକ ଅଧିକାରୀ, ପୁରାତନ ଛାତ୍ର ଓ ବାହ୍ୟ ବିଶେଷଜ୍ଞଙ୍କୁ ସାମିଲ କରାଯିବ। ଏତଦବ୍ୟତୀତ ସିଣ୍ଡିକେଟରେ ଥିବା ସଦସ୍ୟମାନଙ୍କ ତାଲିକାକୁ ମଧ୍ୟ ସଂଶୋଧନ କରାଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟ ପରିସୀମା ଓ କ୍ଷମତାକୁ ୫୯ ସଂଖ୍ୟକ କାର୍ଯ୍ୟାବଳୀରେ ବ୍ୟାଖ୍ୟା କରାଯାଇଛି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷିତ ହେବା ସହ ରୋଜଗାରକ୍ଷମ ହୋଇପାରିବେ।

କୁଳପତିଙ୍କ ବୟସ ସୀମା ୫୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନରେ ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ଅନୁଯାୟୀ ଜଣେ ପ୍ରବୁଦ୍ଧ ତଥା ପ୍ରବୀଣ ନେତୃତ୍ୱଙ୍କୁ ଅନ୍ତର୍ଭୁକ୍ତ କରିବା ଏହାର ମୂଳ ଲକ୍ଷ୍ୟ। କୁଳପତି ଚୟନ ନିମନ୍ତେ ତିନିଜଣ ସଦସ୍ୟଙ୍କୁ ନେଇ କମିଟି ଗଠିତ ହେବ ଏବଂ ସରକାରଙ୍କ ଦ୍ୱାରା ସୁପାରିଣ କରାଯାଇଥିବା ଜଣେ ସଦସ୍ୟଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ କୁଳାଧିପତି ମନୋନୀତ କରିବେ। ଦ୍ୱିତୀୟ ସଦସ୍ୟ ଜଣକ ଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ ଯାହାଙ୍କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ମନୋନୀତ କରିବେ। ତୃତୀୟ ସଦସ୍ୟ ମଧ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ; ଯିଏକି ସିଣ୍ଡିକେଟ୍ ତରଫରୁ ସଦସ୍ୟ ଭାବରେ ମନୋନୀତ ହେବେ। ଏହାଦ୍ୱାରା ମନୋନୟନ ପ୍ରକ୍ରିୟା ଅଧ‌ିକ ପାରଦର୍ଶୀ ଓ ଦକ୍ଷତା ଆଧାରିତ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଗ୍ରହଣ କରାଯାଇଥିବା ନୀତିଗୁଡ଼ିକୁ ଅନୁସରଣ କରି ବିଶ୍ୱବିଦ୍ୟାଳୟକୁ ବିଶ୍ୱ ମାନର ଶିକ୍ଷାନୁଷ୍ଠାନରେ ପରିଣତ କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ସଂଶୋଧିତ ଆଇନ ଲାଭଦାୟକ ହେବ।

ରାଜ୍ୟରେ ଅଧିକ ସଂଖ୍ୟକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ତଥା ରାଜ୍ୟର ମହାବିଦ୍ୟାଳୟଗୁଡିକୁ ବିଶ୍ୱବିଦ୍ୟାଳୟ ଭାବେ ଉନ୍ନୀତ କରି ନାମଲେଖା ଅନୁପାତକୁ ଦୃଦ୍ଧି କରିବାରେ ସହାୟକ ହେବ। ସମସ୍ତ ଆର୍ଥିକ କାରବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ସମୀକ୍ଷା (ଅଡିଟ୍) କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭା ସମ୍ମୁଖରେ ଉପସ୍ଥାପନ କରାଯିବା ସହ ପବ୍ଲିକ ଆକାଉଣ୍ଟସ କମିଟିରେ ମଧ୍ୟ ଆଲୋଚନା କରାଯିବ। ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡିଥିବା ପଦବି ପାଇଁ ବିଭିନ୍ନ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହାକୁ ଏଡାଇ ଖାଲି ପଡ଼ିଥିବା ପଦବି ପୂରଣ କରାଯାଇ ପାରିବ।

ଓଡ଼ିଶାରେ ଏବେ ୧୮ଟି ବିଶ୍ୱବିଦ୍ୟାଳୟ ରହିଛି। ତାହାଛଡ଼ା, ୧୯୭୧ଠାରୁ ପୁରୀରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ୨୦୦୯ ଠାରୁ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି। ଏବେ ଓଡ଼ିଶା ଲୋକସେବା ଆୟୋଗ ନୁହେଁ, ପ୍ରତ୍ୟକ ବିଶ୍ୱବିଦ୍ୟାଳୟ ନିଜର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ। ପୂର୍ବ ସରକାରରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତ୍ତତା ସଙ୍କୁଚିତ କରାଯାଇଥିଲା। ଏବେ ଆଉ ସେ ପ୍ରତିବନ୍ଧକ ନାହିଁ। ଆଗକୁ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଶା କରିବା। ଶିକ୍ଷାବିତମାନେ ଏବେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରି ଗୁଣାତ୍ମକ ମାନରେ ସୁଧାର ଆଣିବାର ପ୍ରୟାସ କରିବା ଆଶା କରାଯାଏ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story