ଆବାସ ଯୋଜନାର ଶ୍ରେୟ-ବିବାଦ ରାଜନୀତିକ

ଯଦି ସରକାର ନିଜର ଚୟନ ପ୍ରକ୍ରୀୟାରେ ହୋଇଥିବା ତୃଟୀକୁ ସଜାଡ଼ିବାକୁ ସତରେ ଗମ୍ଭୀର ଅଟନ୍ତି, ତାହେଲେ ଅଭିଯୋଗକାରୀ ନିଜର ପରିଚୟକୁ ଗୁପ୍ତ ରଖି ଅଭିଯୋଗ ଦାଖଲ କରିବାକୁ କହିଥାନ୍ତେ। କିନ୍ତୁ ସରକାର ସେପରି ନକରି ନିଜ ଦ୍ୱାରା ପ୍ରସ୍ତୁତ ତାଲିକାଟିକୁ ବସ୍ତୁତଃ ସୁରକ୍ଷିତ ରଖିବାକୁ ଯେ ଚାହିୁଁଛନ୍ତି, ତାହା ସ୍ପଷ୍ଟ ମନେହେଉଛି।

PM Awas

PM Awas

Debendra Prusty
  • Published: Friday, 03 February 2023
  • Updated: 03 February 2023, 04:14 PM IST

News Highlights

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଗୃହହୀନ ଲୋକ ପାଇବେ କି ପକ୍କା ଘର?
  • ରାଜ୍ୟର କେତେ ପରିବାର ଗୃହହୀନ ତା’ର ସଠିକ ତାଲିକା ଅଛି କି?
  • ୧୨ ଲକ୍ଷ ଗୃହହୀନ ପରିବାରଙ୍କ ମଧ୍ୟରେ ୮ ଲକ୍ଷ ପକ୍କା ଘର ବଣ୍ଟାଗଲେ ବାକି ପାଇବେ କେବେ?

ରାଜ୍ୟରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଛି। ଦୀର୍ଘ ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟର ଆଠ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଏହାଦ୍ୱାରା ଉପକୃତ ହେବାକୁ ଯାଉଥିବାରୁ ହିତାଧିକାରୀ ତାଲିକାକୁ ନେଇ ରାଜ୍ୟର ଗାଁ ଗଣ୍ଡା ସବୁଆଡ଼େ ଲୋକଙ୍କ ମନରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ତେବେ ସବୁ କଳ୍ପନା ଜଳ୍ପନାକୁ ଶେଷ କରି ରାଜ୍ୟ ସରକାର ମଧ୍ୟ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୮.୧୭ ଲକ୍ଷ ଘର ପାଇଁ ହୀତାଧିକାରୀମାନଙ୍କ ଏକ ଚିଠା ତାଲିକାକୁ ପ୍ରକାଶ କରିଛନ୍ତି। ତେବେ ତାଲିକା ପ୍ରକାଶ ପାଇବା ପରେ ସେଥିରେ ଅନେକ ଯୋଗ୍ୟ ହିତାଧିକାରୀ ବା ଗରିବ ଗୃହହୀନ ଲୋକେ ସ୍ଥାନ ପାଇ ନଥିବାରୁ ରାଜ୍ୟସାରା ସବୁଠି ଲୋକଙ୍କ ଭିତରେ ଭୟଙ୍କର ଅସନ୍ତୋଷ ଓ ପ୍ରତିକ୍ରୀୟା ଦେଖାଯାଇଛି। ବିଶେଷ କରି ଏହି ଚିଠା ତାଲିକାରେ ସବୁଠି ଶାସକ ଦଳର ଲୋକଙ୍କୁ ଅଗ୍ରାଧିକାର ଦିଆଯାଇଥିବାରୁ ନିଜର ପକ୍କାଘର ନଥିବା ଅନେକ ଯୋଗ୍ୟ ହିତାଧିକାରୀ ମଧ୍ୟ ବାଦ ପଡ଼ି ଯାଇଥିବା ଦେଖାଯାଇଛି। ବିରୋଧି ଦଳମାନଙ୍କର ସମର୍ଥକ ବୋଲି କହି ସେମାନଙ୍କୁ ଜାଣିଣୁଣି ବାଦ ଦିଆଯାଇଥିବାର ଅଭିଯୋଗ ଅନେକ ସ୍ଥାନରୁ ଆସିଛି।

ଆବାସ ଯୋଜନାର ହିତାଧିକାରୀମାନଙ୍କ ଅନ୍ତରୀଣ ତାଲିକାରେ ହୋଇଥିବା ତୃଟୀକୁ ସୁଧାରିବା ନାଁରେ ରାଜ୍ୟ ସରକାର ଇତିମଧ୍ୟରେ ଅଭିଯୋଗ ଦାଖଲର ବ୍ୟବସ୍ଥା କରିଛନ୍ତି। ଗତ ଜାନୁୟାରୀ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଦାଖଲ ପ୍ରକ୍ରୀୟାର ଅନ୍ତିମ ଦିବସଟି ଜାନୁୟାରୀ ୨୪ ତାରିଖ ଥିଲା। ଏହି ଅବଧି ସମୟରେ ରାଜ୍ୟର ଅନେକ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଅଭିଯୋଗ ମଧ୍ୟ ଦାଖଲ ହୋଇଛି। ତେବେ ଏହି ଅଭିଯୋଗ ଦାଖଲର ଯେଉଁ ପ୍ରକ୍ରୀୟାଟି ସରକାର ଆପଣେଇଛନ୍ତି ତାହା ଏକଦମ୍ ତୃଟୀପୂର୍ଣ୍ଣ ଥିଲା। ଅଭିଯୋଗକାରୀ ନିଜର ନାଁ, ଠିକଣା ଓ ଫୋନ ନମ୍ବର ସହ ଏକ ଫର୍ମରେ ପୂରଣ କରି ସମ୍ପୃକ୍ତ ପଞ୍ଚାୟତରେ ଅଭିଯୋଗକୁ ଦାଖଲ କରିବାକୁ କୁହାଯାଇଥିଲା। ଏଭଳି ଖୋଲାଖୋଲି ଭାବେ ନିଜର ପରିଚୟ ଦେଇ ଅଭିଯୋଗ ଦାଖଲ କରିବାର ପ୍ରକ୍ରୀୟାଟି ସହଜ ନୁହେଁ। କାରଣ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ଭୁଲକ୍ରମେ ସ୍ଥାନ ପାଇଥିବା ନିଜ ଗାଁ ବା ସାହିର ବ୍ୟକ୍ତିଟି ବିରୁଦ୍ଧରେ ଏପରି ଖୋଲାଖୋଲି ଭାବେ ଅଭିଯୋଗ କରିବା ସହଜ ନୁହେଁ। ଯଦି ସରକାର ନିଜର ଚୟନ ପ୍ରକ୍ରୀୟାରେ ହୋଇଥିବା ତୃଟୀକୁ ସଜାଡ଼ିବାକୁ ସତରେ ଗମ୍ଭୀର ଅଟନ୍ତି, ତାହେଲେ ଅଭିଯୋଗକାରୀ ନିଜର ପରିଚୟକୁ ଗୁପ୍ତ ରଖି ଅଭିଯୋଗ ଦାଖଲ କରିବାକୁ କହିଥାନ୍ତେ। କିନ୍ତୁ ସରକାର ସେପରି ନକରି ନିଜ ଦ୍ୱାରା ପ୍ରସ୍ତୁତ ତାଲିକାଟିକୁ ବସ୍ତୁତଃ ସୁରକ୍ଷିତ ରଖିବାକୁ ଯେ ଚାହିୁଁଛନ୍ତି, ତାହା ସ୍ପଷ୍ଟ ମନେହେଉଛି।

ବର୍ତ୍ତମାନ ସରକାର ଆବାସ ଯୋଜନାରେ ରାଜ୍ୟର ପାହାଡ଼ିଆ ଅଂଚଳର ଲୋକଙ୍କୁ ୧.୩୦ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ଅନ୍ୟ ଅଂଚଳର ବାସିନ୍ଦାଙ୍କୁ ମୋଟ ୧.୨ ଲକ୍ଷ ଟଙ୍କା ଦେଉଛନ୍ତି। କାର୍ଯ୍ୟାଦେଶ ମିଳିବାର ଚାରି ମାସ ଓ ଛଅ ମାସ ମଧ୍ୟରେ ଯଦି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଏ ତାହେଲେ ଅତିରିକ୍ତ ୨୦ ହଜାର ଟଙ୍କା ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ଏହାବାଦ ସ୍ୱଚ୍ଛ ଭାରତ ମିଶନ୍ ଅର୍ନ୍ତଗତ ପାଇଖାନା ନିର୍ମାଣ ପାଇଁ ହିତାଧିକାରୀଙ୍କୁ ଅତିରିକ୍ତ ୧୨ ହଜାର ଟଙ୍କା ସହିତ ମନରେଗା ଯୋଜନାରେ ଯଥାକ୍ରମେ ୯୦ ଦିନ (ସମତଳ ଅଂଚଳ) ଓ ୯୫ ଦିନ (ପାର୍ବତୀୟ ଅଂଚଳ)ର ମଜୁରୀ ଦେବାର ବ୍ୟବସ୍ଥା ରହିଛି। ଅତଏବ କାର୍ଯ୍ୟାଦେଶ ପାଇବାର ଚାରି ମାସ ମଧ୍ୟରେ ଯଦି ସମ୍ପୃକ୍ତ ହିତାଧିକାରୀ ଘର ନିର୍ମାଣ ଶେଷ କରି ଦିଅନ୍ତି ତାହେଲେ ତାଙ୍କୁ ଯଥାକ୍ରମେ ୧.୭୨ ଲକ୍ଷ (ସମତଳ ଅଂଚଳ) ଓ ୧.୮୨ ଲକ୍ଷ (ପାର୍ବତୀୟ ଅଂଚଳ)ର ବ୍ୟବସ୍ଥା ରହିଛି। ଏଭଳି ପରିସ୍ଥିତିରେ ଆବାସ ଯୋଜନାର ହିତାଧିକାରୀ ହେବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ରହିବା ସ୍ୱାଭାବିକ।

ଆବାସ ଯୋଜନାର ହିତାଧିକାରୀ ଚିହ୍ନଟ ପାଇଁ କେନ୍ଦ୍ର ସରକାର ଯେଉଁ ସର୍ତ୍ତ ରଖିଛନ୍ତି, ତାହା ଅତାର୍କିକ ମନେହୁଏ। କେନ୍ଦ୍ରର ଏହି ସର୍ତ୍ତକୁ ରାଜ୍ୟ ସରକାର ବି ବିନା ଦ୍ୱିଧାରେ ଗ୍ରହଣ କରିଥିବା ଜଣାପଡ଼ିଛି। ଅସଲ କଥାଟି ହେଉଛି କେନ୍ଦ୍ର ସରକାରଙ୍କ ହିତିାଧିକାରୀ ଚୟନ ପାଇଁ ଯେଉଁସବୁ ସର୍ତ୍ତ ରଖିଛନ୍ତି, ତାହା କଦାପି ସମାବେଶୀ ନୁହେଁ । ଏହାର ଅର୍ଥ ହେଲା, ସରକାରଙ୍କ ଉଦ୍ଦେଶ୍ୟଟି ଏହି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ନୁହେଁ। ବରଂ ଅଧିକରୁ ଅଧିକ ଲୋକଙ୍କୁ କିପରି ବାଦ ଦିଆଯିବ, ସେଥିପାଇଁ ଉଦ୍ଦିଷ୍ଟ। ସେହି କାରଣରୁ ହିଁ ହିତାଧିକାରୀ ତାଲିକାରେ ଅଧିକ ଲୋକ ଯେପରି ସାମିଲ ହୋଇ ପାରିବେନି ସେଥିପାଇଁ ଅନେକ ଗୁଡ଼ିଏ ଅନାବଶ୍ୟକ ସର୍ତ୍ତ ରଖାଯାଇଛି। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିର ଚାଳଘର କିମ୍ବା ପଲିଥିନ ଘେରା କୁଡ଼ିଆ ଥିଲେ ବି ଯଦି ତା’ର ବାଇକ୍/ସ୍କୁଟି କିମ୍ବା ମାଛଧରା ଡଙ୍ଗାଟିଏ ରହିଛି ତାହେଲେ ସେ ହିତାଧିକାରୀ ପାଇଁ ଯୋଗ୍ୟ ନୁହେଁ। ଆଜିକାଲି ମାତ୍ର ୧୦/୧୫ ହଜାରରେ ପୁରୁଣା ବାଇକ୍ ବଜାରରେ ଉପଲବ୍ଧ ହେଉଛି, ଯାହାକୁ ଅନେକ ଲୋକ ରଖିବା ଏକ ସାଧାରଣ କଥା ହୋଇଯାଇଛି। କିନ୍ତୁ ସର୍ତ୍ତ ଅନୁସାରେ ଦଶ ବାର ହଜାର ଟଙ୍କାର ବାଇକ୍ ବା ସ୍କୁଟି ରଖିଥିବା ଗରିବ ଲୋକଟିର ଚାଳଘର ଥିବା ସତ୍ତ୍ୱେ ସେ ଆବାସ ଯୋଜନାରେ ଘର ପାଇବ ନାହିଁ। ସେହିପରି ସରକାର ଏବେ ମହିଳା ସଶକ୍ତିକରଣ ନାଁରେ ରାଜ୍ୟରେ ମହିଳାମାନଙ୍କୁ ଉଦ୍ୟୋଗୀ କରିବାକୁ ଆହ୍ୱାନ ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବିନା ସୁଧରେ ଋଣ ଉପଲବ୍ଧ କରାଉଛନ୍ତି। ଅଥଚ ଯଦି ଜଣେ ମହିଳା ନିଜର ବ୍ୟବସାୟକୁ ବଢ଼ାଇବାକୁ ବ୍ୟାଙ୍କ୍ ଋଣ ଜରିଆରେ ଯଦି ସ୍କୁଟିଟିଏ କିଣିଥାଏ, ତାହେଲେ ସେ ଘର ପାଇବାରୁ ବଂଚିତ ହେବ। ସେହିପରି ଘରେ ଟିଭି କିମ୍ବା ୱାସିଙ୍ଗ୍ ମେସିନ୍ ଥିଲେ ସେ ଯୋଗ୍ୟ ହେଉଥିବା ବେଳେ ଫ୍ରିଜ୍ ଥିଲେ ସେ ପାଇବାକୁ ଅଯୋଗ୍ୟ। ସେହିପରି ଜଣେ ବ୍ୟକ୍ତି ମାସିକ ଦଶ ହଜାର ଟଙ୍କା ରୋଜଗାର କରୁଥିଲେ ବି ସେ ପାଇବାକୁ ଅଯୋଗ୍ୟ। ଏଠାରେ ପ୍ରଶ୍ନ ଉଠେ ଯେ ଆଜିର ଦିନରେ ମାସିକ ଦଶ ହଜାର ଟଙ୍କା ରୋଜଗାର କରି ନିଜର ପରିବାର ଚଳାଉଥିବା ବ୍ୟକ୍ତିଟି ତା’ର ସେତିକି ଦରମାରେ ଜୀବନ କାଳ ମଧ୍ୟରେ ବି କ’ଣ ନିଜ ଖର୍ଚ୍ଚରେ ଘରଟିଏ ନିର୍ମାଣ କରିପାରିବ?

ତେବେ ଅଧିକରୁ ଅଧିକ ଲୋକଙ୍କୁ ଅଯୋଗ୍ୟ ଘୋଷଣା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଘରରୁ ବଂଚିତ କରିବାକୁ ଯେଉଁ ଅବାଂଛିତ ସର୍ତ୍ତ ରଖୁଛନ୍ତି, ତାହା ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପରିପନ୍ଥୀ। କାରଣ କେନ୍ଦ୍ର ସରକାର ୨୦୧୫ ମସିହାରେ ବଜେଟ୍ ଉପସ୍ଥାପନ କଲାବେଳେ ପ୍ରଥମେ ୨୦୨୨ ସୁଦ୍ଧା କାହାରିକୁ ଗୃହହୀନ ନରଖିବାକୁ ତଥା ସମସ୍ତଙ୍କୁ ପକ୍କା ଘର ଦେବାକୁ ଘୋଷଣା କରିଥିଲେ। ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍ଥାନରେ ନିଜର ବକ୍ତବ୍ୟ ଦେଇ ୨୦୨୨ ସୁଦ୍ଧା ସମସ୍ତଙ୍କୁ ନାଳ, ଜଳ, ବିଦ୍ୟୁତ୍ ଓ ପାଇଖାନା ଆଦି ସମସ୍ତ ମୌଳିକ ସୁବିଧା ଥିବା ପକ୍କାଘର ଯୋଗାଇ ଦେବାର ଘୋଷଣାକୁ ଦୋହରାଇବା ଦେଖାଯାଇଥିଲା। ଅବଶ୍ୟ ପରେ ତାର ମିଆଦକୁ ସରକାର ୨୦୨୨ରୁ ୨୦୨୪କୁ ବୃଦ୍ଧି କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ, ଯଦି ସରକାର ସତରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଗୃହହୀନ ଲୋକଙ୍କୁ ଗୃହ ଯୋଗାଇବାକୁ ଚାହୁଁଛନ୍ତି, ତାହେଲେ ହିତାଧିକାରୀ ଚୟନରେ ଏପରି କଠୋର ମାପକାଠି କରି ଅଧିକ ହିତାଧିକାରୀଙ୍କୁ ବାଦ ଦେବାକୁ ଉଦ୍ୟମ କରୁଛନ୍ତି କାହିଁକି? ଅସଲ କଥାଟି ହେଉଛି, କେନ୍ଦ୍ର ସରକାର ସମସ୍ତଙ୍କୁ ଗୃହ ଦେବାକୁ ଚାହୁଁ ନାହାଁନ୍ତି। ଯେମିତି ଦାରିଦ୍ର୍ୟ ରେଖାକୁ ଉପରକୁ ନେଇ ଅଧିକ ଲୋକଙ୍କୁ ଗରିବ ନୁହଁନ୍ତି ବୋଲି କୁହାଯାଇଥାଏ, ସେହିପରି ଆବାସ ଯୋଜନାରେ ମଧ୍ୟ ହିତାଧକାରୀ ଚୟନର ମାପକାଠିକୁ ଅଧିକ କଠୋର ଓ କଡ଼ା କରି ସରକାର ଅଧିକ ଲୋକଙ୍କୁ ଗୃହହୀନ ନୁହଁନ୍ତି ବୋଲି କହିବାକୁ ଚାହାଁନ୍ତି। ଏହାଦ୍ୱାରା ସରକାର ସବୁଲୋକଙ୍କୁ ଘର ଯୋଗାଇବାର ବାହାବା ନେବା ସହ ଏ ବାବଦରେ ଖଚ୍ଚଚୁ ବି କମାଇ ପାରିବେ।

ଏହା ନିଃସନ୍ଦେହ ଯେ ଆଜି ରାଜ୍ୟରେ ଆବାସ ଯୋଜନାକୁ ନେଇ ଚାଲିଥିବା ବିବାଦ ପଛରେ ରହିଛି, ୨୦୨୪ର ନିର୍ବାଚନ। ବର୍ତ୍ତମାନ ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ଦଳ ବିଶେଷ କରି ରାଜ୍ୟରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧି ଦଳ ବିଜେପି ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇସାରିଛି। ଯେହେତୁ ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କଲା ଭଳି ଚଳିତ ବର୍ଷର ଆବାସ ଯୋଜନାଟି ସବୁଠାରୁ ବୃହତ୍ତ ଯୋଜନା ହେବାକୁ ଯାଉଛି, ତେଣୁ ତା’ର ଶ୍ରେୟ ନେବାକୁ ପ୍ରତିଦ୍ୱନ୍ଦିତା ହେବା ସ୍ୱାଭାବିକ। ଯଦିଓ ଆବାସ ଯୋଜନାଟି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନୁହେଁ ଏବଂ ଏଥିରେ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ ୬୦:୪୦ ଆକାରରେ ରହିଛି, ଉଭୟ ଏହାର ଏକୁଟିଆ ଶ୍ରେୟ ନେବାକୁ ଚାହାନ୍ତି। ରାଜ୍ୟ ସରକାର ଏହି ଯୋଜନାର କାର୍ଯ୍ୟକାରୀ ଦାୟିତ୍ୱରେ ଥିବାରୁ ଶାସକ ବିଜେଡ଼ି ଏହାର ସର୍ବାଧିକ ଲାଭ ନେବା ଅବସ୍ଥାରେ ରହିଛି। ସଦ୍ୟ ପ୍ରସ୍ତୁତ ତାଲିକାରେ ସର୍ବାଧିକ ବିଜେଡ଼ି ସମର୍ଥକ ରହିବା ଏହାକୁ ପ୍ରମାଣିତ ମଧ୍ୟ କରୁଛି।

ରାଜ୍ୟ ବିଧାନସଭାର ଗତ ଅଧିବେଶନ ସମୟରେ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତର ଅନୁଯାୟୀ ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାରର ଛାତ ଘର ନାହିଁ। ସେମାନଙ୍କ ମଧ୍ୟରୁ ସିଂହଭାଗଟି ହେଉଛନ୍ତି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗରିବ ଆଦିବାସୀ ପରିବାର। ଅବଶ୍ୟ ଏହି ଏହି ତଥ୍ୟଟି ୨୦୧୧ର ସାମାଜିକ ଅର୍ଥନୈତିକ ସର୍ଭେର ତଥ୍ୟ ଉପରେ ଆଧାରିତ। କିନ୍ତୁ ରାଜ୍ୟରେ ପ୍ରକୃତରେ କେତେ ଲୋକ ପକ୍କା ଘରେ ଓ କେତେ ଲୋକ କଚ୍ଚା ବା ଚାଳ ଘରେ ରହୁଛନ୍ତି, ତା’ର କୌଣସି ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ। ଏପରିକି ଗତ ୧୨ ବର୍ଷ ମଧ୍ୟରେ ବି ତା’ର କୌଣସି ନିଦ୍ଧିଷ୍ଟ ସର୍ଭେ ହୋଇନାହିଁ। ତେଣୁ ବର୍ତ୍ତମାନ ଯଦି ସର୍ଭେ କରାଯାଏ ତାହେଲେ ଆହୁରି କିଛି ଲକ୍ଷ ପରିବାର ଗୃହହୀନ ବୋଲି ବାହାରିବେ। ଅତଏବ ସରକାରଙ୍କ ଦ୍ୱାରା ବର୍ତ୍ତମାନ ପ୍ରସ୍ତୁତ ତାଲିକା ବାହାରେ ଆହୁରି ଯେ ଅନେକ ଗୃହହୀନ ଲୋକ ଯେ ରହିଯାଉଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

୨୦୧୧ର ଜନଗଣନା ଅନୁଯାୟୀ ରାଜ୍ୟରେ ୧୧,୮୪,୭୮୫ ପରିବାର ରହିଛନ୍ତି। ସେଥିରୁ ୪୨ ଲକ୍ଷ ପରିବାର ଚାଳଘରେ ରହୁଥିବା ବେଳେ ଅନ୍ୟ ୫୦ ହଜାର ପରିବାର ବସ୍ତିରେ ପଲିଥିନ୍ ଜରି ତଳେ ରହୁଥିବା ଜଣାପଡ଼ିଥିଲା। ଏମାନଙ୍କ ବ୍ୟତିତ ବାକି ପରିବାର ସବୁ କୋଠାଘର, ଟାଇଲ ଘର କିମ୍ବା ଆଜବେଷ୍ଟସ୍ ଘରେ ରହୁଥିବା ଜଣାଯାଇଥିଲା। କିନ୍ତୁ ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ପରିବାର ସଂଖ୍ୟାରେ ବୃଦ୍ଧି ପାଇ ୯୫ ଲକ୍ଷରେ ପହଂଚିଥିବା ଜଣାପଡ଼ିଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୧୧ରୁ ୨୦୨୧ ମଧ୍ୟରେ ରାଜ୍ୟର ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୨୬.୪ ଲକ୍ଷ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ବେଳେ ୩.୪ ଲକ୍ଷ ପରିବାର ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇ ଘର ପାଇଛନ୍ତି। ଅତଏବ ଚାଳଘରେ ରହୁଥିବା ୪୨ ଲକ୍ଷ ଓ ପଲିଥିନ୍ କୁଡ଼ିଆରେ ରହୁଥିବା ୫୦ ହଜାର ପରିବାର ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଲୋକ ଘର ପାଇଥିବା ବେଳେ ବଳକା ପ୍ରାୟ ୧୨.୫ ଲକ୍ଷ ଲୋକ ଘର ପାଇବା ଅପେକ୍ଷାରେ ରହିଛନ୍ତି।

ଭାରତ ପରି ଏକ କଲ୍ୟାଣକାରୀ ରାଷ୍ଟ୍ରରେ ସରକାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ ଅଟନ୍ତି। ଅତଏବ ଆବାସ ଯୋଜନାରେ ଗରିବ ଲୋକଟିକୁ ଘର ଖଣ୍ଡିଏ ଦେଇ ସରକାର କୌଣସି ଦୟା ବା ଅନୁକମ୍ପା ଦେଖାଉ ନାହାନ୍ତି। କାରଣ ଏ ବାବଦରେ ଲୋକଙ୍କୁ ମିଳୁଥିବା ଅନୁଦାନଟି ଲୋକଙ୍କ ଟିକସ ପଇସାରୁ ହିଁ ବିନିଯୋଗ ହେଉଛି। ଅତଏବ ରାଜ୍ୟରେ ଆବାସ ଯୋଜନାର ଶ୍ରେୟ ନେବାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଯେଉଁଭଳି ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦିତା ଚାଲିଛି, ତାହା ଦୁଃର୍ଭାଗ୍ୟଜନକ। ସରକାର ସଂକୀର୍ଣ୍ଣ ଦଳୀୟ ରାଜନୀତିର ଆଧାରରେ ହିତାଧିକାରୀଙ୍କୁ ଚୟନ କରିବା ପରିବର୍ତ୍ତେ ପ୍ରକୃତ ଗରିବ ଓ ଗୃହହୀନ ଯେପରି ତା’ର ଲାଭ ପାଇବା ତାକୁ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ।

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଫୋନ ନଂ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story