ନୂତନ ନ୍ୟାୟ ସଂହିତା: ତାରିଖ ପରେ ତାରିଖ ଯୁଗ ଶେଷ

ଷାଠିଏ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇ ବିଚାରପତିମାନେ ଦୋଷାରୋପ ସିଦ୍ଧ (ଚାର୍ଜଫ୍ରେମ) କରିବେ। କୌଣସି ମୁଦାଲା ଗିରଫ ହୋଇ ନଥିଲେ ମଧ୍ୟ ତା’ ବିରୋଧରେ ଶୁଣାଣି କରାଯାଇ ଦଣ୍ଡିତ କରାଯିବ। ପୂର୍ବରୁ ମୁଦାଲା ଗିରଫ ହୋଇ ନଥିଲେ ତାରିଖ ପରେ ତାରିଖ ହୋଇ ମୋକଦ୍ଦମା ବିଳମ୍ବିତ ହେଉଥିଲା। ୯୦ ଦିନ ମଧ୍ୟରେ ଶୁଣାଣି (ଟ୍ରାଏଲ) ଶେଷ ହେବ। ତାପରେ ନ୍ୟାୟାଧୀଶମାନେ ୪୫ ଦିନ ମଧ୍ୟରେ ରାୟ ପ୍ରଦାନ କରିବେ। ଏହାଦ୍ୱାରା ନ୍ୟାୟ ତ୍ୱରିତ ଓ ସୁଲଭ ହୋଇପାରିବ।

Bharatiya Nyaya Sanhita

Bharatiya Nyaya Sanhita

Debendra Prusty
  • Published: Friday, 19 January 2024
  • Updated: 19 January 2024, 05:41 PM IST

Sports

Latest News

ଆଡ଼ଭୋକେଟ ସର୍ବେଶ୍ୱର ବେହେରା

କେନ୍ଦ୍ର ସରକାର ଫୌଜଦାରୀ ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ୧୮୬୦ ମସିହାର ଭାରତୀୟ ପିଙ୍ଗଳ କୋଡ଼କୁ (ଆଇପିସି) ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ପ୍ରଣୟନ କରିଛନ୍ତି। ସେହିପରି ୧୯୭୩ର ଦଣ୍ଡବିଧି ପ୍ରକ୍ରିୟା (ସିଆରପିସି) ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ୧୮୭୨ ମସିହାର ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ୍ରଣୟନ କରିଛନ୍ତି। କେନ୍ଦ୍ର ସରକାର ଏହି ପରିବର୍ତ୍ତନର ପ୍ରକ୍ରିୟା ୨୦୧୯ରୁ ଆରମ୍ଭ କରିଥିଲେ। ୨୦୧୯ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ସଂସ୍କାର କରିବା ପାଇଁ ଦେଶର ସମସ୍ତ ନ୍ୟାୟବ୍ୟବସ୍ଥା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ପ୍ରସ୍ତାବ ମାଗିଥିଲେ। ସମସ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ସମସ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟ, ବାର୍‌ କାଉନସିଲ ସଦସ୍ୟମାନଙ୍କଠାରୁ ମଧ୍ୟ ପ୍ରସ୍ତାବ ଯାଚନା କରାଯାଇଥିଲା। ୨୦୨୦ ମସିହାରେ ଏହି ସଂସ୍କାର ପାଇଁ ଏକ କମିଟି ଗଠନ କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଏହାର ଅଧ୍ୟକ୍ଷ ଥିଲେ।

ଏହି ସମସ୍ତ କ୍ଷେତ୍ରରୁ ୩୨୦୦ ପ୍ରସ୍ତାବ ପ୍ରେରଣ କରାଯାଇଥିଲା। ୧୮ଟି ରାଜ୍ୟରୁ, ୬ଟି କେନ୍ଦ୍ର ଶାସିତ ଅଞ୍ଚଳରୁ, ସର୍ବୋଚ୍ଚ ନ୍ୟାୟାଳୟରୁ, ୧୬ଟି ଉଚ୍ଚ ନ୍ୟାୟାଳୟରୁ, ୨୭ଟି ବିଚାର ବିଭାଗୀୟ ପ୍ରତିଷ୍ଠାନରୁ ଏହି ପ୍ରସ୍ତାବମାନ ଆସିଥିଲା। କେତେ ଜଣ ସାଂସଦ, ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀମାନେ ମଧ୍ୟ ପ୍ରସ୍ତାବ ପ୍ରଦାନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଏଥି ପାଇଁ ୧୫୦ରୁ ଊର୍ଦ୍ଧ୍ୱ ବୈଠକ ଆୟୋଜନ କରିଥିଲେ; ଯେଉଁଥିରେ ଏହି ପ୍ରସ୍ତାବଗୁଡ଼ିକ ବିଶଦ ଭାବେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ପରିଶେଷରେ ଏହା ସଂସଦରେ ଆଗତ ହୋଇଥିଲା। ସଂସଦର ଷ୍ଟାଣ୍ଡିଂ କମିଟି ମଧ୍ୟ ମତପ୍ରଦାନ କରିଥିଲେ। ସଂସଦର ଉଭୟ ଗୃହରେ ଏହା ସ୍ୱୀକୃତି ହୋଇସାରିଛି। ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ଼ (ଆଇପିସି)ରେ ୫୧୧ଟି ଧାରା ଥିଲା। ସେ ସ୍ଥାନରେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ସ୍ଥାନୀତ କରାଯାଇଛି। ଏଥିରେ ୨୦ଟି ନୂତନ ଧାରା ଯୋଡ଼ାଯାଇଛି। ୩୩ଟି ଅପରାଧରେ ଦଣ୍ଡକୁ ବୃଦ୍ଧି କରାଯାଇଛି। ସେହିପରି ୮୩ଟି ଅପରାଧରେ ଅର୍ଥଦଣ୍ଡକୁ ବୃଦ୍ଧି କରାଯାଇଛି। ୨୩ଟି ଅପରାଧରେ ସର୍ବନିମ୍ନ ଅପରାଧ ସ୍ଥାନ ପାଇଛି। ନୂତନ ଭାବେ ୬ଟି ଧାରାରେ ସମାଜସେବା କରିବା ପାଇଁ ଦଣ୍ଡ ପ୍ରଦାନ କରାଯାଇଛି। ୧୯ଟି ଧାରାକୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ସିଆରପିସିରେ ୪୮୪ଟି ଧାରା ଥିଲା। ତା’ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ସ୍ଥାନ ପାଇଛି। ସମୁଦାୟ ୧୭୭ଟି ଧାରା ପରିବର୍ତ୍ତନ କରାଯାଇଛି। ୯ଟି ନୂତନ ଧାରା ଓ ୩୯ଟି ଉପଧାରା ସ୍ଥାନ ପାଇଛି। ୪୪ଟି ଧାରାର ନୂତନ ସ୍ପଷ୍ଟୀକରଣ କରାଯାଇଛି। ୩୫ଟି ଧାରାରେ ସମୟ ନିର୍ଘଣ୍ଟ ପ୍ରଦାନ କରାଯାଇଛି। ୩୫ଟି ସ୍ଥାନରେ ଦୃଶ୍ୟଶ୍ରାବ (ଅଡ଼ିଓ-ଭିଡ଼ିଓ) ପଦ୍ଧତି ସ୍ଥାନ ପାଇଛି। ୧୪ଟି ଧାରାକୁ ଉଚ୍ଛେଦ କରାଯାଇଛି। ସେହିପରି ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୭୦ଟି ଧାରା ସ୍ଥାନ ପାଇଛି। ପୂର୍ବରୁ ଏଥିରେ ୧୬୭ଟି ଧାରା ଥିଲା। ୨୪ଟି ଧାରା ଓ ୬ଟି ଉପଧାରାକୁ ନୂତନ ଭାବେ ଯୋଡ଼ାଯାଇଛି। ୬ଟି ଧାରାକୁ ଉଚ୍ଛେଦ କରାଯାଇଛି।

ବିଶେଷକରି ଭାରତୀୟ ନାଗରିକ ସୁରକ୍ଷା ସଂହିତା ପ୍ରଣୟନ ଆଇନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ କରାଯାଇଛି। କାରଣ ପୂର୍ବରୁ ଏଥିରେ ସମୟ ନିର୍ଘଣ୍ଟ ନଥିଲା। ଫଳରେ ତାରିଖ ପରେ ତାରିଖ ହୋଇ ବର୍ଷ ବର୍ଷ ଧରି ମୋକଦ୍ଦମା ଚାଲୁଥିଲା। ଏହି ନୂତନ ଆଇନରେ ୩୫ଟି ଧାରାରେ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ଗିରଫ, ତଦନ୍ତ, ଆରୋପ ପତ୍ର (ଚାର୍ଜସିଟ) ମାମଲା ଶୁଣାଣି, ସରକାରୀ ଓକିଲ ନିଯୁକ୍ତ, ଜାମିନ, ରାୟ ପ୍ରଦାନ, କ୍ଷମା ଯାଚନା ଆଦି ୩୫ଟି କ୍ଷେତ୍ରରେ ସମୟ ନିର୍ଘଣ୍ଟ ଉଲ୍ଲେଖ କରାଯାଇଛି। ଉପଯୁକ୍ତ ସମୟ ମଧ୍ୟରେ ନ୍ୟାୟାଧୀଶମାନେ ନ୍ୟାୟ ପ୍ରଦାନ କରିବେ। ଥାନାରେ ଏତଲାର ତିନି ଦିନ ମଧ୍ୟରେ ପଞ୍ଜିକୃତ ହୋଇ ଆବେଦନକାରୀଙ୍କୁ ତା’ର ନକଲ ପ୍ରଦାନ କରାଯିବ। ସେହିପରି ଡାକ୍ତରମାନେ ସାତ ଦିନ ମଧ୍ୟରେ ମାଇନା ରିପୋର୍ଟ ପ୍ରଦାନ କରିବେ। ତଦନ୍ତର ରିପୋର୍ଟ ଆବେଦନକାରୀ ଓ ହିଂସାରେ ଶିକାର ହୋଇଥିବା ବ୍ୟକ୍ତି (ଭିକ୍ଟିମ)ଙ୍କୁ ୯୦ ଦିନ ମଧ୍ୟରେ ପ୍ରଦାନ କରାଯିବ। ଷାଠିଏ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇ ବିଚାରପତିମାନେ ଦୋଷାରୋପ ସିଦ୍ଧ (ଚାର୍ଜଫ୍ରେମ) କରିବେ। କୌଣସି ମୁଦାଲା ଗିରଫ ହୋଇ ନଥିଲେ ମଧ୍ୟ ତା’ ବିରୋଧରେ ଶୁଣାଣି କରାଯାଇ ଦଣ୍ଡିତ କରାଯିବ। ପୂର୍ବରୁ ମୁଦାଲା ଗିରଫ ହୋଇ ନଥିଲେ ତାରିଖ ପରେ ତାରିଖ ହୋଇ ମୋକଦ୍ଦମା ବିଳମ୍ବିତ ହେଉଥିଲା। ୯୦ ଦିନ ମଧ୍ୟରେ ଶୁଣାଣି (ଟ୍ରାଏଲ) ଶେଷ ହେବ। ତାପରେ ନ୍ୟାୟାଧୀଶମାନେ ୪୫ ଦିନ ମଧ୍ୟରେ ରାୟ ପ୍ରଦାନ କରିବେ। ଏହାଦ୍ୱାରା ନ୍ୟାୟ ତ୍ୱରିତ ଓ ସୁଲଭ ହୋଇପାରିବ। ଏଣୁ ଏହା ଏକ ଐତିହାସିକ ପଦକ୍ଷେପ। ବିଳମ୍ବିତ ନ୍ୟାୟ ପ୍ରତ୍ୟାକ୍ଷିତ ନ୍ୟାୟ ସଦୃଶ।

ଏହି ଆଇନରେ ମହିଳା ଓ ଶିଶୁ ଅପରାଧୀମାନଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ୧୮ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ଧର୍ଷଣ କଲେ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ। ଗଣଧର୍ଷଣ ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ। ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ଉପରେ କଠୋର ଆଇନ ପ୍ରଣୟନ କରାଯାଇଛି। ପ୍ରଥମକରି ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩(କ) ଅନୁସାରେ ଯେ କେହି ଭାରତର ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ, ସୁରକ୍ଷା କିମ୍ବା ଆର୍ଥିକ ସୁରକ୍ଷା କିମ୍ବା ଭାରତର ସାର୍ବଭୌମତ୍ୱ ବିରୋଧରେ କାର୍ଯ୍ୟ କରିବେ କିମ୍ବା ସାର୍ବଜନୀନ ଭାବେ ଭାରତରେ କିମ୍ବା ଭାରତ ବାହାରେ ଭାରତ ବିରୋଧରେ ପ୍ରଚାର କରିବେ କିମ୍ବା ବୋମା ବିସ୍ଫୋରକ ଦ୍ରବ୍ୟ, ହାନିକାରକ ଗ୍ୟାସ, ପରମାଣୁ ସହିତ ହତ୍ୟା କରିବାର ଷଡ଼ଯନ୍ତ୍ର କରିବେ କିମ୍ବା ଅର୍ଥ ତସ୍କରୀ କରିବେ ତାହା ଆତଙ୍କବାଦ ପରିସରରେ ଆସିବ। ଏହି ଆତଙ୍କବାଦ ଧାରାରେ ମୃତ୍ୟୁ କିମ୍ବା ଆଜୀବନ କାରାବାସ ଦଣ୍ଡବିଧାନ ଧାର୍ଯ୍ୟ କରାଯାଇଛି। ଏହି ଧାରାରେ ପାରୋଲ ମିଳିବ ନାହିଁ। ଏଥିରେ ଯଦି କେହି ସର୍ବସାଧାରଣ ସମ୍ପତ୍ତି ଧ୍ୱଂସ କରିବେ ସେ ମଧ୍ୟ ଏହି ଧାରା ଅନ୍ତର୍ଗତ ଦଣ୍ଡନୀୟ ହେବେ। ଏହି ଆଇନରେ ସାମୂହିକ ହିଂସା ବା ସାଙ୍ଗଠନିକ ହିଂସା ସମ୍ବନ୍ଧରେ ମଧ୍ୟ କଠୋର ଦଣ୍ଡବିଧାନ କରାଯାଇଛି। ଯଦି ସାମୂହିକ ହିଂସା (ମବ୍ ଲିଚିଂ) ଦ୍ୱାରା କାହାର ହତ୍ୟା ହେଉଛି ତେବେ ସେହି ମୁଦାଲାମାନଙ୍କୁ ହତ୍ୟା କିମ୍ବା ଆଜୀବନ କାରାବାସ ଦଣ୍ଡପ୍ରଦାନ କରାଯିବ। ଯଦି ଏହି ଅପରାଧ ପାଇଁ କେହି ପ୍ରୋତ୍ସାହିତ କରିଥିବେ, ସେ ମଧ୍ୟ ଦଣ୍ଡିତ ହେବେ। ରାଜଦ୍ରୋହ ଧାରାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ପୂର୍ବରୁ ଭାରତୀୟ ପିଙ୍ଗଳ ଧାରା ୧୨୪(କ)ରେ ଯଦି କେହି ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବ ସେ ଦଣ୍ଡିତ ହେବ ବୋଲି ଆଇନ ଥିଲା। କିନ୍ତୁ ଏବେ ଭାରତୀୟ ନ୍ୟାୟ ସଂହିତା ଧାରା ୧୫୨ ଅନ୍ତର୍ଗତ ଯେ କେହି ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିରୋଧରେ ଷଡ଼ଯନ୍ତ୍ର କରିବେ ସେ ଦଣ୍ଡିତ ହେବେ। ଯେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବେ କିମ୍ବା ସାର୍ବଭୌମତ୍ୱ, ଏକତା, ଅଖଣ୍ଡତାକୁ ଧମକ ଦେବେ ସେ ମଧ୍ୟ ଦଣ୍ଡନୀୟ ହେବେ।

ଏହି ଆଇନରେ ଆଧୁନିକ କଳାକୌଶଳ (ଟେକ୍‌ନୋଲୋଜି) ଅବଲମ୍ବନ କରିବା ପାଇଁ ପ୍ରାବଧାନ ଅଛି। ତଦନ୍ତର ସମସ୍ତ ପଦକ୍ଷେପ ଏହି ଟେକ୍‌ନୋଲୋଜି ସହାୟତାରେ ହେବ। ସାକ୍ଷ୍ୟ ପ୍ରମାଣର ଗୁଣବତ୍ତା ବୃଦ୍ଧି ପାଇବ। ମୁଦାଲା ଓ ମୁଦେଇ ଦୁଇ ଜଣଙ୍କ ଅଧିକାର ସୁରକ୍ଷିତ ରହିବ। ଆଧୁନିକ କଳାକୌଶଳର ଯନ୍ତ୍ର ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରିବାକୁ ସରକାର ନିର୍ଣ୍ଣୟ ନେଇଛନ୍ତି। ପୁଲିସର କେସ୍ ଡାଏରୀ, ଚାର୍ଜସିଟଠାରୁ ଜଜ୍‌ମେଣ୍ଟ ପର୍ଯ୍ୟନ୍ତ ସମସ୍ତ ତଥ୍ୟ କମ୍ପ୍ୟୁଟର ଦ୍ୱାରା ଲିପିବଦ୍ଧ ହେବ। ସମସ୍ତ ପୁଲିସ ଷ୍ଟେସନ ଓ ନ୍ୟାୟାଳୟରେ ଏହା ସଂରକ୍ଷିତ ହୋଇ ରହିବ। ଯେ କୌଣସି ବ୍ୟକ୍ତି ଚାହିଁଲେ ତାହାକୁ ଅବଲୋକନ କରିପାରିବେ। ସାକ୍ଷ୍ୟ ପ୍ରମାଣ ଗ୍ରହଣ ଦୃଶ୍ୟଶ୍ରାବ୍ୟ (ଅଡ଼ିଓ, ଭିଡ଼ିଓ) ଦ୍ୱାରା ହେବ। ଅପରାଧ ଅନୁସନ୍ଧାନ ପାଇଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏଥିପାଇଁ ଆଧୁନିକ ଯନ୍ତ୍ର ସାମଗ୍ରୀ ଉପଲବ୍ଧ କରାଯିବ। ନେସନାଲ ଫୋରେନ୍‌ସିକ୍ ସାଇନ୍ସ ଏକାଡେମୀ, ପୁନା ଓ ଭୋପାଳଠାରେ କାର୍ଯ୍ୟ କରିବ।

ସର୍ବୋପରି ଏହି ପରିବର୍ତ୍ତିତ ନୂତନ ଆଇନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଶତକଡ଼ା ଶହେ ଅପରାଧୀ ଯେପରି ଦଣ୍ଡ ପାଇବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପାଶ୍ଚାତ୍ୟ ଓ ଆଧୁନିକ ଶୈଳୀରେ ତଦନ୍ତ, ସାକ୍ଷ୍ୟଗ୍ରହଣ ଓ ଶେଷରେ ରାୟ ପ୍ରକାଶ କରାଯିବ। ସବୁଠାରୁ ଉଲ୍ଲେଖନୀୟ ହେଉଛି ଯେ ଏବେ ନ୍ୟାୟ ବ୍ୟବସ୍ଥା ସରଳ, ସୁଲଭ ଓ ତ୍ୱରିତ ହେବ।

ଖଟବିନ୍ ସାହି, କଟକ

ମୋ - ୯୪୩୭୦୧୬୩୮୪

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story