ଲକ୍ଷ୍ୟପଥରେ ବିଜେପିର ବଡ଼ ଅଗ୍ରଗତି

ଗତ ଲୋକସଭା ନିର୍ବାଚନରେ ବିଜେପି ସ୍ଥିର କରିଥିବା ଲକ୍ଷ୍ୟପଥରେ ପହଞ୍ଚି ନପାରିବା ପରେ ଯେଉଁମାନେ ଖୁସି ହେଉଥିଲେ ସେମାନେ ସେହି ନିର୍ବାଚନ ପରଠାରୁ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି କିପରି ତାହାର ଲକ୍ଷ୍ୟପଥରେ ପୂର୍ବପରି ଅତୁଟ ରହିଛି ତାହା ଦେଖିସାରିଲେଣି।

BJP Celebrates Delhi Win

BJP Celebrates Delhi Win

Debendra Prusty
  • Published: Tuesday, 11 February 2025
  • Updated: 11 February 2025, 05:19 PM IST

Sports

Latest News

ରବି ଦାସ

ଗତ ଲୋକସଭା ନିର୍ବାଚନରେ ବିଜେପି ସ୍ଥିର କରିଥିବା ଲକ୍ଷ୍ୟପଥରେ ପହଞ୍ଚି ନପାରିବା ପରେ ଯେଉଁମାନେ ଖୁସି ହେଉଥିଲେ ସେମାନେ ସେହି ନିର୍ବାଚନ ପରଠାରୁ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି କିପରି ତାହାର ଲକ୍ଷ୍ୟପଥରେ ପୂର୍ବପରି ଅତୁଟ ରହିଛି ତାହା ଦେଖିସାରିଲେଣି। ଲୋକସଭାରେ ଦଳ ପକ୍ଷରୁ ୪୦୦ ଆସନର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ସଫଳ ହୋଇଥିଲେ ବିଜେପି ସାରାଦେଶରେ ଇଚ୍ଛାମୁତାବକ ନୀତି ଓ କାର୍ଯ୍ୟକ୍ରମ ଅତି ସହଜରେ କରିପାରିଥାନ୍ତା। କିନ୍ତୁ ବିଜେପିର ଏହି ଲକ୍ଷ୍ୟକୁ ବିରୋଧୀମାନଙ୍କର ମେଣ୍ଟ ଯାହାକୁ ଇଣ୍ଡିଆ କୁହାଯାଉଛି ତାହାକୁ ଏକ ମିଳିତ ସ୍ଳୋଗାନ ଜରିଆରେ ଓ ସମ୍ବିଧାନ ବଦଳାଇ ଦିଆଯିବାର ଆଶଙ୍କା ସୃଷ୍ଟି କରି ବିଜେପିକୁ ୨୪୦ ଆସନରେ ସୀମିତ କରିଦେଇଥିଲେ। ଦୀର୍ଘ ୧୦ ବର୍ଷ ପରେ କଂଗ୍ରେସ ଲୋକସଭାରେ ସ୍ୱୀକୃତିପ୍ରାପ୍ତ ବିରୋଧୀଦଳ ହେବା ସହିତ ଧ୍ରୁବୀକରଣ ରାଜନୀତିର ପେଣ୍ଠ ସାଜିଥିବା ଓ ରାମ ମନ୍ଦିର ନିର୍ମାଣ ଜନିତ ହିନ୍ଦୁତ୍ୱ ବାତାବରଣର ଭୂସ୍ୱର୍ଗ ପାଲଟିଥିବା ଉତ୍ତର ପ୍ରଦେଶରେ ତାହା ଇଣ୍ଡିଆ ମେଣ୍ଟଠାରୁ ପଛରେ ରହିଯାଇଥିଲା।

ସେହିପରି ବିଜେପିର ଇଡି, ସିବିଆଇ ଓ ଇନକମ ଟ୍ୟାକ୍ସ ବିଭାଗ ଜରିଆରେ ବିରୋଧୀମାନଙ୍କୁ ଭୟଭୀତ କରି ସେଥିରେ ଦକ୍ଷତାର ସହିତ ସଫଳତା ହାସଲ କରିଥିବା ମହାରାଷ୍ଟ୍ରରେ ବିଜେପି ମେଣ୍ଟଠାରୁ ଇଣ୍ଡିଆ ମେଣ୍ଟ ଆଗକୁ ଚାଲିଯାଇଥିଲା। କିନ୍ତୁ ଏହି ସମସ୍ତ ବିରୋଧୀ ସଫଳତା ସତ୍ୱେ ନରେନ୍ଦ୍ର ମୋଦୀ ଏନଡିଏର ପୁର୍ନବିନ୍ୟାସ କରି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାରେ ଅସୁବିଧା ରହିନଥିଲା। ବିଜେପି ଓ ମୋଦୀ ଲୋକସଭାରେ ଆଶାଜନକ ସଫଳତା ପାଇନଥିଲେ ମଧ୍ୟ ସେମାନଙ୍କ ଲକ୍ଷ୍ୟଚ୍ୟୁତ ହୋଇନଥିଲେ।

ଅପରପକ୍ଷରେ ଇଣ୍ଡିଆ ମେଣ୍ଟର ଖୁସି କ୍ଷଣସ୍ଥାୟୀ ଭଳି କିଛି ମାସ ଭିତରେ ମିଳେଇ ଯାଇଥିଲା। କାରଣ ଲୋକସଭା ନିର୍ବାଚନର ବିପର୍ଯ୍ୟୟ ପରେ ଯେତେଗୁଡ଼ିଏ ରାଜ୍ୟ ବିଧାନସଭା ନିର୍ବାଚନ ହୋଇଛି ସେଥିରେ ଗୋଟିଏ ପକ୍ଷରେ ଜାମ୍ମୁ କାଶ୍ମୀର ଓ ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟ ସେମାନଙ୍କ ଶକ୍ତି କାଏମ କରିଥିଲେ ମଧ୍ୟ ହରିଆଣା ଓ ପରେ ମହାରାଷ୍ଟ୍ର ପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଣ୍ଡିଆ ମେଣ୍ଟର ଅଂଶ ମହାଅଗାଦି ଶୋଚନୀୟ ଭାବେ ପରାସ୍ତ ହେବା ଓ ବିଜେପି ମେଣ୍ଟ ବିପୁଳ ବିଜୟ ହାସଲ କରି ଇଣ୍ଡିଆ ମେଣ୍ଟରେ ଭୟର ବାତାବରଣ ସୃଷ୍ଟି କରିପାରିଛନ୍ତି। ହରିଆଣାରେ କଂଗ୍ରେସର ପରାଜୟ ଓ ମହାରାଷ୍ଟ୍ରରେ ବିଜେପି ମେଣ୍ଟର ବିପୁଳ ବିଜୟ ପରେ ସିଧାସଳଖ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଉଥିବା କଂଗ୍ରେସ ଦଳ ଉପରେ ସହଯୋଗୀମାନଙ୍କ ପକ୍ଷରୁ ଆକ୍ରମଣ ବଢ଼ିଚାଲିଲା। ଏହି ପରିସ୍ଥିତିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ କୌଣସି ଚିନ୍ତା ମଧ୍ୟ କରିନପାରି ସେଠାରେ ସରକାରରେ ଥିବା ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଲେ। ସେମାନେ ଭୁଲିଗଲେ ଯେ, ସେହି ସ୍ଥାନରେ ବିଜେପି ହିଁ ମୁଖ୍ୟ ବିରୋଧୀ ଶକ୍ତି ଓ ଆପ୍ ପରାଜିତ ହେଲେ ବିଜେପି ହିଁ ଲାଭବାନ୍ ହେବ।

ଗତ ୨୭ ବର୍ଷ ଧରି ଦିଲ୍ଲୀ ବିଧାନସଭାରେ କ୍ଷମତା ପାଇନଥିବା ଓ ମୋଦୀଙ୍କ ଶାସନରେ ତିନୋଟି ଲୋକସଭା ନିର୍ବାଚନରେ ସମସ୍ତ ଆସନ ବିଜେପି ଜିତିଲେ ମଧ୍ୟ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମି ପାର୍ଟି ବରାବର ବିପୁଳ ବିଜୟ ହାସଲ କରି ଚାଲିଥିଲା। ତେଣୁ ଦିଲ୍ଲୀକୁ ଦଖଲ କରିବା ବିଜେପିର ଏକ ମୌଳିକ ଲକ୍ଷ୍ୟ ଭାବରେ ରହିଥିଲା। ସେଥିପାଇଁ ସାଧୁତା, ସ୍ୱଚ୍ଛତା ଓ ନୈତିକତା ଆଧାର ଉପରେ ନିଜକୁ ପ୍ରତିଷ୍ଠା କରି କେଜ୍ରିୱାଲ୍ ଯେଉଁ ଦିଲ୍ଲୀ ମଡେଲର ଶାସନ ଦେଖାଇ ୧୦ ବର୍ଷରେ ଜାତୀୟ ଦଳରେ ପରିଣତ ହୋଇଥିଲା ତାହାକୁ ଭାଙ୍ଗିବା ବିଜେପି ପାଇଁ ଚାଲେଞ୍ଜ ହୋଇଥିଲା। ସେହି ଲକ୍ଷ୍ୟରେ ଗତ ୩ ବର୍ଷ ଅର୍ଥାତ୍ କୋଭିଡ୍ ପରେ ପରେ ଅରବିନ୍ଦ କେଜ୍ରିୱାଲଙ୍କର ସାଧୁତା ଓ ନୈତିକତା ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ସେ ନିଜେ ଦିଲ୍ଲୀ ପାଇଁ ଯେଉଁ ମଦ ନୀତି କରିଥିଲେ ସେଥିରେ ଦୁର୍ନୀତିର ଗନ୍ଧ ଥିବା ଅଭିଯୋଗ କରି ଇଡି ପକ୍ଷରୁ ଓ ସିବିଆଇ ପକ୍ଷରୁ ଆପ୍ ନେତାମାନଙ୍କ ବିରୋଧରେ ମାମଲା ଆଗତ ହେଲା। ଏଥିରେ କେଜ୍ରିୱାଲ୍ ଓ ଦ୍ୱିତୀୟ କ୍ଷମତାଶାଳୀ ଆପ୍ ନେତା ମନୀଷ ସିସୋଦିଆ ଦିଲ୍ଲୀର କିଛି ମନ୍ତ୍ରୀଙ୍କ ସମେତ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଏହି ଦୁର୍ନୀତି ମାମଲାରେ ଅର୍ଥ ନେଇଥିବା ଅଭିଯୋଗ କରି ଇଡି ଦ୍ୱାରା ଗିରଫ ହେଲେ। ସେମାନେ ସୁପ୍ରିମ କୋର୍ଟ ଦ୍ୱାରା ଜାମିନ୍ ପାଇଲେ ମଧ୍ୟ ସେମାନଙ୍କୁ ମାସ ମାସ ଧରି ଜେଲରେ ରହିବାକୁ ପଡ଼ିଲା ଓ ଜାମିନ୍ ସର୍ତ୍ତରେ ସୁପ୍ରିମ କୋର୍ଟ ଯାହା ଉଲ୍ଲେଖ କଲେ ସେଥିରେ ସେମାନେ ନିଜକୁ ନିର୍ଦ୍ଦୋଷ ବୋଲି ସାଧାରଣରେ ବୁଝାଇବା କଷ୍ଟକର ହୋଇଗଲା। ଯଦିଓ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ।

ସେତେବେଳେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ କେନ୍ଦ୍ର ସରକାରଙ୍କର ଏହିସବୁ ପଦକ୍ଷେପ ରାଜନୈତିକ ପ୍ରତିଶୋଧ ମୂଳକ ଆଚରଣ ବୋଲି ଅଭିହିତ କରିଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ସେମାନେ ପରସ୍ପର ବିରୋଧରେ ଲଢ଼ିବା ପରେ ସେହି କଂଗ୍ରେସ ନେତାମାନେ ଯେଉଁ ପ୍ରଚାର କଲେ ସେଥିରୁ ମନେହେଲା ବିଜେପି ଯେପରି ଭାବରେ କେଜ୍ରିୱାଲଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛି କଂଗ୍ରେସ ଦଳ ମଧ୍ୟ ସେଥିରେ ପୂରା ଏକମତ ଅଛି। ମଦନୀତି ଦୁର୍ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବା ଶିଶ ମହଲ ନେଇ ବିଜେପିର ଅଭିଯୋଗକୁ କଂଗ୍ରେସ ବଳପ୍ରଦାନ କରି ସେହି କଥାକୁ ବେଶି ଗୁରୁତ୍ୱ ଦେବା ଫଳରେ କେଜ୍ରିୱାଲଙ୍କ ନିର୍ମଳ ଭାବମୂର୍ତ୍ତି ଚୁରମାର୍ ହୋଇଯିବାରୁ ମଧ୍ୟବିତ୍ତ ଶ୍ରେଣୀ ତାଙ୍କୁ ସହଜରେ ଛାଡ଼ିଦେଲେ। ଏହି ଶ୍ରେଣୀ ଲୋକସଭା ନିର୍ବାଚନରେ ବରାବର ମୋଦୀଙ୍କୁ ସମର୍ଥନ କରନ୍ତି। ଚଳିତ ବର୍ଷର ବଜେଟ୍ ଓ ଅଷ୍ଟମ ଦରମା କମିଶନ୍ ଘୋଷଣା ଯୋଗୁ ଏହି ଶ୍ରେଣୀ ଆଉ କୁଆଡ଼େ ନଯାଇ ବିଜେପିକୁ ସମର୍ଥନ କଲେ। ଫଳରେ ଯେଉଁ ଆମ୍ ଆଦମୀ ପାର୍ଟି ୨୦୧୫ ବିଧାନସଭା ନିର୍ବାଚନରେ ଶତକଡ଼ା ୫୪ ଭାଗ ଭୋଟ୍ ପାଉଥିଲା ସେହି ଭୋଟ ୧୦ ଭାଗ କମିଗଲା। ଏହି ଭୋଟର ପ୍ରାୟ ୮ ଭାଗ ବିଜେପି ସହିତ ମିଶିଯିବା ଫଳରେ ଦିଲ୍ଲୀ ମଡେଲ୍ ଯୋଗୁ ଗରିବ ଶ୍ରେଣୀ, ଖଟିଖିଆ ଓ ବସ୍ତିବାଲାଙ୍କ ସହିତ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ମହିଳାମାନଙ୍କର ସମର୍ଥନ ଯୋଗୁ ଆମ୍ ଆଦମୀ ପାର୍ଟି ୪୪ ପ୍ରତିଶତ ଭୋଟ ପାଇଲେ ବି ପରାସ୍ତ ହେଲା।

ଦିଲ୍ଲୀ ଦଖଲ କରି ବିଜେପି ଏହାର ଲକ୍ଷ୍ୟ ପଥରେ ଏକ ବଡ଼ ଅଗ୍ରଗତି ହାସଲ କରିଥିଲେ ମଧ୍ୟ କଂଗ୍ରେସ ନେତାମାନେ ଖୁସି ଯେ, ଆମ୍ ଆଦମୀ ପାର୍ଟିର ପରାଜୟ ଘଟିଛି। ସେମାନଙ୍କ ଯୁକ୍ତି ହେଲା କଂଗ୍ରେସକୁ ବଦନାମ କରି ଆପ୍ କ୍ଷମତାକୁ ଆସିଥିଲା ଓ ଏହି ଦଳ ଯେଉଁ ଭୋଟ୍ ଆଧାର ହାସଲ କରିଛି ତାହା ଏକଦା କଂଗ୍ରେସ ଦଳର ଭୋଟ୍ ଆଧାର ଥିଲା। ତେଣୁ ଆପ୍ କ୍ଷମତାଚ୍ୟୁତ ହେଲେ କଂଗ୍ରେସ ତାହାର ଭୋଟ୍ ବ୍ୟାଙ୍କ ଦିଲ୍ଲୀରେ ଫେରିପାଇବ। କିନ୍ତୁ ସେମାନେ ଭୁଲିଗଲେ ଯେ, ଗତ ୧୨ ବର୍ଷ ହେଲା ଦଳ ଯଥେଷ୍ଟ ସମୟ ପାଇଥିଲେ ମଧ୍ୟ ଏହାର ଭୋଟ୍ ଆଧାରକୁ ବା ସଂଗଠନକୁ କେବେ ବି ଶକ୍ତଶାଳୀ କରିପାରି ନାହିଁ। ବରଂ ଜାତୀୟ ସ୍ତରରେ ବିଜେପିକୁ ଅଟକାଇବା ଯଦି କଂଗ୍ରେସ ମୂଳଲକ୍ଷ୍ୟ ଭାବରେ ଧରି ବିଚାର ଧାରାରେ ଲଢ଼େଇ ଚାଲିଥିବା କହୁଛନ୍ତି ତେବେ ବିଜେପି ଦିଲ୍ଲୀ ଦଖଲ କରିବା ପରେ ଏହାକୁ ଜାତୀୟ ସ୍ତରରେ ବା ଦିଲ୍ଲୀରେ ହଟାଇବା କ’ଣ ଏତେ ସହଜ ହେବ?

କେଜ୍ରିୱାଲ୍ କ୍ରମାଗତ ଭାବରେ ୧୦ ବର୍ଷ ଦିଲ୍ଲୀରେ କ୍ଷମତାରେ ରହିବା ପରେ ତାଙ୍କ ବିରୋଧରେ ଅସନ୍ତୋଷ ସହିତ ତାଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ କଳା ଦାଗ ପଡ଼ିଯିବା ପରେ ସେ ଯଦି କଂଗ୍ରେସ ଦଳକୁ ସାଙ୍ଗରେ ନେଇ ନିର୍ବାଚନ ଲଢ଼ିଥାନ୍ତେ ତେବେ ପରିସ୍ଥିତି ନିଶ୍ଚିତ ଭିନ୍ନ ହୋଇଥାନ୍ତା। ଯେପରି ହରିଆଣାରେ ଯଦି କଂଗ୍ରେସ ୫ଟି ଆସନ ଆମ୍ ଆଦମୀ ପାର୍ଟିକୁ ପ୍ରଦାନ କରି ମିଳିତ ନିର୍ବାଚନ ଲଢ଼ିଥାନ୍ତା ସେଠାରେ ହୁଏତ କଂଗ୍ରେସ ସଫଳ ହୋଇଥାନ୍ତା। ଲୋକସଭା ନିର୍ବାଚନରେ ମୋଦୀଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ କଲା ପରେ କୌଣସି କାରଣରୁ ବିଧାନସଭାରେ ଏହି ମେଣ୍ଟର ଦଳମାନେ ପରସ୍ପର ବିରୋଧରେ ଲଢ଼ିଲେ ମଧ୍ୟ ସେମାନଙ୍କର ପ୍ରଚାରର ମୁଖ୍ୟ ଅଭିଯୋଗ ବିଜେପି ବିରୋଧରେ ଉଦ୍ଦିଷ୍ଟ ହେବା କଥା। କଂଗ୍ରେସ ଦଳ ସିଧାସଳଖ ଭାବରେ କେଜ୍ରିୱାଲଙ୍କ ଉପରେ ବ୍ୟକ୍ତିଗତ ଅସାଧୁତା ଓ ଦୁର୍ନୀତି ପ୍ରସଙ୍ଗ ନଉଠାଇ ଶୀଲା ଦୀକ୍ଷିତ୍ ସମୟରେ କଂଗ୍ରେସ ହାସଲ କରିଥିବା ସଫଳତାର କାହାଣୀ କହିବାରେ ଅସୁବିଧା ନଥିଲା। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଭିତରେ ପରବର୍ତ୍ତି ଲଢ଼େଇ ପଞ୍ଜାବରେ ହେବ ବୋଲି ସ୍ପଷ୍ଟ ହୋଇଗଲାଣି। ଇଣ୍ଡିଆ ମେଣ୍ଟର ଅନ୍ୟ ଅଂଶୀଦାରମାନେ କଂଗ୍ରେସର ଏହି ଆଚରଣକୁ କିପରି ଦେଖିବେ ତାହା ପରବର୍ତ୍ତି ରାଜନୀତିକୁ ନିୟନ୍ତ୍ରଣ କରିବ।

ବିଶେଷ ଭାବରେ ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ବେଳକୁ ଇଣ୍ଡିଆ ମେଣ୍ଟରେ ସ୍ଥିତି ନବଦଳିଲେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନ କେଉଁ ଢଙ୍ଗରେ ହେବ ତାହା କଳ୍ପନା କରିବା କଷ୍ଟସାଧ୍ୟ ହେବ। ରାହୁଲ ଗାନ୍ଧୀ କଂଗ୍ରେସର ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇପାରନ୍ତି। କିନ୍ତୁ ଦେଶରେ ସେ ବିଜେପି ଓ ମୋଦୀଙ୍କର ବିକଳ୍ପ ହେବାକୁ ହେଲେ ସବୁ ବିରୋଧୀ ଦଳମାନଙ୍କର ଏକତା ଅତି ଜରୁରୀ। ରାହୁଲ ନିଶ୍ଚିତ ଭାବରେ ଜୟପ୍ରକାଶ ନାରୟଣ ନୁହନ୍ତି।

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story