ବିଜେଡି ଏକ ଧନୀ ଦଳ, ଓଡ଼ିଶା ପିଲା ଅତି ଦୁର୍ବଳ!

ଯଦି ଉଭୟ ଓଡ଼ିଶା ଓ ତାମିଲନାଡୁର ଲୋକସଭା ଓ ବିଧାନସଭା ସଦସ୍ୟମାନଙ୍କ ସଂଖ୍ୟା ସହିତ ତୁଳନା କରାଯାଏ ତେବେ ବିଜେଡି ସାରା ଦେଶରେ ଆଞ୍ଚଳିକ ଦଳମାନଙ୍କ ଭିତରେ ପ୍ରଥମ ବୋଲି ବିଚାର କରାଯିବ। କାରଣ ଡିଏମକେ ୩୧୮.୭୪୫ କୋଟି ଟଙ୍କା ସହିତ ପ୍ରଥମ ହୋଇଥିବା ସମୟରେ ବିଜେଡି ୩୦୬.୨୮୮ କୋଟି ଟଙ୍କା ସହିତ ଦ୍ୱିତୀୟ ହୋଇଛି। ସମସ୍ତଙ୍କୁ ଜଣାଅଛି ଯେ ତାମିଲନାଡୁରେ ୩୯ ଜଣ ଲୋକସଭା ସଦସ୍ୟ ସହିତ ବିଧାନସଭାରେ ୨୩୪ ଜଣ ବିଧାନସଭା ସଦସ୍ୟ ଅଛନ୍ତି। ମାତ୍ର ଓଡ଼ିଶାରେ ମୋଟ ଲୋକସଭା ଆସନ ସଂଖ୍ୟା ୨୧ ଓ ବିଧାନସଭାରେ ୧୪୭ ସଦସ୍ୟ ଅଛନ୍ତି। ତେଣୁ ଏହି ତୁଳନାରେ ଦେଖିଲେ ବିଜେଡି ଧନୀ ତାଲିକାରେ ପ୍ରଥମ ଦଳ ଭାବେ ବିବେଚିତ ହେବ।

BJD Logo

BJD Logo

Debendra Prusty
  • Published: Tuesday, 11 April 2023
  • Updated: 11 April 2023, 04:25 PM IST

News Highlights

  • ଓଡ଼ିଶାରେ ବିଜେଡି ଏକ ଧନୀ ଦଳରେ ରହିଥିବାର ମୁଖ୍ୟ କାରଣ ହେଉଛି ଗତ ୨୩ ବର୍ଷ ଧରି ଏହା କ୍ଷମତାରେ ରହିବା ଓ ଦେଶର ମୁଖ୍ୟ ଖଣିଜ ସଂପଦ ଯୋଗୁ ସବୁ ବଡ଼ କମ୍ପାନୀ ଓଡ଼ିଶାକୁ ଆକୃଷ୍ଟ ହେବା। ଅର୍ଥାତ୍ ଖଣିଜ ସଂପଦ ହିଁ ବିଜୁ ଜନତା ଦଳର ଭାଗ୍ୟକୁ ବଦଳାଇ ଦେଇଛି।
  • ଯେଉଁ ରାଜ୍ୟର ବଜେଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାକୁ ଅତିକ୍ରମ କରିଛି, ସେହି ରାଜ୍ୟରେ ଖଣିଜ ସଂପଦ ଥିବା ଯୋଡ଼ା ବ୍ଲକର ବଳଦା ପଞ୍ଚାୟତ ଗୁଡ଼ା ସାହିରେ ଦୁଇଦିନ ଭିତରେ ଦୁଇଜଣ ଶିଶୁଙ୍କ ଅପପୁଷ୍ଟି ଜନିତ କାରଣରୁ ମୃତ୍ୟୁ ହୋଇଛି।
  • ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୪୦ ଲକ୍ଷ ଟଙ୍କା ବ୍ୟୟର ସିଲିଂ ଥିବାବେଳେ ଲୋକସଭା ସଦସ୍ୟଙ୍କ ପାଇଁ ପ୍ରାର୍ଥୀ ପିଛା ୯୫ ଲକ୍ଷ ଟଙ୍କା ବ୍ୟୟର ସିଲିଂ ରହିଛି। କିନ୍ତୁ କୌଣସି ପ୍ରାର୍ଥୀ ବିଶେଷ ଭାବରେ ବିଜୁ ଜନତା ଦଳ ପ୍ରାର୍ଥୀ ତା’ର ପ୍ରାୟ ୫ ଗୁଣରୁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି।

ଓଡ଼ିଶା ଦେଶରେ ଗରିବ ରାଜ୍ୟ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶାକୁ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ଦେଶରେ ସବୁଠାରୁ ଧନୀ ଦଳରେ ପରିଣତ ହୋଇଛି। ଯଦିଓ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ତଥ୍ୟକୁ ଆଧାର କରି ‘ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍)’ ଭାରତର ସବୁ ଆଞ୍ଚଳିକ ଦଳମାନଙ୍କ ଆୟ-ବ୍ୟୟ ହିସାବର ସମୀକ୍ଷା କରି ବିଜେଡି ସବୁ ଆଞ୍ଚଳିକ ଦଳମାନଙ୍କ ଭିତରେ ଦ୍ୱିତୀୟ ଧନୀ ତାଲିକାରେ ଥିବା ସୂଚନା ପ୍ରଦାନ କରିଛି।

ପ୍ରଥମରେ ଥିବା ତାମିଲନାଡୁରେ ଶାସନ କରୁଥିବା ଡିଏମକେ ପ୍ରଥମ ବୋଲି ଦର୍ଶାଯାଇଥିଲେ ମଧ୍ୟ ଯଦି ଉଭୟ ଓଡ଼ିଶା ଓ ତାମିଲନାଡୁର ଲୋକସଭା ଓ ବିଧାନସଭା ସଦସ୍ୟମାନଙ୍କ ସଂଖ୍ୟା ସହିତ ତୁଳନା କରାଯାଏ ତେବେ ବିଜେଡି ସାରା ଦେଶରେ ଆଞ୍ଚଳିକ ଦଳମାନଙ୍କ ଭିତରେ ପ୍ରଥମ ବୋଲି ବିଚାର କରାଯିବ। କାରଣ ଡିଏମକେ ୩୧୮.୭୪୫ କୋଟି ଟଙ୍କା ସହିତ ପ୍ରଥମ ହୋଇଥିବା ସମୟରେ ବିଜେଡି ୩୦୬.୨୮୮ କୋଟି ଟଙ୍କା ସହିତ ଦ୍ୱିତୀୟ ହୋଇଛି। ସମସ୍ତଙ୍କୁ ଜଣାଅଛି ଯେ ତାମିଲନାଡୁରେ ୩୯ ଜଣ ଲୋକସଭା ସଦସ୍ୟ ସହିତ ବିଧାନସଭାରେ ୨୩୪ ଜଣ ବିଧାନସଭା ସଦସ୍ୟ ଅଛନ୍ତି। ମାତ୍ର ଓଡ଼ିଶାରେ ମୋଟ ଲୋକସଭା ଆସନ ସଂଖ୍ୟା ୨୧ ଓ ବିଧାନସଭାରେ ୧୪୭ ସଦସ୍ୟ ଅଛନ୍ତି। ତେଣୁ ଏହି ତୁଳନାରେ ଦେଖିଲେ ବିଜେଡି ଧନୀ ତାଲିକାରେ ପ୍ରଥମ ଦଳ ଭାବେ ବିବେଚିତ ହେବ।

ଡିଏମକେ ଏକ ପୁରୁଣା ଆଞ୍ଚଳିକ ଦଳ ଓ ବିଭିନ୍ନ ସମୟରେ ଏହା କ୍ଷମତାରେ ରହିଛି ବା ବିରୋଧୀ ଆସନରେ ବସିଛି। କିନ୍ତୁ ବିଜେଡି ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରେ ଅଛି। ଦେଶର ଯେଉଁ ୩୬ଟି ଆଞ୍ଚଳିକ ଦଳର ତଥ୍ୟ ଏଡିଆର୍ ପକ୍ଷରୁ ଦିଆଯାଇ ସମୀକ୍ଷା କରାଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ସବୁ ରାଜନୈତିକ ଦଳମାନଙ୍କର ଆୟର ମୁଖ୍ୟ ସ୍ରୋତ ହେଉଛି ଇଲୋକ୍ଟ୍ରାଲ୍ ବଣ୍ଡ୍। ଏହି ଇଲୋକ୍ଟ୍ରାଲ୍ ବଣ୍ଡକୁ ନେଇ ଜାତୀୟ ସ୍ତରରେ ଏକ ବିବାଦ ରହିଛି ଓ ଏହି ବ୍ୟାପାର ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। କିନ୍ତୁ ଦେଖାଯାଉଛି ଅଧିକାଂଶ ରାଜନୈତିକ ଦଳମାନଙ୍କ ମୁଖ୍ୟ ଆୟର ସ୍ରୋତ ହୋଇଛି ଇଲୋକ୍ଟ୍ରାଲ୍ ବଣ୍ଡ୍। ଏହି ବଣ୍ଡ୍ ଜରିଆରେ ଦାତାମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆଠାରୁ ଇଲୋକ୍ଟ୍ରାଲ୍ ବଣ୍ଡ୍ କ୍ରୟ କରି ରାଜନୈତିକ ଦଳମାନଙ୍କୁ ଚାନ୍ଦା ଆକାରରେ ଦେଉଛନ୍ତି। କିନ୍ତୁ ଏହି ଅର୍ଥ କେଉଁ କମ୍ପାନୀ କେଉଁ ଦଳକୁ ଦେଉଛି, ତାହା ଜାଣିବା ସହଜ ନୁହେଁ। ସୂଚନା ଅଧିକାର ଆଇନ୍ ଅନୁସାରେ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ ମସିହାରେ ସମୁଦାୟ ୨୬୭୩.୦୫୨୫ କୋଟି ଟଙ୍କା ଇଲୋକ୍ଟ୍ରାଲ୍ ବଣ୍ଡ୍ ଆକାରରେ ଆଦାୟ ହୋଇଛି। ଏଥିରୁ ଜାତୀୟ ରାଜନୀତି ଦଳମାନେ ୬୭.୭୯ ପ୍ରତିଶତ ଅର୍ଥ ପାଇଥିବା ବେଳେ ୩୧.୯୧ ପ୍ରତିଶତ ଅର୍ଥ ଅର୍ଥାତ୍ ୮୫୨.୮୮ କୋଟି ଟଙ୍କା ଆଞ୍ଚଳିକ ଦଳମାନଙ୍କୁ ମିଳିଛି। ସେମାନଙ୍କ ଭିତରୁ ଡିଏମକେ, ବିଜେଡି, ଟିଆରଏସ୍‌, ୱାଇଏସ୍ଆର୍ କଂଗ୍ରେସ, ଜେଡିୟୁ, ଏସପି, ଆପ୍, ଶିରୋମଣୀ ଅକାଳୀ ଦଳ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଓ ଟିଡିପି ଭଳି ୧୦ଟି ଆଞ୍ଚଳିକ ଦଳ ଏହି ଅର୍ଥ ପାଇଛନ୍ତି। କିନ୍ତୁ କେଉଁ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଲା ତାହା ଜାଣିବା ଅସ୍ପଷ୍ଟ ଥିବାରୁ ରାଜନୈତିକ ଦଳମାନେ ପାଉଥିବା ଚାନ୍ଦାର ୬୫ ପ୍ରତିଶତ କେଉଁ ସୂତ୍ରରୁ ଆସିଛି ତାହା ଜାଣିବା ସମ୍ଭବ ହେଉନାହିଁ।

ଏଡିଆର୍ ପକ୍ଷରୁ ଆଞ୍ଚଳିକ ଦଳମାନଙ୍କର ଆୟବ୍ୟୟର ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଶାସନ କ୍ଷମତାରେ ଥିବା ଦଳମାନଙ୍କୁ ଅଧିକ ପରିମାଣର ଚାନ୍ଦା ମିଳୁଛି। ଏହି ତଥ୍ୟ ଅନୁସାରେ କେବଳ ବିଜେଡି ହାତରେ ୩୬ଟି ଆଞ୍ଚଳିକ ଦଳର ୨୦୨୧ରେ ଦିଆଯାଇଥିବା ତଥ୍ୟ ଅନୁସାରେ ୨୫.୩୩ ପ୍ରତିଶତ ଆୟ ହସ୍ତଗତ ହୋଇଛି। ଏହାର ମୁଖ୍ୟ କାରଣ ହେଲା ଯେ ଓଡ଼ିଶାରେ ବିପୁଳ ଖଣିଜ ସଂପଦ ଥିବାରୁ ଦେଶର ପ୍ରମୁଖ ବଡ଼ବଡ଼ କମ୍ପାନୀମାନଙ୍କ ମଧ୍ୟରୁ ଯଥା, ଟାଟା, ବିର୍ଲା, ଜିନ୍ଦଲ, ଆଦାନୀ, ବେଦାନ୍ତ ପ୍ରମୁଖ ରାଜ୍ୟରେ ବିଭିନ୍ନ ଖଣି ନିଲାମ ନେଇଛନ୍ତି ଓ ଶିଳ୍ପ କାରଖାନା କରିଛନ୍ତି। ଓଡ଼ିଶାର ଶାସକ ଭାବରେ ଗତ ୨୩ ବର୍ଷ ହେଲା ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ରହିଥିବାରୁ ଏହି ଦଳକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଚାନ୍ଦା ଆକାରରେ ଦେଉଥିବା ଏକ ବଡ଼ ଅଂଶ ସେହି ଦଳକୁ ଯାଉଛି। ଯଦିଓ ଏହା ବି ଜଣା ଅଛି ଯେ ରାଜନୈତିକ ଦଳମାନେ ଓ ବିଶେଷ ଭାବେ ବିଜୁ ଜନତା ଦଳ ରାଜନୈତିକ କାର୍ଯ୍ୟକଳାପ ଓ ନିର୍ବାଚନ ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରୁଛି ବୋଲି ହିସାବ ଦେଉଛି, ବାସ୍ତବରେ ତା’ର ବହୁଗୁଣ ଅର୍ଥ ଏହା ଖର୍ଚ୍ଚ କରୁଛି।

ଏହି ତଥ୍ୟ ଅନୁସାରେ ୨୦୨୧ ମସିହାରେ ବିଜୁ ଜନତା ଦଳ ହାତରେ ୩୦୬.୨୮୮ କୋଟି ଟଙ୍କା ଆୟ ଥିବା ସମୟରେ ନିର୍ବାଚନ ପ୍ରଚାର ଓ ବିଭିନ୍ନ କାର୍ଯ୍ୟରେ ଦଳ ମାତ୍ର ୨୮.୬୩ କୋଟି ଟଙ୍କା ଖର୍ଚ୍ଚ କରିଛି। ଅବଶ୍ୟ ସେହି ବର୍ଷ ଯାହା କିଛି ଖର୍ଚ୍ଚ ହୋଇଛି, ତାହା କେବଳ ଉପ-ନିର୍ବାଚନ ଖର୍ଚ୍ଚ। ଅର୍ଥାତ୍ ବିଜୁ ଜନତା ଦଳ ହାତରେ ସେହି ବର୍ଷ ୨୬୮.୬୫୮ କୋଟି ଟଙ୍କା ବଳକା ରହିଛି। ବିଜେଡିର ପ୍ରାୟ ୯୪.୦୭ ପ୍ରତିଶତ ଅର୍ଥ ଇଲୋକ୍ଟ୍ରାଲ୍ ବଣ୍ଡ୍, ଗ୍ରାଂଟ, ଡୋନେସନ୍ ଓ କଂଟ୍ରିବ୍ୟୁସନ୍ ଜରିଆରେ ମିଳିଛି। ଟଙ୍କା ଉପରେ ବ୍ୟାଙ୍କରେ ଥିବା ସୁଧ ବାବଦରେ ଦଳ ୧୬.୧୭୬ କୋଟି ଟଙ୍କା ପାଇଛି। ଯେଉଁ ଡୋନେସନ୍ ଏପରିକି ଇଲୋକ୍ଟ୍ରାଲ୍ ବଣ୍ଡର ତଥ୍ୟ ସଂପୃକ୍ତ ସଂସ୍ଥାମାନେ ଆୟକର ଦାଖଲ ସମୟରେ ପ୍ରଦାନ କରୁଛନ୍ତି, ସେହି ତଥ୍ୟଗୁଡିକୁ ଦଳୀୟ ଖାତାରେ ଦର୍ଶାଯାଉଛି। ଏହାଛଡ଼ା ଯେଉଁସବୁ ଚାନ୍ଦା ଆଘୋଷିତ ଭାବରେ କଳାଧନ ଆକାରରେ ସଂଗୃହୀତ ହେଉଛି, ସେଗୁଡିକର ହିସାବ କେବଳ ଦଳୀୟ କର୍ତ୍ତୃପକ୍ଷଙ୍କୁ ଜଣା।

ଏହା ଓଡ଼ିଶାର ସମସ୍ତେ ଜାଣନ୍ତି ଯେ ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୪୦ ଲକ୍ଷ ଟଙ୍କା ବ୍ୟୟର ସିଲିଂ ଥିବାବେଳେ ଲୋକସଭା ସଦସ୍ୟଙ୍କ ପାଇଁ ପ୍ରାର୍ଥୀ ପିଛା ୯୫ ଲକ୍ଷ ଟଙ୍କା ବ୍ୟୟର ସିଲିଂ ରହିଛି। କିନ୍ତୁ କୌଣସି ପ୍ରାର୍ଥୀ ବିଶେଷ ଭାବରେ ବିଜୁ ଜନତା ଦଳ ପ୍ରାର୍ଥୀ ଏହି ଅର୍ଥ ଭିତରେ ଖର୍ଚ୍ଚ ନକରି ତା’ର ପ୍ରାୟ ୫ ଗୁଣରୁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। ଅବଶ୍ୟ ଏହାଛଡ଼ା ଗୋଟିଏ ଦଳର ନିର୍ବାଚନ ପ୍ରଚାର ପାଇଁ ଖବରକାଗଜରେ ବିଜ୍ଞାପନ ସମେତ ପ୍ରମୁଖ ନେତାମାନଙ୍କ ପ୍ରଚାର ସଭା ମଧ୍ୟ ରହିଛି। କିନ୍ତୁ ଯେତେ ଯାହା ହିସାବ କଲେ ମଧ୍ୟ ବିଜେଡି ପ୍ରାର୍ଥୀମାନଙ୍କ ପ୍ରକୃତ ନିର୍ବାଚନ ଖର୍ଚ୍ଚ ଜାଣିବା ଅସମ୍ଭବ। ରାଜନୈତିକ ସ୍ତରରେ ଦଳ ଓ ପ୍ରାର୍ଥୀମାନେ ଖର୍ଚ୍ଚ କରୁଥିବା ଅର୍ଥର ସ୍ରୋତ ଯଦି ଜଣାନପଡ଼େ, ତେବେ ଭ୍ରଷ୍ଟାଚାର ମୁକ୍ତ ପାଇଁ ଯେତେ ସ୍ଲୋଗାନ୍ ଦିଆଗଲେ ମଧ୍ୟ ତା’ର କୌଣସି ମୂଲ୍ୟ ରହିବ ନାହିଁ। ଭାରତର ଜଣେ ଆଗଧାଡ଼ିର ଶିଳ୍ପପତି କହିଛନ୍ତି ଯେ ରାଜନୈତିକ ଦଳମାନେ ବା ବ୍ୟକ୍ତି ବିଶେଷ ଯେଉଁ ଅର୍ଥ ସେମାନଙ୍କଠାରୁ ଆଦାୟ କରନ୍ତି, ତା’ର ୯୦ ଭାଗ ସେମାନେ ନିର୍ବାଚନରେ ହିଁ ବ୍ୟୟ କରନ୍ତି।

ଏଡିଆର୍ ଦେଇଥିବା ତଥ୍ୟକୁ ବିଶ୍ଳେଷଣ କଲେ ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟରେ ଅତୀତରେ କ୍ଷମତାରେ ଥିବା ଏବଂ ଏବେ ମୁଖ୍ୟ ବିରୋଧୀ ଦଳରେ ଥିବା ସମାଜବାଦୀ ପାର୍ଟି ବିଜେଡି ପାଉଥିବା ଚାନ୍ଦାର ଏକ ପଞ୍ଚମାଂଶ ବି ପାଉନାହିଁ। ଏଥିରୁ ଏକଥା ମଧ୍ୟ ସ୍ପଷ୍ଟ ଯେ ରାଜ୍ୟରେ ଶାସନ କ୍ଷମତାରେ ରହିବା ଦଳକୁ ରାଜ୍ୟମାନଙ୍କରେ ଥିବା କମ୍ପାନୀମାନେ ଅଧିକ ପସନ୍ଦ କରୁଛନ୍ତି। ବିହାର ଭଳି ରାଜ୍ୟରେ ଅତୀତରେ କ୍ଷମତାରେ ଥିବା ଓ ଏବେ ମହାଗଠବନ୍ଧନରେ ମୁଖ୍ୟ ଅଂଶୀଦାର ଭାବେ ଥିବା ଆରଜେଡିକୁ କମ୍ପାନୀମାନଙ୍କ ଚାନ୍ଦା ଅତି କମ୍ ରହିଛି। ୨୦୨୧ ମସିହାରେ ଏହି ଦଳ ଯେଉଁ ଆୟ ହିସାବ ଦେଇଛି, ସେଥିରେ ଦଳର ଆୟ ମାତ୍ର ୧.୨୩୪ କୋଟି ଟଙ୍କା ଦର୍ଶାଯାଇଛି।

ଅସଲ କଥା ହେଉଛି, ଓଡ଼ିଶାରେ ବିଜେଡି ଏକ ଧନୀ ଦଳରେ ରହିଥିବାର ମୁଖ୍ୟ କାରଣ ହେଉଛି ଗତ ୨୩ ବର୍ଷ ଧରି ଏହା କ୍ଷମତାରେ ରହିବା ଓ ଦେଶର ମୁଖ୍ୟ ଖଣିଜ ସଂପଦ ଯୋଗୁ ସବୁ ବଡ଼ କମ୍ପାନୀ ଓଡ଼ିଶାକୁ ଆକୃଷ୍ଟ ହେବା। ଅର୍ଥାତ୍ ଖଣିଜ ସଂପଦ ହିଁ ବିଜୁ ଜନତା ଦଳର ଭାଗ୍ୟକୁ ବଦଳାଇ ଦେଇଛି। ଏହି ଦଳ ୧୯୯୭ରେ ଗଠନ ହେବା ସମୟରେ ଦଳ ପରିଚାଳନା ପାଇଁ ୨ କୋଟି ଟଙ୍କା ଯୋଗାଡ଼ କରିବା ଦଳ ପକ୍ଷେ କଷ୍ଟକର ଥିଲା। କିନ୍ତୁ ଯେଉଁ ରାଜ୍ୟର ଖଣିଜ ସଂପଦ ଯୋଗୁ ଶାସକ ବିଜେଡି ଧନୀ ଦଳରେ ପରିଣତ ହୋଇଛି ଓ ରାଜ୍ୟର ବଜେଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାକୁ ଅତିକ୍ରମ କରିଛି, ସେହି ରାଜ୍ୟରେ ଖଣିଜ ସଂପଦ ଥିବା ଯୋଡ଼ା ବ୍ଲକର ବଳଦା ପଞ୍ଚାୟତ ଗୁଡ଼ା ସାହିରେ ଦୁଇଦିନ ଭିତରେ ଦୁଇଜଣ ଶିଶୁଙ୍କ ଅପପୁଷ୍ଟି ଜନିତ କାରଣରୁ ମୃତ୍ୟୁ ହୋଇଛି। ଏବେ ଏହି ସମ୍ବାଦ ପ୍ରକାଶ ପରେ ସରକାରଙ୍କ ପକ୍ଷରୁ ତନାଘନା ପ୍ରକାଶ ପାଇ ଯୋଡ଼ା ବ୍ଲକରେ ୩୦ ଜଣ ଶିଶୁଙ୍କୁ ଅପପୁଷ୍ଟି କାରଣରୁ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି।

ଆଶ୍ଚର୍ଯ୍ୟର କଥା, ଯେଉଁ ଜିଲ୍ଲାର ଖଣିଜ ସଂପଦ ପାଇଁ ରାଜ୍ୟର ରାଜସ୍ୱ ବଢ଼ୁଛି ଓ ଶାସକ ଦଳ ଧନୀ ଦଳରେ ପରିଣତ ହେଉଛି, ସେହି ଜିଲ୍ଲାରେ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବାରୁ ସେମାନଙ୍କୁ କଟକ ପଠାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅର୍ଥ ଅଭାବରୁ ଯେଉଁମାନେ କଟକ ଯାଇପାରୁ ନାହାନ୍ତି, ସେମାନଙ୍କର ମୃତ୍ୟୁ ହେଉଛି। ପ୍ରକାଶିତ ରିପୋର୍ଟ ଅନୁସାରେ ଯୋଡ଼ା ସହରଠାରୁ ମାତ୍ର ୪ କିଲୋମିଟରରେ ଥିବା ସର୍ଗିତଳିଆ ଆଦିବାସୀ ବସ୍ତିରେ ବହୁ ଶିଶୁ ଅପପୁଷ୍ଟିର ସମ୍ମୁଖୀନ ହେଉଛନ୍ତି। ସେହି ଜିଲ୍ଲାରେ ସବୁ ଲୋକମାନଙ୍କୁ ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ହୋଇପାରୁ ନାହିଁ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଠିକ୍ ଭାବରେ କାମ କରିପାରୁ ନାହିଁ। ଅଥଚ ସେହି ଅଞ୍ଚଳରୁ ଆସୁଥିବା ଖଣିଜ ପଦାର୍ଥରେ ରାଜ୍ୟର ରାଜସ୍ୱ ବଢ଼ୁଛି ଓ ଶାସନ କ୍ଷମତାରେ ଥିବା ଦଳ ଧନୀ ଦଳରେ ପରିଣତ ହେଉଛି। ଏହା ଏକ ଉପହାସ ବ୍ୟତୀତ ଆଉ କ’ଣ କୁହାଯିବ?

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story