ଏବେ ସଉତୁଣୀକୁ ବିଧବା କରିବାର ବେଳ !

ପାରଦର୍ଶିତା, କୌଶଳ ଓ ଦକ୍ଷତା ପ୍ରଦର୍ଶନରେ ପଛରେ ପଡ଼ିଗଲେ, ପ୍ରତିଦ୍ଵନ୍ଦ୍ଵୀକୁ ମଇଦାନ୍‌ରେ ମାତ୍‌ ଦେବା ପାଇଁ ବିଶ୍ଵର ବଛା ବଛା ଫୁଟ୍‌ବଲ୍‌ ଦଳ ପଡ଼ିଆରେ ମାତ୍ରାଧିକ ଫାଉଲ୍‌ ପ୍ଲେ’ର ସାହାରା ନେବାର ନଜିର୍‌ କିଛି କମ୍‌ ନୁହେଁ । ତେବେ ଖାଲି ଫୁଟ୍‌ବଲ୍‌ ନୁହେଁ, ରାଜନୀତି ପଡ଼ିଆରେ ୫ ବର୍ଷିଆ ଲିଜ୍‌ ପାଇ ଥରେ ଲଢ଼େଇକୁ ଓହ୍ଲାଇ ଆସିଲେ, ଅଧିକାଂଶ ପ୍ରତିପକ୍ଷ ଓ ଦଳ ଏହିପରି ଫାଉଲ୍‌ ପ୍ଲେ’କୁ ହିଁ ନିଜର ପ୍ରମୁଖ ରଣନୀତି କରନ୍ତି। ଗୁରୁତ୍ଵପୂର୍ଣ୍ଣ […]

oi

oi

Mihir Pattnayak
  • Published: Saturday, 30 March 2019
  • Updated: 31 March 2019, 08:21 PM IST

Sports

Latest News

ପାରଦର୍ଶିତା, କୌଶଳ ଓ ଦକ୍ଷତା ପ୍ରଦର୍ଶନରେ ପଛରେ ପଡ଼ିଗଲେ, ପ୍ରତିଦ୍ଵନ୍ଦ୍ଵୀକୁ ମଇଦାନ୍‌ରେ ମାତ୍‌ ଦେବା ପାଇଁ ବିଶ୍ଵର ବଛା ବଛା ଫୁଟ୍‌ବଲ୍‌ ଦଳ ପଡ଼ିଆରେ ମାତ୍ରାଧିକ ଫାଉଲ୍‌ ପ୍ଲେ’ର ସାହାରା ନେବାର ନଜିର୍‌ କିଛି କମ୍‌ ନୁହେଁ । ତେବେ ଖାଲି ଫୁଟ୍‌ବଲ୍‌ ନୁହେଁ, ରାଜନୀତି ପଡ଼ିଆରେ ୫ ବର୍ଷିଆ ଲିଜ୍‌ ପାଇ ଥରେ ଲଢ଼େଇକୁ ଓହ୍ଲାଇ ଆସିଲେ, ଅଧିକାଂଶ ପ୍ରତିପକ୍ଷ ଓ ଦଳ ଏହିପରି ଫାଉଲ୍‌ ପ୍ଲେ’କୁ ହିଁ ନିଜର ପ୍ରମୁଖ ରଣନୀତି କରନ୍ତି। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଫୁଟବଲ୍‌ ପଡ଼ିଆରେ ଏହା ମାନସିକ ଚେତାବନୀ ଓ ଶାରୀରିକ ଆଘାତର ପରିସୀମା ଭିତରେ ରହିଥିବାବେଳେ ରାଜନୀତିରେ କିନ୍ତୁ ଏହାର ସୀମା ସରହଦ୍‌ ବୋଲି କିଛି ନ ଥାଏ। ସ୍ଵାମୀର ମୃତ୍ୟୁ ହେଉ ପଛେ ସଉତୁଣୀର ଶଙ୍ଖା ଓ ସିନ୍ଦୁର ପୋଛିବା ଏକମାତ୍ର ଲକ୍ଷ୍ୟ ଭଳି ଭୟଙ୍କର ଫାଉଲ୍ ପ୍ଲେ’ ଏବେ ରା୍ଜ୍ୟ ରାଜନୀତିରେ ଉତ୍କଟ ରୂପ ନେବାକୁ ବସିଛି।  
 
ଗତ ପ୍ରାୟ ମାସେ ଭିତରେ ଦେଶବ୍ୟାପୀ ରାଜନୀତି ସମୀକରଣ ଦ୍ରୁତ ବେଗରେ ବଦଳିଛି। ଦେଢ଼ ମାସ ତଳେ ବିଭିନ୍ନ କାରଣରୁ  ବ୍ୟାକ୍‌ଫୁଟ୍‌ରେ ଥିବା କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ବିଜେପିର ସ୍ଥିତିରେ ବଡ଼ଧରଣର ସୁଧାର ଆସିଛି। ସମୟର ନିର୍ଣ୍ଣୟ କୁହନ୍ତୁ ଅବା ଦୃଢ଼ ଇଛାଶକ୍ତିର ଅନନ୍ୟ ଚମତ୍କାକରିତା, ପୁଲ୍‌ୱାମାରେ ଆତଙ୍କୀଙ୍କ ନରସଂହାର ନିର୍ବାଚନମୁହାଁ ‘ଆକୁମାରୀ ଭାରତ’କୁ ଏକତାର ବଳିଷ୍ଠ ବନ୍ଧନରେ ବାନ୍ଧି ଦେଇଥିବାବେଳେ ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଛାତିଥରା ଏୟାର୍‌ ଷ୍ଟ୍ରାଇକ୍‌ ପଛରେ ଥିବା ଯତ୍‌କିଂଚିତ୍‌ ରାଜନୀତିକ ଇଚ୍ଛା ଶକ୍ତିର ଶ୍ରେୟ ମୋଦିଙ୍କ ମୁଣାରେ ହିଁ ପଡ଼ିଛି। ଉତ୍ତରପ୍ରଦେଶର ବୁଆ-ବବୁଆ ଓ ମମତାଙ୍କ ବଙ୍ଗଳାରେ 'ନମୋ'ଙ୍କ ଏହି ମୁଣା ଅସଲ ପରୀକ୍ଷା ଦେବାକୁ ବାକି ଥିଲେ ହେଁ ‘ହିନ୍ଦୀ ହାର୍ଟ ଲ୍ୟାଣ୍ଡ୍‌’ରେ ମୋଦି ମ୍ୟାଜିକ୍‌ ପୁଣି ଟ୍ରାକ୍‌କୁ ଫେରିଛି। 
 
ଆମ ପୂର୍ବ ଆକଳନକୁ ଭୁଲ୍‌ ପ୍ରମାଣିତ କରି ରାଜ୍ୟରେ କଂଗ୍ରେସ ଏବେ ଡୁବିବା ଅବସ୍ଥାକୁ ଆସିଛି। କୁହାଯାଉଛି, ରାଜ୍ୟରେ ଶାସକ ବିଜେଡି ନୁହେଁ ବରଂ ବିଜେପିକୁ ଚେକ୍‌ ଦେବା ପାଇଁ ୧୦ ଜନପଥରୁ ବିଧିବଦ୍ଧ ନିର୍ଦ୍ଦେଶ ଆସିବା ପରେ ହାତ ପାର୍ଟିର ଦ୍ଵାରପାଳମାନେ ଦଳୀୟ ସତ୍ତାକୁ ଏକଦମ୍‌ ନିଶ୍ଚିହ୍ନ କରିଦେବାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି।  ପ୍ରାର୍ଥୀ ଚୟନରୁ ଏତିକି ନିହାତି ବୁଝା ପଡୁଛି ଯେ, ଲୋକସଭା ହେଉ କି ବିଧାନସଭା,  ରାଜ୍ୟରେ କଂଗ୍ରେସ ଏଥର ୨୦୧୯ ନିର୍ବାଚନ ଲଢୁନାହିଁ, ବରଂ ୨୦୨୪ର ନିଶାରେ ଚୂର୍‌ ହୋଇ ‘ଟ୍ରାକ୍‌ ଆଉଟ୍‌’ ସ୍ଥିତିକୁ ଆସିଛି। ଆଉ ନିଜ ଘରକୁ ପୋଡ଼ିବାର ଏହି  ସ୍କିମ୍‌ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜ୍ୟର କୋଣ ଅନୁକୋଣରେ ଥିବା କଂଗ୍ରେସପ୍ରେମୀ ଓ କର୍ମୀ। ୨୦୦୪ରେ ୩୮, ୨୦୦୯ରେ ୨୭ ଓ ୨୦୧୪ରେ ୧୬, ଏହିପରି ଠିକ୍‌ ୧୧ ହାରରେ ଗତ ତିନିଟି ନିର୍ବାଚନରେ ରାଜ୍ୟ କଂଗ୍ରେସର ବିଧାୟକଙ୍କ ସଂଖ୍ୟା କମୁଥିବାବେଳେ ଏହି ହାର କାଏମ ରହିଲେ, ଗଣିତ କହୁଛି  ୨୦୧୯ ନିର୍ବାଚନରେ ଦଳର ମାତ୍ର ୫ ଜଣ ବିଧାୟକ ବିଧାନସଭାକୁ ଆସିବେ। ଅବଶ୍ୟ ଏହି ରେକର୍ଡ ହାସଲ ପାଇଁ ଏବେ ଦଳ ଯଥାସମ୍ଭବ ନିଜ ଗୋଛି ନିଜେ କାଟିବାରେ ଲାଗି ପଡ଼ିଛି।
 
କଂଗ୍ରେସର ସ୍ଵର ନଶୁଭିଲେ ରାଜ୍ୟରେ ବିଜେଡି ସହ ବିଜେପିର ସିଧାସଳଖ ଳଢ଼େଇ ହେବା କଥା। କିନ୍ତୁ ଉଦ୍‌ବେଗର କଥା ହେଉଛି, କଂଗ୍ରେସର ଶକ୍ତିହ୍ରାସରୁ ବିଜେପି ଯେ ରାଜ୍ୟରେ ସମ୍ପୂର୍ଣ୍ଣ ଲାଭବାନ୍ ହେବ, ତାକୁ ନେଇ କିଛିଟା ସଂଶୟ ଅବଶ୍ୟ ରହିଛି। ଏଭଳି ସନ୍ଦେହ ପଛର ଏକମାତ୍ର ଯୁକ୍ତି ହେଉଛି, ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ବିଜେପି ପକ୍ଷରୁ ପ୍ରକାଶିତ ପ୍ରାର୍ଥୀତାଲିକା। ନିଜ ଗଡ଼ ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରାର୍ଥୀଚୟନ ଆଦୌ ଉତ୍ସାହଜନକ ନୁହେଁ। ଏହି ପ୍ରାର୍ଥୀ ଚୟନରୁ ଏମିତି ବି ସନ୍ଦେହ ହେଉଛି ଯେ ନବୀନ୍‌ଙ୍କ ବିଜେଡି ସହ ରାଜ୍ୟ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏକ 'ଗୋପନ ବୁଝାମଣା' କରିନାହାନ୍ତି ତ ? 
 
ଅସମର୍ଥିତ ସୂତ୍ରର ତଥ୍ୟ ଅନୁସାରେ, ବିଜେପି ପକ୍ଷରୁ ଏକଦମ୍‌ ତରବରିଆଭାବେ ପ୍ରସ୍ତୁତ ୧୨୩ ଜଣିଆ ବିଧାୟକ ପ୍ରାର୍ଥୀ ଓ ସେହି ଅନୁପାତରେ ସାଂସଦ ପ୍ରାର୍ଥୀ ତାଲିକାକୁ ତନ୍ନ ତନ୍ନ ବୁଝିବା ପରେ ରାଜ୍ୟରେ ସଂଘ ପରିବାରର କିଛି ପ୍ରମୁଖ ପଦାଧିକାରୀ ଏଭଳି ଗୋପନ ବୁଝାମଣାର ବାସ୍ନା ବାରିଛନ୍ତି। ଖାସ୍ ସେଥିପାଇଁ ଦ୍ଵିତୀଯ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଏହି ପ୍ରଭାବୀ ଗୋଷ୍ଠୀ ହସ୍ତକ୍ଷେପ କରିଛନ୍ତି ଏବଂ ଖୋଦ୍ ସଂଘର ଗୋଟିଚାଳନାରେ ଏକଦା ଦଳର ଦ୍ଵାର ବନ୍ଦ ହୋଇଥିବା କିଛି ନେତା ଏବେ ପୁଣି ସକ୍ରିୟ ହୋଇଛନ୍ତି। ଆଉ ପଶ୍ମିମ ଓଡ଼ିଶାରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ଉପକୂଳ ଓଡିଶାରେ ଭରଣା କରିବାକୁ ସଂଘ ରୀତିମତ ଉଦ୍ୟମ ବି ଆରମ୍ଭ ବି କରିଛି। ତେବେ ଏହା ସମ୍ଭାବ୍ୟ କ୍ଷତିକୁ କେତେ ମାତ୍ରାରେ ଭରଣା କରି ଶାସକ ବିଜେଡିକୁ ଚ୍ୟାଲେଞ୍ଜ ଦେବାରେ ସଫଳ ହେବ, ତାହା ଏବେଠୁ କହିବା ମୁସ୍କିଲ୍‌।
 
ଆନନ୍ଦପୁରରେ ବିଜେପି ଟିକେଟ୍‌ ପାଇଥିବା ନେତା ରାତାରାତି ବିଜେଡିକୁ ଆସିବା ଯେତିକି କୌତୁହଳର କଥା ତା ଠାରୁ ଅଧିକ ଦ୍ଵନ୍ଦ୍ଵାତ୍ମକ ହେଉଛି, ଏରସମାରୁ 'ପଦ୍ମ'ରେ ଦାମୋଦର ଓ ପଡୋଶୀ ପାରାଦୀପରେ 'ଶଙ୍ଖ'ରୁ ତାଙ୍କ ସୁପୁତ୍ର ସମ୍ବିତଙ୍କ ପ୍ରାର୍ଥିତ୍ଵ। ସେହିଭଳି ଉଦ୍‌ବେଗଜନକ ହେଉଛି, ସୁନ୍ଦରଗଡ଼ରେ ହେମାନନ୍ଦ ବିଶ୍ଵାଳଙ୍କ ଦୁଇ ଝିଅଙ୍କ ଡୁଆଲ୍‌ ଗେମ୍‌। 
 
 ଆଗକୁ ମୋଦି ବନାମ୍‌ ନବୀନ୍‌, ଶଙ୍ଖ ବନାମ୍‌ ପଦ୍ମର ସିଧାସଳଖ କ୍ରେଜ୍‌-ଇମେଜ୍‌ ଲଢେ଼ଇ ଭିତରେ ରାଜ୍ୟର ସବୁ ଦଳରେ ଏବେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଥିବା ‘ଗୃହଶତ୍ରୁ ବିଭୀଷଣ’ମାନଙ୍କ ଉପରେ ହିଁ ଆଗକୁ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ନଜର ଏଥିପାଇଁ ରହିବ ଯେ ସେମାନେ ନିଜେ ତ ହାରିବେ, ତା ସହ ଶତ୍ରୁର ବିଜୟ ପଥକୁ ସହଜ କିନ୍ତୁ ପ୍ରଶସ୍ତ କରିବା ପାଇଁ ନିଜ ଦଳର ତଥାକଥିତ ଯୋଦ୍ଧାମାନଙ୍କୁ ସହିଦ୍‌ କରାଇ ଦେବାରେ ପ୍ରମୁଖ ଭୂମିକା ନେବେ। କାରଣ ନିଜ ଦଳର ଆଗୁଆ ଚଲାମାନଙ୍କୁ ପ୍ରଥମେ କାଟିଲେ ଯାଇ ସେମାନେ ଆଗକୁ ଝଟକିବେ ବୋଲି ସ୍ଥିର ନିଶ୍ଚିତ ଅଛନ୍ତି। ତେଣୁ ଆଗକୁ ଫଳାଫଳ ଯାହା ବି ହେଉ, ସଉତୁଣୀଙ୍କୁ ପାନେ ଚଖାଇବା ପାଇଁ ଏବେ କିଛି ସ୍ଵାମୀଙ୍କ ଅକାଳ ରାଜନୀତିକ ପରଲୋକ ହେବା ଏକରକମ ନିଶ୍ଚିତ।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story