ସୋସିଆଲ ମିଡିଆରେ ଯୁଦ୍ଧ କରିବ ବିଜେଡି

ଦିବାକର ଦାସ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି “ଜନତା ମାଫ ନହିଁ କରେଗି” ସ୍ଲୋଗାନ ବ୍ୟବହାର କରି କଂଗ୍ରେସ ଶାସନ ସମୟର ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଟିଭି ଏବଂ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରିଥିଲା ଯାହା ଫଳରେ ଶାସନରେ ଥିବା କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିଲା ଏବଂ ବିଜେପି ପୂର୍ଣ୍ଣ ବହୁମତରେ ସରକାର ମଧ୍ୟ ଗଠନ କରିବାରେ […]

social

social

Debendra Prusty
  • Published: Wednesday, 03 February 2021
  • Updated: 03 February 2021, 02:12 PM IST

Sports

Latest News

ଦିବାକର ଦାସ

୨୦୧୪ ସାଧାରଣ ନିର୍ବାଚନରେ ବିଜେପି "ଜନତା ମାଫ ନହିଁ କରେଗି" ସ୍ଲୋଗାନ ବ୍ୟବହାର କରି କଂଗ୍ରେସ ଶାସନ ସମୟର ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଟିଭି ଏବଂ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରିଥିଲା ଯାହା ଫଳରେ ଶାସନରେ ଥିବା କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିଲା ଏବଂ ବିଜେପି ପୂର୍ଣ୍ଣ ବହୁମତରେ ସରକାର ମଧ୍ୟ ଗଠନ କରିବାରେ ସକ୍ଷମ ହୋଇପାରିଥିଲା। ଏହି ନିର୍ବାଚନକୁ ଜିତିବା ପାଇଁ ଇଣ୍ଟେର୍ନେଟର ବହୁଳ ବ୍ୟବହାର କରାଯାଇଥିଲା ଏବଂ ଏହା ମାଧ୍ୟମରେ ଯୁବପିଢିଙ୍କ ପାଖରେ ବିଜେପି ସହଜରେ ପହଂଚି ପାରିଥିଲା। ଏବେ ଓଡ଼ିଶାରେ ଆଗକୁ ପଂଚାୟତ ନିର୍ବାଚନ ଅଛି ଏବଂ ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ତଥା ବର୍ତମାନ ସୋସିଆଲ ମିଡିଆରେ ବିଜେପିର ଦବଦବାକୁ ଦେଖି ବିଜେଡି ଚିନ୍ତିତ ଥିବା ଜଣାପଡୁଛି। କାରଣ ୨୦୧୨ ପଂଚାୟତ ନିର୍ବାଚନ ତୁଳନାରେ ୨୦୧୭ରେ ବିଜେପିର ଆସନ ସଂଖ୍ୟା ପ୍ରାୟତଃ ୮୫୦ ଶତକଡା ବୃଦ୍ଧି ପାଇଥିଲା ଏବଂ ଏବେ ପଂଚାୟତ ନିର୍ବାଚନର ଠିକ ପୂର୍ବରୁ ବିଜେପି ସୋସିଆଲ ମିଡ଼ିଆ ସହାୟତାରେ ନବୀନ ସରକାରଙ୍କ ବିଭିନ୍ନ ଦୁର୍ନୀତି, ପ୍ରଶାସନିକ ସ୍ଥାଣୁତା, ଅପରାଧ ଏବଂ ଘୋଟାଲା ଭଳି ପ୍ରସଙ୍ଗ ସବୁକୁ ତାଲିକାଭୁକ୍ତ କରି ଆକ୍ରମଣ କରିବା ଆରମ୍ଭ କରିଦେଲାଣି।

ବିଜେଡି ଚିନ୍ତିତ ଥିବା କହିବା ପଛରେ ୨ଟି କାରଣ ଅଛି। ପ୍ରଥମଟି ହେଲା ଏବେ ଅଳ୍ପ କିଛି ଦିନ ତଳେ ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁଠୁ ଦଳର ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇଛି ବୋଲି ଖବର ପ୍ରକାଶ ପାଇଛି। ଏହି ଖବରରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା ଯେ ଶାସକ ଦଳର ଆଇଟି ସେଲ୍ ହୋଇଥିବା ସତ୍ତ୍ୱେ ପ୍ରଦର୍ଶନ ଉତ୍ସାହଜନକ ନରହିବା ଓ ବିରୋଧୀଙ୍କୁ ଠିକ୍ ଭାବେ କାଉଣ୍ଟର କରିବାରେ ସକ୍ଷମ ନହେବାରୁ ଅମରଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲକୁ ବନ୍ଦ କରିଦିଆ ଯାଇଛି ଏବଂ ଏବେ ଦଳର ଆଇଟି ସେଲ୍ ସଂକ୍ରାନ୍ତ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଉପରେ ନ୍ୟସ୍ତ ହୋଇଛି। ଦ୍ଵିତୀୟ କାରଣଟି ହେଲା ଗତ ୩୧ ଜାନୁଆରୀ ୨୦୨୧ରେ ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରେ ଜିଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦେଇଥିବା ବକ୍ତବ୍ୟ।

ଏହି ବକ୍ତବ୍ୟରେ ପ୍ରଣବ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ଆହ୍ୱାନ ଦେବା ସହ ବିଜେପି ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଥିଲେ। ଏହି ଅବସରରେ ପ୍ରଣବ କହିଥିଲେ, ବିଜେପି ହେଉଛି ଜୁମଲାର ସରକାର ଯାହାର ସମସ୍ତ କଥା ମିଛ। ବିଜୁ ବାବୁ, ଅଶୋକ ବାବୁ ଆଦି ବହୁତ ନେତା ଶୋଷଣ ବିରୁଦ୍ଧରେ ଲଢୁଥିଲେ ଆମେ ଭାଷଣ ବିରୁଦ୍ଧରେ ଲଢ଼ିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିକୁ ଭୋକର ଭୂଗୋଳରୁ ସବୁଜ ସଫଳ ଏବଂ ସବୁଜ ସଫଳରୁ ଆଲୋକିତ ଉଜ୍ଜଳ କରି ଦେଖେଇଲେ। ବିଜେପି ଶୁଖିଲା ରାଜନୀତି କରୁଛି ଏବଂ ମଣ୍ଡିରୁ ଧାନ ଉଠାଇବା ପାଇଁ କେନ୍ଦ୍ର ଅନୁମତି ଦେଉନି କି ପଇସା ବି ଦେଉନି। ଏନେଇ ଆମେ ଦାବି ଓ ବିରୋଧ କଲାବେଳେ ଆମେ ପଶ୍ଚିମ ଓଡିଶାର ବିଜେପି ସାଂସଦମାନଙ୍କୁ ଡାକିଥିଲୁ କିନ୍ତୁ କେହି ଆସିଲେ ନାହିଁ କିନ୍ତୁ ଖାଲି ଭାଷଣ ଦେଲେ। ୨୧ ବର୍ଷରେ ୨୦୦୯ ପର୍ଯ୍ୟନ୍ତ ୧୦ ବର୍ଷର ଭାଗୁଆଳି ବିକାଶ ଏବଂ ଏକା ଶାସନ ବିକାଶ ମଧ୍ୟରେ ଆକାଶ ପାତାଳ ଫରକ ଅନୁଭବ ହୋଇଛି।

ଏହି ସମ୍ମିଳନୀରେ ପ୍ରଣବ କିନ୍ତୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ ସୋସିଆଲ ମିଡ଼ିଆ ଉପରେ ଏବଂ କହିଥଲେ, ସୋସିଆଲ ମିଡିଆରେ ଗୋଟିଏ ବାଘ ମାତିଛି ଯିଏ ସମସ୍ତଙ୍କୁ ପ୍ରତିଦିନ ବିଭ୍ରାନ୍ତି କରୁଛି। ଆଗକୁ ଯୁଦ୍ଧ ଡିଜିଟାଲ ମାଧ୍ୟମରେ ହେବ। ମିଛ ପ୍ରଚାର କରି ବିରୋଧୀ ଯେଉଁ ଚିତ୍ର ରାଜ୍ୟବାସୀଙ୍କୁ ଦେଖାଉଛି ତାହାର ବହୁତ ପ୍ରଭାବ ଲୋକଙ୍କ ଉପରେ ପଡୁଛି କାହିଁକି ନା ଦୃଶ୍ୟ ମାଧ୍ୟମରେ ଯାହା ଦେଖା ଯାଇଥାଏ ତାହାର ପ୍ରଭାବ ଅଧିକ ଥାଏ। ତେଣୁ କର୍ମୀମାନେ ଡିଜିଟାଲ ମିଡିଆରେ ଯଥେଷ୍ଟ ସଂଗଠିତ ହୋଇ ରହିବା ଦରକାର। ନିଜ ନେତା ତଥା ଦଳର କାର୍ଯ୍ୟକ୍ରମକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ପାଖକୁ ପହଂଚାଇବା ତଥା ଯେଉଁ ଭାଷଣ ବିରୋଧୀ ଦେଉଛନ୍ତି ତାହାର ଉପଯୁକ୍ତ ଜବାବ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେବାକୁ ହେବ। ମାଲକାନଗିରିରୁ ମୟୂରଭଞ୍ଜ, ଝାରସୁଗୁଡାରୁ ଜଗତସିଂହପୁର ପର୍ଯ୍ୟନ୍ତ ଏକ ଆର୍ମି (ସୋସିଆଲ ମିଡ଼ିଆ ଆର୍ମି) ଗଠନ କରିବାକୁ ପଡିବ। ଆଉ ଏହି ଆର୍ମି ବିଜେପି ବିରୁଦ୍ଧରେ ଲଢେଇ କରି ନବୀନିଜିମ (କଥା କମ କାମ ବେଶୀ) ପ୍ରଚାର କରିବେ। ସୋସିଆଲ ମିଡିଆରେ ଯେଉଁ ଜିଲ୍ଲା ଆଗୁଆ ରହିବ ତାକୁ ପୁରସ୍କୃତ କରାଯିବ।

ଏବେ ପ୍ରଶ୍ନ ହେଉଛି ଦଳର ଆଇଟି ସେଲ୍ ସଂକ୍ରାନ୍ତ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦେଇଦେଲେ ଅଥବା ସୋସିଆଲ ମିଡ଼ିଆ ଆର୍ମି ବା ସେନା ଗଠନ କରିଦେଲେ ଅଥବା ସୋସିଆଲ ମିଡିଆରେ ଯେଉଁ ଜିଲ୍ଲା ଆଗୁଆ ରହିବ ତାକୁ ପୁରସ୍କୃତ କରିଦେଲେ କଣ ବିଜେଡି ବିରୋଧୀଙ୍କୁ ଠିକ୍ ଭାବେ କାଉଣ୍ଟର କରିବାକୁ ସକ୍ଷମ ହେଇଯିବ? ଆମକୁ ତ ଏହାର ସମ୍ଭାବନା କ୍ଷୀଣ ଲାଗୁଛି କାରଣ ସେନା ଗଠନ କରିବା ଏବଂ ଯୁଦ୍ଧ କୌଶଳ ଶିକ୍ଷା ଦେଇ ସେନାକୁ ଠିକ ଭାବେ ପରିଚାଳନା କରିବା ଦୁଇଟି ଭିନ୍ନ କଥା ହୋଇଥାଏ। ଏବେ ସେନାପତି ଦାୟିତ୍ୱ ଯେଉଁ ବିଧାୟକଙ୍କୁ ଦିଆଯାଇଛି ତାଙ୍କର ଟ୍ୱିଟର ଆକାଉଣ୍ଟକୁ ଯଦି ନଜର ପକାଇବା ତେବେ ଦେଖିବା ଯେ ସେ ଶେଷ ଟ୍ୱିଟଟି ଜୁଲାଇ ୨୧, ୨୦୨୦ରେ କରିଥିଲେ। ଅର୍ଥାତ ପାଖାପାଖି ୬ ମାସ ପୂର୍ବରୁ ଏବଂ ଯେଉଁଠି ସେନାପତି ନିଜେ ୬ ମାସ ହେଲା ହତିଆର ବ୍ୟବହାର କରିନାହାନ୍ତି ସେଇଠି ସେନା କଣ କରିବେ? ଫେସବୁକ କଥା ନ କହିଲେ ଭଲ ତେଣୁ ତୁଳନାତ୍ମକ ଭାବେ ଦେଖିଲେ ସୋସିଆଲ ମିଡିଆରେ ପ୍ରତାପ ଦେବଙ୍କଠୁ ଅମର ପଟ୍ଟନାୟକ ଅଧିକ ସକ୍ରିୟ ଅଟନ୍ତି।

ଆଉ ରହିଲା ପୁରସ୍କାର ଘୋଷଣା କଥା। ଏହି ପୁରସ୍କାରର ମାନଦଣ୍ଡ କଣ ରହିବ, କାହାକୁ ମିଳିବ, କେମିତି ମିଳିବ, କଣ କଣ ମିଳିବ, କଣ କଲେ ମିଳିବ ଇତ୍ୟାଦିର ଉତ୍ତର ଆଜିକା ତାରିଖରେ ସୋସିଆଲ ମିଡିଆରେ ସକ୍ରିୟ ଥିବା କୌଣସି ସାଧାରଣ ବିଜେଡି କର୍ମୀ କହି ପାରିବେ ନାହିଁ। ଏହିଭଳି ବିଜେଡି ଦଳ ତଥା ନେତା ଏବଂ କର୍ମୀମାନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡିକୁ ତର୍ଜମା କଲେ ଆମେ ଅନେକ ଦୁର୍ବଳତା ପାଇବା ଏବଂ ସବୁ ଯଦି ଏଇଠି ଲେଖାଯାଏ ତେବେ ଏହି ଖବରଟି ଏକ ପୂର୍ଣ୍ଣାଙ୍ଗ ପ୍ରୋଜେକଟ ରିପୋର୍ଟ ପାଲଟି ଯିବ। ତେଣୁ ଏହି ଦୁର୍ବଳତାଗୁଡିକ ସଂଶୋଧନ ନ କରୁଣୁ ବିଜେପିର  ସଂଗଠିତ ତଥା ସୁପରିଚାଳିତ IT ସଙ୍ଗଠନକୁ ଟକ୍କର ଦେବା ବିଜେଡି ପକ୍ଷେ ଏତେ ସହଜ ହେବନାହିଁ।

ରସୁଲଗଡ଼, ଭୁବନେଶ୍ୱର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story