କୃଷିକୁ ନେଇ ସୁବିଧାବାଦୀ ରାଜନୀତି

ରବି ଦାସ ଭାରତ ପରି ଦେଶରେ କୃଷିକୁ ନେଇ ରାଜନୀତି ହେବା ସ୍ୱାଭାବିକ। କାରଣ ଭାରତର ମୋଟ୍ ଜାତୀୟ ଉତ୍ପାଦନରେ କୃଷି ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗ ମାତ୍ର ଶତକଡ଼ା ୧୫/୧୬ ଭାଗରେ ଯାଇ ପହଁଚିଥିଲେ ମଧ୍ୟ କୃଷି ଉପରେ ନିର୍ଭର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ଶତକଡ଼ା ୬୫ ଭାଗରୁ ଅଧିକ ରହିଛି। ଓଡ଼ିଶା ପରି ରାଜ୍ୟରେ କୃଷି ଜନଜୀବନକୁ ସଂପୂର୍ଣ୍ଣ ଭାବରେ କରାୟତ୍ତ କରି ରଖିଛି। ତେଣୁ […]

farmer

farmer

Debendra Prusty
  • Published: Monday, 12 October 2020
  • Updated: 12 October 2020, 04:52 PM IST

Sports

Latest News

ରବି ଦାସ

ଭାରତ ପରି ଦେଶରେ କୃଷିକୁ ନେଇ ରାଜନୀତି ହେବା ସ୍ୱାଭାବିକ। କାରଣ ଭାରତର ମୋଟ୍ ଜାତୀୟ ଉତ୍ପାଦନରେ କୃଷି ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗ ମାତ୍ର ଶତକଡ଼ା ୧୫/୧୬ ଭାଗରେ ଯାଇ ପହଁଚିଥିଲେ ମଧ୍ୟ କୃଷି ଉପରେ ନିର୍ଭର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ଶତକଡ଼ା ୬୫ ଭାଗରୁ ଅଧିକ ରହିଛି। ଓଡ଼ିଶା ପରି ରାଜ୍ୟରେ କୃଷି ଜନଜୀବନକୁ ସଂପୂର୍ଣ୍ଣ ଭାବରେ କରାୟତ୍ତ କରି ରଖିଛି। ତେଣୁ ଭୋଟ ରାଜନୀତି କରୁଥିବା ଦଳମାନେ କୃଷିକୁ ସର୍ବାଧିକ ଗୁରୁତ୍ୱ ଦେବା କଥା। ବିଶେଷ ଭାବରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କୃଷି ରାଜ୍ୟମାନଙ୍କର ଏକ ବିଷୟ। ଏଣୁ ରାଜ୍ୟସ୍ତରୀୟ ରାଜନୀତିରେ କୃଷିକୁ ନେଇ ବିତର୍କ ଓ ଆଲୋଚନା ହେବା ସ୍ୱାଭାବିକ। କିନ୍ତୁ ଗତ କିଛି ବର୍ଷ ଭିତରେ କୃଷିର ଉନ୍ନତି ଅପେକ୍ଷା କୃଷକକୁ କେଉଁ ଭଳି ଭାବରେ ସନ୍ତୁଷ୍ଟ କରାଯାଇପାରିବ ସେହି ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟମାନେ କାର୍ଯ୍ୟ କରୁଛନ୍ତି। କାରଣ କୃଷକମାନଙ୍କ ହାତରେ ଦେଶରେ ନିର୍ବାଚନ ଫଳାଫଳର ଅସଲ ଚାବିକାଠି ରହିଛି। ସେଥିପାଇଁ ଗତ ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ରେ କେନ୍ଦ୍ର ସରକାର ‘କୃଷକ ସମ୍ମାନନିଧି’ ଭାବରେ ଏକ ସ୍କିମ୍ ଘୋଷଣା କରି ବର୍ଷକୁ ପ୍ରତି କୃଷକଙ୍କ ପରିବାରକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେବା ପାଇଁ ନିଷ୍ପତି ନିଆଯାଇଥିଲେ। କେନ୍ଦ୍ରର ଏହି ନିଷ୍ପତି ପୂର୍ବରୁ ଓଡ଼ିଶାରେ ରାଜ୍ୟ ସରକାର କୃଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ‘କାଳିଆ’ ସ୍କିମ୍ ଘୋଷଣା କରି ଏଥିରେ ୨ଟି କିସ୍ତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକଙ୍କ ସହିତ ପ୍ରତ୍ୟେକ କୃଷକ ପରିବାରକୁ ୫ ହଜାର ଲେଖାଏଁ ଦଶ ହଜାର ଟଙ୍କା ଦେବାକୁ ଘୋଷଣା କଲେ। ଏଥିରେ କେନ୍ଦ୍ରୀୟ ସ୍କିମ୍ ଅପେକ୍ଷା ଅଧିକ କୃଷକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ଥିଲା। ନିର୍ବାଚନରେ ରାଜ୍ୟ ଶାସକ ଦଳ ଏହି ସ୍କିମ୍‌ର ସଫଳତା ପାଇଛନ୍ତି। କିନ୍ତୁ ଏବେ କେନ୍ଦ୍ର ସରକାର ତିନୋଟି ଅଧ୍ୟାଦେଶ ଜାରିକରି କୃଷି ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣୁଛନ୍ତି ବୋଲି ଘୋଷଣା କଲେ। ଏହା ପୂର୍ବରୁ ରାଜ୍ୟ ସରକାର ମଧ୍ୟ ଠିକ ଏହି ଢ଼ାଂଚାରେ ମେ’ ମାସରେ କୃଷି ସଂସ୍କାର ନାମରେ ଦୁଇଟି ଅଧ୍ୟାଦେଶ ଆଣିଥିଲେ।

କେନ୍ଦ୍ରର ତିନୋଟି ଅଧ୍ୟାଦେଶ ମଧ୍ୟରୁ ଗୋଟିଏ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ରହିଥିଲା। ଯାହାକି ଏକ କେନ୍ଦ୍ରୀୟ ଆଇନ। ଏଣୁ ଏଥିରେ କେନ୍ଦ୍ର ସରକାରଙ୍କର ସଂଶୋଧନ କରିବାର ଅଧିକାରକୁ ସହଜରେ ଚ୍ୟାଲେଞ୍ଜ କରିହେବ ନାହିଁ। କିନ୍ତୁ ଅନ୍ୟ ଦୁଇଟି ଅଧ୍ୟାଦେଶ ସିଧାସଳଖ କୃଷି ସଂପର୍କୀୟ। ଗୋଟିକରେ କଂଟ୍ରାକ୍ଟ ଫାର୍ମ ବିଷୟରେ ଚାଷୀମାନଙ୍କୁ ଅଧିକାର ଦିଆଯାଇଥିବା କୁହାଯାଉଥିବା ସମୟରେ ଅନ୍ୟଟି କୃଷିଜାତ ପଦାର୍ଥର ବଜାରକୁ ପରିଚାଳନା କରିବା ପାଇଁ ଘରୋଇ ବ୍ୟବସାୟୀ ଏପରିକି ବିଦେଶୀ ବ୍ୟବସାୟୀଙ୍କୁ ସୁଯୋଗ ଦେବା ନିମନ୍ତେ  ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ କରିଥିଲେ ସେଥିରେ ମଧ୍ୟ କଂଟ୍ରାକ୍ଟ ଫାର୍ମିଂ ଓ କୃଷି ବଜାରରେ ଦେଶୀ ଓ ବିଦେଶୀ ପୁଂଜି ପ୍ରବେଶ ପାଇଁ ବ୍ୟବସ୍ଥା ରହିଛି।  କେନ୍ଦ୍ରୀୟ କୃଷି ବିଲ୍‌ଗୁଡ଼ିକ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଦେଖିବାକୁ ଗଲେ ଯଥାର୍ଥ ନୁହେଁ ବୋଲି ଯୁକ୍ତି କରାଯାଇପାରିବ। କାରଣ ବାସ୍ତବରେ କୃଷି ଏକ ରାଜ୍ୟ ବିଷୟ। ରାଜ୍ୟମାନଙ୍କ ସହିତ ଆଲୋଚନା ନକରି ଏବଂ କୃଷକ ସଂଗଠନ ସହିତ କଥାବାର୍ତା ନକରି କେନ୍ଦ୍ର ସରକାର ଏପରି ବିଲ୍ ଆଣିଥିବାରୁ ଅନେକ କୃଷକ ଏହାକୁ ଗ୍ରହଣ କରିପାରିନାହାନ୍ତି। ବିଶେଷ ଭାବରେ କୃଷିଜାତ ପଦାର୍ଥର ସର୍ବନିମ୍ନ ମୂଲ୍ୟ ବ୍ୟବସ୍ଥା ଏହା ଫଳରେ ଲୋପ ପାଇଯାଇ  ବ୍ୟବସାୟୀମାନଙ୍କ ହାତକୁ କୃଷି ବଜାର ସଂପୂର୍ଣ୍ଣ ହସ୍ତାନ୍ତର ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ରହିବ ବୋଲି ପ୍ରତିଶ୍ରୁତି ଦେବା ସତ୍ୱେ ଆଇନରେ ସେହି ବ୍ୟବସ୍ଥା ନଥିବାରୁ ଏବଂ ବର୍ତ୍ତମାନ ଅଧିକାଂଶ ରାଜ୍ୟରେ ପରିଚାଳିତ ସରକାରୀ ମଣ୍ଡି ବ୍ୟବସ୍ଥାଗୁଡ଼ିକ ଲୋପପାଇଯିବାର ଆଶଙ୍କା କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଓଡ଼ିଶାରେ ରାଜ୍ୟ ସରକାର ଏହି ଢ଼ାଂଚାରେ ଦୁଇଟି ଅଧ୍ୟାଦେଶ ଜାରି କରିଥିଲେ ମଧ୍ୟ ଲୋକସଭାରେ ବିଲ୍‌କୁ ବିରୋଧ ନକରି ରାଜ୍ୟସଭାରେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କଲେ। କେଉଁଠି ହେଲେ ରାଜ୍ୟରେ ଶାସନ କରୁଥିବା ବିଜେଡି ଦଳର ସଦସ୍ୟମାନେ କହିଲେ ନାହିଁ ଯେ, କୃଷିବିଲ୍ ଏକ ରାଜ୍ୟ ବିଷୟ, ସେହେତୁ କେନ୍ଦ୍ର ସରକାର ପ୍ରଣୟନ କରୁଥିବା ଆଇନ ସମ୍ବିଧାନ ବିରୋଧୀ। ଗୋଟିଏ ଆଂଚଳିକ ଦଳଠାରୁ ଏହା ହିଁ ଆଶା କରିବା କଥା। କିନ୍ତୁ ତାହା ହେଲାନାହିଁ। ପାର୍ଲାମେଂଟରେ ବିଲ୍ ଗୃହୀତ ହେଲା ଏବଂ ରାଷ୍ଟ୍ରପତି ବିଲ୍‌କୁ ସ୍ୱୀକୃତି ପ୍ରଦାନ କଲେ।

ଠିକ ଏହି ସମୟରେ ରାଜ୍ୟ ବିଧାନସଭାର ସଂକ୍ଷିପ୍ତ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଲା। ଏହି ଅଧିବେଶନ ପୂର୍ବରୁ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନକୁ ଲକ୍ଷ୍ୟ କରି ଶାସକ ଦଳର ବିଧାୟକମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଯେ, କୃଷି ଆଇନ ଉପରେ ଅନୁସନ୍ଧାନ କରିବା ପାଇଁ ବିଧାୟକ, ସାଂସଦ ଓ କୃଷକ ନେତାମାନଙ୍କୁ ନେଇ ଏକ କମିଟି ଗଠିତ ହେବ। ଆଶ୍ଚର୍ଯ୍ୟର କଥା ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ମେ’ ମାସରୁ ଯେଉଁ ଦୁଇଟି କୃଷି ଅଧ୍ୟାଦେଶ ଜାରି କରିଥିଲେ ତାହାକୁ ବିଧାନସଭାରେ ଆଗତ କରାଗଲାନାହିଁ। ରାଜ୍ୟ ସରକାର ଆଉଥରେ ଅଧ୍ୟାଦେଶ ଜାରି କରିବେ ବା ଅଧ୍ୟାଦେଶକୁ ଭୁଲିଯିବେ ତାହା ଜଣାଇନାହାନ୍ତି। କେନ୍ଦ୍ର ସରକାରଙ୍କ ହାତରେ ସମ୍ବିଧାନର କୃଷି ବ୍ୟବସ୍ଥା ବାସ୍ତବରେ ନାହିଁ। ଏଥିରେ ଥିବା ବ୍ୟବସ୍ଥାକୁ ୧୯୫୬ରେ ସପ୍ତମ ସମ୍ବିଧାନ ସଂଶୋଧନରେ ବାଦ୍ ଦିଆଯାଇଛି। କିନ୍ତୁ ଯୁଗ୍ମ ତାଲିକାରେ ବାଣିଜ୍ୟ ବ୍ୟବସାୟ ନେଇ ଯେଉଁ ବ୍ୟବସ୍ଥା ଅଛି ତାହାକୁ ବ୍ୟବହାର କରି କେନ୍ଦ୍ର ସରକାର କୃଷି ସଂସ୍କାର ବିଲ୍ ଆଣିଛନ୍ତି। ଯଦିଓ ରାଜ୍ୟ ତାଲିକାରେ ସିଧାସଳଖ ଭାବରେ ୧୪ରେ କୃଷି, ଶିକ୍ଷା, ଗବେଷଣା ପ୍ରଭୃତି ସମସ୍ତ ବିଷୟ ରହିଛି। କେବଳ ସେତିକି ନୁହେଁ, ତାଲିକାର ୨୬, ୨୭ ଓ ୨୮ରେ ରାଜ୍ୟ ସରକାରଙ୍କ ହାତରେ କୃଷିଜାତ ପଦାର୍ଥର ବ୍ୟବସାୟ ବାଣିଜ୍ୟ, ବଂଟନ ଓ ବଜାର ପ୍ରଭୃତି ରହିବାର ବ୍ୟବସ୍ଥା ଅଛି। ଏପରି ସ୍ଥଳେ ରାଜ୍ୟ ସରକାର ଯେଉଁ ଦୁଇଟି କୃଷି ଅଧ୍ୟାଦେଶ କରିଥିଲେ ତାହାକୁ ବିଲ୍ ଭାବରେ କାହିଁକି ଆଣିଲେ ନାହିଁ? ରାଜ୍ୟ ସରକାର କ୍ୟାବିନେଟ୍ ଏହି ଦୁଇଟି ଅଧ୍ୟାଦେଶ ନେଇ ମଂଜୁର କରିବା ସମୟରେ ଏହାର ବିଭିନ୍ନ ଦିଗ କ’ଣ ଅନୁଧ୍ୟାନ କରିନଥିଲେ?

ରାଜ୍ୟର ଶାସକ ଦଳ ଗୋଟିଏ ପକ୍ଷରେ ବାର୍ତ୍ତା ଦେଉଛି ଯେ କେନ୍ଦ୍ରୀୟ କୃଷି ଆଇନକୁ ସେମାନେ ପୂର୍ଣ୍ଣ ସମର୍ଥନ କରିନାହାନ୍ତି। ଯଦି ସେମାନଙ୍କର ବିଚାର ଭିନ୍ନ ଓ କୃଷି ଏକ ରାଜ୍ୟ ବିଷୟ ହୋଇଥିବାରୁ ରାଜ୍ୟ ସରକାର ହିଁ ଏହା ଉପରେ ଆଇନ ପ୍ରଣୟନ କରିବେ ବୋଲି ଭାବୁଛନ୍ତି ତେବେ ଯେଉଁ ଦୁଇଟି ଅଧ୍ୟାଦେଶ କରିଥିଲେ ସେଗୁଡ଼ିକ ବିଧାନସଭାରେ ବିଲ୍ ଭାବରେ କାହିଁକି ଆଗତ କଲେନାହିଁ? ବାସ୍ତବରେ ରାଜ୍ୟ ସରକାରଙ୍କର ଦୁଇଟି ଯାକ ଅଧ୍ୟାଦେଶକୁ ଦେଖିଲେ କେନ୍ଦ୍ରୀୟ ଆଇନ ସହିତ ସେଗୁଡ଼ିକ ଅନେକ ପରିମାଣରେ ସମାନ। ସମ୍ଭବତଃ ସେହି କାରଣରୁ ନିଜର ସ୍ୱରୂପ ପଦାରେ ପଡ଼ିଯିବା ଆଶଙ୍କାରେ ଏବଂ ଚାଷୀମାନଙ୍କ ଆନ୍ଦୋଳନକୁ ସାମନା ନକରିବା ପାଇଁ ଅଧ୍ୟାଦେଶକୁ ବିଲ୍ ଭାବରେ ପରିଣତ କରାଯାଇ ବିଧାନସଭାରେ ଅଣାଗଲା ନାହିଁ। ଯେହେତୁ ରାଜ୍ୟରେ ଏବେ ଦୁଇଟି ବିଧାନସଭା ଉପନିର୍ବାଚନ ହେଉଛି ସେଥିରେ କୃଷି ଆଇନ ଏକ ପ୍ରସଙ୍ଗ ନହେଉ ସେହି ଲକ୍ଷ୍ୟରେ ରାଜ୍ୟ ସରକାର ଦୁଇଟି ଅଧ୍ୟାଦେଶକୁ ବିଧାନସଭାରେ ଆଗତ କଲେନାହିଁ। ଯଦିଓ ସରକାର ଜାଣନ୍ତି ଛ’ ମାସ ଭିତରେ ଅଧ୍ୟାଦେଶ ବିଧାନସଭାରେ ଗୃହୀତ ନହେଲେ ତାହା ଅକାମୀ ହୋଇଯିବ। କୃଷି ଓ କୃଷକ ନେଇ ରାଜ୍ୟ ସରକାର ଓ ବିଶେଷ ଭାବରେ ରାଜ୍ୟ ଶାସକ ଦଳର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନଥିବାରୁ ସେମାନେ ଓଡ଼ିଶାରେ କେନ୍ଦ୍ରୀୟ କୃଷି ଆଇନ ବିଷୟରେ ବିଶେଷ ଆଲୋଚନା କରୁନାହାନ୍ତି।

ଅପରପକ୍ଷରେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ୍‌କୁ କେନ୍ଦ୍ର ଛଡ଼ାଇ ନେଇଯାଉଛି ବୋଲି କହିବା ପାଇଁ ମଧ୍ୟ ରାଜ୍ୟ ଶାସକ ଦଳର ସାହସ ନାହିଁ। କୃଷି ଓ କୃଷକ ସଂକ୍ରାନ୍ତରେ ରାଜ୍ୟ ଶାସକ ଦଳର ଏହି ସୁବିଧାବାଦୀ ଚରିତ୍ର ବିଧାନସଭା ଉପନିର୍ବାଚନରେ ଏକ ପ୍ରମୁଖ ବିଷୟ ହେବା ଉଚିତ। ଯେହେତୁ କଂଗ୍ରେସ ଦଳ ଜାତୀୟସ୍ତରରେ କୃଷି ସଂସ୍କାର ଆଇନକୁ ବିରୋଧ କରୁଛି ଓ ବିକଳ୍ପ ଆଇନ ପାଇଁ ପ୍ରସ୍ତାବ ଦେଇଛି ତେଣୁ ସେହି ଦଳ ପକ୍ଷରୁ ଦୁଇଟି ଯାକ ବିଧାନସଭା ଉପ ନିର୍ବାଚନରେ କୃଷି ସଂସ୍କାର ଆଇନକୁ ପ୍ରମୁଖ ବିଷୟ ଭାବରେ ରଖିବା ଉଚିତ। ତେବେ ଅନ୍ୟ ଦଳମାନେ ଓ ବିଶେଷ ଭାବରେ ଏ କ୍ଷେତ୍ରରେ ସୁବିଧାବାଦୀ ରାଜନୀତିର ଆଶ୍ରୟ ନେଉଥିବା ଶାସକ ଦଳ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ବାଧ୍ୟ ହେବେ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story