ନିୟନ୍ତ୍ରିତ ହେବ ତ ଓଟିଟି ପ୍ଲାଟଫର୍ମ?

ଏ ପି ଶୁଭକାନ୍ତ ସାମଲ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜିଟାଲ ନ୍ୟୁଜ ସାଇଟ ପରି ସମସ୍ତ ଓଟିଟି ଏବଂ ସାମାଜିକ ଗଣମାଧ୍ୟମଗୁଡିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧୀନରେ ଆଣିବା ସହିତ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାରଙ୍କ ନୂତନ ନିୟମ ଘୋଷଣା କରିବା ପରେ ବର୍ତ୍ତମାନ ସରକାରଙ୍କର ଆଭିମୁଖ୍ୟ ଓ ଓଟିଟିର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ବିଷୟକୁ ଯିବା ପୂର୍ବରୁ ପ୍ରଥମେ ଓଟିଟି କଣ ଜାଣିନେବା […]

ott-platform

ott-platform

Debendra Prusty
  • Published: Friday, 26 February 2021
  • Updated: 26 February 2021, 06:18 PM IST
  • ଏ ପି ଶୁଭକାନ୍ତ ସାମଲ

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜିଟାଲ ନ୍ୟୁଜ ସାଇଟ ପରି ସମସ୍ତ ଓଟିଟି ଏବଂ ସାମାଜିକ ଗଣମାଧ୍ୟମଗୁଡିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧୀନରେ ଆଣିବା ସହିତ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାରଙ୍କ ନୂତନ ନିୟମ ଘୋଷଣା କରିବା ପରେ ବର୍ତ୍ତମାନ ସରକାରଙ୍କର ଆଭିମୁଖ୍ୟ ଓ ଓଟିଟିର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏସବୁ ବିଷୟକୁ ଯିବା ପୂର୍ବରୁ ପ୍ରଥମେ ଓଟିଟି କଣ ଜାଣିନେବା ଆବଶ୍ୟକ। ଓଟିଟି ବା ଓଭର ଦି ଟପ୍ ମିଡିଆ ସେବା ହେଉଛି ଏକ ଷ୍ଟ୍ରିମିଂ ମିଡିଆ ସେବା ଯାହାକି ଇଣ୍ଟରନେଟ୍ ମାଧ୍ୟମରେ ଦର୍ଶକଙ୍କୁ ସିଧାସଳଖ ପ୍ରଦାନ କରାଯାଇଥାଏ। ଏହି ପ୍ଲାଟଫର୍ମ ଟେଲିଭିଜନ୍ ଦ୍ୱାରା କେବୁଲ୍, ସାଟେଲାଇଟ୍ ଇତ୍ୟାଦି ମାଧ୍ୟମରେ କରାଯାଇଥିବା କାର୍ଯ୍ୟକ୍ରମ ପରି ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ। ବର୍ତ୍ତମାନ ଭାରତରେ  ବହୁ ସଂଖ୍ୟକ ଓଟିଟି ପ୍ଲାଟଫର୍ମ କାର୍ଯ୍ୟ କରୁଛି ଯେପରିକି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର, ଜି୫, ଭୁଟ୍ ଇତ୍ୟାଦି ତଥା ଓଡ଼ିଆରେ ତରଙ୍ଗ ପ୍ଳସ୍, ଆଓ ନେକ୍ସଟ୍ ଓ ଓଲି ପ୍ଲସ ଇତ୍ୟାଦି। କେବୁଲ୍ ତଥା ସାଟେଳାଇଟରେ ପ୍ରସାରିତ କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଯେପରି ସିବିଏଫ୍‌ସି ଓ ବିସିସିସି ପରି ନିୟାମକ ସଂସ୍ଥା ରହିଛି ଓଟିଟି ପ୍ଲାଟଫର୍ମଗୁଡିକରେ ଷ୍ଟ୍ରିମ୍ ହୋଇଥିବା ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ସେପରି କୌଣସି ନିୟାମକ ସଂସ୍ଥା ନାହିଁ। ଏହା ମୁଖ୍ୟତଃ ଆଇପିଟିଭି ପରି ହୋଇଥିଲେ ହେଁ ଆଇପିଟିଭି କେବଳ ପଞ୍ଜୀକୃତ ଆଇପିଟିଭି ଗ୍ରାହକ ବ୍ୟବହାର କରିପାରିବେ ଅର୍ଥାତ୍ ଏହାକୁ ଇଣ୍ଟରନେଟ୍ ପରିଚାଳିତ କେବୁଲ ଟିଭି କହିପାରିବେ, କିନ୍ତୁ ଓଟିଟିକୁ ଯେ କୌଣସି ବ୍ୟକ୍ତି ବ୍ୟବହାର କରିପାରିବେ। ଦୁଇଟି ମାଧ୍ୟମ ମଧ୍ୟରେ ଏହି ପାର୍ଥକ୍ୟ ହେତୁ, ଆଇପିଟିଭିର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରୁଥିବା ଆଇନଗୁଡ଼ିକ ଓଟିଟି ପ୍ଲାଟଫର୍ମରେ ପ୍ରଯୁଜ୍ୟ ହୁଏ ନାହିଁ।

ଭାରତ ହେଉଛି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଓଟିଟି ବଜାର, ଓଟିଟିର ବାର୍ଷିକ ଅଭିବୃଦ୍ଧି ହାରରେ ୨୮.୬ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଓଟିଟି ଭିଡିଓ ରାଜସ୍ୱ ଦୃଷ୍ଟିରୁ ଭାରତ ୨୦୨୪ରେ ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆକୁ ଅତିକ୍ରମ କରି ଷଷ୍ଠ ବୃହତ୍ତମ ବଜାର ହେବ। ଭାରତରେ ଓଟିଟି ପ୍ଲାଟଫର୍ମଗୁଡିକ ବୃଦ୍ଧି ହେବାର କାରଣ ହେଉଛି ଟେଲିଭିଜନରେ ପ୍ରସାରିତ ବିଷୟବସ୍ତୁରେ ଅପ୍ରାସଙ୍ଗିକତା ତଥା ଓଟିଟିରେ ନିୟାମକ ସଂସ୍ଥା ନଥିବାରୁ ପ୍ରସାରଣର ସ୍ୱାଧୀନତା।

ଏବେ ଭାରତରେ ଓଟିଟି ଲୋକପ୍ରିୟ ହେବା ସତ୍ତ୍ୱେ ଏବଂ ଓଟିଟିକୁ ପ୍ରସାରଣ ନିମିତ୍ତ ଯଥେଷ୍ଟ ସ୍ଵାଧୀନତା ମିଳୁଥିବା ବେଳେ ଏଥିରେ ଏକ ନିୟାମକ ସଂସ୍ଥା ତଥା ବିଭିନ୍ନ ନିୟମାବଳୀ ଆସିବା ପଛରେ ପ୍ରମୁଖ କାରଣ ହେଉଛି ଗତ କିଛିଦିନ ମଧ୍ୟରେ ଏଥିରେ ପ୍ରସାରଣକୁ ନେଇ ସୃଷ୍ଟି ହୋଇଥିବା ବିଭିନ୍ନ ଅନିୟମିତତା।

ହଟଷ୍ଟାରରେ ଜନ୍ ଅଲିଭର ଶୋ, ଯେଉଁଠାରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନାଗରିକ ସଂଶୋଧନ ଆଇନ୍‌କୁ  ସମାଲୋଚନା, ହାସନ ମୀନାଜଙ୍କ ଶୋ’ରେ ୨୦୧୯ ଲୋକସଭା ନିର୍ବାଚନର ସମାଲୋଚନା, ନେଟଫ୍ଲିକ୍ସର ସାକ୍ରେଡ୍ ଗେମ୍ସ ଭଳି ୱେବ୍ ସିରିଜରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉପରେ କରାଯାଇଥିବା କଳ୍ପନାଜଳ୍ପନା ଏବଂ ବୋଫର୍ସ ସ୍କାମ ବିଷୟ, ହିନ୍ଦୁ ବିରୋଧୀ ଭାବନାକୁ ପ୍ରୋତ୍ସାହିତ କରୁଥିବା ଲୀଲା, ଏ ସୁଇଟବଲ୍ ବୟ, ଆମାଜନ ପ୍ରାଇମର ଡ୍ରାମା "ମ୍ୟାଡାମ୍ ସେକ୍ରେଟାରୀ"ର ଏକ ଏପିସୋଡ ଯାହା କାଶ୍ମୀର ହିଂସା ପରି ସମ୍ବେଦନଶୀଳ ଘଟଣା ସହ ଜଡ଼ିତ ଥିଲା, ତାଣ୍ଡବ ଯେଉଁଥିରେ ହିନ୍ଦୁ ଧର୍ମର ପରିହାସ କରାଯାଇଥିଲା, ଅଲ୍ଟ ବାଲାଜୀ ଓ ଜି୫ରେ ପ୍ରସାରିତ ଗନ୍ଦି ବାତ୍ ତଥା ଭୂଟ୍‌ରେ ପ୍ରସାରିତ ଫ ସେ ଫାଣ୍ଟାସି ଯୌନ ସମ୍ବନ୍ଧୀୟ ଭୁଲ୍ ଧାରଣା, ଏମ୍‌ଏକ୍ସ ପ୍ଲେୟରର ଆଶ୍ରମର ଜାତି ପ୍ରଣାଳୀ ଓ ପାତାଲ୍ ଲୋକରେ ତୃତୀୟ ଲିଙ୍ଗୀଙ୍କ ପ୍ରତି ଭେଦଭାବ ତଥା ସମସ୍ତ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ଭାଷା, ଅତ୍ୟଧିକ ଅଶ୍ଳୀଳ ଦୃଶ୍ୟ ଏବଂ କାମୋଦ୍ଦୀପକ ଛବି (ସଫ୍ଟ୍ ପର୍ଣ୍ଣ) ବ୍ୟବହାର ହିଁ ନିୟାମକ ନିର୍ଦ୍ଦେଶାବଳୀ ଆସିବାର ପ୍ରମୁଖ କାରଣ। ଡିଜିଟାଲ୍ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମରେ ଅତୀତରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଛି ଯେଉଁଥିରେ ଆଦର୍ଶଗତ ତ୍ରୁଟି, ଜାତିଭେଦ, ଧାର୍ମିକ ହିଂସା ପରି ଭାରତ ସମାଜର ବିଦ୍ୟମାନ କୁସଂସ୍କାର ପ୍ରୋତ୍ସାହିତ କରାଯାଇଛି।

ବର୍ତ୍ତମାନ ସମୟରେ ଓଟିଟି ଗୁଡିକରେ ପ୍ରଦର୍ଶିତ ବିଷୟବସ୍ତୁ ଅଶ୍ଳୀଳ ଭାଷା, ଯୌନ ସମ୍ବନ୍ଧୀୟ ଆପତ୍ତିଜନକ ଦୃଶ୍ୟ, ସମାଜର ବିଭିନ୍ନ କୁସଂସ୍କାର ଏବଂ ଧାର୍ମିକ ହିଂସା  ତଥା ଏହା ଦେଶ ପ୍ରତି ଅସମ୍ମାନ, ମହିଳାମାନଙ୍କୁ ଆପତ୍ତି, ପିଲାମାନଙ୍କୁ ଅପରାଧିକ କାର୍ଯ୍ୟକଳାପରେ ନିୟୋଜିତ ତଥା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ଏହି ପ୍ଲାଟଫର୍ମଗୁଡିକ ନିୟନ୍ତ୍ରିତ, ସେନ୍ସର କିମ୍ବା ଲାଇସେନ୍ସପ୍ରାପ୍ତ ହେବ ଏବଂ ଅଶ୍ଳୀଳ ତଥା ଆଇନଗତ ଭାବରେ ସୀମିତ ବିଷୟବସ୍ତୁ ହଟାଯିବା ଆବଶ୍ୟକ ବୋଲି ଦର୍ଶାଇ ପୂର୍ବରୁ ମଧ୍ୟ ଦିଲ୍ଲୀର ଜଷ୍ଟିସ ଫର୍ ଲାଇଫ, ମଧ୍ୟପ୍ରଦେଶର ମାତ୍ର ଫାଉଣ୍ଡେସନ ପରି ଅନେକ ଏନ୍ ଜି ଓ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବିଭିନ୍ନ ସମୟରେ ବିଭିନ୍ନ କୋର୍ଟ ତଥା ସୁପ୍ରିମକୋର୍ଟରେ ଅନୁରୋଧ କରିଛନ୍ତି।

ଏହି ସବୁ ଘଟଣାକୁ ଧ୍ୟାନରେ ରଖି ହଟଷ୍ଟାର୍, ସୋନି ଲିଭ୍, ଜିଓ ଏବଂ ଏରୋସ୍ ଏକ ସ୍ୱ-ନିୟାମକ ସଂସ୍ଥାଗତ ବର୍ଷ ଡିଜିଟାଲ୍ କ୍ୟୁରେଟେଡ୍ କଣ୍ଟେଣ୍ଟ କମ୍ପ୍ଲେନ କାଉନସିଲ ପରିଷଦ (ଡିସିସିସିସି), ଗଠନ କରିଥିଲେ। ଏହା ଦ୍ୱାରା ଓଟିଟିରେ ପ୍ରସାରିତ ବିଷୟବସ୍ତୁରେ ଅନିୟମିତତାର ମୁକାବିଲା କରିବା ଏବଂ ସେମାନଙ୍କ ଉପରେ ସରକାରଙ୍କ ନିଜସ୍ୱ ନିୟମ ଲାଗୁ ନହେବା ଉଦ୍ଦେଶ୍ୟରେ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଧିକାଂଶ ଓଟିଟି ପ୍ଲାଟଫର୍ମ ଯେପରିକି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଅଲ୍ଟ ବାଲାଜୀ, ଏମଏକ୍ସ ପ୍ଲେୟାର, ଜି ଇତ୍ୟାଦି ଏହି ପଦକ୍ଷେପକୁ ସମର୍ଥନ କରନ୍ତି ନାହିଁ କାରଣ ଏହା ବ୍ରଡକାଷ୍ଟ କଣ୍ଟେଣ୍ଟ କଂପ୍ଲେନ କାଉନସିଲ (ବିସିସିସି) ଅଣ-ସମ୍ବାଦ ମନୋରଞ୍ଜନ ଚ୍ୟାନେଲ ପାଇଁ ନିୟାମକ ସଂସ୍ଥା ସହିତ ସମାନ। ସେମାନେ ଭାବନ୍ତି ଯେ ଏକ ପ୍ରସାରଣ ଚ୍ୟାନେଲ ଏବଂ ଏକ ଓଟିଟି ପ୍ଲାଟଫର୍ମ ମଧ୍ୟରେ ଥିବା ପାର୍ଥକ୍ୟ ନଷ୍ଟ ହୋଇଯିବ ଏବଂ ସେମାନଙ୍କର ମୁକ୍ତ ବକ୍ତବ୍ୟର ବା ସ୍ୱାଧୀନତାର ଅଧିକାର ଉଲ୍ଲଂଘନ ହେବ। ଓଟିଟି ଗୁଡ଼ିକ ଆରମ୍ଭରୁ ଆଇଟି ମନ୍ତ୍ରାଳୟ ଅନ୍ତର୍ଗତ ଆସୁଥିଲେ ମଧ୍ୟ କେବଳ ତାର ବୈଷୟିକ ଦିଗ ଉପରେ ମନ୍ତ୍ରାଳୟର ନିୟନ୍ତ୍ରଣ ଥିଲା, କିନ୍ତୁ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ନ ଥିଲା। ଗୁଗଲ ପ୍ଲେ ମୁଭି ଏବଂ ଆଇ ଟ୍ୟୁନ ଏସବୁ ଦିଗକୁ ଦୃଷ୍ଟିରେ ରଖି ସିବିଏଫ୍‌ସି ଦ୍ଵାରା ମାନ୍ୟତାପ୍ରାପ୍ତ ବା ସେନ୍ସର ହୋଇଥିବା ଚଳଚ୍ଚିତ୍ର ବା କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରଦର୍ଶିତ କରନ୍ତି। ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଜାନୁଆରୀ ୨୦୧୯ରେ ୟୁନିଭର୍ସାଲ୍ ସେଲ୍ଫ୍ ରେଗୁଲେସନ୍ କୋଡ୍ ଏବଂ ସେପ୍ଟେମ୍ବର ୨୦୨୦ରେ ସଂଶୋଧିତ ସଂସ୍କରଣ ପ୍ରସ୍ତାବ ଦେଇଛି। କିନ୍ତୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହା ସ୍ପଷ୍ଟ ନୁହେଁ ବୋଲି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିଲେ।

ବିଭିନ୍ନ ଓଟିଟି ସଂସ୍ଥା ମଧ୍ୟରେ ନିୟାମକକୁ ନେଇ ଅନିୟମତତା, ପ୍ରଦର୍ଶିତ ବିଷୟବସ୍ତୁ କୁ ନେଇ ସୃଷ୍ଟି ହେଉଥିବା ଅଭିଯୋଗ ଏବଂ ମିଳିଥିବା ସ୍ୱାଧୀନତାର ଅପବ୍ୟବହାର କାରଣରୁ ସରକାରୀ ସଂସ୍ଥା ତଥା ମନ୍ତ୍ରାଳୟ ତରଫରୁ ଏକ ସ୍ଵତନ୍ତ୍ର ନିୟମାବଳୀ ଆବଶ୍ୟକ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୯, ୨୦୨୦ରେ, କ୍ୟାବିନେଟ ସଚିବ ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ, ଯାହା ୧୯୬୧ ମସିହାରେ ଭାରତ ସରକାରଙ୍କ ଆଇନରେ ସଂଶୋଧନ ଆଣି  ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ରଖିଲା। ନଭେମ୍ବର ୧୬ରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଥିଲେ ଯେ ଜନସାଧାରଣଙ୍କଠାରୁ ପରାମର୍ଶ ଗ୍ରହଣ କରିବା ପରେ ସରକାର ଏହି କ୍ଷେତ୍ରରେ କଣ କରାଯାଇପାରିବ ସେ ବିଷୟରେ ବିଚାର କରୁଛନ୍ତି ଏବଂ ଦାୟିତ୍ଵପୂର୍ଣ୍ଣ ସ୍ୱାଧୀନତା ପାଇଁ ଚିନ୍ତା କରୁଛନ୍ତି। ଏସବୁ ପରେ ସରକାର ଫେବୃୟାରୀ ୨୫ ତାରିଖ ଦିନ ସୋସିଆଲ ମିଡିଆ ତଥା ଓଟିଟି ପ୍ଲାଟଫର୍ମ ପାଇଁ ନୂତନ ନୀତି ଉନ୍ମୋଚନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ନୂତନ ନିର୍ଦ୍ଦେଶାବଳୀ ୱେବ୍ ବିଷୟବସ୍ତୁ / ଓଟିଟି ବିଷୟବସ୍ତୁ ଉପରେ ନଜର ରଖିବ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସଶକ୍ତ କରିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୩ ମାସ ସମୟ ନିଆଯାଇଛି।

ନୂତନ ନିୟମାନୁସାରେ ବିଭିନ୍ନ ଓଭର-ଟପ୍ (ଓଟିଟି) ପ୍ଲାଟଫର୍ମଗୁଡିକ ପାଇଁ ଏକ ତିନି ସ୍ତରୀୟ ନିୟାମକ ପ୍ରଣାଳୀ ପାଇଁ ନିୟମ ଏବଂ ବୟସ ଉପଯୁକ୍ତତା ଉପରେ ଆଧାର କରି ସେମାନଙ୍କ ବିଷୟବସ୍ତୁକୁ ପାଞ୍ଚ ଶ୍ରେଣୀରେ ଶ୍ରେଣୀଭୁକ୍ତ କରିବାକୁ କୁହାଯାଇଛି। ତିନି ସ୍ତରୀୟ ନିୟାମକରେ ପ୍ରଥମ ସ୍ତର ପ୍ରକାଶକ, ଦ୍ୱିତୀୟ ସ୍ତର ସ୍ଵ- ନିୟାମକ ସଂସ୍ଥା ଏବଂ ତୃତୀୟ ସ୍ତର ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ସଂସ୍ଥା। ସ୍ୱନିୟାମକ ସଂସ୍ଥାର ମୁଖ୍ୟ ଜଣେ ଅବସରପ୍ରାପ୍ତ ବିଚାରପତି ରହିବା ଆବଶ୍ୟକ।

ସାମାଜିକ ବିରୋଧୀ, ଘୃଣ୍ୟ ବିଷୟକୁ ରୋକିବାରେ ଏବଂ ସ୍ପଷ୍ଟ ବିଷୟବସ୍ତୁକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ସେନ୍ସର ସାହାଯ୍ୟ କରେ। ସେନ୍ସରସିପ୍ ବା କଟକଣା ସଂସ୍କୃତି କିମ୍ବା ସମ୍ପ୍ରଦାୟ ପାଇଁ କ୍ଷତିକାରକ ବିଷୟବସ୍ତୁକୁ ରୋକିବା ଦ୍ୱାରା ଲୋକଙ୍କ ଭାବନାକୁ ମଧ୍ୟ ସୁରକ୍ଷା ଦେଇପାରେ। ଅପରପକ୍ଷରେ ଯେତେବେଳେ ବିଷୟବସ୍ତୁ ସରକାର ଏବଂ ସେମାନଙ୍କର ନୀତିକୁ ସମାଲୋଚନା କରେ, ସେତେବେଳ କଟକଣା ଆଳରେ ଏହାକୁ ରୋକିବାକୁ ଚେଷ୍ଟା କରାଯିବ। ଏହା ବିଭିନ୍ନ ମତ, ନବସୃଜନ ଏବଂ ସୃଜନଶୀଳତାକୁ ନିରୁତ୍ସାହିତ କରିବ। ତେଣୁ, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ବିପଦ ଆସିବ। ଆଜିକାଲି, ବିଷୟବସ୍ତୁର ଗୁଣବତ୍ତା ହେତୁ ଲୋକମାନେ ଟେଲିଭିଜନ୍ ବିଷୟବସ୍ତୁ ଅପେକ୍ଷା ଓଟିଟି ବିଷୟବସ୍ତୁକୁ ପସନ୍ଦ କରନ୍ତି। କିନ୍ତୁ ଯଦି ଏହା ସେନ୍ସର କରାଯାଏ, ବିଷୟବସ୍ତୁ ଟେଲିଭିଜନ୍ ବିଷୟବସ୍ତୁ ସହିତ ସମାନ ସ୍ତରକୁ ଯାଇପାରେ। ଏହା ଓଟିଟି ପ୍ଲାଟଫର୍ମରେ ବିନିଯୋଗକୁ ନିରୁତ୍ସାହିତ କରିପାରେ। ଓଟିଟି ପ୍ଲାଟଫର୍ମଗୁଡିକ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ ଏବଂ ବିନିଯୋଗର ଅଭାବ ପ୍ରଗତିକୁ ଓଲଟାଇପାରେ। ଇଣ୍ଟରନେଟରେ ବହୁତ ବିଷୟବସ୍ତୁ ଅଛି ଯାହା ଅଶ୍ଳୀଳ ଏବଂ ସମାଜ ବିରୋଧୀ। ସମଗ୍ର ଇଣ୍ଟରନେଟ୍ ଛାଡି କେବଳ ସାମାଜିକ ଗଣମାଧ୍ୟମ ଓ ଓଟିଟି ପ୍ଲାଟଫର୍ମକୁ ସେନ୍ସର କରିବା ହାସ୍ୟାସ୍ପଦ ମନେହୁଏ।

ଓଟିଟି ପାଇଁ କଟକଣା ବା ନିୟମାବଳୀ କରିବାରେ ଭାରତ ଏକମାତ୍ର ଦେଶ ନୁହେଁ। ସିଙ୍ଗାପୁର, ବ୍ରିଟେନ ଭଳି ଦେଶଗୁଡ଼ିକରେ ଓଟିଟି ପ୍ଲାଟଫର୍ମ ପାଇଁ ନିୟାମକ ସଂସ୍ଥା ଅଛି। ସିଙ୍ଗାପୁରରେ ସେବା ପ୍ରଦାନକାରୀ ବିଷୟବସ୍ତୁରେ ନଗ୍ନତା, ଡ୍ରଗ୍ସ, ଯୌନ ସମ୍ପର୍କ, ହିଂସା ଇତ୍ୟାଦି ପ୍ରଦର୍ଶନ ରୋକିବାକୁ ବାଧ୍ୟ। ବ୍ରିଟେନରେ ଓଟିଟି ପ୍ଲାଟଫର୍ମଗୁଡିକୁ ଜନସେବା ପ୍ରସାରଣକାରୀଙ୍କ ପରି ସମାନ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼େ। ଅଷ୍ଟ୍ରେଲିଆରେ ଏକ ପ୍ରଧାନ ବୈଧାନିକ ବିଏସଏ, ୧୯୯୨ ଓଟିଟି ସେକ୍ଟର ନିୟମ ରହିଅଛି। ତୁର୍କୀରେ ଏକ ଲାଇସେନ୍ସ ବ୍ୟବସ୍ଥା ଅଛି ଯେଉଁଥିରେ ଓଟିଟି ପ୍ଲାଟଫର୍ମକୁ ୧୦ ବର୍ଷ ପାଇଁ ଲାଇସେନ୍ସ ଦିଆଯାଏ। ଇଣ୍ଡୋନେସିଆ, ତୁର୍କୀ ଏବଂ ସାଉଦି ଆରବ ଭଳି ଦେଶଗୁଡିକର କଡ଼ା ନିୟମ ରହିଛି। ସେମାନେ ସରକାରଙ୍କ ହାତରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଛନ୍ତି। ନେଟଫ୍ଲିକ୍ସ ସହିତ ଅନେକ ଓଟିଟି ପ୍ଲାଟଫର୍ମର ପ୍ରସାରଣକୁ ସେଠାରେ ଅବରୋଧ କରାଯାଇଛି।

ଏବେର ଜନସାଧାରଣ ଏପରି ବିଷୟବସ୍ତୁ ଖୋଜୁଛନ୍ତି ଯାହା ସମାଜର ସତ୍ୟତାକୁ ଉନ୍ମୋଚିତ କରିବ, ସାମାଜିକ-ରାଜନୈତିକ ପ୍ରସଙ୍ଗଗୁଡିକ ସହିତ ମୁକାବିଲା କରିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ଶ୍ରେଣୀ, ଧର୍ମ, ଜାତିର ଲୋକଙ୍କ ଭାବନାକୁ ଆଘାତ କରୁନଥିବ।  ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଏକ ନିରପେକ୍ଷ ନିୟାମକ ସଂସ୍ଥାର ଆବଶ୍ୟକତା ରହିଛି। ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ସେନ୍ସରସିପ୍ ଏହାକୁ ଟେଲିଭିଜନ୍ ଶୋ କିମ୍ବା ମୁଖ୍ୟ ସ୍ରୋତ ସିନେମାରେ ପରିଣତ କରିବ।  ଇଣ୍ଟରନେଟ୍ କଣ୍ଟେଣ୍ଟ୍ ଷ୍ଟ୍ରିମିଂ ଏକ ସ୍ୱ-ନିୟାମକ ସଂସ୍ଥା ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇପାରିବ ନାହିଁ। ଓଟିଟି ପ୍ଲାଟଫର୍ମ ଏବଂ ସରକାର  ଉଭୟ ଏହା ଉପରେ ମିଳିତ ଭାବରେ କାର୍ଯ୍ୟ କରିବା  ତଥା ଦେଖାଯାଉଥିବା ସମସ୍ୟାକୁ ଶେଷ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏହି ସମୟରେ ଓଟିଟି ପ୍ଲାଟଫର୍ମ ସମଗ୍ର ବିଶ୍ୱରେ ଏକ ନୂତନ ପର୍ଯ୍ୟାୟରେ ଅଛି। ସରକାରଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ସେମାନେ ଆଇନ ପ୍ରସ୍ତୁତ କରୁଥିବାବେଳେ ଲୋକଙ୍କ ଆବଶ୍ୟକତାକୁ ସାମ୍ନା କରୁଛନ୍ତି।

ହରିପୁର, ଖଡିଅଙ୍ଗ, ଯାଜପୁର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story