Advertisment

ଉଦ୍ଧାର କରିବେ କି ପିକେ?

ଭୁବନେଶ୍ୱର(ଭବାନୀ ଶଙ୍କର ମହାପାତ୍ର) ଗଣତନ୍ତ୍ରରେ ସବୁବେଳେ ବିରୋଧୀ ଦଳର ଏକ ପ୍ରମୁଖ ଭୂମିକା ରହିଛି। ଦେଶରେ ହେଉ କିମ୍ୱା ରାଜ୍ୟରେ ଗଣତନ୍ତ୍ର ସେତେବେଳେ ମଜବୁତ ହୁଏ ଯେତେବେଳେ ବିରୋଧୀ ଦଳ ସକ୍ରିୟ ରୁହେ । କିନ୍ତୁ ବିଡ଼ମ୍ୱନାର କଥା ଦେଶରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଆଉ ଓଡ଼ିଶା କଥା ନ କହିଲେ ଭଲ। ଦୁଇ ଦଶନ୍ଧି ହେବ ଦଳର ପ୍ରଦର୍ଶନ ଦିନକୁ ଦିନ ରସାତଳ ହେଉଛି। ଏଥିପାଇଁ ରାଜ୍ୟ କଂଗ୍ରେସ ଯେତିକ […]

author-image
Hemant Lenka
ରାହୁଲ ନା ପ୍ରିୟଙ୍କା ? କାହାକୁ ନେତା ଭାବେ ଚାହୁଁଥିଲେ ପିକେ  

PK

ଭୁବନେଶ୍ୱର(ଭବାନୀ ଶଙ୍କର ମହାପାତ୍ର) ଗଣତନ୍ତ୍ରରେ ସବୁବେଳେ ବିରୋଧୀ ଦଳର ଏକ ପ୍ରମୁଖ ଭୂମିକା ରହିଛି। ଦେଶରେ ହେଉ କିମ୍ୱା ରାଜ୍ୟରେ ଗଣତନ୍ତ୍ର ସେତେବେଳେ ମଜବୁତ ହୁଏ ଯେତେବେଳେ ବିରୋଧୀ ଦଳ ସକ୍ରିୟ ରୁହେ । କିନ୍ତୁ ବିଡ଼ମ୍ୱନାର କଥା ଦେଶରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଆଉ ଓଡ଼ିଶା କଥା ନ କହିଲେ ଭଲ। ଦୁଇ ଦଶନ୍ଧି ହେବ ଦଳର ପ୍ରଦର୍ଶନ ଦିନକୁ ଦିନ ରସାତଳ ହେଉଛି। ଏଥିପାଇଁ ରାଜ୍ୟ କଂଗ୍ରେସ ଯେତିକ ଦାୟୀ ସମ ପରିମାଣରେ ଦୋଷୀ ଦଳର ହାଇକମାଣ୍ଡ। ଇତିହାସରେ ପ୍ରଥମ ଥର ପାଇଁ ବୋଧହୁଏ କଂଗ୍ରେସ ଏଭଳି ଏକ ସଂକଟ ଦେଇ ଗତି କରୁଛି। ଏଭଳି ସଂକଟରୁ ଉଦ୍ଧାର କରିବାର ଫମୁର୍ଲା କ’ଣ ତାହା କେହି ଜାଣିନାହାନ୍ତି।

Advertisment

ବର୍ତ୍ତମାନ ସବୁଥର ପରି କିଛି ଦିନର ଅନ୍ତର ପରେ ନେତୃତ୍ୱ ପରିବର୍ତ୍ତନ ଦାବି ପୁଣି ଚର୍ଚ୍ଚାରେ। ଏହା କେବଳ ଏକ ଚର୍ଚ୍ଚା ନା ଏଥିରେ କିଛି ସତ୍ୟତା ରହିଛି ତାହା ମଧ୍ୟ କହିବା କଷ୍ଟକର। ରାଜ୍ୟ କଂଗ୍ରେସରେ ଏବେ ଚାଲିଛି ମୁଖିଆ ଖୋଜା ଅଭିଯାନ। କିଛି ଗୋଟେ ପରିବର୍ତ୍ତନ ହେବାକୁ ଯାଉଛି କଂଗ୍ରେସରେ,ଏହାର ଆଭାସ ଅବଶ୍ୟ ମିଳୁଛି। କାରଣ ନେତାଙ୍କ ଭିତରେ ଗୋଟେ ବଡ଼ ଚର୍ଚ୍ଚା ଆଲୋଚନା। ଅବଶ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେତିକି ଉାତ୍ସାହ, ନେତୃତ୍ୱ ପାଇବା ପରେ ତାଙ୍କୁ ପରିବର୍ତ୍ତନ କରିବାକୁ ତା’ଠାରୁ କମ ବ୍ୟଗ୍ରତା ଦେଖିବାକୁ ମିଳିବ ନାହିଁ। କଂଗ୍ରେସ ଇତିହାସରେ ଏହାର ମାଳ ମାଳ ନଜିର।

ତେବେ ସେ ଯାହା ହେଉ, ବଦଳିବାକୁ ଯାଉଛି କି ପିସିସି ସଭାପତି ପଦବୀ। ହେଲେ ତୁରନ୍ତ ନିଷ୍ପତ୍ତି ନେବେ କି ହାଇକମାଣ୍ଡ? ଯଦି ପିରବର୍ତ୍ତନ ହେବ, ତେବେ କାହା ହାତରେ ରହିବ ରାଜ୍ୟ କଂଗ୍ରେସର ମଙ୍ଗ? କିଛି ବିଧାୟକଙ୍କ ଦାବି ଯେ ବିଧାୟଙ୍କ ଭିତରୁ ଜଣଙ୍କୁ ପିସିସି ମୁଖିଆ କରାଯାଉ। ବିଶେଷ କରି ତାରା ବାହାନିପତି ତ ଖୋଲାଖୋଲି କହିସାରିଲେଣି, ଯଦି ବିଧାୟକଙ୍କ ଭିତରୁ କାହାକୁ କରାନଯାଏ ତେବେ ତାଙ୍କର ଅସନ୍ତୋଷ ରହିବ। ସେ ଅନେକ ଥର କହି ସାରିଛନ୍ତି ଯଦି ତାଙ୍କୁ ଦାୟିତ୍ୱ ଦିଆଯାଏ ସେ ଛାଡ଼ିବେନି। ଅର୍ଥାତ ତାଙ୍କର ମଧ୍ୟ ଆଖି ଏହି ପଦବୀ ଉପରେ। ସେପଟେ ଚର୍ଚ୍ଚା ଏହା ବି ହେଉଛି ଯେ ମହମ୍ମଦ ମୁକିମ ମଧ୍ୟ ରେସରେ ଆଗୁଆ ଅଛନ୍ତି। କିନ୍ତୁ ଖୋଲାଖୋଲି ତାଙ୍କ ପାଇଁ କେହି ସିଧାସଳଖ ଲବି କରୁନାହାନ୍ତି। ବିଧାୟକ ଅଧିରାଜ ପାଣିଗ୍ରାହୀ କହିସାରିଛନ୍ତି ନିଂରଜନ ବାବୁ ଆସ୍ଥା ହରାଇସାରିଲେଣି। କିନ୍ତୁ ବଡ଼ କଥା ହେଉଛି ଯେ କିଏ ଆସ୍ଥାଭାଜନ ହୋଇପାରିଛନ୍ତି ଯେ ନିରଞ୍ଜନ ଆସ୍ଥା ହରାଇଦେଇଛନ୍ତି। ଯେଉଁମାନେ ପିସିସି ସଭାପତି ହୋଇଛନ୍ତି ସେମାନଙ୍କ ଭିତରୁ କିଏ ନା ନୂଆ ଚେହେରାଙ୍କୁ ସୁଯୋଗ ମିଳିବ? ନେତୃତ୍ୱ ବଦଳିଲେ ଦଳର ଭାଗ୍ୟ ବଦଳିଯିବ କି? ଦଳର ସ୍ଥିତିରେ ପରିବର୍ତ୍ତନ ଆସିବ କି? ଏସବୁ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ।

Advertisment

ଦୀର୍ଘ ଦୁଇ ଦଶନ୍ଧି ହେବ ଦଳ କ୍ଷମତାରେ ନାହିଁ। ୟା ଭିତରେ ଅନେକ ପିସିସି ସଭାପତି ଯାଇସାରିଲେଣି। ହେଲେ ଦଳର ସ୍ଥିତି ସୁଧୁରୁନି। ବରଂ ଆହୁରି ଖରାପ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦିନକୁ ଦିନି କମିବାରେ ଲାଗିଛି। କଂଗ୍ରେସର ଏମିତି ରୋଗ ହୋଇଛି ଯେ ନା ଡାଇଗୋନିସିସ ହୋଇପାରୁଛି ନା ଡାଇଲିସିସି। ଏକଦମ କୋମା ଅବସ୍ଥାରେ ଦଳ। ନିରଞ୍ଜନ ପଟ୍ଟନାୟକ କହୁଛନ୍ତି ଯେ ୨୦୧୯ ନିର୍ବାଚନ ପରେ ସେ ଇସ୍ତଫ। ଦେଇସାରିଛନ୍ତି। କିନ୍ତୁ କ’ଣ ପାଇଁ ହାଇକମାଣ୍ଡ ଇସ୍ତଫାପତ୍ରକୁ ଗ୍ରହଣ କରିନାହାନ୍ତି ତା ମଧ୍ୟ ବୁଝାପଡୁନି। ବୋଧହୁଏ କଂଗ୍ରେସ ହାଇକମାଣ୍ଡ ଓଡ଼ିଶାକୁ ନେଇ ବିଲକୁଲ ସିରିୟସ ନୁହଁନ୍ତି। ଯଦି ଥାଆନ୍ତେ ତେବେ ଆମୂଳଚୁଳ ପରିବର୍ତ୍ତନ କରି ଦଳକୁ ସଜାଡ଼ିବାର ପ୍ରୟାସ କରନ୍ତେ। ବୋଧହୁଏ କଂଗ୍ରେସର ଆଉଟ ଅଫ ଫେ।କସରେ ଓଡ଼ିଶା। ସ୍ଥିତି ଯଦି ଏମିତି ରୁହେ ତେବେ ଯେଉଁ ଅବସ୍ଥା ଆଜି ଉତ୍ତରପ୍ରଦେଶ ଏବଂ ବିହାର ଏବଂ ପଶ୍ଚିମବଙ୍ଗରେ ଅଛି ସେଭଳି ଏକ ସ୍ଥିତିକୁ ଓଡ଼ିଶାରେ କଂଗ୍ରେସକୁ ଆସିବାକୁ ବେଶୀ ଦିନ ଲାଗିବନି। ଧୀରେ ଧୀରେ ନେତା ଅନ୍ୟଦଳ ମନସ୍କ ହେବା ଆରମ୍ଭ କରିଛନ୍ତି। ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ, ଚିନ୍ତାକୁ ଆହୁରି ବଢ଼ାଇଛି। ଆଉ କିଛି ଏହି ଦଳରେ ହେବନି, ଏଭଳି କିଛି ମନ୍ତବ୍ୟ ଦେଇ ହତାଶ ହୋଇ ଦଳ ଛାଡୁଛନ୍ତି ନେତା।

୨୦୧୯ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଛାଡ଼ିବା ପ୍ରକିୟା ଆରମ୍ଭ ହୋଇଛି ଯାହା ଥମିବାର ନାଁ ନେଉନାହିଁ। ଯଦି ଏହି ଟ୍ରେଣ୍ଡ ଜାରି ରୁହେ ତେବେ ସ୍ଥିତି ଆହୁରି ଭୟଙ୍କର ହେବ। ୨୦୨୪ ବେଳକୁ ଟିକେଟ ବଳିଯିବ, ନହେଲେ କଂଗ୍ରେସ ଟିକେଟରେ ଲଢିବାକୁ ନେତା ରିସ୍କ ବୋଲି ଭାବିବେ। ନେତୃତ୍ୱ ବଦଳାଇ ଦଳକୁ ସଂଜୀବନୀ ଦେବାକୁ ଚେଷ୍ଟା କରିବେ କି ହାଇକମାଣ୍ଡ? କାରଣ ୫ ରାଜ୍ୟରେ ନିକଟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ମଙ୍ଗୁଆଳ ବଦଳିବାର ଆଶା ତ କରାଯାଉଛି ଏବଂ ଦଳର ନେତାମାନେ ମଧ୍ୟ ସେ ନେଇ ଆଶାବାଦୀ। ଦଳ ପାଖରେ ସମୟ ସୀମିତ, ଆହ୍ୱାନ ବହୁତ ଅଧିକ। ଏଭଳି ଏକ ସ୍ଥିତିରେ 'ଅବ ନେହି ତୋ କବ ନେହି' ନୀତିରେ ଆଗକୁ ବଢ଼ିବା ଉଚିତ। ଦଳ କାହାକୁ ମୁଖିଆ କରିବ ତାକୁ ନେଇ ଦ୍ୱନ୍ଦ୍ୱ ରହିବା ମଧ୍ୟ ସ୍ୱାଭାବିକ। କାରଣ ଲୋକଙ୍କ ପାଖରେ ଦଳର ମୁଖିଆ କେତେ ଗ୍ରହଣୀୟ ହେବେ ତା ତ ପର କଥା, ପ୍ରଥମେ ଦଳ ଭିତରେ ତାଙ୍କର ଗ୍ରହଣୀୟତା ରହିବ ତ? ଟିମକୁ ନେଇ ଆଗକୁ କିଏ ବଢ଼ିପାରିବ ? ନା ସଂଗଠନ, ନା ଶକ୍ତି, ନା ସମ୍ୱଳ, ସବୁ କିଛିର ଅଭାବ ଭିତରେ ଦଳ! ବିଶ୍ୱାସ ଏବଂ ଭରସାର ସଂକଟରେ ରହିଛି ଦଳ। ଯିଏ ନେତୃତ୍ୱ ନେବ ସିଏ ମଧ୍ୟ ଚାପରେ ରହିବେ ନିଶ୍ଚୟ। ସବୁଠାରୁ ଚାଲେଞ୍ଜ ରହିବ ତାଙ୍କ ଆଗରେ ଦଳରେ କେମିତି ଶୃଙ୍ଖଳା ଫେରିବ? ସଂଗଠନକୁ କେମିତି ମଜବୁତ କରାଯିବ? କେବଳ ଦକ୍ଷିଣ ଓଡ଼ିଶାକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ଭୟଙ୍କର ଅବସ୍ଥା। ଅନେକ ନିର୍ବାଚନରେ ଦଳର ବିଜୟ ତ ଦୂରର କଥା, ଅମାନତ ବି ରହୁନି। ଅସ୍ତିତ୍ୱ ପାଇଁ ଦଳ ଲଢ଼େଇ କରୁଛି।

ଏଭଳି ସଂକଟ ସମୟରେ କଂଗ୍ରେସର ଉଦ୍ଧାର ପାଇଁ ଇଲେକସନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଆଗକୁ ଆସିଛନ୍ତି। ହାଇକମାଣ୍ଡଙ୍କ ସହିତ ବୈଠକ ବି ହୋଇଛି। ଓଡ଼ିଶା ପାଇଁ ମଧ୍ୟ ରୋଡ୍ ମ୍ୟାପ୍ ଦେଇଛନ୍ତି ପ୍ରଶାନ୍ତ। ନୂଆ ନେତୃତ୍ୱ ଏବଂ ଏକଲା ଚଲୋର ଫମୁର୍ଲା ବତାଇଛନ୍ତି ପ୍ରଶାନ୍ତ କିଶୋର। ଏହି ଫମୁର୍ଲା କାମ କରିବ ତ ଓଡ଼ିଶାରେ? ପ୍ରଶାନ୍ତ ଦେଇଥିବା ରୋଡ଼ମ୍ୟାପକୁ ନେଇ ଓଡ଼ିଶା କଂଗ୍ରେସ ଚାଲିବ ତ? ସଂଗଠିତ ହୋଇ ଲଢ଼ିଲେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରିବ। ତେବେ ଦୁର୍ବଳ ସ୍ଥାନୀୟ ନେତୃତ୍ୱ ଲାଗି ଧୀରେ ଧୀରେ ଦଳ ଖରାପ କରୁଛି। ଗୋଟେ ପଟେ ଏଆଇସିସି ସଂଗଠନକୁ ମଜବୁତ କରିବାକୁ ଚିନ୍ତା କରୁଛି, ଅନ୍ୟ ପଟେ କଂଗ୍ରେସରେ ଖାଲି ପିସିସି ମୁଖିଆ ବଦଳିବାକୁ ନେଇ ଚର୍ଚ୍ଚା ଜୋର ହେଉନି, ବର୍ତ୍ତମାନ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ କରିବାର ଚର୍ଚ୍ଚା ବି ଜୋର। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କହିବା କଥା ଯେ ଖାଲି ସଭାପିତ ପରିବର୍ତ୍ତନ ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ବି ଜରୁରୀ। ତେବେ କଂଗ୍ରେସ ପାଇଁ ଘର ସଜଡ଼ା ବଡ଼ ଚ୍ୟାଲେଞ୍ଜ। ଅସଜଡ଼ା ଘର ଦଳକୁ ଅଧିକ କ୍ଷତିଗ୍ରସ୍ତ କରୁଛି। ହାଇକମାଣ୍ଡକୁ ଏମିତି ଜଣେ ନେତୃତ୍ୱ ବାଛିବାକୁ ପଡ଼ିବ ଯିଏ କି ନବୀନଙ୍କ ସହ ଲଢ଼େଇ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତି ନେଇ ଆସିବ। ତାଙ୍କ ପାଖରେ ବିଜେଡିକୁ ଚ୍ୟାଲେଞ୍ଜ ଦେବାର ମାନସିକତା ରହିବା ଦରକାର। କଂଗ୍ରେସ ଦୁର୍ବଳ ହେଲେ ଏହାର ଏକ ବଡ଼ ରାଜନୈତିକ ପ୍ରଭାବ ଥାଏ। ପୂରା ଦେଶରେ କଂଗ୍ରେସ ବିପର୍ଯ୍ୟୟ ଦେଇ ଗତି କରୁଛି। ଏପରି ସ୍ଥିତିରେ ପ୍ରଶାନ୍ତ କିଶୋରଙ୍କ ଫମୁର୍ଲା କେତେ କାମ ଦେଉଛି ଓ ଓଡ଼ିଶା କଂଗ୍ରେସକୁ କିଭଳି ସଞ୍ଜିବନୀ ମିଳିଛୁ, ତା’କୁ ଅପେକ୍ଷା କରିବାକୁ ପଡ଼ିବ।

ମୋବାଇଲ ନମ୍ବର-୮୭୬୩୨୧୬୩୫୧