କେଡେ ହରବର ସିବିଆଇ... ଏପଟେ ନାଳକୁ ସେପଟେ ଘାଇ...

ଆମର ଯାହା ମନେପଡୁଛି, ସେତେବେଳେ କେନ୍ଦ୍ରରେ କଂଗ୍ରେସ ମହାରାଜ ଶାସନ କରୁଥିଲେ। ୨୦୧୩ ମସିହାର କଥା। ସେଇବେଳର ଗୋଟେ କଥା ଆଜି ମନେ ପଡ଼ିଗଲା। ଘରୋଇ କମ୍ପାନୀକୁ କୋଇଲା ଖଣି ଲାଇସେନ୍ସ ବଣ୍ଟନରେ ବ୍ୟାପକ ଦୁର୍ନୀତି କଥା ପଦାକୁ ଆସିଥିଲା। ଏହାର ତଦନ୍ତ ଭାର ନେଇଥିଲା, ଦେଶର ସବୁଠୁ ପାୱାରଫୁଲ୍ ତଦନ୍ତକାରୀ ସଂସ୍ଥା- ସିବିଆଇ ବା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍। ଏହି ମାମଲାରେ ସିବିଆଇକୁ, ସେତେବେଳେ ସୁପ୍ରିମକୋର୍ଟ ଗୋଟେ ଶକ୍ତ ପାହାର ପକେଇଥିଲେ। ମାମଲାର ବିଚାର […]

KAHU KAHU KAHIDELI-3

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 07:21 PM IST

[caption id="attachment_166630" align="alignleft" width="153"] ଅମରେଶ ବିଶ୍ୱାଳ[/caption]

ଆମର ଯାହା ମନେପଡୁଛି, ସେତେବେଳେ କେନ୍ଦ୍ରରେ କଂଗ୍ରେସ ମହାରାଜ ଶାସନ କରୁଥିଲେ। ୨୦୧୩ ମସିହାର କଥା। ସେଇବେଳର ଗୋଟେ କଥା ଆଜି ମନେ ପଡ଼ିଗଲା। ଘରୋଇ କମ୍ପାନୀକୁ କୋଇଲା ଖଣି ଲାଇସେନ୍ସ ବଣ୍ଟନରେ ବ୍ୟାପକ ଦୁର୍ନୀତି କଥା ପଦାକୁ ଆସିଥିଲା। ଏହାର ତଦନ୍ତ ଭାର ନେଇଥିଲା, ଦେଶର ସବୁଠୁ ପାୱାରଫୁଲ୍ ତଦନ୍ତକାରୀ ସଂସ୍ଥା- ସିବିଆଇ ବା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍। ଏହି ମାମଲାରେ ସିବିଆଇକୁ, ସେତେବେଳେ ସୁପ୍ରିମକୋର୍ଟ ଗୋଟେ ଶକ୍ତ ପାହାର ପକେଇଥିଲେ। ମାମଲାର ବିଚାର କରୁଥିବା ସୁପ୍ରିମକୋର୍ଟ ବିଚାରପତି ଆର୍.ଏମ୍.ଲୋଧା ଭର୍ତ୍ସନା କରି କହିଥିଲେ- ସିବିଆଇ ହେଉଛି ପଞ୍ଜୁରୀ ଭିତରେ ଥିବା ଏକ ଶାରୀ। ଅର୍ଥାତ ସୁପ୍ରିମକୋର୍ଟଙ୍କ ଏହି କଥାରୁ ଯାହା ବୁଝାପଡ଼ିଲା, ସିବିଆଇ ଏକ ସ୍ୱୟଂଶାସିତ ତଦନ୍ତକାରୀ ସଂସ୍ଥା ହୋଇଥିଲେ ବି ଏହା କେନ୍ଦ୍ର ସରକାରଙ୍କର ଏକ ଏଜେନ୍ସୀ ପରି କାମ କରୁଛି।

ଓଡ଼ିଶାରେ ଆଜି ସିବିଆଇର ହରବର ଅବସ୍ଥା ଦେଖି ଏହା ମନେପଡ଼ି ଗଲା। ଓଡ଼ିଶାରେ ଏବେ ସବୁଠି ସିବିଆଇ ଚର୍ଚ୍ଚା। ବିଚରା ସିବିଆଇ। ଏତେ ପାୱାରଫୁଲ୍ ସଂସ୍ଥାର ଏ କି ଅବସ୍ଥା? ଓଡ଼ିଶାରେ ତ ପୂରା କାଟୁର୍ନ୍ ଅବସ୍ଥା। ତିନିଟା ଶତ୍ରୁ। ଏପଟେ ବିଜେଡି, ସେପଟେ ପୁଲିସ୍, ତା ପରେ ପୁଣି ହାଇକୋର୍ଟ ଜଜ୍ ଏବଂ ଓକିଲ। ଏମାନଙ୍କ ଭିତରେ ଫସି ଯାଇଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏ ସଂସ୍ଥାର କାମ ସବୁ ଗୁପ୍ତରେ ହୁଏ। ଭିତର କଥା ବାହାରକୁ ଆସିବା କଷ୍ଟକର। ସେମାନେ କେତେବେଳେ କଣ କରନ୍ତି, କାହା ଘରେ ପଶନ୍ତି ତା ହିସାବ କାହାକୁ ଦିଅନ୍ତି ନାହିଁ।

ସିବିଆଇକୁ ଜାଣ ଦଶା ପଡ଼ିଛି। ଆପଣ ଭାବୁଥିବେ ଏହା କେମିତି ସମ୍ଭବ ? ଓଡ଼ିଶାରେ ଯେଉଁ ଚିଟ୍‌ଫଣ୍ଡ ତଦନ୍ତ ଚାଲିଛି ସେଥିରେ ସିବିଆଇ ଏବେ ବିଜେଡି ବାଲାଙ୍କର ପ୍ରଥମ ନମ୍ୱର ଅଦୃଶ୍ୟ ବୋମା ପାଲଟି ଯାଇଛି। ଆକାଶରୁ ବଜ୍ର ଛିଣ୍ଡିଲା ପରି, କେତେବେଳେ କୋଉ ବିଜେଡି ବିଧାୟକ ଘରେ ସିବିଆଇ ଲୋକ ପହଞ୍ଚି ଯାଉଛନ୍ତି, ତାହା କେହି ଜାଣିପାରୁ ନାହାଁନ୍ତି। ରାତିରେ କର୍ମୀଙ୍କ ସହ ଭୋଜିଭାତ କରି ଖାଇଥିବେ, ସକାଳୁ ଦେଖିଲା ବେଳକୁ ସିବିଆଇ ଅଫିସ୍‌ରେ ଜେରା। ବାଙ୍କି-ବାବୁ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ଯାହା ହେଲା, ଏବେ କଟକ- ଚୌଦ୍ୱାର ରିଂବନ୍ଧ ଭାବେ ଜଣାଶୁଣା ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବି ସେଇ ଏକା କଥା ହେଲା। ତେଣୁ ବିଜେଡି ବାଲାଏ ସିବିଆଇ ଉପରେ ପ୍ରବଳ ଗରମ ହେଇକି ଅଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ସିବିଆଇର ଚୋଉଦ ପୁରୁଷ ଉଝାଳୁଛନ୍ତି। ସତ କଣ କିଏ ଜାଣେ ?

ସିବିଆଇ ଜାଣିଛି, ବିଜେଡି ବାଲାଏ ତାର କିଛି ଉଖାଡ଼ି ପାରିବେ ନାହିଁ। ଯଦି କିଛି ଉଖାଡ଼ିବେ, କେବଳ ପଦ୍ମଦଳିଆ ହିଁ କରିବେ। କିନ୍ତୁ ଏଇ ସମୟରେ ହିଁ ସିବିଆଇ ବାଲାଏ ଓଡ଼ିଶାରେ ଗୋଟେ ମିଷ୍ଟେକ୍‌ କରିଦେଲେ। ଜଣକ ଘରକୁ ଯିବା କଥା। କିନ୍ତୁ ବାଟ ଭୁଲି ଆଉ ଜଣକ ଘରେ ପଶିଗଲେ। ଯାହା ଘରେ ପଶିଲେ, ସିଏ ବି ଆମତମ ପରି ଯାଇତାଇ ମାଧିଆ ହରିଆ ହୋଇଥିଲେ ଚଳିଥାନ୍ତା, ସିଏ ମାନ୍ୟବର ହାଇକୋର୍ଟ ଜଜ୍। ଭୁଲ୍ ଜାଗାରେ ହାତ ମାରିଦେଇ ନାମ ନେଇଛି ସିବିଆଇ। ଓକିଲମାନେ ତ ଗୋଟିଏ ଜାତିର। ସମଷ୍ତେ ମିଶି ମାତି ଯାଇଛନ୍ତି। ସେଦିନ ରାତିରେ ସିବିଆଇର କିଛି ତଦନ୍ତକାରୀ ଅଧିକାରୀ କଣ କଲେ କେହି ଦେଖିନାହାଁନ୍ତି, କିନ୍ତୁ ଓକିଲ ଭାଇମାନେ ଆଖିରେ ଦେଖିଲା ପରି ଟିଭି କ୍ୟାମେରାରେ କହିଦେଲେ, ସିବିଆଇ ଲୋକମାନେ ଘରେ ପଶି ମାନ୍ୟବର ଜଜ୍‌ଙ୍କୁ ଦୁର୍ବ୍ୟବହାର କଲେ।

ସେ କଥା ଛାଡ଼ନ୍ତୁ। ଏବେ ସିବିଆଇର ଏହି ବାଉଳା ମିଷ୍ଟେକ୍ ବିଜେଡିକୁ ଖୁବ୍ ସୁହାଇଛି। ଦଳର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ବାନ୍ଧିବା ପରେ, ବିଜେଡି ନେତାଏ ସାମ୍ୱାଦିକ ସମ୍ମିଳନୀ କରି କଙ୍କ।ଳେ ଶୋଧିଲେ। ତେଣୁ ଏବେ ଯେତେବେଳେ ସେଇ ସିବିଆଇ ଜଜ୍‌ଙ୍କୁ ଘରେ ପଶିଯାଇଛି, ତାହା ଭୁଲ୍‌ରେ ହେଉ ବରଂ, ସେ ମୌକା ଆଉ କିଏ ଛାଡେ। କମିଶନରେଟ୍ ପୋଲିସ୍‌କୁ ଲଗେଇ ଠୁଙ୍କିଲେ କେଶ୍। ବିଚିତ୍ର ଅବସ୍ଥା ସୃଷ୍ଟିହେଲା। ପୋଲିସ୍ ସହ ପୋଲିସ୍ ଲଢେ଼ଇ। ଆହାଃ କି ଦେଖିଲେ ଏ ନେତ୍ର। ସିବିଆଇ ଯଦି ତେନ୍ଦୁଲକର ହୁଅନ୍ତି, ତେବେ ଓଡ଼ିଶା ପୋଲିସ୍ ହେଉଛି ତୃତୀୟ ଶ୍ରେଣୀ ରଣଜୀ ଖେଳାଳୀ। କିନ୍ତୁ ବିଜେଡି ସରକାର ଚାପ ପକେଇ ଲଢେ଼ଇ ଦେଲା। ନହେଲେ ନିଜେ ପୋଲିସ୍ କମିଶନର ପ୍ରେସ୍ ମିଟ୍ କରି କଥାଟା ଘୋଷଣା କରିଥାନ୍ତେ କି। ଏବେ ଦେଖିବାକୁ ବାକି ରହିଲା, କେଉଁ ପାଣି କୁଆଡ଼କୁ ଯାଉଛି। ସିବିଆଇର ଏ ଅବସ୍ଥା ଦେଖି ଜଣେ ତୁରନ୍ତ-କବି ଚଟ୍କରି ପଦେ ଗାଇଦେଲେ... କେଡେ଼ ହରବର ସିବିଆଇ... ଏପଟେ ନାଳକୁ ସେପଟେ ଘାଇ...

Related story