ଅର୍ଥଶାସ୍ତ୍ର ବିଶାରଦ ଓ ସରକାରଙ୍କ ପାଇଁ ଆହ୍ୱାନ

ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍‌ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ।

Economy

ଭାରତର ଲୋକସଂଖ୍ୟା ୧୪୦ କୋଟି ହୋଇଥିବା ସମୟରେ ଏହାର ମୋଟ୍ ଅର୍ଥନୀତି ୪ ଟ୍ରିଲିଅନ୍‌ ରହିଛି । ଅର୍ଥାତ୍ ଏଠାରେ ମୁଣ୍ଡପିଛା ଆୟ ଦେଖିଲେ ତାହା ମାତ୍ର ୨୫୦୦ ଡଲାର୍ ।

Ordigital Desk
  • Published: Sunday, 09 March 2025
  • Updated: 09 March 2025, 04:11 PM IST

Sports

Latest News

  • ରବି ଦାସ

ଭାରତ ବିଶ୍ୱରେ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିରେ ପ୍ରଥମ ସ୍ଥାନରେ ଅଛି ଓ ବିଶ୍ୱର ପଂଚମ ବୃହତ୍ତମ ଅର୍ଥନୀତି ଭାବରେ ଦେଶ ପହଂଚିଥିବା କୁହାଯାଇ ଖୁବ୍‌ଶୀଘ୍ର ଭାରତର ତୃତୀୟ ଅର୍ଥନୀତିରେ ପରିଣତ ହେବ ବୋଲି ବରାବର କୁହାଯାଉଛି । ଯଦିଓ ମୁଣ୍ଡପିଛା ଆୟରେ ଦେଖିଲେ ଭାରତର ସ୍ଥାନ ଏତେ ନିମ୍ନରେ ରହିଛି ଯେ, ଏହାକୁ ଏକ ବିକଶିତ ରାଷ୍ଟ୍ର ହେବାକୁ ହେଲେ ୨୦୪୭ କେବେ ବି ଯଥେଷ୍ଟ ହେବନାହିଁ। ଭାରତର ଲୋକସଂଖ୍ୟା ୧୪୦ କୋଟି ହୋଇଥିବା ସମୟରେ ଏହାର ମୋଟ୍ ଅର୍ଥନୀତି ୪ ଟ୍ରିଲିଅନ୍‌ ରହିଛି । ଅର୍ଥାତ୍ ଏଠାରେ ମୁଣ୍ଡପିଛା ଆୟ ଦେଖିଲେ ତାହା ମାତ୍ର ୨୫୦୦ ଡଲାର୍। ୟୁରୋପରେ ଅଧିକାଂଶ ରାଷ୍ଟ୍ରର ମୁଣ୍ଡପିଛା ଆୟ ୫୦ରୁ ୬୦ ହଜାର ଡଲାର୍। ବିଭିନ୍ନ ସଂସ୍ଥା ଓ ବିଶେଷ ଭାବରେ ଜଣାଶୁଣା ବିଶ୍ୱ ମାର୍କେଟିଂ ସଂସ୍ଥାର ହିସାବ ଅନୁସାରେ ଦେଶର ୧୪୦କୋଟି ଲୋକଙ୍କ ଭିତରୁ ୧୦୦ କୋଟି ଲୋକଙ୍କର ଅବସ୍ଥା ଏପରି ରହିଛି ଯେ, ଆବଶ୍ୟକ ଦୈନନ୍ଦିନ ଖାଉଟି ପଦାର୍ଥ କିଣିବା ମଧ୍ୟ ସେମାନଙ୍କ ପାଖରେ ସମ୍ଭବ ହେଉନାହିଁ। ୪୦କୋଟି ଲୋକଙ୍କ ହାତରେ ଖାଉଟି ବଜାରକୁ ପ୍ରଭାବିତ କଲାପରି ଆୟ ଓ ସୁଯୋଗ ରହିଛି। ଏହି ୪୦କୋଟି ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଇବା ଦିଗରେ ସରକାରଙ୍କ ଅଧିକାଂଶ ବିକାଶମୂଳକ ଅର୍ଥନୀତି କାମ କରୁଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଅର୍ଥନୈତିକ ସର୍ଭେ ଅନୁସାରେ ଦେଶର ଗ୍ରାଜୁଏଟ୍‌ମାନଙ୍କ ଭିତରୁ ମାତ୍ର ଶତକଡ଼ା ୮ଭାଗ ସେମାନଙ୍କ ଯୋଗ୍ୟତା ଅନୁସାରେ ନିଯୁକ୍ତିରେ ଅଛନ୍ତି। ଅନ୍ୟ ଗ୍ରାଜୁଏଟମାନେ ସାଧାରଣ ମଜୁରିଆ ବା ଠିକା ଶ୍ରମିକ ଭାବରେ କାମ କରୁଛନ୍ତି। ଏହି ସର୍ଭେରୁ ଜଣାପଡୁଛି ଯେ, ଆମ ଦେଶର ଶ୍ରମ ଶକ୍ତିର ୮୮.୨ ଭାଗ କମ୍ ମଜୁରୀ ପାଉଥିବା ଶ୍ରେଣୀରେ ଅଣଆନୁଷ୍ଠାନିକ କ୍ଷେତ୍ରରେ କାମ କରୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଭାରତର ଅଧିକାଂଶ ଲୋକଙ୍କର ହାତରେ ଜିନିଷ ଖରଦି କରିବା ପରି ଆର୍ଥିକ ଶକ୍ତି ନାହିଁ କିମ୍ବା କାହିଁକି ଉତ୍ପାଦନଭିତ୍ତିକ ନିଯୁକ୍ତିରେ ଅଧିକାଂଶ ଲୋକ କାମ କରିବାର ସୁଯୋଗ ପାଉନାହାନ୍ତି ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସନ୍ତୋଷ ପ୍ରକାଶ କରୁଛନ୍ତି ଯେ, ଦେଶରେ ଜିଏସ୍‌ଟି ଆୟ କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ନିକଟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ମହିଳାମାନଙ୍କ ପାଇଁ ବିଭିନ୍ନ ସ୍କିମ୍‌ରେ ଅର୍ଥ ବ୍ୟୟ କରା ଯାଉଥିବାରୁ ତାହାର ଫଳ ହୁଏତ ଜିଏସ୍‌ଟିରେ ପ୍ରତିଫଳିତ ହେଉଛି । ଯେପରି ଓଡ଼ିଶାରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୫ହଜାର କୋଟି ଟଙ୍କା ବଣ୍ଟାଯିବା ପରେ ଜିଏସ୍‌ଟି ଆଦାୟ ବଢ଼ିବା ସ୍ୱାଭାବିକ। ସେହିପରି ଧାନ ଖରଦିରେ ଚଳିତ ବର୍ଷ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଯେଉଁଥିରେ ରାଜ୍ୟ ସରକାରଙ୍କର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ରହିଛି ସେଥିରେ ମଧ୍ୟ ଗ୍ରାମାଞ୍ଚଳରେ ଜିନିଷପତ୍ର କାରବାର ବଢ଼ିଛି । ଏପରିକି ଏହି ଖରିଫ୍ ଧାନ ସଂଗ୍ରହ ସମୟରେ ରାଜ୍ୟରେ ମଦ ବ୍ୟବହାର ଯାହା ପୂର୍ବରୁ ଏହି ସମୟରେ ଶତକଡ଼ା ୫ଭାଗ ବଢୁଥିଲା ଏଥର ତାହା ଶତକଡ଼ା ୧୫ ରୁ ୨୦ ଭାଗ ବଢ଼ିବା ଅନୁମାନ କରାଗଲାଣି। କିନ୍ତୁ ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍‌ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ। ବାସ୍ତବରେ ସେହିସବୁ ଦେଶ ବ୍ୟାଙ୍କ ଜରିଆରେ ଲୋକମାନଙ୍କ ହାତକୁ ଆର୍ଥିକ କ୍ଷମତା ବଣ୍ଟନର ଅନେକ ସୂତ୍ର ଓ ସ୍କିମ୍‌ମାନ ପରିଚାଳନା କରୁଛନ୍ତି । ଆଧୁନିକ ଓ କ୍ରିୟାଶୀଳ ବା ଗତିଶୀଳ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜରିଆରେ ବ୍ୟାଙ୍କ ସେବାକୁ ଏପରି ବ୍ୟବହାର କରାଯାଉଛି, ଯେଉଁଠାରେ ଏହି କ୍ଷେତ୍ରରେ ଉତ୍ପାଦନ ଅଭିମୁଖୀ କାର୍ଯ୍ୟରେ ଲିପ୍ତ ବା ନିଯୁକ୍ତପ୍ରାପ୍ତ ଶ୍ରମିକମାନେ ଆୟବୃଦ୍ଧି କରିପାରୁଛନ୍ତି। ଏହିସବୁ ଉଦ୍ୟୋଗମାନଙ୍କୁ ବ୍ୟାଙ୍କଗୁଡ଼ିକ ରିହାତି ଓ ସୁବିଧା ଭାବରେ ଋଣ ସହାୟତା ପ୍ରଦାନ କରି ସେମାନଙ୍କର ଅଗ୍ରଗତିକୁ ବରାବର ମନିଟରିଂ କରୁଛନ୍ତି।

ଏସିଆନ୍ ଡେଭେଲପ ବ୍ୟାଙ୍କ ଦ୍ୱାରା ୨୦୨୨ରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଜାପାନରେ ମୋଟ୍ ନିଯୁକ୍ତିର ୭୦ଭାଗ ଏହି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରୁ ଆସୁଛି। କୋରିଆରେ ଏହି ସଂଖ୍ୟା ଶତକଡ଼ା ୮୯ ହୋଇଥିବା ସମୟରେ ଚୀନ୍‌ରେ ତାହା ଶତକଡ଼ା ୯୦ ଭାଗ। କିନ୍ତୁ ଭାରତରେ ଏହି କ୍ଷେତ୍ରରେ ମାତ୍ର ୪୦ ଭାଗ ଶ୍ରମିକ ନିଯୁକ୍ତି ପାଇପାରୁଛନ୍ତି। ଅବଶ୍ୟ ଭାରତରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କୁହାଯାଉଥିବା ଉଦ୍ୟୋଗର ଅଧିକାଂଶ ଭାଗ ହେଉଛନ୍ତି ଅଣୁ ଉଦ୍ୟୋଗ। ଏହି କ୍ଷେତ୍ରକୁ ବ୍ୟାଙ୍କମାନଙ୍କର ସହାୟତା ବା ଋଣ ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍। ଚୀନ୍‌ରେ ଏହି କ୍ଷେତ୍ରରେ ଥିବା ବକେୟା ଋଣ ପରିମାଣ ତାହାର ଜିଡିପିର ୧୨୦ ପ୍ରତିଶତ। ଜାପାନ ଓ କୋରିଆରେ ଏହି କ୍ଷେତ୍ରକୁ ବ୍ୟାଙ୍କମାନଙ୍କ ସହଯୋଗ ପ୍ରାୟ ଦେଶର ଜିଡିପି ସହିତ ସମାନ। କିନ୍ତୁ ଭାରତରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ବ୍ୟାଙ୍କମାନଙ୍କର ବକେୟା ଋଣ ଦେଶର ଜିଡିପିର ମାତ୍ର ଶତକଡ଼ା ୮ ଭାଗ। ଏହି କ୍ଷେତ୍ରକୁ ବ୍ୟାଙ୍କମାନଙ୍କର ସହଯୋଗିତା ରହୁନଥିବାରୁ ସେମାନେ ଚାହିଁଲେ ମଧ୍ୟ ଆଧୁନିକ ବିଜ୍ଞାନ ଓ କାରିଗରୀ ଜ୍ଞାନକୁ ନେଇ ଏହି ଉଦ୍ୟୋଗକୁ ପ୍ରତିଯୋଗିତାମୂଳକ କରିପାରୁ ନାହାନ୍ତି। ଏହି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ବ୍ୟାଙ୍କ ଋଣର ଖାଦ୍ୟ ଉଦ୍ୟୋଗକୁ ଛାଡ଼ି ମାତ୍ର ଶତକଡ଼ା ୫ ରହିଛି। କିନ୍ତୁ ଏହି କ୍ଷେତ୍ରକୁ ୧୯୯୦-୯୧ ରେ ବ୍ୟାଙ୍କ ଋଣର ଶତକଡ଼ା ୧୫ ଭାଗ ପ୍ରଦାନ କରାଯାଉଥିଲା। ଏହା ଉପରେ ସୁଧହାର ମଧ୍ୟ ହାରାହାରି ୧୧ ଭାଗରୁ ଅଧିକ। କିନ୍ତୁ ଚୀନ୍‌ରେ ଏହି ଉଦ୍ୟୋଗକୁ ଋଣ ରୂପରେ ମାତ୍ର ୪ ଭାଗ ସୁଧ ପ୍ରଦାନ କରାଯାଉଛି। ଭାରତର ବ୍ୟାଙ୍କଗୁଡ଼ିକ ବଡ଼ ବଡ଼ ସଂସ୍ଥାମାନଙ୍କୁ ଅଧିକ ଋଣ ପ୍ରଦାନ କରୁଛନ୍ତି। ଏହି ସଂସ୍ଥାମାନଙ୍କ ଉପରେ ପଡ଼ି ରହୁଥିବା ବକେୟା ଋଣକୁ ଛାଡ଼ ମଧ୍ୟ କରାଯାଉଛି।ଏହିପରି କ୍ଷେତ୍ରକୁ ପ୍ରାୟ ୧୦ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ଭାରତର ବଡ଼ ବଡ଼ ପୁଞ୍ଜିପତି ବା ବିଲିଓନାର୍ଙ୍କର ଅଧିକାଂଶ ସମ୍ପତି ସରକାରୀ ସହାୟତାରେ ମିଳୁଥିବା ଖଣି ଭଳି ସୂତ୍ରରୁ ମିଳୁଥିବାରୁ ଏହିସବୁ ସଂସ୍ଥାଗୁଡ଼ିକ ଅତି ସହଜରେ ବଡ଼ ହୋଇଯାଉଛନ୍ତି। ଦେଶର ଅଧିକାଂଶ ରାଜନୈତିକ ପୁଞ୍ଜି ଏହି କ୍ଷେତ୍ରରୁ ଆସୁଛି। ଓଡ଼ିଶାରେ ଖଣି କ୍ଷେତ୍ରରୁ କେଉଁ ପରିମାଣରେ ଅର୍ଥ ରାଜନୈତିକ ଦଳମାନଙ୍କୁ ଆସୁଛି ତାହା ତର୍ଜମା କଲେ ଏପରି କର୍ପୋରେଟ୍ ଓ ରାଜନୈତିକ ମେଣ୍ଟର ପ୍ରକୃତ ଚରିତ୍ର ପରିଷ୍କାର ହୋଇଯିବ ।

ନିକଟରେ ଭାରତୀୟ ଅର୍ଥନୀତି ପ୍ରତି ଏକ ବଡ଼ ବିପଦ ଭାବରେ ଆମେରିକାର ବାଣିଜ୍ୟ ଯୁଦ୍ଧ ଯୋଗୁ ଦେଖାଦେଇଛି । ଅବଶ୍ୟ ଟ୍ରମ୍ପ ଆସିବା ପୂର୍ବରୁ ଭାରତୀୟ ପୁଞ୍ଜି ବଜାରରେ ସଂକଟର ସୂତ୍ରପାତ ହୋଇଛି । ଗତ ୫ମାସ ମଧ୍ୟରେ ଭାରତୀୟ ପୁଞ୍ଜି ବଜାରରୁ ନିବେଶକ ମାନଙ୍କର ପ୍ରାୟ ୯୩ ଲକ୍ଷ କୋଟି ଟଙ୍କା ଗାଏବ ହୋଇଯାଇଛି । ଭାରତୀୟ ଷ୍ଟକ୍ ମାର୍କେଟ ନିମ୍ନଗାମୀ ହେଉଥିବା ସମୟରେ ଭାରତୀୟ ମୁଦ୍ରା ବିନିମୟରେ ଡଲାର ମୂଲ୍ୟ ବଢ଼ି ବଢ଼ି ଚାଲିଛି । ଏବେ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୭.୫ ଟଙ୍କାରେ ପହଞ୍ଚିଗଲାଣି। ଅନେକ କହୁଛନ୍ତି ଯେ, ଭାରତୀୟ ଷ୍ଟକ୍ ମାର୍କେଟ ଅନାବଶ୍ୟକ ଭାବେ ବଢ଼ିଯାଇଥିବାରୁ ଏବେ ତାହାର କରେକ୍ସନ୍ ହୋଇ ଷ୍ଟକ୍ ମାର୍କେଟ ମୂଲ୍ୟ ଦ୍ରୁତ ଗତିିରେ କମୁଛି । କିନ୍ତୁ ଅସଲ କଥା ହେଉଛି ବାହାର ପୁଞ୍ଜି ନିବେଶକାରୀ ଭାରତୀୟ ବଜାର ଉପରୁ ବିଶ୍ୱାସ ହରାଇ ଆମେରିକା ଓ ଚୀନ୍ ଆଡକୁ ଚାଲିଛନ୍ତି । ଏପରି ଅବସ୍ଥାରେ ଟ୍ରମ୍ପ ଯେଉଁ ପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କରି ସେ ଦେଶକୁ ଯାଉଥିବା ପ୍ରତ୍ୟେକ ପଦାର୍ଥ ଉପରେ ଉଚ୍ଚ ଧରଣର ତାରିଫ୍ ଘୋଷଣା କରିଛନ୍ତି ଓ ଭାରତକୁ ଆସୁଥିବା ଆମେରିକୀୟ ଦ୍ରବ୍ୟ ଉପରେ ଟିକସ କମାଇବା ପାଇଁ ଚାପ ଦେଉଛନ୍ତି, ତାହାର ପ୍ରଭାବ ଭାରତୀୟ ବଜାର ଓ ଶିଳ୍ପ ଉପରେ କିପରି ପଡ଼ିବ ତାହାର ଆଲୋଚନା ଜରୁରୀ ହୋଇପଡ଼ିଛି। ଟ୍ରମ୍ପଙ୍କର କୌଣସି ବକ୍ତବ୍ୟରେ ଭାରତ ଏପର୍ଯ୍ୟନ୍ତ ପ୍ରତିବାଦ କରିନାହିଁ ବା ଭାରତ ପକ୍ଷର ଆଭିମୁଖ୍ୟକୁ ସ୍ପଷ୍ଟ କରିନାହିଁ । ଗୋଟିଏ ପକ୍ଷରେ ଚୀନ୍ ଯାହାକୁ ଭାରତ ଏକ ଶତ୍ରୁରାଷ୍ଟ୍ର ଭାବରେ ବିଚାର କରୁଛି ସେହି ଦେଶରୁ ଭାରତକୁ ସର୍ବାଧିକ ଦ୍ରବ୍ୟ ଆମଦାନୀ ହେଉଛି। ଚୀନ୍ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ପ୍ରତିବର୍ଷ ବଢ଼ି ବଢ଼ି ଚାଲିଛି । ଏପରି ଅବସ୍ଥାରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଯେଉଁ ଘୋଷଣା କରାଯାଉଛି, ସେଥିରେ ଠିକଣାମାର୍ଗ ନେଇ କୌଣସି ଚିନ୍ତା ଆସୁନାହିଁ। ଦେଶର ୧୦୦ କୋଟି ଜନସାଧାରଣ ଏବେ ବି ଏପରି ଅବସ୍ଥାରେ ଅଛନ୍ତି, ଯେଉଁମାନେ ମାଗଣା ରାସନ୍ ସହିତ କିଛି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଜୀବନ ଅତିବାହିତ କରୁଛନ୍ତି। ଦେଶର ଅର୍ଥନୀତି ବିଶାରଦ ଓ କେନ୍ଦ୍ର ସରକାର ଏହି ଚ୍ୟାଲେଞ୍ଜକୁ କିପରି ଦେଖୁଛନ୍ତି ଓ ଦେଶ ପାଇଁ ବିକାଶର ମାର୍ଗ କ’ଣ ହେବା ଉଚିତ୍ ସେ ସମ୍ପର୍କରେ ସ୍ପଷ୍ଟ ଭାବରେ କହିବାର ଆବଶ୍ୟକତା ଅଛି। କେବଳ ଧର୍ମ ବା ଅତୀତ ନାମରେ ଅସଲ ସମସ୍ୟାକୁ ଦୂରେଇ ଦେଇ ହେବ ନାହିଁ।

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story