ଚୀନର ‘ଶୂନ କୋଭିଡ଼’ ନୀତି ଓ ତା’ର ପ୍ରଭାବ

ସରଳ କୁମାର ଦାସ ଚୀନର ସିନଜିଆଙ୍ଗ ଅଞ୍ଚଳର ରାଜଧାନୀ ଉରୁମକିର ଏକ ବହୁତାଲା ଅଟ୍ଟାଳିକାରେ ନିଆଁ ଲାଗି ୧୦ ଜଣ ଲୋକ ମୃତ୍ୟୁବରଣ କରିବା ପରେ ଏହି ମୃତ୍ୟୁ ଅତ୍ୟଧିକ କୋଭିଡ କଟକଣା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କ ପଥରୋଧ କରାଯାଇଥିବାରୁ ଓ ଅନ୍ତେବାସୀଙ୍କ ବାହାରକୁ ବାହାରିବାର ବାଟକୁ ଓଗାଳିଥିବା କାରଣରୁ ହୋଇଥିଲା ବୋଲି ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା। ଫଳରେ ଜନ ଅସନ୍ତୋଷ ତୀବ୍ର ହୋଇ ଦେଶବ୍ୟାପୀ ବିଭିନ୍ନ ସହରରେ ପ୍ରଦର୍ଶନମାନ ଆୟୋଜିତ ହେବାକୁ ଲାଗିଲା। […]

Corona

Corona

Debendra Prusty
  • Published: Thursday, 29 December 2022
  • Updated: 29 December 2022, 08:47 PM IST

Sports

Latest News

  • ସରଳ କୁମାର ଦାସ

ଚୀନର ସିନଜିଆଙ୍ଗ ଅଞ୍ଚଳର ରାଜଧାନୀ ଉରୁମକିର ଏକ ବହୁତାଲା ଅଟ୍ଟାଳିକାରେ ନିଆଁ ଲାଗି ୧୦ ଜଣ ଲୋକ ମୃତ୍ୟୁବରଣ କରିବା ପରେ ଏହି ମୃତ୍ୟୁ ଅତ୍ୟଧିକ କୋଭିଡ କଟକଣା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କ ପଥରୋଧ କରାଯାଇଥିବାରୁ ଓ ଅନ୍ତେବାସୀଙ୍କ ବାହାରକୁ ବାହାରିବାର ବାଟକୁ ଓଗାଳିଥିବା କାରଣରୁ ହୋଇଥିଲା ବୋଲି ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା। ଫଳରେ ଜନ ଅସନ୍ତୋଷ ତୀବ୍ର ହୋଇ ଦେଶବ୍ୟାପୀ ବିଭିନ୍ନ ସହରରେ ପ୍ରଦର୍ଶନମାନ ଆୟୋଜିତ ହେବାକୁ ଲାଗିଲା। ଏହା ଅସନ୍ତୋଷ ପରିପ୍ରକାଶର ତାତ୍କାଳିକ କାରଣ ହୋଇଥିଲେ ବି ଚୀନ ସରକାରଙ୍କ ‘ଶୂନ କୋଭିଡ ନୀତି’ (ଜିରୋ କୋଭିଡ଼ ପଲିସି) ଯୋଗୁଁ ସେଠାକାର ଲୋକେ ଦୀର୍ଘ ଦିନରୁ ଅତିଷ୍ଠ ହୋଇ ରହିଥିଲେ। କୋଭିଡ଼କୁ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ଚୀନ ସରକାରଙ୍କ ଦ୍ୱାରା ଲଗାଯାଉଥିବା ଲମ୍ୱା ସମୟର ଲକଡ଼ାଉନ, ବ୍ୟାପକ ଟେଷ୍ଟିଂ ଓ ଅନ୍ୟାନ୍ୟ ମାତ୍ରାଧିକ ପ୍ରତିବନ୍ଧ ବିରୁଦ୍ଧରେ ସେଠାକାର ବିଭିନ୍ନ ସହରରେ ବିକ୍ଷୋଭ, ପ୍ରଦର୍ଶନମାନ ହେବା ଚୀନ ଭଳି ଦେଶରେ କଳ୍ପନାତୀତ। ଚୀନରେ ୧୯୮୯ରେ ହୋଇଥିବା ‘ତିଆନାନମେନ ସ୍କୋୟାର’ ପ୍ରତିବାଦ ପରେ ଏହା ସବୁଠାରୁ ବଡ଼ ପ୍ରତିବାଦର ଢେଉ ବୋଲି କୁହାଯାଉଛି। ଜନସାଧାରଣଙ୍କ ଚାପରେ ଏହି ନୀତିକୁ କେତେକାଂଶରେ କୋହଳ କରାଯାଇଥିବାରୁ ସେହି ନୀତିର କାର୍ଯ୍ୟକାରିତା ନେଇ ଏବେ ପ୍ରଶ୍ନ ଉଠୁଛି। ଚୀନରେ କୋଭିଡ଼ର ନୂତନ ଲହର ସାଂଘାତିକ ରୂପ ଧାରଣ କରିଥିବାରୁ ସେଠାକାର ଶୂନ କୋଭିଡ଼ ନୀତି ଓ ଏହାର ଅସଫଳତା ପଛର କାରଣ ସମ୍ପର୍କରେ ଜାଣି ସେଥିରୁ ଉଚିତ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି।

‘ଶୂନ କୋଭିଡ଼’ ନୀତିରେ ସଂକ୍ରମଣର ସ୍ତରକୁ ଶୂନ ବା ତା’ ଆଖପାଖରେ ରଖିବା ପାଇଁ ଚୀନରେ ଗଣ ପରୀକ୍ଷା (ମାସ୍ ଚେଷ୍ଟିଂ), ସରକାରୀ ସଙ୍ଗରୋଧ ବ୍ୟବସ୍ଥା, ସହରବ୍ୟାପୀ କଠୋର ଲକଡ଼ାଉନ ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଗଲା। ୨୦୧୯ରେ ଉହାନଠାରେ କୋଭିଡ଼ ଭାଇରସର ସଂକ୍ରମଣ ଆରମ୍ଭ ହେବା ମାତ୍ରେ ସେଠାକାର ପ୍ରାୟ କୋଟିଏ ଲୋକଙ୍କୁ ଚାନ ପ୍ରଥମ କରି ଲକଡ଼ାଉନରେ ବନ୍ଦ କରି ରଖିଦେଇ ବିଶ୍ୱବାସୀଙ୍କୁ ଚକିତ କରିଥିଲା। ଆମେରିକା ଭଳି ଦେଶରେ କୋଭିଡ ଯୋଗୁଁ ୧୦ ଲକ୍ଷରୁ ଅଧିକ ଲୋକ ମରିଥିବା ବେଳେ ଉପରୋକ୍ତ ନୀତିର ଅନୁସରଣ କରି ଚୀନ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟାକୁ ମାତ୍ର ୧୬୦୦୦ ମଧ୍ୟରେ ସୀମିତ କରିପାରିଥିବାର ଦାବି କରୁଥିଲା। ପ୍ରାଥମିକ ସ୍ତରରେ ସରକାରଙ୍କ ପଦକ୍ଷେପକୁ ଲୋକମାନେ ଗ୍ରହଣ କରିଥିଲେ ବି ଭାଇରସ ଅଧିକ ସଂକ୍ରମଣଯୋଗ୍ୟ ହେଲା। ଏହାର ସଂକ୍ରମଣକୁ ରୋକି ହେଲା ନାହିଁ ଓ ଚୀନର ବିଭିନ୍ନ ଅଞ୍ଚଳକୁ ଏହା ବ୍ୟାପିବାକୁ ଲାଗିଲା। ଫଳରେ ସରକାର ମଧ୍ୟ ଅଧିକ ସଂଖ୍ୟାରେ ଆହୁରି କଡ଼ାକଡ଼ି ଭାବେ ଲକଡ଼ାଉନ ଲାଗୁ କରିବାକୁ ଲାଗିଲେ। ‘ଶୂନ କୋଭିଡ’ ନୀତିରେ ଅଞ୍ଚଳ ଭିତ୍ତିରେ ପଦକ୍ଷେପଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିଲେ ବି ମୋଟାମୋଟି ଲକଡ଼ାଉନ, ଟ୍ରେସିଂ, ଗଣ ପରୀକ୍ଷା ଓ ସଙ୍ଗରୋଧ ଭଳି ପଦକ୍ଷେପଗୁଡ଼ିକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହି ନୀତି ଯୋଗୁଁ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ ହୋଇଥିଲେ ବି ତା’ର ଅନେକ କୁପରିଣାମ ମଧ୍ୟ ଦେଖିବାକୁ ମିଳିଥିଲା। ଚୀନରେ କୋଭିଡ଼ ସଂକ୍ରମଣ ବ୍ୟାପକ ହୋଇ ନ ପାରିବାରୁ ଅନ୍ୟ ଦେଶଗୁଡ଼ିକ ପରି ସେଠାକାର ଲୋକଙ୍କ ମଧ୍ୟରେ ସ୍ୱାଭାବିକ ପ୍ରତିରୋଧ ଶକ୍ତି (ନାଚୁରାଲ ଇମ୍ୟୁନିଟି) ବୃଦ୍ଧି ପାଇପାରିଲା ନାହିଁ। ଲକଡ଼ାଉନ ଯୋଗୁଁ ଚୀନର ଉତ୍ତର-ପଶ୍ଚିମରେ ଅବସ୍ଥିତ ୟିନିଙ୍ଗ ଭଳି କେତେକ ସହରରେ ଖାଦ୍ୟ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଉତ୍କଟ ଅଭାବ ଦେଖା ଦେଇଥିଲା। ବିଭିନ୍ନ ସ୍ଥାନକୁ କରିବା ପାଇଁ ଲୋକମାନଙ୍କୁ ବାରମ୍ୱାର ପରୀକ୍ଷାର ସମ୍ମୁଖୀନ ହେବାକୁ ହେଲା, ଯଦ୍ଦ୍ୱାରା ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇ ଲୋକେ ଅତିଷ୍ଠ ହୋଇଉଠିଲେ। ଚୀନରେ ପ୍ରସ୍ତୁତ ଭ୍ୟାକସିନଗୁଡ଼ିକ ଏମଆରଏନଏ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ହୋଇ ନଥିବାରୁ ଅନ୍ୟ ବିଦେଶୀ ଭ୍ୟାକସିନ ତୁଳନାରେ ସେଗୁଡ଼ିକର କାର୍ଯ୍ୟକାରିତା ଅପେକ୍ଷାକୃତ କମ। ଏହା ସତ୍ତ୍ୱେ ଚୀନ କୌଣସି ବିଦେଶୀ ଭ୍ୟାକସିନକୁ ସେଠାରେ ଅନୁମତି ପ୍ରଦାନ କରି ନଥିବାରୁ ଚୀନବାସୀ ଉନ୍ନତ ମାନର ଟୀକା ପାଇବାରୁ ବଞ୍ଚିତ ହେଲେ।

ଚୀନରେ କୋଭିଡ଼ ସଂକ୍ରମଣ ବଢ଼ିବା ଓ ସେଥିଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ ଲକଡ଼ାଉନ ଜାରି ହୋଇ କଳକାରଖାନାଗୁଡ଼ିକୁ ବନ୍ଦ ରଖିବା ଦ୍ୱାରା ସେଠାରେ ଉତ୍ପାଦନ ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଛି। ଏହି ନୀତି ଯୋଗୁଁ ଗମନାଗମନ ଉପରେ ବ୍ୟାପକ କଟକଣା ଲାଗି ଆମଦାନି ଓ ରପ୍ତାନି ଉପରେ କଟକଣା ଲାଗିଲା। ଏଥି ସହ ଦେଶ ଭିତରକୁ ଓ ବାହାରକୁ ଲୋକଙ୍କ ଗମନାଗମନ ଉପରେ ମଧ୍ୟ କଟକଣା ଲାଗି ଅର୍ଥନୀତି ଉପରେ ତା’ର ପ୍ରତିକୂଳ ପ୍ରଭାବ ପଡ଼ୁଛି। ୨୦୨୨ରେ ଚୀନର ମୋଟ ଘରୋଇ ଉତ୍ପାଦର ବିକାଶ ହାର ୩.୨ ପ୍ରତିଶତ ହେଲା ଯାହା ଗତ ୪୦ ବର୍ଷ ମଧ୍ୟରେ ସର୍ବନିମ୍ନ। କଳକାରଖାନାରେ ଉତ୍ପାଦନ ହ୍ରାସ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ବାଧାପ୍ରାପ୍ତ ହୋଇଛି, ଯାହାର ପ୍ରଭାବ କେବଳ ଚୀନ ନୁହେଁ ବରଂ ସାରା ବିଶ୍ୱର ଅର୍ଥନୀତି ଉପରେ ପଡ଼ୁଛି। ଉଲ୍ଲେଖଯୋଗ୍ୟ ଯେ ମୋବାଇଲର ଯନ୍ତ୍ରାଂଶ ହେଉ ବା ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ କେମିକାଲ କମ୍ପାଉଣ୍ଡ ହେଉ, ବିଶ୍ୱର ପ୍ରାୟ ଏକ-ତୃତୀୟାଂଶ ମଧ୍ୟବର୍ତ୍ତୀ ପଣ୍ୟ (ଇଣ୍ଟରମିଡ଼ିଏଟ ଗୁଡସ୍)ର ଉତ୍ପାଦନ ଚୀନରେ ହୋଇଥାଏ। ଏହି ମଧ୍ୟବର୍ତ୍ତୀ ପଣ୍ୟ ଅନେକ କଳକାରଖାନାରେ କଞ୍ଚାମାଲ ରୂପେ ବ୍ୟବହାର ହୋଇଥାଏ। ଭାରତ ସମେତ ଅନେକ ଦେଶର କଳକାରଖାନା ଏଥିପାଇଁ ଚୀନ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି ପଣ୍ୟଗୁଡ଼ିକର ଉତ୍ପାଦନ ହ୍ରାସ ଯୋଗୁଁ ଅନ୍ୟାନ୍ୟ ଦେଶରେ ମଧ୍ୟ କଳକାରଖାନାଗୁଡ଼ିକରେ ଉତ୍ପାଦନ ଅତ୍ୟଧିକ ପ୍ରଭାବିତ ହୋଇଛି। ଅର୍ଥନୀତିଜ୍ଞ ଆଲିସିଆ ଗାର୍ସିଆ ହେରେରୋଙ୍କ ମତରେ ବିଶ୍ୱ ଅର୍ଥନୀତି ଉପରେ ୟୁକ୍ରେନ ଯୁଦ୍ଧର ଯେତିକି କୁପ୍ରଭାବ ପଡ଼ୁଛି ତା’ଠାରୁ ଯଥେଷ୍ଟ ଅଧିକ କୁପ୍ରଭାବ ଚୀନର ଶୂନ କୋଭିଡ଼ ନୀତି ଯୋଗୁଁ ପଡ଼ୁଛି। ଚୀନ ବିଶ୍ୱର ସର୍ବାଧିକ ପେଟ୍ରୋଲିୟମ ଆମଦାନିକାରୀ ଦେଶ ହୋଇଥିବାରୁ ସେଠାରେ ଶୂନ କୋଭିଡ଼ ନୀତି ଯୋଗୁଁ ପେଟ୍ରୋଲିୟମର ଚାହିଦା ହ୍ରାସ ପାଇ ଆମଦାନି ଯଥେଷ୍ଟ କମ ହୋଇଛି। ବିଶ୍ୱ ବଜାରରେ ପେଟ୍ରୋଲିୟମର ଦର ହ୍ରାସ ପାଇବାର ଏହା ଏକ ପ୍ରମୁଖ କାରଣ। ଅବଶ୍ୟ ଏହାଦ୍ୱାରା ଭାରତ ପରି ଅନ୍ୟ ପେଟ୍ରୋଲିୟମ ଆମଦାନିକାରୀ ଦେଶଗୁଡ଼ିକ ପରୋକ୍ଷରେ ଲାଭବାନ ହୋଇଛନ୍ତି।

ଚୀନରେ ସଂକ୍ରମଣ ହାର ଆଖିଦୃଶିଆ ଭାବେ କମି ନ ଥିଲେ ବି ସାଧାରଣ ପରିବହନ ବ୍ୟବସ୍ଥାରେ ଗମନାଗମନ, ବାର, ରେସ୍ତୋରାଁ ଆଦିକୁ ପ୍ରବେଶ କରିବା ଲାଗି ଆବଶ୍ୟକ ହେଉଥିବା ପିସିଆର ଟେଷ୍ଟ ରିପୋର୍ଟ ଏବେ ଅନାବଶ୍ୟକ ହୋଇପଡ଼ିଛି। ବିଭିନ୍ନ ସହରରେ ପ୍ରତିବାଦ ପରେ ଚୀନ ତା’ର ଶୂନ କୋଭିଡ଼ ନୀତିକୁ କୋହଳ କରିବାକୁ ଏକପ୍ରକାର ବାଧ୍ୟ ହୋଇଛି। ତଦନୁଯାୟୀ କୋଭିଡ଼ ଆକ୍ରାନ୍ତ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧ କେନ୍ଦ୍ରରେ ରଖିବା ନୀତିକୁ କୋହଳ କରାଯାଇଛି। ଯେଉଁମାନଙ୍କର କୋଭିଡ଼ର ସ୍ୱଳ୍ପ ବା ଆଦୌ ଲକ୍ଷଣ ନ ଥିବ ସେମାନଙ୍କୁ ଘରେ ନିଃସଙ୍ଗ ଭାବେ ରହିବାର ଅନୁମତି ଦିଆଯାଉଛି। ଚୀନ ତାର ‘ଶୂନ କୋଭିଡ଼’ ନୀତିର ସଫଳତାର ଡିଣ୍ଡିମ ପିଟି ଏହି ନୀତି ପାଇଁ ପଶ୍ଚିମୀ ଦେଶଙ୍କ ତୁଳନାରେ ଚୀନରେ କୋଭିଡ଼କୁ ନିୟନ୍ତ୍ରଣ ଭିତରେ ରଖାଯାଇପାରିଛି ବୋଲି କହୁଥିଲା। ‘ଶୂନ କୋଭିଡ’ ନୀତିର ଲକ୍ଷ୍ୟ ଥିଲା ପ୍ରତି ସଂକ୍ରମଣର ଲହରୀରେ ନୂଆ ସଂକ୍ରମଣକୁ ଶୂନ ବା ତା’ ଆଖପାଖ ସ୍ତରରେ ରଖିବା। କିନ୍ତୁ କଡ଼ା କଟକଣା ସତ୍ତ୍ୱେ ସେହି ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ। ତେଣୁ ରୋଗ ଉନ୍ମୁଳନର ଲକ୍ଷ୍ୟକୁ ପରିହାର କରି ଚୀନର ଏବେ ନୂଆ ଲକ୍ଷ୍ୟ ହୋଇଛି ଭାଇରସ ସଂକ୍ରମଣକୁ ମନ୍ଥର କରିବା। ସେଥିଲାଗି ଭାଇରସ ସଂକ୍ରମଣ ଉପରେ ନଜର ରଖି ଗୁରୁତର ଅସୁସ୍ଥତା ଓ ମୃତ୍ୟୁକୁ ହ୍ରାସ କରିବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ହେବ। ଆବଶ୍ୟକ ସ୍ଥଳେ କଟକଣା ଲାଗିବ, କିନ୍ତୁ ଏଣିକି ସହରଗୁଡ଼ିକୁ ଖୋଲା ରହିବା ପାଇଁ ଆଉ କୋଭିଡ଼ ସଂକ୍ରମଣକୁ ଶୂନ ସ୍ତରକୁ ଆଣିବା ଦରକାର ହେବ ନାହିଁ। ତେବେ ନୀତିରେ ଏହି ପରିବର୍ତ୍ତନକୁ ମନ୍ଥର ଭାବେ ଲାଗୁ କରା ନ ଗଲେ ଚୀନରେ ସଂକ୍ରମଣରେ ହଠାତ୍ ବୃଦ୍ଧି ପାଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞଙ୍କ ମତ। ‘ଶୂନ କୋଭିଡ଼’ ନୀତିରେ ଲାଗୁ ହୋଇଥିବା କଡ଼ା କଟକଣା ଯୋଗୁଁ ଚୀନର ଅର୍ଥନୀତି ଗୁରୁତର ଭାବେ ବାଧାପ୍ରାପ୍ତ ହେବା ସହ ଅସଂଖ୍ୟ ଲୋକ ସେମାନଙ୍କ ଜୀବିକା ହରାଇଥିବାର ଅଜସ୍ର ପ୍ରମାଣ ସତ୍ତ୍ୱେ ସି ଜିନପିଙ୍ଗ ଏହି ନୀତିକୁ ତାଙ୍କ ନିଜସ୍ୱ ନୀତି ବୋଲି ଗର୍ବ ଅନୁଭବ କରି ତାକୁ ଏକ ପ୍ରତିଷ୍ଠାର ପ୍ରଶ୍ନ କରି ସାରିଥିବାରୁ ସେଥିରୁ ଓହରିବାର କୌଣସି ସମ୍ଭାବନା ନାହିଁ ବୋଲି କହି ଆସୁଥିଲେ। ହେଲେ ଦେଶବ୍ୟାପୀ ପ୍ରତିବାଦ ଓ ଜନ ଅସନ୍ତୋଷ ତାଙ୍କୁ ଶେଷରେ ତାଙ୍କ ନୀତିରୁ ଓହରି ଆସିବାକୁ ବାଧ୍ୟ କଲା। ଶୂନ କୋଭିଡ ନୀତି ଯୋଗୁଁ ହତାଶାର ସ୍ତର ବୃଦ୍ଧି ପାଇ ରାଜନୈତିକ ସଂସ୍କାର ପାଇଁ ଦାବି ଉଠିଲାଣି। ଏହା ସି ଜିନପିଙ୍ଗଙ୍କ ଲୋକପ୍ରିୟତା ପ୍ରତି ଆଞ୍ଚ ଆଣିବା ସହ କିଛି ଲୋକ ତାଙ୍କ କ୍ଷମତାରୁ ଅପସାରଣ କଥା କହିଲେଣି।

ଭବିଷ୍ୟତରେ ମହାମାରୀ ପରିଚାଳନା ପାଇଁ ଚୀନର ‘ଶୂନ କୋଭିଡ଼ ନୀତି’ର ଅସଫଳତାରୁ ଅନ୍ତତଃ କେତୋଟି ଶିକ୍ଷା ମିଳିପାରିଲା। ମହାମାରୀ ପରିଚାଳନାର ସମସ୍ତ ଦାୟିତ୍ୱ କେବଳ ରାଷ୍ଟ୍ର କୈନ୍ଦ୍ରିକ ହୋଇ ସମସ୍ତ କଟକଣା ଲୋକଙ୍କ ଉପରେ ଜୋର ଜବରଦସ୍ତ ଲଦି ଦେବା ଉଚିତ ନୁହେଁ। ଏଥିପାଇଁ ବ୍ୟକ୍ତି ଓ ସମାଜକୁ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ଲାଗି ପ୍ରେରିତ କରାଯିବା ଆବଶ୍ୟକ। ମାସ୍କ ପିନ୍ଧିବା, ହାତ ଧୋଇବା, ବାୟୁ ଚଳାଚଳକୁ ସୁନିଶ୍ଚିତ କରିବା, ଗହଳି କମ କରିବା ଓ ଗହଳି ସ୍ଥାନକୁ ନଯିବା ଭଳି ବ୍ୟକ୍ତିର ଉଚ୍ଚତର କର୍ତ୍ତବ୍ୟକୁ ସୁନିଶ୍ଚିତ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବାରେ ସାମାଜିକ ଅନୁଷ୍ଠାନଗୁଡ଼ିକ ଏକ ବଡ଼ ଭୂମିକା ନିର୍ବାହ କରିପାରିବେ। କୋଭିଡ଼ ଭାଇରସ ତ ରହିବ, ତେଣୁ ସଂକ୍ରମଣର ବିପଦ ବି ରହିବ। ଆମକୁ ଭାଇରସଙ୍କ ସହ ବଞ୍ଚି ଶିଖିବାକୁ ହେବ। ସୁଚିନ୍ତିତ ଭାବେ ପରିଚାଳନା କରି କୋଭିଡ ସଂକ୍ରମଣକୁ ସୀମିତ କରାଯାଇ ପାରିବ। ଯେହେତୁ ବିପଦର ସୁପରିଚାଳନା କରିବା ସମ୍ଭବ, ତେଣୁ ଲକଡ଼ାଉନ ଭଳି ପରିଚାଳନାଯୋଗ୍ୟ ସବୁ କିଛି କଟକଣା ଓ ପଦକ୍ଷେପକୁ ଠିକ୍ ରୂପେ ଉଚିତ ଢଙ୍ଗରେ ପରିଚାଳନା କରାଯିବା ଦରକାର। ସାଧାରଣ ନାଗରିକଙ୍କୁ ଅସୀମ କଟକଣା ମଧ୍ୟରେ ଦୀର୍ଘ ଦିନ ଧରି ରହିବାକୁ ବାଧ୍ୟ କରାଗଲେ ତା’ର ଫଳ ମଧ୍ୟ ଓଲଟା ହୋଇପାରେ। ଆବଶ୍ୟକ ଓ ଉପଯୁକ୍ତ ସ୍ଥଳରେ ତାହା ଉଚିତ ମାତ୍ରାରେ କୋହଳ କରା ନ ଗଲେ ଜନ ଅସନ୍ତୋଷ କୁହୁଳି ବିପଜ୍ଜନକ ରୂପ ନେବା ଅବଶ୍ୟମ୍ଭାବୀ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story