ଦିଗଦର୍ଶନହୀନ ରାଜ୍ୟ କଂଗ୍ରେସରେ ନିରାଶାର ବାତାବରଣ!

କଂଗ୍ରେସ ପରି ଏକ ପୁରୁଖା ଦଳ ସହିତ ଆଦୌ କାମ କରିନଥିବା ବ୍ୟକ୍ତି, ସିଏ ଯିଏ ହୁଅନ୍ତୁ ନା କାହିଁକି, ହଠାତ୍ ତୁଙ୍ଗ ନେତୃତ୍ୱ ହାସଲ କଲେ କିପରି? ଆଶ୍ଚର୍ଯ୍ୟର କଥା, ବିଜୟ ପଟ୍ଟନାୟକ ବର୍ତ୍ତମାନର ରାଜ୍ୟ ସରକାରରେ ଥିବା ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭାବେ ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ୱ ଓ ମୁଖ୍ୟ ଶାସନ ସଚିବ ପାହ୍ୟାରେ ୩ ବର୍ଷରୁ ଅଧିକ କାମ କାମ କରିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ମାନବାଧିକାର କମିଶନର ସଦସ୍ୟ ଓ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ କାମ କରିଛନ୍ତି।

Bijaya Patnaik Addressing Media

Bijaya Patnaik Addressing Media

Debendra Prusty
  • Published: Friday, 28 April 2023
  • Updated: 28 April 2023, 04:46 PM IST

News Highlights

  • ବେଦାନ୍ତର ନିୟମଗିରି ପ୍ରକଳ୍ପକୁ ବିରୋଧ କରିଥିଲେ ରାହୁଳ ଗାନ୍ଧୀ, ସମର୍ଥନ କରିଥିବା ସରକାରର ଅଂଶ ଥିଲେ ବିଜୟ ପଟ୍ଟନାୟକ।
  • ବେଦାନ୍ତର ପୁରୀ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ବିରୋଧ କରିଥିଲେ ରାଜ୍ୟ କଂଗ୍ରେସର ଅନେକ ନେତା, ସମର୍ଥନ କରିଥିବା ସରକାରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲେ ବିଜୟ ପଟ୍ଟନାୟକ।
  • ଏବେ ବେଦାନ୍ତ ଓ ଓଡ଼ିଶା ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଛାଟ ଏବଂ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ପରେ ବେଦାନ୍ତ ପ୍ରସଙ୍ଗରେ କ’ଣ କହିବ ଦଳ?

Sports

Latest News

ଶରତ ପଟ୍ଟନାୟକ ଗତ ବର୍ଷ ମଇ ମାସରେ ରାଜ୍ୟ କଂଗ୍ରେସର ସଭାପତି ମନୋନୀତ ହେବା ପରେ ଦଳର ତଥାକଥିତ ସାଂଗଠନିକ ନିର୍ବାଚନ ହୋଇ ଜାତୀୟ ସ୍ତରରେ ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ସଭାପତି ହେବା ସମୟରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତାବ ଜରିଆରେ ରାଜ୍ୟ ସାଂଗଠନିକ କର୍ମକର୍ତ୍ତା ଓ କମିଟି ମନୋନୟନ ଦାୟିତ୍ୱ ଏଆଇସିସିକୁ ହସ୍ତାନ୍ତର କରାଯାଇଥିଲା। ନୂଆ କମିଟି କର୍ମକର୍ତ୍ତା ମନୋନୟନ ପୂର୍ବରୁ ଶରତ ପଟ୍ଟନାୟକ ସଭାପତି ଭାବରେ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ସମୟରେ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ହଠାତ୍ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ମନୋନୀତ ହେଲେ। ଏଥିରୁ ଗୋଟିଏ ଧାରଣା ହେଲା ଯେ ଶରତ ପଟ୍ଟନାୟକଙ୍କ ସହିତ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ତୁଙ୍ଗ ନେତୃତ୍ୱ ଭାବରେ ଗ୍ରହଣ କରାଯାଇଛି।

କଂଗ୍ରେସ ପରି ଏକ ପୁରୁଖା ଦଳ ସହିତ ଆଦୌ କାମ କରିନଥିବା ବ୍ୟକ୍ତି, ସିଏ ଯିଏ ହୁଅନ୍ତୁ ନା କାହିଁକି, ହଠାତ୍ ତୁଙ୍ଗ ନେତୃତ୍ୱ ହାସଲ କଲେ କିପରି? ଆଶ୍ଚର୍ଯ୍ୟର କଥା, ବିଜୟ ପଟ୍ଟନାୟକ ବର୍ତ୍ତମାନର ରାଜ୍ୟ ସରକାରରେ ଥିବା ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭାବେ ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ୱ ଓ ମୁଖ୍ୟ ଶାସନ ସଚିବ ପାହ୍ୟାରେ ୩ ବର୍ଷରୁ ଅଧିକ କାମ କାମ କରିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ମାନବାଧିକାର କମିଶନର ସଦସ୍ୟ ଓ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ କାମ କରିଛନ୍ତି। ଏଥିରୁ ଅବସର ନେଇ ସେ ସିଧାସଳଖ ବିବାଦୀୟ ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ମୁଖ୍ୟ ଭାବରେ ୩ ବର୍ଷ କାମ କରିଛନ୍ତି। ଯଦିଓ କଂଗ୍ରେସ ନେତୃତ୍ୱ ଭଲ ଭାବରେ ଜାଣିଥିଲେ ଯେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଏମ୍ଓୟୁଠାରୁ ଆରମ୍ଭ କରି ଜମି ଅଧିଗ୍ରହଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଭାବରେ ବିଜୟ ପଟ୍ଟନାୟକ ହିଁ କରିଥିଲେ। ସେଥିପାଇଁ ତତ୍କାଳୀନ ଲୋକପାଳ ଏହି ଜମି ଅଧିଗ୍ରହଣ କାରବାରରେ ହୋଇଥିବା ବ୍ୟାପକ ଜାଲିଆତି ସଂପର୍କରେ ଅନୁଧ୍ୟାନ କରି ଯେଉଁ କେତେକ ନିର୍ଦ୍ଦିଷ୍ଟ ସରକାରୀ ଅଫିସରମାନଙ୍କୁ ଦାୟୀ କରିଥିଲେ, ସେମାନଙ୍କ ମଧ୍ୟରେ ବିଜୟ ପଟ୍ଟନାୟକଙ୍କ ନାମ ସର୍ବାଗ୍ରେ ରହିଥିଲା।

ଯଦିଓ ଲୋକପାଳଙ୍କ ରିପୋର୍ଟ ଉପରେ ସରକାର କାର୍ଯ୍ୟାନୁଷ୍ଠାନ କଲେ ନାହିଁ, କିନ୍ତୁ ଓଡ଼ିଶା ହାଇକୋର୍ଟ ଏହି ଜମି ଅଧିଗ୍ରହଣ ମାମଲାର ବିଚାର କରି ୨୦୧୦ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସମୁଦାୟ ଅନୀଲ ଅଗ୍ରୱାଲ୍ ଫାଉଣ୍ଡେସନ୍ ଓ ବେଦାନ୍ତ ବିଶ୍ୱବିଦ୍ୟାଳୟର ଜମି ଅଧିଗ୍ରହଣ କରିବା ପ୍ରକ୍ରିୟା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବେଆଇନ୍ ବୋଲି ଦର୍ଶାଇ ଅଧିଗ୍ରହଣ ପ୍ରକ୍ରିୟାକୁ ବାତିଲ କରିଦେଇଥିଲେ। ଏହି ରାୟ ବିରୋଧରେ ସଂପୃକ୍ତ କମ୍ପାନୀ ସୁପ୍ରିମ କୋର୍ଟକୁ ଗଲାବେଳେ ରାଜ୍ୟ ସରକାର ସେଥିରେ ତାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ୨୦୨୩ ଏପ୍ରିଲ ମାସରେ ଚୂଡ଼ାନ୍ତ ରାୟରେ ହାଇକୋର୍ଟର ରାୟକୁ ସମର୍ଥନ କରିବା ସହିତ ଏହି ଘଟଣାରେ ରାଜ୍ୟ ସରକାର ପ୍ରଥମରୁ ଶେଷ ପର୍ଯ୍ୟନ୍ତ କିପରି ବେଆଇନ୍ ପନ୍ଥାର ଆଶ୍ରୟ ନେଇ ପ୍ରତି କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ଏକ ଠକ କମ୍ପାନୀକୁ ପ୍ରଦର୍ଶନ କରିଛନ୍ତି, ତାହା ଦର୍ଶାଇଛନ୍ତି।

ଯେହେତୁ ବେଦାନ୍ତ ବିରୋଧୀ ଜନ ଆନ୍ଦୋଳନର ନେତୃତ୍ୱ କଂଗ୍ରେସ ଦଳ ପକ୍ଷରୁ ସେତେବେଳେ ନିଆଯାଇଥିଲା ଏବଂ ଏହି ମାମଲାରେ ଯେଉଁମାନେ ଅଦାଲତକୁ ଯାଇଥିଲେ ସେମାନେ କଂଗ୍ରେସ ଦଳର ସମର୍ଥକ ହୋଇଥିବାରୁ କଂଗ୍ରେସ ଦଳ ଏହି ରାୟ ଯୋଗୁ ରାଜନୈତିକ ଦୃଷ୍ଟିରୁ ଯଥେଷ୍ଟ ଲାଭବାନ ହେବା କଥା। କିନ୍ତୁ ଯେହେତୁ ଏହି ରାୟ ପ୍ରକାଶ ପୂର୍ବରୁ ବିଜୟ ପଟ୍ଟନାୟକଙ୍କୁ ଦଳର ଜଣେ ତୁଙ୍ଗ ନେତା ଭାବରେ ଗ୍ରହଣ କରିନିଆଗଲା, ଯିଏକି ବେଦାନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅନୈତିକ କାର୍ଯ୍ୟକ୍ରମରେ ସରକାରଙ୍କ ପକ୍ଷରୁ ମୁଖ୍ୟ ଯୋଗସୂତ୍ର ଥିଲେ ଓ ଯେଉଁଥିପାଇଁ ଅବସର ପରେ ସେହି ସଂସ୍ଥା ତାଙ୍କୁ ବିଶ୍ୱବିଦ୍ୟାଳୟର ମୁଖ୍ୟ ଭାବରେ ନିଯୁକ୍ତି ଦେଇଥିଲା, ସେହେତୁ କଂଗ୍ରେସ ଦଳକୁ ରାୟ ଜନିତ ଫାଇଦା ମିଳିବ ନାହିଁ ବୋଲି ପ୍ରଥମରୁ ସ୍ପଷ୍ଟ ହୋଇଗଲା। ବାସ୍ତବରେ ଯେଉଁ ଅନୀଲ ଅଗ୍ରୱାଲ୍ କମ୍ପାନୀ ବିରୋଧରେ ରାହୁଲ ଗାନ୍ଧି ନିୟମଗିରି ଆନ୍ଦୋଳନ ସମୟରେ ଏକ ମୁଖ୍ୟ ଭୂମିକା ନେବାରୁ ତତ୍କାଳୀନ କଂଗ୍ରେସ ସରକାର ସୁପ୍ରିମକୋର୍ଟରେ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ନେଇ ଯେଉଁ ସତ୍ୟପାଠ ଦେଲେ ତାହା ନିୟମଗିରି ଆନ୍ଦୋଳନକାରୀଙ୍କ ସପକ୍ଷରେ ଗଲା। ବେଦାନ୍ତର ନିୟମଗିରି ପ୍ରକଳ୍ପ ବନ୍ଦ ହୋଇଗଲା। ବର୍ତ୍ତମାନ ଜାତୀୟ ସ୍ତରରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଓ ଆଦାନୀ ପ୍ରକରଣରେ ଯେଉଁ ଆଭିମୁଖ୍ୟ ନେଇଛନ୍ତି, ସେଥିରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ରାୟ ବହୁ ପରିମାଣରେ ସହାୟକ ହୋଇଥାନ୍ତା। କିନ୍ତୁ କଂଗ୍ରେସ ବିଜୟ ପଟ୍ଟନାୟକଙ୍କୁ ଦଳରେ ତୁଙ୍ଗ ସ୍ଥାନ ଦେଇଦେବା ଓ ସେ ନିଜ ପକ୍ଷରୁ ସେତେବେଳେ କରିଥିବା ଭୁଲ ପାଇଁ କ୍ଷମା ନମାଗିବା ଯୋଗୁ କଂଗ୍ରେସର ବକ୍ତବ୍ୟକୁ କେହିବି ଗୁରୁତ୍ୱ ଦେବାକୁ ପ୍ରସ୍ତୁତ ହେଲେନାହିଁ।

ଏହି ସମୟରେ ଦୀର୍ଘ ବ୍ୟବଧାନ ପରେ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସର କର୍ମକର୍ତ୍ତା ମନୋନୟନ କାର୍ଯ୍ୟ ଏପରି କରାଯାଇଛି, ଯାହାକୁ ଦଳର ଅଧିକାଂଶ ନେତା ଓ ସମର୍ଥକ ଆଦୌ ଗ୍ରହଣ କରିପାରୁ ନାହାନ୍ତି। କଂଗ୍ରେସ ଦଳର ଦୁଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ଅଲଗା ଅଲଗା ବିବୃତିରେ କର୍ମକର୍ତ୍ତା ମନୋନୟନକୁ ନିନ୍ଦା କରିଛନ୍ତି। ପ୍ରଥମ କଥା ହେଉଛି ଯେ କମିଟିରେ ସିନିୟର ଉପ-ସଭାପତି, ଉପ-ସଭାପତି, ସାଧାରଣ ସଂପାଦକ, ସଂପାଦକଙ୍କ ସହିତ କାର୍ଯ୍ୟକାରୀ କମିଟି ଓ ମିଡିଆ କମିଟି ଘୋଷଣା କରାଯାଇଛି। ସିନିୟର ଉପ-ସଭାପତି ଭାବରେ ୫ ଜଣ, ଉପ-ସଭାପତି ଭାବେ ୧୨ ଜଣ, ସାଧାରଣ ସଂପାଦକ ଭାବେ ୩୯ ଜଣ, ସଂପାଦକ ୬୧ ଜଣ, କାର୍ଯ୍ୟକାରୀ କମିଟିରେ ୬୭ ଜଣ ଓ ମିଡିଆ କମିଟିରେ ୨୭ ଜଣଙ୍କ ନାମ ରହିଛି। ବାସ୍ତବରେ ଏଥିରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ କଂଗ୍ରେସରେ ନିକଟରେ କେବେ କାମ କରିବାର ରେକର୍ଡ ବି ନାହିଁ। ଦୁଇ ବିଧାୟକ କେବଳ ଏକଥା କହିନାହାନ୍ତି, କଂଗ୍ରେସ ସହିତ ସଂପୃକ୍ତ ଅଧିକାଂଶ ଲୋକଙ୍କ ମତାମତ ମଧ୍ୟ ସେଇଆ। ଏତେଗୁଡ଼ିଏ ବିରାଟ କମିଟି ଓ କର୍ମକର୍ତ୍ତାଙ୍କୁ ଦଳ କିପରି ଦାୟିତ୍ୱ ଦେବ ଓ ସେମାନେ କି କାମ କରିବେ ଜଣାନାହିଁ। ଅସନ୍ତୋଷକୁ ଦୂର କରିବା ପାଇଁ ହୁଏତ ଆଉ କିଛି ନାମ ନେତାଙ୍କ କଥା ଅନୁସାରେ ପ୍ରବେଶ କରିବାର ସମ୍ଭାବନା ରହିଛି। କିନ୍ତୁ ଏପରି ଏକ ବିରାଟ କମିଟି ଓ କର୍ମକର୍ତ୍ତା ମଣ୍ଡଳୀ ପରିଷ୍କାର କରୁଛି ଯେ ଦଳ ଭିତରେ ନୀତି ବା ଶୃଙ୍ଖଳା କିଛି ନାହିଁ।

ସବୁଠାରୁ ବଡ଼କଥା ଯେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପରି ଏକ ପ୍ରସଂଗକୁ କଂଗ୍ରେସ ହରାଇବା ପରେ ଏବେ କ’ଣ କହି ଲୋକମାନଙ୍କ ପାଖକୁ ଯିବ? ସେମାନେ ମନେ ରଖିବା ଉଚିତ୍ ଯେ ଓଡ଼ିଶାରେ ବିଜେଡି ୨୩ ବର୍ଷ ହେଲା କ୍ଷମତାରେ ଅଛି ଓ ୨୦୧୭ ମସିହାରୁ ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭୂମିକାକୁ ଆସିଛି। ଏଣୁ ଉଭୟ ବିଜେଡି ଓ ବିଜେପିକୁ ମୁକାବିଲା କରିବା ସହିତ କଂଗ୍ରେସ ଆଡ଼କୁ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ହେଲେ ଦଳ ପାଇଁ ଓଡ଼ିଶାରେ କି ରଣକୌଶଳ ହେବା ଦରକାର ତାହା ଦଳୀୟ ନେତୃତ୍ୱଙ୍କୁ ଜଣାନାହିଁ। ସେମାନେ ରାଜ୍ୟ ସରକାରଙ୍କ ଯେଉଁ ବିଫଳତା ଦର୍ଶାଉଛନ୍ତି, ସେଗୁଡ଼ିକ ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ମଧ୍ୟ କୁହାଯାଉଛି। ଏଣୁ ବିଜେଡି ଶାସନ ବିରୋଧରେ ଯେଉଁମାନେ ଅସନ୍ତୁଷ୍ଟ ହେବେ ସେମାନେ ବିକଳ୍ପ ଦଳ ଭାବରେ ବିଜେପିକୁ ହିଁ ପ୍ରଥମେ ପସନ୍ଦ କରିବେ। କାରଣ ଏହି ଦଳ କେନ୍ଦ୍ରୀୟ କ୍ଷମତାରେ ଅଛି ଓ ଏହାର କେନ୍ଦ୍ରୀୟ ନେତୃତ୍ୱର ଏକ ଆକର୍ଷଣ ମଧ୍ୟ ଅଛି।

ଅପରପକ୍ଷରେ କିଛି ବର୍ଷ ବ୍ୟବଧାନରେ ରାହୁଲ ଗାନ୍ଧିଙ୍କ ଜରିଆରେ କଂଗ୍ରେସ ଜାତୀୟ ସ୍ତରରେ ଏକ ନେତୃତ୍ୱ ପାଇବାର ସମ୍ଭାବନା ଥିଲେ ମଧ୍ୟ ରାହୁଲ ଗାନ୍ଧିଙ୍କ କୌଣସି ବାର୍ତ୍ତାକୁ ରାଜ୍ୟ କଂଗ୍ରେସ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ। ନିକଟରେ ରାହୁଲ ଗାନ୍ଧି ଜାତି ଜନଗଣନା କଥା କହି ସାମାଜିକ ନ୍ୟାୟର ଯେଉଁ ସ୍ଲୋଗାନ୍ ପ୍ରଦାନ କରୁଛନ୍ତି ତାହା ଲୋହିଆ ଓ ଆମ୍ବେଦକରବାଦୀମାନଙ୍କୁ ମଧ୍ୟ ଆକୃଷ୍ଟ କରିପାରିବ। ଓଡ଼ିଶାରେ ସାମାଜିକ ନ୍ୟାୟରୁ ବଂଚିତ ଦଳିତ, ଆଦିବାସୀ ଓ ପଛୁଆବର୍ଗର ଲୋକଙ୍କ ସଂଖ୍ୟା ପ୍ରାୟ ୯୦ ଭାଗ। କିନ୍ତୁ କଂଗ୍ରେସ ନେତୃତ୍ୱ ଏହି ସ୍ଲୋଗାନ୍ ଦେବାକୁ ଭୟ କରୁଛି। କଂଗ୍ରେସ କମିଟିରେ ଏହି ଗୋଷ୍ଠୀର ସଂଖ୍ୟା ଲୋକ ଅନୁପାତରେ ହେବାର ଏକ ବାର୍ତ୍ତା ଉଦୟପୁର ଚିନ୍ତନ ଶିବିରରେ ଦିଆଯାଇଥିଲେ ମଧ୍ୟ ଓଡ଼ିଶା କର୍ମକର୍ତ୍ତା ମନୋନୟନରେ ତାହା ରୂପାନ୍ତରିତ ହୋଇନାହିଁ। ଏଣୁ ସବୁ କ୍ଷେତ୍ରରୁ ଦଳ ବିରୋଧରେ ଏକ ଅସନ୍ତୋଷ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି।

ବିଜେପିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଯେପରି ଭାବରେ ଦଳର କର୍ମୀମାନଙ୍କ ସହିତ ମିଶି ଦଳର ରୂପରେଖ ବଦଳାଇବା ପାଇଁ ବରାବର ଉଦ୍ୟମ ଚଳାଇଛନ୍ତି, ସେହିପରି ଉଦ୍ୟମ କଂଗ୍ରେସ ଦଳ ପକ୍ଷରୁ ପ୍ରଭାରୀ କରିବାର କୌଣସି ନଜିର ନାହିଁ। ବାସ୍ତବରେ କଂଗ୍ରେସ ପ୍ରଭାରୀ ଥିବା ଚେଲ୍ଲାକୁମାର ଓଡ଼ିଶା କଂଗ୍ରେସର ସ୍ଥିତି ବା ଅବସ୍ଥିତି ନେଇ କୌଣସି କାମ ଏପରି କରିନାହାନ୍ତି, ଯାହା ଫଳରେ ସାଧାରଣ କଂଗ୍ରେସ କର୍ମୀଙ୍କ ଭିତରେ ଦଳ ପାଇଁ ଏକ ଉତ୍ସାହ ସୃଷ୍ଟି ହେବ। ଯେଉଁ ଦଳର ମାତ୍ର ୯ ଜଣ ବିଧାୟକ ଅଛନ୍ତି, ସେହି ଦଳର ବିଧାୟକମାନେ ମଧ୍ୟ କର୍ମକର୍ତ୍ତା ମନୋୟନରେ ସନ୍ତୁଷ୍ଟ ନାହାନ୍ତି। ଯେଉଁମାନେ ପୁରୁଖା କଂଗ୍ରେସ ଓ ଯୁବ କଂଗ୍ରେସ ନେତା ଅଛନ୍ତି ସେମାନେ ଦଳର ଭବିଷ୍ୟତ ନେଇ ଆଦୌ ଆଶାବାନ ନାହାନ୍ତି। ଦଳର କର୍ମକର୍ତ୍ତା ମନୋନୟନ ଏପରି ଭାବେ କରାଯାଇଛି ଯେଉଁଠାରେ ଆଶା ଅପେକ୍ଷା ନିରାଶର ଭାବନା ଅଧିକ ହୋଇଛି। ଏହି ଭାବନା ଭିତରେ ଝାରସୁଗୁଡ଼ା ଉପ-ନିର୍ବାଚନ ଫଳାଫଳକୁ ଅର୍ଥାତ୍ ସେଠାରେ ଦଳ କେତେ ଭୋଟ ପାଉଛି, ତାହାକୁ ସମସ୍ତେ ଲକ୍ଷ୍ୟ କରିଛନ୍ତି। ଯଦି ପଦ୍ମପୁରର ପୁନରାବୃତ୍ତି ହୁଏ, ତେବେ ନିରାଶର ଭାବନା ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story