ମୋହନଙ୍କ ଆତ୍ମବିଶ୍ୱାସଭରା ଭାବମୂର୍ତ୍ତି

ମୋହନ ମାଝୀଙ୍କ ଭିତରେ ବିଶ୍ୱାସ ବି ଆସିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ତାଙ୍କ ପ୍ରତି ସଦିଚ୍ଛା ଓ ଶୁଭେଚ୍ଛା ବହୁମାତ୍ରାରେ ରହିଛି। ଏହା ସମ୍ଭବତଃ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ମୁଖ୍ୟ କାରଣ ହୋଇଛି।

CM Mohan Majhi

CM Mohan Majhi

Debendra Prusty
  • Published: Thursday, 12 June 2025
  • Updated: 12 June 2025, 03:58 PM IST

Sports

Latest News

ରବି ଦାସ

ଗତବର୍ଷ ଠିକ୍ ଆଜିର ଦିନରେ ଅର୍ଥାତ୍ ଜୁନ୍ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ସରକାର ଶପଥ ଗ୍ରହଣ କରିଥିଲା। ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ଷମତା ପାଇଥିବା ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମନୋନୀତ କରିବେ ବୋଲି କେହି ବି ବିଶ୍ୱାସ କରିନଥିଲେ। ଯଦିଓ ବିଧାନସଭାକୁ ନିର୍ବାଚିତ ହୋଇଥିବା ୭୮ ଜଣ ବିଜେପି ବିଧାୟକମାନଙ୍କ ଭିତରେ ମୋହନଙ୍କ ବ୍ୟତୀତ କେବଳ କନକ ବର୍ଦ୍ଧନ ସିଂହଦେଓ ଓ ଜୟନାରାୟଣ ମିଶ୍ରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ୪ ଥର ବିଧାନସଭାକୁ ନିର୍ବାଚିତ ହୋଇନଥିଲେ। କିନ୍ତୁ ବିଜେପିର ବ୍ୟବସ୍ଥାରେ ଓଡ଼ିଶାରେ ମୋହନ ଚରଣ ମାଝୀ ନେତୃତ୍ୱ ଦୃଷ୍ଟିରୁ ଆଗଧାଡ଼ିର ଥିବା ଜଣେ ବ୍ୟକ୍ତି ଭାବରେ କେବେ ବି ବିବେଚିତ ହେଉନଥିଲେ। କିନ୍ତୁ ବିଧାନସଭାରେ ୨୦୧୯ ପରେ ଯେତେବେଳେ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବରେ ଆବିର୍ଭୂତ ହେଲା ସେତେବେଳେ ବିରୋଧୀ ଦଳ ନେତା ଭାବରେ ପ୍ରଦୀପ ନାୟକଙ୍କୁ ନିର୍ବାଚିତ କରାଯାଇଥିଲା। ମୋହନ ଚରଣ ମାଝୀ ସେହି ସମୟରେ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବରେ ଦାୟିତ୍ୱ ନେଇଥିଲେ। କିନ୍ତୁ ପ୍ରଦୀପ ନାୟକଙ୍କ ଦୀର୍ଘକାଳୀନ ଅସୁସ୍ଥତା ହେତୁ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ଭୂମିକା ଆପେ ଆପେ ମୋହନ ମାଝୀଙ୍କ ଉପରେ ପଡ଼ିଥିଲା।

ପୂର୍ବରୁ ବିଜେଡି-ବିଜେପିର ମିଳିତ ସରକାରରେ ସେ ଉପମୁଖ୍ୟ ସଚେତକ ଭାବରେ କାମ କରିଥିବାରୁ ସମ୍ଭବତଃ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବରେ କାମ କରିବା ତାଙ୍କ ପାଇଁ ଏକ ଭଲ ସୁଯୋଗ ଆଣି ଦେଇଥିଲା। ପ୍ରଦୀପ ନାୟକଙ୍କ ଦୀର୍ଘ ଅସୁସ୍ଥତା ପରେ ଯେତେବେଳେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା କରାଗଲା ସେତେବେଳେ ମଧ୍ୟ ମୋହନ ଚରଣ ମାଝୀ ମୁଖ୍ୟ ସଚେତକ ଭୂମିକାରେ ରହିଥିଲେ। ଏହି ପାଂଚ ବର୍ଷ ଧରି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ କାର୍ଯ୍ୟ ଓ ସରକାରଙ୍କୁ ବିଭିନ୍ନ ବିଷୟରେ ସମାଲୋଚନା କରିବାରେ ମୋହନ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ରାଜ୍ୟବାସୀଙ୍କ ଦୃଷ୍ଟିକୁ ଆସିଥିଲେ। ତଥାପି ବିଜେପି ଦଳରେ ତାଙ୍କୁ ଦଳର ପ୍ରମୁଖ ଗୋଷ୍ଠୀମାନଙ୍କ ଭିତରେ ତାଙ୍କୁ କେବେ ଆଗଧାଡ଼ିର ନେତା ଭାବରେ ବିଚାର କରାଯାଉନଥିଲା। ସେହିକ୍ରମରେ ଦେଖିଲେ ଗତ ନିର୍ବାଚନ ପରେ ସବୁ ବିଧାୟକମାନଙ୍କର ଅତୀତକୁ ତର୍ଜମା କରି କେନ୍ଦ୍ରୀୟ ବିଜେପି ନେତୃତ୍ୱ ବିଧାନସଭାରେ ଓ ବିରୋଧୀ ଦଳରେ ପ୍ରମୁଖ ଭୂମିକା ସହିତ ଓଡ଼ିଶା ଭଳି ଏକ ଆଦିବାସୀ ବହୁଳ ରାଜ୍ୟରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିବା ଯଥାର୍ଥ ହେବ ବୋଲି ବିଚାର କରି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ।

ନବୀନ ପଟ୍ଟନାୟକଙ୍କର ଦୀର୍ଘ ୨୪ ବର୍ଷର ଶାସନକୁ ହଟାଇ ବିଜେପି କ୍ଷମତାସୀନ ହୋଇଥିବାରୁ ପ୍ରଥମ ଅବସ୍ଥାରେ ମୋହନଙ୍କୁ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଚାର କରାଯାଇ ସାଧାରଣରେ ବିଭିନ୍ନ ପ୍ରକାର ମତାମତ ପ୍ରକାଶ ପାଇଥିଲା। କିନ୍ତୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ନିଜର ଶାସନରେ ଅନଭିଜ୍ଞତାକୁ ଦୂର କରି ସିଧାସଳଖ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ୧୩ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇ ଶାସନ ଆରମ୍ଭ କରାଯାଇଥିଲା। ଏବେବି ମନ୍ତ୍ରିମଣ୍ଡଳରେ ଆଉ ୬ଟି ଆସନ ପୂରଣ ହେବାକୁ ବାକି ଅଛି। କିନ୍ତୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଧୀରେ ଧୀରେ ନିଜର ସ୍ଥିତି ଓ ଅବସ୍ଥାକୁ ଏକ ବର୍ଷ ଭିତରେ ଯଥେଷ୍ଟ ଦୃଢ଼ କରିଦେଇଛନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ସେଠାରେ ବହୁ ନିଷ୍ପତି ନିମନ୍ତେ କେନ୍ଦ୍ରୀୟ ନେତୃତ୍ୱର ଅନୁମୋଦନ ଆବଶ୍ୟକ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଥିବାରୁ ତାଙ୍କ ଶାସନରେ କୌଣସି ଅସୁବିଧା ବା ଅସ୍ଥିରତା ଯେପରି ନ ହୁଏ ସେଥିପ୍ରତି ଯତ୍ନବାନ ଥିବା ମୋଦୀଙ୍କର ବାରମ୍ବାର ଓଡ଼ିଶା ଗସ୍ତରୁ ସ୍ପଷ୍ଟ ହୋଇଯାଇଛି। ମୋହନ ମାଝୀଙ୍କ ଭିତରେ ବିଶ୍ୱାସ ବି ଆସିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ତାଙ୍କ ପ୍ରତି ସଦିଚ୍ଛା ଓ ଶୁଭେଚ୍ଛା ବହୁମାତ୍ରାରେ ରହିଛି। ଏହା ସମ୍ଭବତଃ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ମୁଖ୍ୟ କାରଣ ହୋଇଛି।

ଯଦିଓ ମୋହନ ମାଝୀ ଜାଣନ୍ତି ଯେ, ଓଡ଼ିଶାରେ ବିଜେପି ବହୁ ଗୋଷ୍ଠୀରେ ବିଭକ୍ତ। ବିଶେଷ ଭାବରେ ଓଡ଼ିଶାରୁ ତିନିଜଣ ନେତା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଅଛନ୍ତି। ସେମାନଙ୍କ ଭିତରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କ ଶାସନର ପୂରା ୧୧ ବର୍ଷ କାଳ କେନ୍ଦ୍ରମନ୍ତ୍ରୀ ଭାବରେ ରହିବା ସହିତ ଜାତୀୟ ସ୍ତରରେ ଦଳର ଜଣେ ପ୍ରମୁଖ ନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ତା’ଠାରୁ ବଡ଼କଥା ଯେ, ଓଡ଼ିଶାରେ ବିଜେପି ଦଳକୁ ୨୦୧୪ ପରେ ଆଗେଇ ନେବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ପ୍ରମୁଖ ଭୂମିକା ରହିଆସିଛି। ତା’ଛଡ଼ା ଦଳର ରାଜ୍ୟ ସଭାପତି ଭାବରେ ଥିବା ମନମୋହନ ସାମଲ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଦଳ ଭିତରେ ବେଶ ପ୍ରଭାବଶାଳୀ। ଏମାନଙ୍କ ଛଡ଼ା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଅନେକ ନେତା ଅଛନ୍ତି। ଏମାନେ କେନ୍ଦ୍ରୀୟ ସ୍ତର ସହିତ ରାଜ୍ୟ ଭିତରେ ମଧ୍ୟ ପ୍ରଭାବଶାଳୀ ନେତା ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏପରି ଏକ ବ୍ୟବସ୍ଥା ଭିତରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ପାଇଥିବା ସୁଯୋଗରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଆସନରେ ଶାସନଗତ ଆହ୍ୱାନ ସହିତ ଦଳଗତ ଆହ୍ୱାନର ମଧ୍ୟ ସମ୍ମୁଖୀନ ହୋଇଥିଲେ।

ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତବର୍ଷ କ୍ଷମତାକୁ ଆସିଥିବା ବିଜେପି ସରକାରର ଏକ ବର୍ଷ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ଉପଲବ୍ଧି ବର୍ଣ୍ଣନା କରିବା ସହିତ ବରିଷ୍ଠ ସାମ୍ବାଦିକମାନଙ୍କ ସହିତ ଅନୌପଚାରିକ ଦୀର୍ଘ ସମୟ ବାର୍ତ୍ତାଳାପକୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ସରକାରର ସବୁକିଛି ଭଲଭାବେ ଚାଲିଛି ଓ ପୂର୍ବ ସରକାର ଠାରୁ ସବୁ କ୍ଷେତ୍ରରେ ଭଲ କାମ ହେଉଛି ବୋଲି କେହି ବି ଦାବି କରିବା ସହଜ ନୁହେଁ। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଏକ ବସ୍ତୁତଃ ନବାଗତ ଟିମ୍‌କୁ ନେଇ କାର୍ଯ୍ୟ କରିବା ଭିତରେ କୌଣସି ବଡ଼ ଧରଣର ସଂକଟ ରାଜ୍ୟରେ ସୃଷ୍ଟି ହୋଇନାହିଁ।

ଚାଷୀମାନଙ୍କୁ ଧାନ ଖରଦିରେ କ୍ୱିଂଟାଲ ପିଛା ରାଜ୍ୟ ପକ୍ଷରୁ ୮୦୦ ଟଙ୍କା ଇନ୍‌ପୁଟ୍ ସବ୍‌ସିଡି ସହିତ ୩୧୦୦ ଟଙ୍କା ପ୍ରଦାନ ଚାଷୀମାନଙ୍କ ଭିତରେ ସରକାର ପ୍ରତି ବିଶେଷ ଆଗ୍ରହ ସୃଷ୍ଟି କରିଛି। ରାଜ୍ୟର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନଚାଷ କରୁଥିବାରୁ ସିଧାସଳଖ ଭାବରେ ଏହି ଚାଷୀମାନଙ୍କ ପାଖକୁ ଅଧିକା ଅର୍ଥ ମିଳିଛି। ସେହିପରି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମହିଳା ସଶକ୍ତିକରଣ ଦିଗରେ ଯାହା କରାଯାଇଥିଲା ସେ ଦିଗରେ କାର୍ଯ୍ୟ କରିବା ଅପେକ୍ଷା ରାଜ୍ୟର ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଦୁଇ କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କାର ସୁଭଦ୍ରା ସହାୟତା ଏକ ପ୍ରଭାବଶାଳୀ ମହିଳା କାର୍ଯ୍ୟକ୍ରମ ଭାବରେ ବିଚାର କରିବା ସ୍ୱାଭାବିକ।

ଅପରପକ୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ କୌଣସି ପରିବର୍ତ୍ତନକାରୀ ଭୂମିକା ନେଇ ସରକାର ଯାହା କହିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇନାହିଁ। ଡାକ୍ତର ଅଭାବ ଓ ଶିକ୍ଷକମାନଙ୍କର ଅଭାବ ସବୁ କ୍ଷେତ୍ରରେ ପୂର୍ବପରି ଏବେ ବି ରହିଛି। ସେହିପରି ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାଧାରଣ ରୋଗୀମାନେ ଯେଉଁ ସୁବିଧା ପାଉଥିଲେ ଅୟୁଷ୍ମାନ ଭାରତ କାର୍ଡ ଜରିଆରେ ସେହି ସୁବିଧା ପାଉନଥିବା ନେଇ ଅଭିଯୋଗ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଯିଏକି ବରାବର ବିଧାୟକ ଓ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରୁଛନ୍ତି, ସେ ବାସ୍ତବ ସ୍ଥିତି ବିଷୟରେ ଅବଗତ ହେଉଛନ୍ତି। ତେଣୁ ସେଥିରେ ସୁଧାର ଆଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଏପରିକି ଶିଳ୍ପ ବିନିଯୋଗ କ୍ଷେତ୍ରରେ ପୂର୍ବ ସରକାରଙ୍କ ଠାରୁ ସେ ଉଦ୍ୟମ କରିବାରେ କୌଣସି ଠାରେ ପଛରେ ପଡ଼ିନାହାନ୍ତି। ବରଂ ଅଧିକ ସଂଖ୍ୟାରେ ବିନିଯୋଗକାରୀ ଓଡ଼ିଶା ଆସୁଛନ୍ତି। ଅଧିକାଂଶ ଶିଳ୍ପପତି ଓଡ଼ିଶାର ଖଣି ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ସହିତ ଜାତୀୟ ସ୍ତରରେ ବିଜେପି ସରକାର ଥିବାରୁ ଓଡ଼ିଶା ଯେଉଁ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିବ ତା’ ପାଇଁ କେନ୍ଦ୍ରୀୟ ସ୍ତରରେ ଅନୁମୋଦନ ହାସଲ କରିବା ସହଜ ବୋଲି ଶିଳ୍ପପତିମାନେ ଭାବିବା ସ୍ୱାଭାବିକ।

ଓଡ଼ିଶାରେ ବିଜେପି ସରକାର ପରୋକ୍ଷରେ ଦେଖିଲେ ମୋଦୀଙ୍କ ସରକାର। କାରଣ ଓଡ଼ିଶାର ଲୋକମାନେ ନବୀନ ପଟ୍ଟନାୟକଙ୍କ ଠାରୁ ଭରସା ତୁଟାଇବା ସମୟରେ ବିଜେପି ସମର୍ଥନ କରିବା ପଛରେ ମୋଦୀଙ୍କ ନେତୃତ୍ୱ ବଡ଼ ଭୂମିକା ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତାରୁ ଏହା ବେଶ୍ ସ୍ପଷ୍ଟ ଯେ, ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସମର୍ଥନ ଓ ଆଗ୍ରହ ରହିଛି। ଏପରିକି ରାଜ୍ୟରେ ପୂର୍ବ ସରକାରର ଦୁର୍ନୀତିଗତ ଅଫିସରମାନେ କେନ୍ଦ୍ରକୁ ଡେପୁଟେସନ୍‌ରେ ଚାଲିଯିବା ଫଳରେ ସାଧାରଣରେ ଯେଉଁ ସନ୍ଦେହ ସରକାରଙ୍କ ନିଷ୍ଠା ବିଷୟରେ ସୃଷ୍ଟି ହୋଇଥିଲା ତାହାକୁ ମୁଖ୍ୟମନ୍ତ୍ରୀ ଅନୁଭବ କରୁଥିବା ସାମ୍ବାଦିକମାନଙ୍କୁ ପରୋକ୍ଷରେ ସ୍ୱୀକାର କରିଛନ୍ତି। କିନ୍ତୁ ଏହି ଅଫିସରମାନେ ଦିଲ୍ଲୀ ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଦି ସେମାନଙ୍କ ବିରୋଧରେ ଅଭିଯୋଗର ତଥ୍ୟ ଆଣି ମାମଲା କରିପାରିବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ତାଙ୍କର ଆଶା ଅଛି।

ଏହି ସମୟରେ ଧର୍ମଗଡ଼ର ଉପଜିଲ୍ଲାପାଳ ଯିଏକି ଜଣେ ଯୁବ ଆଇଏଏସ୍ ଅଫିସର୍ ତାଙ୍କ ବିରୋଧରେ ଭିଜିଲାନ୍ସ ରେଡ୍ ହେବା ଓ ସେ ଗିରଫ ହୋଇ ଜେଲ୍ ଯିବା ପରେ ତାଙ୍କୁ ସସ୍‌ପେଣ୍ଡ୍ କରାଯିବା ଘଟଣାରେ ରାଜ୍ୟ ସରକାରଙ୍କର ଦୁର୍ନୀତି ବିରୋଧୀ ଅଭିଯାନର ଏକ ପ୍ରମାଣ ଭାବରେ ଉପସ୍ଥାପିତ କରାଯାଉଛି, ଯାହାକି ସାଧାରଣ ଲୋକଙ୍କ ଭିତରେ ପ୍ରଭାବ ପକାଇବ। କାରଣ ରାଜ୍ୟ ଭିଜିଲାନ୍ସ ଆଇଏଏସ୍ ଅଫିସର୍‌ଙ୍କୁ ଧରିବା କାର୍ଯ୍ୟ ସହଜରେ ହୁଏ ନାହିଁ। ସହରୀକରଣ ନେଇ ତାଙ୍କର ଚିନ୍ତାଧାରା ଓ ବିଶେଷ ଭାବରେ ଭୁବନେଶ୍ୱରକୁ ହାଇଦ୍ରାବାଦ ପରି ଏକ ଆଇଟି ସହରରେ ପରିଣତ କରିବାର ଚିନ୍ତାଧାରା ତାଙ୍କ ମନ ଭିତରକୁ ପ୍ରବେଶ କରିଛି। କିନ୍ତୁ ସେ ଆଦିବାସୀ ବର୍ଗର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଓଡ଼ିଶାର ଆଦିବାସୀ ଓ ଦଳିତ ବର୍ଗର ସ୍ୱାର୍ଥ ସାଧନ ପାଇଁ ଓ ସେମାନଙ୍କୁ ସବୁସ୍ତରରେ ସାମାଜିକ ନ୍ୟାୟ ଦେବା ପାଇଁ ମୋହନ ମାଝୀ କୌଣସି ନୂଆ ଚିନ୍ତା ବୟାନ କରିଥିବାର ସୂଚନା ଦେଉନାହାନ୍ତି। ତାଙ୍କ ଉପଲବ୍‌ଧି ଭିତରେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କଥା ରହିଥିଲେ ମଧ୍ୟ ଆଦିବାସୀମାନେ ରାଜ୍ୟରେ ଖଣି, ବିଶେଷ ଭାବରେ କୋଇଲା ଓ ବକ୍ସାଇଟ୍ ଯୋଗୁ ଯେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ଅନେକ ସ୍ଥାନରେ ପ୍ରତିବାଦ କରୁଛନ୍ତି, ସେଥିରେ ସୁଧାର ଆଣିବା ପାଇଁ ରାଜ୍ୟରେ ‘ପେସା’ ଓ ଜଙ୍ଗଲ ଆଇନକୁ ଠିକ୍ ଭାବରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେବା ଉଚିତ।

ତେବେ, ନିଜ ଭିତରେ ସୃଷ୍ଟି ହୋଇଥିବା ଆତ୍ମବିଶ୍ୱାସ ଛଡ଼ା ମାତ୍ର ଏକ ବର୍ଷ ଭିତରେ ସେ ରାଜ୍ୟର ବିକାଶ ସଂକ୍ରାନ୍ତୀୟ ସମସ୍ତ ବ୍ୟବସ୍ଥାକୁ ହୃଦୟଙ୍ଗମ କରିଥିବା ତାଙ୍କ ବକ୍ତବ୍ୟଗୁଡ଼ିକରୁ ଜଣାପଡ଼ୁଛି। ସରକାରକୁ ଆହୁରି ୪ ବର୍ଷ ସମୟ ବାକି ଥିବା ଦୃଷ୍ଟିରୁ ଲୋକଙ୍କ ନିକଟରେ ପ୍ରଭେଦ ଜାଣିବା ପରି ଶାସନ ବ୍ୟବସ୍ଥା ପହଁଚାଇବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ସମୟ ରହିଛି।

ଫୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story