ଗୋଠ ସଂକ୍ରମଣ ଗୋଠ ରକ୍ଷଣ !

ଦେବେନ୍ଦ୍ର ପୃଷ୍ଟି କାଲି ଆମେ କଥା ହେଇଥିଲେ ଶିବଙ୍କ ଶନିଦଶା ସଂପର୍କରେ। କରୋନା ଛାନିଆରେ ଦେଶ ଓ ରାଜ୍ୟ ସରକାର କେମିତି ତାଲାବନ୍ଦ କଲେ? କେମିତି ଏହା ଏକରକମ ନିଷ୍ଫଳ ହେଲା ଓ ଏବେ ଆମକୁ ସାର୍ସ-କୋଭ-୨ ବା ନଭେଲ କରୋନା ଭୂତାଣୁ ସହିତ ରହିବାକୁ ହେବ ବୋଲି କୁହାଗଲାଣି ସେଇ ସଂପର୍କରେ। କେତେ ଜଣ ଆଲୋଚକ କହିଲେ, ତାଲାବନ୍ଦ ହୋଇ ନଥିଲେ କ’ଣ ହେଇଥାନ୍ତା ଅନୁମାନ କରିପାରୁଛନ୍ତି? ସଂକ୍ରମଣ ଶହଶହ ହଜାର ହଜାର ଗୁଣ ବଢ଼ିଥାନ୍ତା […]

mnb-1

mnb-1

Debendra Prusty
  • Published: Tuesday, 12 May 2020
  • Updated: 12 May 2020, 04:34 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

କାଲି ଆମେ କଥା ହେଇଥିଲେ ଶିବଙ୍କ ଶନିଦଶା ସଂପର୍କରେ। କରୋନା ଛାନିଆରେ ଦେଶ ଓ ରାଜ୍ୟ ସରକାର କେମିତି ତାଲାବନ୍ଦ କଲେ? କେମିତି ଏହା ଏକରକମ ନିଷ୍ଫଳ ହେଲା ଓ ଏବେ ଆମକୁ ସାର୍ସ-କୋଭ-୨ ବା ନଭେଲ କରୋନା ଭୂତାଣୁ ସହିତ ରହିବାକୁ ହେବ ବୋଲି କୁହାଗଲାଣି ସେଇ ସଂପର୍କରେ।

କେତେ ଜଣ ଆଲୋଚକ କହିଲେ, ତାଲାବନ୍ଦ ହୋଇ ନଥିଲେ କ’ଣ ହେଇଥାନ୍ତା ଅନୁମାନ କରିପାରୁଛନ୍ତି? ସଂକ୍ରମଣ ଶହଶହ ହଜାର ହଜାର ଗୁଣ ବଢ଼ିଥାନ୍ତା ଏବଂ ସେଇ ଅନୁସାରେ ମୃତ୍ୟୁ! ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ତ ସେଇଆ କହୁଥିଲେ। ଲୋକଙ୍କୁ ଛାନିଆ କରିବା ପାଇଁ ତାଙ୍କର ପରିସଂଖ୍ୟାନ ଯଥେଷ୍ଟ ଥିଲା। ଭାରତ ସରକାର ମଧ୍ୟ ପ୍ରଥମରୁ ସେଇ ତର୍ଜମା କରୁଥିଲେ। ପୁରୁଣା ଗଣିତ ସୂତ୍ର- ଦିନକରେ ଏକ, ଦି’ ଦିନରେ ୨, ତିନି ଦିନରେ ୪, ଚାରି ଦିନରେ ୮, ପାଞ୍ଚ ଦିନରେ ୧୬ ଭଳି ଅଙ୍କ ପଢ଼େଇ ଲୋକମାନଙ୍କୁ ଛାନିଆ କରାଗଲା, ଘରେ ରହିବାକୁ କୁହାଗଲା। ତା’ ଫଳରେ ସଂକ୍ରମଣର ସମୟ ଗଡ଼ିଗଲା ମାତ୍ର, ରୋକି ହେଲାନାହିଁ। ବିଦେଶ ଫେରନ୍ତା ଲୋକଙ୍କ ଜରିଆରେ ଭୂତାଣୁ ଆସିଥିଲା, ଆସି ଭାରତ ସାରା ଖେଳେଇ ହୋଇସାରିଥିଲା। ସେ କେଉଁଠି ଥିଲା, କେଉଁଠିକୁ ଗଲା, ସରକାର ଏଯାଏଁ ଜାଣିବାକୁ ଚେଷ୍ଟା କରିନାହାନ୍ତି। ଏବେ ଜାଣୁଛନ୍ତି ଭୂତାଣୁ କୁଆଡ଼େ କୁଆଡ଼େ ନଯାଇଛି! ବିମାନରେ ଆସିଥିବା ଭୂତାଣୁ ଏବେ ସାଇକେଲରେ ଓ ପାଦରେ ଦେଶ ଭ୍ରମଣ କରୁଛି।

୨୦୧୯ ଡିସେମ୍ବରରେ ଚୀନର ହୁବେଇ ପ୍ରଦେଶ ରାଜଧାନୀ ଉହାନରେ ଚିହ୍ନଟ ହେଲା ସାର୍ସ-କୋଭ-୨ ବା ନଭେଲ କରୋନା ଭୂତାଣୁ। ଜାନୁଆରୀ ପ୍ରଥମ ସପ୍ତାହ ଯାଏଁ ଚୀନ ସରକାର ଏହା ମାନୁ ନଥିଲେ। ଭାବୁଥିଲେ ଡକ୍ଟର ଲି ୱେନଲିଙ୍ଗ ଗୁଜବ ପ୍ରଚାର କରୁଛନ୍ତି। ତେଣୁ ତାଙ୍କୁ ଜେରା ହେଲା, କୁହାଗଲା କ୍ଷମା ମାଗ। ସେ ବି ମାଗିଲେ। କିନ୍ତୁ ୨୦୨୦ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ କରୋନାକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରୁ ଚୀନ ସରକାର ବାଧ୍ୟ ହେଲେ ମାନିବାକୁ, ଏହା ଏକ ନୂଆ ଭୂତାଣୁ ସଂକ୍ରମଣ। ଭାରତ ହେଉଛି ଚୀନର ପଡ଼ୋଶୀ ରାଷ୍ଟ୍ର। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରଠୁଁ ଚୀନ ସହିତ ଭାରତର ସଂପର୍କ ସୁଦୃଢ଼ ହୋଇଛି। ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ କର ମର୍ଦ୍ଦନ ଓ ଆଲିଙ୍ଗନ ଟିଭି ମିଡିଆ ପାଇଁ ନିଆରା ଛବି ଆଙ୍କିଛି। ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ସଂପର୍କ ବ୍ୟାପକ। କହିବାକୁ ଗଲେ ଭାରତ ବଜାରକୁ ଏକରକମ ଅକ୍ତିଆର କରିଯାଇଛି ଚୀନ। ତେଣୁ ସେଠି ଫୁଟଣ ଫୁଟିଲେ ବି ଏଠିକି ଶୁବିବା ସ୍ୱାଭାବିକ। ଭାରତରେ ଡଜନ ଡଜନ ଚାଇନା କମ୍ପାନୀଙ୍କର ହଜାର ହଜାର ଚାଇନା କର୍ମଚାରୀ କାମ କରୁଛନ୍ତି। ତେଣୁ ସେଇ ଜାନୁଆରୀ ମାସରେ ହିଁ ଭାରତ କରୋନା ଭୂତାଣୁ ବିଷୟରେ ଜାଣିବାକୁ ପାଇଲା। ଏମିତିକି ପପ୍ପୁ ବୋଲି ଛିଗୁଲା ଯାଉଥିବା କଂଗ୍ରେସ ନେତା ରାହୁଳ ଗାନ୍ଧୀ ବି କେଉଁଠୁଁ ଶୁଣି ଏ ବାବଦରେ କହିଥିଲେ।

କିନ୍ତୁ ସରକାର ସେତେବେଳେ ଏହାକୁ ଗୁରୁତର ସହ ଗ୍ରହଣ କଲେ ନାହିଁ। ଜାନୁଆରୀ ୧୮ ତାରିଖରୁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହେଲା। ମାତ୍ର, ଥର୍ମାଲ ସ୍କ୍ରିନିଂରେ ଦେହର ତାପମାତ୍ରା ଅଧିକ ଥିବା ଜଣା ନପଡ଼ିବାରୁ ସମସ୍ତଙ୍କୁ ଘରକୁ ଛାଡ଼ିଦିଆଗଲା। ସେତେବେଳେ ଅବଶ୍ୟ ବିଶେଷଜ୍ଞମାନେ ଜାଣି ସାରିଥିଲେ ଯେ କରୋନା ଭୂତାଣୁ ସଂକ୍ରମଣ ହେବାର ପ୍ରଥମ ୮-୧୦ ଦିନ ଯାଏଁ ଲକ୍ଷଣ ଜଣାପଡ଼େ ନାହିଁ। ଲକ୍ଷଣ ନଥିଲେ ବି ଏହା ଜଣଙ୍କ ଦେହରୁ ଅନ୍ୟ ଦେହକୁ ସଂକ୍ରମଣ କରିପାରେ। ସରକାର ଏହା ବୁଝିଲେ ନାହିଁ। ବିଶେଷଜ୍ଞ ପରାମର୍ଶ କରିଥିଲେ ବୁଝିପାରିଥାନ୍ତେ।

ମାତ୍ର, ଆଗରେ ଥିଲା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। ଫେବୃଆରୀ ୨୪ ତାରିଖରେ ଗୁଜରାଟର ଅହମଦାବାଦରେ ଏହି କାର୍ଯ୍ୟକ୍ରମ ହେବାର ଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଶହଶହ ଆମେରିକୀୟ ଆସିଲେ, ଅହମଦାବାଦରେ ଲକ୍ଷଲକ୍ଷ ଲୋକ ରୁଣ୍ଡ ହେଲେ। ମାର୍ଚ୍ଚରୁ ଆମେରିକାରେ ମୃତ୍ୟୁସଂଖ୍ୟା ବ୍ୟାପିଲା, ଏପ୍ରିଲରେ ଆତଙ୍କ ସୃଷ୍ଟିକଲା। କିଏ ଜାଣେ, ଟ୍ରମ୍ପଙ୍କ ଦଳ ସହିତ କରୋନା ଭୂତାଣୁ ଆମେରିକାରୁ ଭାରତ ନଆସିଥାଇ ପାରେ ବୋଲି! ଏବେ ଅହମଦାବାଦରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି। ସେଠି ପରିସ୍ଥିତି ଅସମ୍ଭାଳ ବୋଲି କହୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ଭାରତ ସରକାରଙ୍କ କ୍ୟାବିନେଟ ସଚିବ ପୂର୍ବରୁ ରାଜ୍ୟଗୁଡ଼ିକୁ କହିସାରିଛନ୍ତି ଜାନୁଆରୀ ୧୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ମଧ୍ୟରେ ଭାରତକୁ ବିଦେଶରୁ ୧୫ ଲକ୍ଷ ବିମାନଯାତ୍ରୀ ଆସିଛନ୍ତି। ଏ ୧୫ ଲକ୍ଷ କେଉଁଠୁ ଆସିଲେ, କୁଆଡ଼େ ଗଲେ, କା ସହ ମିଶିଲେ, ସେ ହିସାବ ଏବେ କାହାରି ପାଖରେ ନାହିଁ। ରାଷ୍ଟ୍ର ଓ ରାଜ୍ୟ ସରକାରମାନେ ସେମାନଙ୍କ ଖୋଜଖବର ରଖିଲେନାହିଁ। ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ପଠାଇଲେ ନାହିଁ। ଏବେ ଶ୍ରମିକମାନଙ୍କୁ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି। ସେମାନଙ୍କ ଉପରେ ହଜାରେ କଟକଣା, ହଜାରେ ଜୁଲମ। କୁହାଯାଇଥିଲା, ବିଦେଶ ଫେରନ୍ତାମାନେ ନାମ ପଞ୍ଜୀକରଣ କରି କ୍ୱାରେଣ୍ଟାଇନ୍‌ରେ ରହିବେ, ୧୫ ହଜାର ଟଙ୍କା ପାଇବେ। ଆଉ ଦେଶାନ୍ତରୀ ଶ୍ରମିକମାନେ କ୍ୱାରେଣ୍ଟାଇନରେ ରହିବା ପରେ ୨ ହଜାର ଟଙ୍କା ପାଇବେ। ଅସମାନତା କଥା ଭୁଲି ଯାଆନ୍ତୁ, ବିଦେଶାଗତ କୁଆଡ଼େ ଗଲେ କ’ଣ କଲେ, କ୍ୱାରେଣ୍ଟାଇନରେ ରହିଲେ କି ନାହିଁ ତାହାର ହିସାବ କେହି ଦେଉ ନାହାନ୍ତି। କିନ୍ତୁ ସରକାର ସବୁ ଦିନ ଦେଶାନ୍ତରୀ ଶ୍ରମିକମାନଙ୍କ ଉପରେ ଜୁଲମ କଷୁଛନ୍ତି। ସେମାନେ ନିମ୍ନମାନର ଖାଦ୍ୟ ନଖାଇ ଘରକୁ ଖାଇବାକୁ ପଳେଇଲେ ସେମାନଙ୍କୁ ଅମାନିଆ ଭାବେ ଘୋଷଣା କରାଯାଉଛି।

ଗାଁ ଗହଳରେ ଖୋଲିଥିବା ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକ କେତେ ପରିଷ୍କାର ପରିଚ୍ଛନ୍ନ, ସେଠି ରହିବା ପାଇଁ ଆବଶ୍ୟକ ସର୍ବନିମ୍ନ ସୁବିଧା ଅଛି କି ନାହିଁ ତାହା କେହି ଦେଖୁ ନାହାନ୍ତି। ଯେଉଁମାନେ ଏ ବିଷୟରେ ତଥ୍ୟ ସଂଗ୍ରହ କରି ରାଜ୍ୟବାସୀଙ୍କୁ ଜଣେଇବା କଥା ସେମାନଙ୍କୁ ଅର୍ଥାତ ସାମ୍ବାଦିକମାନଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସାମ୍ବାଦିକମାନେ କ୍ୱାରେଣ୍ଟାଇନ କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। କ’ଣ ଏହାର ଉଦ୍ଦେଶ୍ୟ?

ସେ ଯାହା ହେଉ, ମୂଳ ପ୍ରସଙ୍ଗକୁ ଫେରିବା। ତାଲାବନ୍ଦ ନକରିଥିଲେ କ’ଣ ହୋଇଥାନ୍ତା? ସଂକ୍ରମଣ ବଢ଼ିଥାନ୍ତା, ଅଧିକ ଲୋକଙ୍କ ଦେହକୁ କରୋନା ଭୂତାଣୁ ଯାଇଥାନ୍ତା, ଅଧିକ ଲୋକ ଅସୁସ୍ଥ ହୋଇଥାନ୍ତେ। ଏଇ ଆଶଙ୍କା ଥିଲା। ଆଶଙ୍କା ନୁହେଁ ତ ଡର ଥିଲା। ଏହି ଡର ହିଁ ତାଲାବନ୍ଦ ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବାଧ୍ୟ କରିଥାଇପାରେ। ଏବେ କିନ୍ତୁ କ’ଣ କୁହାଯାଉଛି? ହର୍ଡ ଇମ୍ୟୁନିଟି କଥା କହିଲେଣି ଓଡ଼ିଶା କରୋନା ଯୁଦ୍ଧର ବୈଷୟିକ ମୁଖପାତ୍ର ଡକ୍ଟର ଜୟନ୍ତ ପଣ୍ଡା। ୟୁରୋପର ସୁଇଡେନ୍‌ ସରକାର ଏହି ତତ୍ତ୍ୱରେ ବିଶ୍ୱାସ ରଖି ଏଯାଏଁ ତାଲାବନ୍ଦ ଘୋଷଣା କରିନାହାନ୍ତି। ଏହି ତତ୍ତ୍ୱ ଅନୁସାରେ ଅଧିକ ଲୋକଙ୍କୁ ନଭେଲ କରୋନା

ଭୂତାଣୁ ସଂକ୍ରମିତ ହେଲେ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବା କରୋନା ବିରୋଧୀ ତତ୍ତ୍ୱ ସୃଷ୍ଟି ହେବେ। ଦେହରେ ଆଣ୍ଟିବଡି ଶକ୍ତିଶାଳୀ ହେଲେ କରୋନା ଭୂତାଣୁ ଅଧିକ କ୍ଷତି କରିପାରିବ ନାହିଁ। ଯଦି ଏହା, ତେବେ ତାଲାବନ୍ଦ ହେଲା କାହିଁକି? ଭୂତାଣୁ ସଂକ୍ରମଣ ଆପେ ଆପେ ହୋଇଥାନ୍ତା, ଲୋକେ ଅସୁସ୍ଥ ହେଲେ ଡାକ୍ତରଖାନା ଯାଇଥାନ୍ତେ ଓ ଭଲ ହୋଇ ଫାରିଥାନ୍ତେ, ଯେମିତି ଏବେ ହେଉଛି। ମାତ୍ର, ଯେତେବେଳେ ହର୍ଡ ଇମିନ୍ୟୁଟି ବା ଅନ୍ୟ ବିକଳ୍ପ ଉପରେ ବିଚାର ବିମର୍ଶ କରାଯିବାର କଥା ସେତେବେଳେ ତାହା କରାଗଲା ନାହିଁ। ଏବେ ନେଡ଼ିଗୁଡ଼ କହୁଣୀକୁ ବହିଯିବା ପରେ, କୋଟିକୋଟି ଲୋକ ବୃତ୍ତି ଓ ବେଉସା ହରେଇ ନିଃସ୍ୱ ହୋଇଯିବା ପରେ, ଶ୍ରମିକମାନେ ସଡ଼କ ଉପରେ ଅପରିମିତ ଦୂରତାର ଜୀବନ-ମାରାଥନ ଚାଲିବା ପରେ ଏବଂ ଗାଁ ଗାଁ ଓ ବସ୍ତି ବସ୍ତିରେ କରୋନା-ଘୃଣା ବ୍ୟାପିବା ପରେ ସରକାର ହର୍ଡ଼ ଇମ୍ୟୁନିଟି କଥା ଉଠାଉଛନ୍ତି। ଭୂତାଣୁ ସହିତ ରହିବାକୁ ହେବ ବୋଲି ମନବୁଝା କଥା କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story