ସରକାରୀ ସ୍କୁଲ୍‌ ପାଇଁ ସମ୍ଭାବନାର ସମ୍ଭାର ଆଣିଛି କରୋନା!

ବିଶ୍ୱବନ୍ଦିତା ସ୍ୱାଇଁ ଅଭାବର ବନ୍ଦ କଠୋରୀକୁ ଯେତେବେଳେ ପରିବର୍ତ୍ତନର କିରଣ ଚାଲିଆସେ ସେତେବେଳେ ଆଶା ଓ ବିଶ୍ୱାସ ରଖିବା ଉଚିତ ଯେ ଫଳାଫଳ ସୁନ୍ଦର ହେବ। ଏ ପରିବର୍ତ୍ତନ ଶିକ୍ଷାବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନ ଚୟନକୁ ନେଇ। ଗୋଟେପଟେ  ଗତ ୨୯ତାରିଖ ଦିନ ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷାନୀତିକୁ ସଂଶୋଧନ କରାଯାଇଥିବା ଖବର ଆସିଛି। ଅନ୍ୟପଟେ କରୋନା ଭାଇରସ୍‌ ପାଇଁ  ଅଭିଭାବକମାନେ ବେସରକାରୀ ସ୍କୁଲ୍‌ ପରିବର୍ତ୍ତେ ସରକାରୀ ସ୍କୁଲ୍‌ ଆଡକୁ ମୁହାଁଉଛନ୍ତି। ଆଉ ଏହି ପରିବର୍ତ୍ତନ […]

miko-pic

Biswobandita Swain
  • Published: Friday, 31 July 2020
  • , Updated: 31 July 2020, 05:36 PM IST

ବିଶ୍ୱବନ୍ଦିତା ସ୍ୱାଇଁ

ଭାବର ବନ୍ଦ କଠୋରୀକୁ ଯେତେବେଳେ ପରିବର୍ତ୍ତନର କିରଣ ଚାଲିଆସେ ସେତେବେଳେ ଆଶା ଓ ବିଶ୍ୱାସ ରଖିବା ଉଚିତ ଯେ ଫଳାଫଳ ସୁନ୍ଦର ହେବ। ଏ ପରିବର୍ତ୍ତନ ଶିକ୍ଷାବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନ ଚୟନକୁ ନେଇ। ଗୋଟେପଟେ  ଗତ ୨୯ତାରିଖ ଦିନ ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷାନୀତିକୁ ସଂଶୋଧନ କରାଯାଇଥିବା ଖବର ଆସିଛି। ଅନ୍ୟପଟେ କରୋନା ଭାଇରସ୍‌ ପାଇଁ  ଅଭିଭାବକମାନେ ବେସରକାରୀ ସ୍କୁଲ୍‌ ପରିବର୍ତ୍ତେ ସରକାରୀ ସ୍କୁଲ୍‌ ଆଡକୁ ମୁହାଁଉଛନ୍ତି। ଆଉ ଏହି ପରିବର୍ତ୍ତନ ହିଁ ଧୀରେ ଧୀରେ ସରକାରୀ ସ୍କୁଲ୍‌ ପ୍ରତି ଥିବା ନୈରାଶ୍ୟ ଭାବନାକୁ ଅନ୍ତ କରିବ ବୋଲି ଆଶା।

ଦାର୍ଘ ଦିନ ଧରି ସରକାରୀ ସ୍କୁଲ୍ ତାର ବିଶ୍ୱାସ ହରାଇଛି। ଶିକ୍ଷାଦାନରେ ଅବ୍ୟବସ୍ଥା ଏବଂ ଶିକ୍ଷକଙ୍କ ମଧ୍ୟରେ ବୃତ୍ତିକୁ ନେଇ ଦେଖାଦେଉଥିବା ଅସନ୍ତୋଷ କେଉଁଠି ନା କେଉଁଠି ଶିକ୍ଷାର୍ଥୀ ମାନଙ୍କୁ ଭବିଷ୍ୟତକୁ ପ୍ରଭାବିତ କରେ। ଯାହାକୁ ହୃଦୟଙ୍ଗମ କରି ଅଭିଭାବକମାନେ ମଧ୍ୟ ବେସରକାରୀ ସ୍କୁଲ୍‌କୁ ବିକଳ୍ପ ଭାବେ ବାଛୁଛନ୍ତି। ଆଜିକାଲି ସରକାରୀ ସ୍କୁଲ୍‌ ଅପେକ୍ଷା ବେସରକାରୀ ସ୍କୁଲ୍‌ର ଚାହିଦା ବହୁତ। ଅବଶ୍ୟ ଏଠାରେ ଶିକ୍ଷାଗ୍ରହଣ କରିବା ଟିକେ ବ୍ୟୟବହୁଳ କିନ୍ତୁ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବେସରକାରୀ ସ୍କୁଲ୍‌ର ପାଠ୍ୟକ୍ରମକୁ ଆପଣାଉଥିବା ପିଲାମାନଙ୍କ ସଂଖ୍ୟା ମଧ୍ୟ ଢେର୍‌ ଅଧିକ। ବୋଧେ ସେଥିପାଇଁ ୨୦୧୫-୧୬ର ରିପୋର୍ଟ ଅନୁଯାୟୀ, ଦେଶର ସରକାରୀ ସ୍କୁଲଗୁଡ଼ିକରେ ୮କୋଟି ୪୬ଲକ୍ଷ ଛାତ୍ରଛାତ୍ରୀ ପଢ଼ନ୍ତି। ଅନ୍ୟପକ୍ଷରେ ବେସରକାରୀ ସ୍କୁଲ୍‌ରେ ୮କୋଟି ଶିକ୍ଷାର୍ଥୀ ପଢୁଛନ୍ତି। ହେଲେ ଏବେ କରୋନା ମହାମାରୀ ପାଇଁ ପରିସ୍ଥିତି ବଦଳି ଯାଇଛି। ଆର୍ଥିକ ମାନ୍ଦାବସ୍ତା ଦେଇ ପ୍ରାୟ ଲୋକ ଗତି କରୁଥିବା ବେଳେ ଏବେ ପିଲାଙ୍କ ଶିକ୍ଷାରେ ଅଧିକ ଟଙ୍କା ଖର୍ଚ୍ଚ କରିବା ମଧ୍ୟ କଷ୍ଟକର ହୋଇଯାଇଛି। ଯେଉଁଥିପାଇଁ ହରିୟାଣାର କିଛି ସ୍କୁଲ୍‌ରେ ଶିକ୍ଷାର୍ଥୀ ମାନେ ବେସରକାରୀ ସ୍କୁଲ୍‌ରୁ ଆସି ସରକାରୀ ସ୍କୁଲ୍‌ରେ ନାମ ଲେଖାଇଛନ୍ତି।

ନିକଟରେ ହରିୟାଣାର ନୁହ ନାମକ ଏକ ସ୍ଥାନର ଏକ ସରକାରୀ ସ୍କୁଲ୍‌ରେ  ନାମ ଲେଖାଇଥିବା କ୍ରିତିକା ମାଥୁର୍‌ଙ୍କ କହିବା ଅନୁଯାୟୀ, କେବଳ ଆର୍ଥିକ ସଂକଟ ପାଇଁ ନୁହେଁ ସରକାରୀ ସ୍କୁଲ୍‌ର ଶିକ୍ଷାଦାନ ପ୍ରକିୟା ଉପରେ ମଧ୍ୟ ତାଙ୍କର ବିଶ୍ୱାସ ଥିଲା। ସେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବେସରକାରୀ ସ୍କୁଲ୍‌ରେ ପଢ଼ିବା ପରେ ଏଠାରେ ଆସି ନାଁ ଲେଖାଇଛନ୍ତି। କେବଳ ସେ ନୁହନ୍ତି ତାଙ୍କ ସହ ଆଉ କିଛି ସହପାଠୀ ମଧ୍ୟ ଆସି ସେହି ସ୍କୁଲରେ ନାମ ଲେଖାଇଛନ୍ତି।  ଲକ୍‌ଡାଉନ୍‌ ସମୟରେ ଉକ୍ତ ସ୍କୁଲ୍‌ର କିଛି ଶିକ୍ଷକ ଅନ୍‌ଲାଇନ୍‌ କ୍ଲାସ୍‌ କରିବା ସହ ଅଳ୍ପ କିଛି ପିଲାଙ୍କୁ ନେଇ ଏକ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖି ପାଠ ପଢାଇଛନ୍ତି। ଏଥିସହ ଲକ୍‌ଡାଉନ୍‌ ପ୍ରକିୟା ପାଇଁ ଏବେ ସବୁ ସ୍କୁଲ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଛି। ତେଣୁ ବେସରକାରୀ ସ୍କୁଲ୍‌ରେ ଏତେ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ।

ଏପର୍ଯ୍ୟନ୍ତ କେବଳ ହରିୟାଣାରେ ୪୩ହଜାର ଶିକ୍ଷାର୍ଥୀ ପ୍ରାଇଭେଟ୍‌ ସ୍କୁଲ୍‌ରୁ ଆସି ସରକାରୀ ସ୍କୁଲ୍‌ରେ ନାଁ ଲେଖାଇଛନ୍ତି। ହରିୟାଣାର ହିସାର ଜିଲ୍ଲାରେ ୩ହଜାର ଶିକ୍ଷାର୍ଥୀ ବେସରକାରୀ ସ୍କୁଲ୍‌ ଛାଡି ସରକାରୀ ସ୍କୁଲ୍‌ରେ ନାଁ ଲେଖାଇଛନ୍ତି। ସେମିତି ଗୁରୁଗାଓଁରେ ୨୫ହଜାର ଶିକ୍ଷାର୍ଥୀ ପ୍ରାଇଭେଟ୍‌ ସ୍କୁଲ୍‌ରୁ ଆସି ସରକାରୀ ସ୍କୁଲ୍‌ରେ ନାଁ ଲେଖାଇଛନ୍ତି। ଏଥିସହ ହରିୟାଣାର ଫରିଦାବାଦରେ ୨୦୭୪, ଫତେହାବାଦରେ ୨୬୦୪, ଜିନ୍ଦରେ ୨୧୩୨, କେଥଲରେ ୨୨୪୯, କରନାଲରେ ୨୮୭୬, ଯମୁନାନଗରରେ ୨୨୯୯, ସୋନିପତରେ ୨୫୦୨, ସିରସାରେ ୨୩୬୯, ରୋହତକରେ ୧୫୫୫ ,  ପାନିପତରେ ୨୩୦୧ ଏବଂ ରେବାଡି ୨୧୨୨, ଅମ୍ବାଲାରେ ୧୬୫୫, ଭିବାନୀରେ ୧୯୫୦ ଜଣ ଶିକ୍ଷାର୍ଥୀ ବେସରକାରୀ ସ୍କୁଲ୍‌ରୁ ଆସି ସରକାରୀ ସ୍କୁଲ୍‌ରେ ନାମ ଲେଖାଇଛନ୍ତି।

କେବଳ ଏବେ ନୁହେଁ ଆଗକୁ ମଧ୍ୟ ଲୋକମାନେ ଆର୍ଥିକ ମାନ୍ଦାବସ୍ତାକୁ ସାମ୍ନା କରିବାକୁ ଯାଉଛନ୍ତି। ଆଉ ଏହି ସମୟରେ ଅଭିଭାବକ ମାନେ ପିଲା ମାନଙ୍କୁ ଆର୍ଥିକ ସ୍ୱଚ୍ଛଳତା ଦୃଷ୍ଟିରୁ ସରକାରୀ ସ୍କୁଲ୍‌ରେ ନାମ ଲେଖାଇବାରୁ ଯାଉଥିବା ଆକଳନ କରାଯାଉଛି। ଆଉ ଏହି ସୁଯୋଗ ନେଇ ପ୍ରଶାସନ ସରକାରୀ ସ୍କୁଲ୍‌ ପ୍ରତି ଥିବା ନକରାତ୍ମକ ଚିନ୍ତାଧାରା ଦୂରେଇବାକୁ ତତ୍ପରତା ଦେଖାଇବା ଉଚିତ। ସ୍କୁଲ୍‌ର ଭିତ୍ତି ଭୂମି ସୁଦୃଢ଼ କରିବା ସହ ଶିକ୍ଷାଦାନ ପ୍ରକିୟାକୁ କଡାକଡି କରି ପାଠ୍ୟକ୍ରମରେ ଗୋଟେ ସଂସ୍କାର ଆଣିବାକୁ ଚେଷ୍ଟା କରିବା ଦରକାର। ସରକାରୀ ସ୍କୁଲ୍‌ ପ୍ରତି ରହିଥିବା ଦୀର୍ଘ ଦିନର ଅସନ୍ତୋଷକୁ ଦୂରେଇବା ପାଇଁ ଏହାଠୁ ସୁନ୍ଦର ସୁଯୋଗ ବୋଧହୁଏ କିଛି ନାହିଁ।

ଇମେଲ୍‌-swainbiswobandita@gmail.com

 

 

Related story