ଦଣ୍ଡ ସଂହିତାରେ ବିପଜ୍ଜନକ ସଂଶୋଧନ!

ଏହା ନିଃସନ୍ଦେହ ଯେ ଦୀର୍ଘ ୧୬୨ ବର୍ଷ ତଳେ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ପ୍ରଣୀତ ଦଣ୍ଡ ସଂହିତା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା ଅନୁସାରେ ପରିବର୍ତ୍ତିତ ହେବା ଜରୁରୀ ଥିଲା। ଔପନିବେଶିକ ମାନସିକତା ନେଇ ହିଁ ବ୍ରିଟିଶ ଶାସକମାନେ ଭାରତୀୟଙ୍କ ଉପରେ ଦମନ ଓ ଅତ୍ୟାଚାର କରି ନିଜର ଶାସନକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଉପରୋକ୍ତ ଦଣ୍ଡ ସଂହିତା ପ୍ରଚଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ୱାଧୀନ, ଗଣତାନ୍ତ୍ରିକ ଓ ବ୍ୟକ୍ତି ସ୍ୱାଧୀନତା ପାଇଁ ପ୍ରତିଶ୍ରୁତିବଦ୍ଧ ଏକ ଉଦାର ରାଷ୍ଟ୍ର ପରିବର୍ତ୍ତିତ ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ଦଣ୍ଡ ସଂହିତାକୁ ପରିବର୍ତ୍ତନ କରିବାକୁ ବାରମ୍ବାର ଦାବି ହୋଇଆସିଛି।

Indian Penal Code

Indian Penal Code

Debendra Prusty
  • Published: Friday, 19 January 2024
  • Updated: 19 January 2024, 05:34 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବିରୋଧୀ ଦଳର ଅନୁପସ୍ଥିତି ମଧ୍ୟରେ ସଂସଦର ଗତ ଅଧିବେଶନରେ କେନ୍ଦ୍ର ସରକାର ଦେଶର ଫୌଜଦାରୀ ଦଣ୍ଡ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂଶୋଧନ କରିବାକୁ ଆଣିଥିବା ତିନୋଟି ଯାକ ବିଲ୍‌କୁ ଧ୍ୱନିଭୋଟରେ ଗୃହୀତ କରାଇଛନ୍ତି। ସଂସଦର ଗତ ବର୍ଷାକାଳୀନ ଅଧିବେଶନର ଶେଷ ଦିନରେ ଅତ୍ୟନ୍ତ ତରବରିଆ ଭାବେ ଆଗତ ହୋଇଥିବା ଉପରୋକ୍ତ ତିନୋଟି ବିଲ୍‌କୁ ପରେ ସଂସଦୀୟ ସ୍ଥାୟୀ ସମିତିକୁ ବିଚାର ପାଇଁ ପଠାଯାଇଥିଲା। ପରନ୍ତୁ ସେଠାରେ ବିଲ୍‌ଗୁଡ଼ିକ ଉପରେ ଦୀର୍ଘ ଆଲୋଚନା କରିବାକୁ ବିରୋଧୀ ସଦସ୍ୟମାନଙ୍କ ଦାବି ସତ୍ତ୍ୱେ ସରକାର ତାକୁ ଏଡ଼େଇ ଦେଇ ତାକୁ ସଂସଦରେ ଆଗତ କରିବା ସହିତ ବିରୋଧୀ ଦଳର ସଦସ୍ୟାମାନଙ୍କୁ ନିଲମ୍ବିତ କରି ସଂସଦକୁ ବିରୋଧୀ ଶୂନ୍ୟ କରିବା ପରେ ସେସବୁକୁ ଗୃହୀତ କରାଇଛନ୍ତି। ଦେଶର ଫୌଜଦାରୀ ବିଚାର ଆଇନରେ ଏତେବଡ଼ ସଂଶୋଧନ କରିବା ପୂର୍ବରୁ ସରକାର ଦେଶର ଆଇନ ବିଶାରଦ, ନ୍ୟାୟବିଦ୍ କିମ୍ବା ସାଧାରଣ ଜନତା କାହାରି ବି ମତାମତ ନେବା କିମ୍ବା ବିଚାର ଆଲୋଚନା କରିବାକୁ ସାମାନ୍ୟତମ ପ୍ରୟୋଜନ ଅନୁଭବ କରି ନଥିଲେ।

ସଂସଦରେ ଗୃହୀତ ଏହି ବିଲ୍‌ଗୁଡ଼ିକ ଜରିଆରେ ସରକାର ଭାରତର ଅପରାଧିକ ଦଣ୍ଡ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ତିନୋଟି ପ୍ରମୁଖ ସଂହିତା ଯଥା ‘ଭାରତୀୟ ଦଣ୍ଡ ସଂହିତା (ଆଇପିସି) -୧୮୬୧’, ‘ଅପରାଧିକ ପ୍ରକ୍ରିୟା ସଂହିତା (ସିଆର୍‌ପିସି) - ୧୯୭୩’ ଏବଂ ‘ଭାରତୀୟ ପ୍ରମାଣ ଆଇନ -୧୮୭୨’ର ନାମ ସହିତ ସେସବୁର ଅନେକଗୁଡ଼ିଏ ଧାରାରେ ପରିବର୍ତ୍ତନ କରିଛନ୍ତି। ଭାରତୀୟ ଦଣ୍ଡ ସଂହିତାକୁ ‘ଭାରତୀୟ ନ୍ୟାୟ ସଂହିତା- ୨୦୨୩’, ଫୌଜଦାରୀ ପ୍ରକ୍ରିୟା ଆଇନକୁ ‘ନାଗରିକ ସୁରକ୍ଷା ସଂହିତା ବିଲ୍ - ୨୦୨୩’ ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ - ୧୮୭୨କୁ ବଦଳାଇ ତା’ର ସ୍ଥାନରେ ‘ଭାରତୀୟ ସାକ୍ଷ୍ୟ ବିଲ୍ - ୨୦୨୩’ ଅଣାଯାଇଛି। ଭାରତୀୟ ଦଣ୍ଡ ସଂହିତାରେ ରହିଥିବା ୨୨ଟି ଧାରାକୁ ଉଚ୍ଛେଦ କରାଯାଇଥିବା ବେଳେ ୧୫୭ଟି ଧାରାରେ ସଂଶୋଧନ କରାଯାଇଛି ଏବଂ ୮ଟି ଧାରାକୁ ଏଥିରେ ନୂଆ କରି ଯୋଡ଼ାଯାଇଛି। ସେହିପରି ନାଗରିକ ସୁରକ୍ଷା ବିଲ୍‌ରେ ଫୌଜଦାରୀ ପ୍ରକ୍ରୀୟା ଆଇନର ୯ଟି ଧାରାକୁ ବାତିଲ କରାଯାଇଥିବା ବେଳେ ୧୬୦ଟି ଧାରାକୁ ସଂଶୋଧନ କରାଯାଇଛି ଏବଂ ୯ଟି ଧାରାକୁ ନୂତନ ଭାବେ ଯୁକ୍ତ କରାଯାଇଛି। ଭାରତୀୟ ସାକ୍ଷ୍ୟ ବିଲ୍‌ରେ ମଧ୍ୟ ବର୍ତ୍ତମାନର ସାକ୍ଷ୍ୟ ଆଇନ (ଆଭିଡ଼ାନ୍ସ୍ ଆକ୍ଟ)ରେ ଥିବା ୫ଟି ଧାରାକୁ ବାତିଲ କରାଯାଇଥିବା ବେଳେ ୨୩ଟି ଧାରାରେ ସଂଶୋଧନ କରାଯାଇଛି ଏବଂ ଗୋଟିଏ ନୂତନ ଧାରାକୁ ଯୁକ୍ତ କରାଯାଇଛି। ସେହିଭଳି ଦେଶର ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟରେ ଆଇନର ଭାଷା ଇଂରାଜୀରେ ରହିବ ବୋଲି ସମ୍ବିଧାନରେ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ବେଳେ ସରକାର ସଂହିତାଗୁଡ଼ିକୁ ଭାରତୀୟକରଣ କରିବା ନାଁରେ ଯେଉଁଭଳି ହିନ୍ଦୀରେ ନାମକରଣ ଓ ଲିପିବଦ୍ଧ କରିଛନ୍ତି, ତାହା ଦେଶର ବିଭିନ୍ନ ଅଂଚଳରେ ବିଶେଷ କରି ଦକ୍ଷିଣ ଭାରତରେ ଜନ ଅସନ୍ତୋଷ ସୃଷ୍ଟି କରିଛି।

କେନ୍ଦ୍ର ସରକାର ସ୍ୱାଧୀନ ଭାରତରେ ଗୃହୀତ ଫୌଜଦାରୀ ସଂହିତାଗୁଡ଼ିକୁ ଔପନିବେଶିକ ବୋଲି କହି ତାକୁ ଔପନିବେଶିକ ପ୍ରଭାବରୁ ମୁକ୍ତ କରିବାକୁ ଏହି ସଂଶୋଧନ କରିଛନ୍ତି ବୋଲି ଦାବି କରିଛନ୍ତି। ଅନ୍ୟପଟେ ପୂର୍ବ ସଂହିତାରେ ରହିଥିବା ସବୁ ଦଣ୍ଡ ବ୍ୟବସ୍ଥାକୁ ପୂର୍ବପରି କେବଳ ଅବ୍ୟାହତ ରଖିନାହାନ୍ତି ବରଂ ପୂର୍ବର ଔପନିବେଶିକ ସଂହିତାଠାରୁ ବି ଆହୁରି କଠୋର କରିଛନ୍ତି। କିନ୍ତୁ ବାସ୍ତବତା ହେଲା, ଭାରତୀୟକରଣ ନାଁରେ ସରକାର କେବଳ ସେସବୁ ସଂହିତାର ପୂର୍ବରୁ ଥିବା ଇଂରାଜୀ ନାଁକୁ ହିନ୍ଦୀରେ ପରିବର୍ତ୍ତନ କରିବା ବ୍ୟତୀତ ଅନ୍ୟ କିଛି ନୂଆ କରିନାହାନ୍ତି। ବରଂ ଏହାର ବିପରୀତ ନୂତନ ସଂହିତାର ପ୍ରତିଟି ଧାରାରେ ଔପନିବେଶିକ ମାନସିକତାର ଝଲକ ଦେଖିବାକୁ ମିଳିଛି। ଗଣତନ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ରୂପେ ପରିଚିତ ଭିନ୍ନମତ ବା ପ୍ରତିବାଦକୁ ଅପରାଧ ରୂପେ ଚିହ୍ନିତ କରି ସରକାର ନୂତନ ସଂହିତାରେ ତାକୁ ଦମନ କରିବାକୁ ରାସ୍ତା ଖୋଲିଛନ୍ତି। ନୂତନ ସଂହିତା ଜରିଆରେ ସରକାର ଭାରତକୁ ଏକ ପୋଲିସ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ଅଭିଯୋଗ ହେଉଛି। ସଂହିତାରେ ନାଗରିକ ନୁହେଁ ବରଂ ରାଷ୍ଟ୍ରକୁ ଅଗ୍ରାଧିକାର ଦିଆଯାଇଛି। ଏହି ସଂହିତା ଜରିଆରେ ଦେଶର ଫୌଜଦାରୀ ଆଇନ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରି ସମ୍ବିଧାନରେ ରହିଥିବା ସଂଘୀୟ ଢାଂଚାର ବିଚାରକୁ ଉଲଂଘନ କରାଯାଇଛି।

ଏହା ନିଃସନ୍ଦେହ ଯେ ଦୀର୍ଘ ୧୬୨ ବର୍ଷ ତଳେ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ପ୍ରଣୀତ ଦଣ୍ଡ ସଂହିତା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା ଅନୁସାରେ ପରିବର୍ତ୍ତିତ ହେବା ଜରୁରୀ ଥିଲା। ଔପନିବେଶିକ ମାନସିକତା ନେଇ ହିଁ ବ୍ରିଟିଶ ଶାସକମାନେ ଭାରତୀୟଙ୍କ ଉପରେ ଦମନ ଓ ଅତ୍ୟାଚାର କରି ନିଜର ଶାସନକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଉପରୋକ୍ତ ଦଣ୍ଡ ସଂହିତା ପ୍ରଚଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ୱାଧୀନ, ଗଣତାନ୍ତ୍ରିକ ଓ ବ୍ୟକ୍ତି ସ୍ୱାଧୀନତା ପାଇଁ ପ୍ରତିଶ୍ରୁତିବଦ୍ଧ ଏକ ଉଦାର ରାଷ୍ଟ୍ର ପରିବର୍ତ୍ତିତ ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ଦଣ୍ଡ ସଂହିତାକୁ ପରିବର୍ତ୍ତନ କରିବାକୁ ବାରମ୍ବାର ଦାବି ହୋଇଆସିଛି। ବିଶେଷ କରି ଗଣତାନ୍ତ୍ରିକ ମୂଲ୍ୟବୋଧ, ବ୍ୟକ୍ତି ସ୍ୱାଧୀନତା ଓ ମାନବିକ ଅଧିକାରର ଆଧାରରେ ଏହାକୁ ଅଧିକ ସରଳ ଓ ଉଦାର କରିବା ଅତ୍ୟନ୍ତ ଅବଶ୍ୟକ ହୋଇପଡ଼ିଥିଲା। ନାଗରିକମାନଙ୍କ ମାନବିକ ଅଧିକାର ଓ ବ୍ୟକ୍ତି ସ୍ୱାଧୀନତାକୁ ହନନ କରୁଥିବା ରାଷ୍ଟ୍ରଦ୍ରୋହ ପରି ବିଭିନ୍ନ କଳା ଆଇନକୁ ଉଚ୍ଛେଦ କରିବା ସହ ମୃତ୍ୟୁଦଣ୍ଡ ପରି କଠୋର ଦଣ୍ଡର ବ୍ୟବସ୍ଥାକୁ ବି ସମୀକ୍ଷା କରିବା ଦରକାର ଥିଲା। କିନ୍ତୁ ସରକାର ସଂହିତାକୁ ଅଧିକ ଉଦାର ଓ ମାନବୀୟ କରିବା ପରିବର୍ତ୍ତେ ତାକୁ ପୂର୍ବାପେକ୍ଷା ଆହୁରି କଠୋର କରିବା ଦେଶର ଆଇନଜୀବୀ, ଆଇନ ବିଶାରଦ ଓ ମାନବିକ ଅଧିକାର ପାଇଁ କାର୍ଯ୍ୟରତ ଶକ୍ତିମାନଙ୍କୁ ଏକଦମ୍ ନିରାଶ କରିଛି।

ଔପନିବେଶିକ କାଳରେ ତିଆରି ଏହି ସଂହିତାଗୁଡ଼ିକୁ ସଂଶୋଧନ କରି ତାକୁ ଭାରତୀୟ କରିବା ପାଇଁ ସେଥିରେ ସଂଶୋଧନ କରିଛୁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ବି ନୂତନ ବିଲ୍‌ରେ କେବଳ ଇଂରାଜୀ ନାମକୁ ବଦଳାଇ ତାକୁ ହିନ୍ଦୀରେ କରିବା ବ୍ୟତିତ ଅନ୍ୟ କିଛି ବିଶେଷ ପରିବର୍ତ୍ତନ କରାଯାଇନି। ବରଂ ଏକ ଶକ୍ତିଶାଳୀ, ଏକଛତ୍ରବାଦୀ ଓ ଦମନକାରୀ ରାଷ୍ଟ୍ର ନିର୍ମାଣରେ ବିଶ୍ୱାସୀ ସରକାର ନୂତନ ସଂହିତାକୁ ଅଧିକ କଠୋର ଓ ଦମନକାରୀ କରିବାକୁ ଚେଷ୍ଟା କରିଛନ୍ତି। ବିଶେଷ କରି ଏଥିରେ ପୋଲିସକୁ ଅଧିକ କ୍ଷମତା ଦିଆଯାଇଥିବା ଯୋଗୁଁ ପୂର୍ବାପେକ୍ଷା ଏହାର ଅଧିକ ଦୂରୁପଯୋଗ ହେବା ସହ ଜନଗଣଙ୍କ ଉପରେ ଦମନ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ପ୍ରସ୍ତାବିତ ସଂହିତାରେ ଔପନିବେଶିକ ଶାସନ କାଳରୁ ରହି ଆସିଥିବା ରାଜଦ୍ରୋହ ଆଇନ ବା ଧାରା-୧୨୪(କ)କୁ ହଟାଇ ଦେଇଛନ୍ତି ବୋଲି ଦାବି କରିଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମ କାଳରେ ସଂଗ୍ରାମୀମାନଙ୍କୁ ଦମନ କରିବା ପାଇଁ ବ୍ରିଟିଶ ଶାସକମାନେ ଏହି ଆଇନକୁ ତିଆରି କରିଥିଲେ। ସରକାରଙ୍କ ବିରୁଦ୍ଧରେ ଆନ୍ଦେଳନ କରୁଥିବା ନେତା ଓ ବୁଦ୍ଧିଜୀବୀଙ୍କ ବିରୁଦ୍ଧରେ ସେତେବେଳେ ତା’ର ବହୁଳ ପ୍ରୟୋଗ ହୋଇଥିଲା। ତେବେ ଦେଶରୁ ବ୍ରିଟିଶମାନେ ଯିବାପରେ ବି ଆମର ଶାସକମାନେ ନିଜର ରାଜନୈତିକ ସ୍ୱାର୍ଥରେ ଏହାକୁ ଅବ୍ୟାହତ ରଖିଥିଲେ। ଏହା ଜରିଆରେ ସରକାରଙ୍କ ବିରୋଧରେ ଭିନ୍ନମତ ପୋଷଣ କରୁଥିବା ରାଜନୈତିକ ନେତା, ସାମାଜିକ କର୍ମୀଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ଲେଖକ, ଓକିଲ ଓ କାର୍ଟୁନିଷ୍ଟ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଦମନ ଓ ପ୍ରତାଡ଼ିତ କରିବାକୁ ଚେଷ୍ଟା କରାଯାଇଛି। ଏଭଳି ଦମନକାରୀ ଆଇନର ଉପସ୍ଥିତି ଏକ ଗଣତାନ୍ତ୍ରିକ ସମାଜ ପାଇଁ ବିପଦ ହୋଇଥିବାରୁ ଖୋଦ୍ ବ୍ରିଟିଶମାନେ ବି ଏହି କଳା ଆଇନକୁ ନିଜ ଦେଶରୁ ଅନେକ ପୂର୍ବରୁ ଉଚ୍ଛେଦ କରିସାରିଛନ୍ତି। ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବି କିଛି ମାସ ତଳେ ଏହି ଆଇନକୁ ନେଇ ପ୍ରଶ୍ନ କରିବା ସହ ଏହି ଆଇନର ସମୀକ୍ଷା କରିବା ପର୍ଯ୍ୟନ୍ତ ବର୍ତ୍ତମାନ ତା’ର କାର୍ଯ୍ୟକାରୀତାକୁ ସ୍ଥଗିତ ରଖିଛନ୍ତି ଏବଂ ଏହି ଆଇନରେ ଗିରଫ ସବୁ ବ୍ୟକ୍ତିଙ୍କୁ ତୁରନ୍ତ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ନ୍ୟାୟ ସଂହିତାରେ ଯଦିଓ ରାଷ୍ଟ୍ରଦ୍ରୋହ ଆଇନର ୧୨୪(କ) ଧାରାକୁ ଉଚ୍ଛେଦ କରିଛନ୍ତି, କିନ୍ତୁ ପ୍ରସ୍ତାବିତ ସଂହିତାର ଧାରା ୧୫୦ରେ ପୁଣି ଥରେ ତାକୁ ‘ଦେଶଦ୍ରୋହ ଆଇନ’ ନାଁରେ କେବଳ ଅବ୍ୟାହତ ରଖିନାହାନ୍ତି ବରଂ ତା’ର ପରିସରକୁ ମଧ୍ୟ ଅଧିକ ବ୍ୟାପକ କରିଛନ୍ତି। ଯାହାଫଳରେ ଏଣିକି ସରକାରଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ବି ଦେଶଦ୍ରୋହ ଅପରାଧର ପର୍ଯ୍ୟାୟବାଚୀ ହୋଇପାରିବ। ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଲେଖା, ଭାଷଣ, ସଭାସମିତି, ଧର୍ମଘଟ କରିବା ବି ଦେଶଦ୍ରୋହ ବୋଲି ବିଚାର କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ସାତ ବର୍ଷ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି।

ସେହିଭଳି ପ୍ରସ୍ତାବିତ ସଂହିତାର ଧାରା-୧୧୧ରେ ସନ୍ତ୍ରାସବାଦକୁ ଯୋଡ଼ାଯାଇଛି। ପ୍ରଥମ ଥର ପାଇଁ ଦେଶର ଦଣ୍ଡ ସଂହିତାରେ ସନ୍ତ୍ରାସବାଦ ଶବ୍ଦର ଉଲ୍ଲେଖ ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ଶାସନ କାଳରେ ସେମାନଙ୍କ ବିରୁଦ୍ଧରେ ଅନେକ ସଶସ୍ତ୍ର ବିଦ୍ରୋହ ଓ ଆତଙ୍କବାଦୀ କାର୍ଯ୍ୟକଳାପ ହେଉଥିଲେ ମଧ୍ୟ ସେମାନେ ନିଜର ସଂହିତାରେ କୌଣସି ଆତଙ୍କବାଦୀ ଧାରା ରଖି ନଥିଲେ। ୧୯୬୭ ମସିହାରେ ଭାରତ ସରକାର ପ୍ରଥମ ଥର ପାଇଁ ଦଣ୍ଡ ସଂହିତାରେ ଆତଙ୍କବାଦକୁ ସାମିଲ କରି ଆଇନ ଆଣିଥିଲେ। ବର୍ତ୍ତମାନର ୟୁଏପିଏ ଆଇନରେ ମଧ୍ୟ ସନ୍ତ୍ରାସବାଦ ବୋଲି ଏକ ଧାରା ରହିଛି, କିନ୍ତୁ ତା’ର ଏକ ସୀମୀତ ପରିଭାଷା ରହିଛି। କିନ୍ତୁ ନୂଆ ସଂହିତା ଅନୁସାରେ ଯଦି କୌଣସି ହିଂସାତ୍ମକ କାର୍ଯ୍ୟ ଦେଶର ଐକ୍ୟ, ସାର୍ବଭୌମତ୍ୱ ଓ ସଂହତିକୁ ବିପନ୍ନ କରୁଛି ତାହେଲେ ତାକୁ ହିଁ ଏକ ସନ୍ତ୍ରାସବାଦୀ କାର୍ଯ୍ୟ ବୋଲି ବିବେଚନା କରାଯିବ ବୋଲି ଏଥିରେ ଉଲ୍ଲେଖ ଅଛି। ଏପରିକି ଦେଶରେ ଆଇନ ଶୃଙ୍ଖଳା ବ୍ୟାଘାତ କଲେ, ସରକାରୀ ପଣ୍ୟ ସରବରାହ ବା ସେବାରେ ବିଘ୍ନ ଘଟାଇଲେ ବି ତାହା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୋଲି ପରିଗଣିତ ହେବ। ଏହାର ଅର୍ଥ ହେଲା, କୃଷକମାନଙ୍କ ରାସ୍ତା ଅବରୋଧ ଆନ୍ଦୋଳନକୁ ବି ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ଧରାଯିବ। ଆଗାମୀ ଦିନରେ ସରକାରଙ୍କ ବିରୁଦ୍ଧରେ ସଂଗଠିତ ବିଭିନ୍ନ ଆନ୍ଦୋଳନକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଧରାଯାଇ ତାକୁ ଦମନ କରିବାକୁ ଏହି ସଂହତି ସହାୟ ହେବ।

ନୂତନ ସଂହିତାରେ ପୋଲିସକୁ ମାନବିକ ଅଧିକାର ଉଲଂଘନ ପାଇଁ ଅସୀମୀତ କ୍ଷମତା ଦିଆଯାଇଛି। ହାଜତରେ ଜଣେ ଅଭିଯୁକ୍ତକୁ ରଖିବାକୁ ବର୍ତ୍ତମାନ ଥିବା ୧୫ ଦିନର ମିଆଦକୁ ବଢ଼ାଇ ୬୦ ଦିନ କରି ଦିଆଯାଇଛି। ବର୍ତ୍ତମାନ ପୋଲିସ ହାଜତରେ ଘଟୁଥିବା ନିର୍ଯ୍ୟାତନା ନେଇ ଅଧିକରୁ ଅଧିକ ଅଭିଯୋଗ ଆସୁଥିବା ବେଳେ ନୂତନ ସଂହିତାରେ ରହିଥିବା ବ୍ୟବସ୍ଥା ଫଳରେ ହାଜତ ଭିତରେ ସାଧାରଣ ମଣିଷଙ୍କ ଉପରେ ପୋଲିସର ଦମନ ଓ ଅତ୍ୟାଚର ଆହୁରି ବଢ଼େଇବ। କେବଳ ସେତିକି ନୁହେଁ, ପୋଲିସକୁ ଏଥିରେ ଅସୀମୀତ କ୍ଷମତା ଦିଆଯାଇଥିବା ବେଳେ ପୋଲିସର ଅପରାଧ ପାଇଁ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ରଖାଯାଇନାହିଁ। ନୂତନ ସଂହିତାରେ ପୂର୍ବପରି ମୃତ୍ୟୁଦଣ୍ଡ ବଜାୟ ରହିଥିବା ବେଳେ ନୂଆ କରି ଚାରୋଟି ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି। ସନ୍ତ୍ରାସବାଦ, ନାବାଳିକା ଧର୍ଷଣ, ‘ଭିଡ଼ଦ୍ୱାରା ହତ୍ୟା’ ବା ‘ମବ୍ ଲିଂଚିଙ୍ଗ୍‌’ ଓ ସଂଗଠିତ ଅପରାଧ ପରି ଚାରୋଟି ଅପରାଧ ପାଇଁ ଦଣ୍ଡ ପରିମାଣ ବୃଦ୍ଧି କରାଯାଇଛି। ସେହିଭଳି ସାମ୍ପ୍ରଦାୟିକ ହିଂସା ସମ୍ପର୍କରେ ବି ଅତ୍ୟନ୍ତ ଭେଦଭାବପୂର୍ଣ୍ଣ ବ୍ୟବସ୍ଥା ରହିଛି। ଆଜିର ଆଧୁନିକ ବିଚାର ଓ ଲିଙ୍ଗଗତ ନ୍ୟାୟର ଆବଶ୍ୟକତା ଦୃଷ୍ଟିରୁ ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ଜରୁରୀ ଥିବା ବେଳେ ଏଥିରେ ସେଭଳି କରାଯାଇ ନାହିଁ ଏବଂ ନାରୀ ସୁରକ୍ଷାକୁ ବି ଉପେକ୍ଷା କରାଯାଇଛି।

ନୂଆ ବୋତଲରେ ପୁରୁଣା ମଦ ପରି କେନ୍ଦ୍ର ସରକାର ଯେଉଁ ନୂତନ ସଂହିତା ଆଣିଛନ୍ତି, ସେଥିରେ କୌଣସି ନୂଆ ଆଇନ ନାହିଁ ବରଂ ପୁରୁଣା ଆଇନର ଶୀର୍ଷକରେ ସାମାନ୍ୟ ଏପଟ ସେପଟ କରି ତାକୁ ଅବ୍ୟାହତ ରଖିଛନ୍ତି। ଦଣ୍ଡ ବଦଳରେ ନ୍ୟାୟ କରିବା ପାଇଁ ଏକ ସଂସ୍କାରମୂଳକ ପଦକ୍ଷେପ ଭାବେ ନୂତନ ସଂହିତା ପ୍ରଣୀତ ହୋଇଛି ବୋଲି ସରକାର ଦାବି କରିଛନ୍ତି ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ନାଗରିକମାନଙ୍କ ଉପରେ ଦଣ୍ଡ ଓ ରାଷ୍ଟ୍ରର ଦମନକୁ ବଢ଼ାଇବାରେ ସହାୟତ ହେବ।

ଫୋନ- ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story