ରେଭେନ୍ସା ଅପେକ୍ଷା ସ୍ମାର୍ଟଫୋନ୍‌ ବିପଦ ଉପରେ ଅଧିକ ବିତର୍କ ହେଉ

ଏ ସଂକ୍ରାନ୍ତରେ ନୀତି ପ୍ରଣୟନ ପାଇଁ ସବୁ ସ୍ତରରେ ବିତର୍କର ଆବଶ୍ୟକତା ରହିଛି। ରେଭେନ୍ସା କଲେଜର ନାଁ ବଦଳାଇବା ଅପେକ୍ଷା ଶିଶୁମାନଙ୍କ ହାତରେ ସ୍ମାର୍ଟଫୋନ୍ ଓ କେଉଁ ବୟସର ପିଲା କେତେ ସମୟ ସ୍କ୍ରିନ୍ ଟାଇମ୍ ବ୍ୟବହାର କରିପାରିବେ ତା’ଉପରେ ଏକ ଜାତୀୟ ସହମତି ନିମନ୍ତେ ବିତର୍କ ଯେତେ ଅଧିକ ହେବ ସେତେ ସ୍ୱାଗତଯୋଗ୍ୟ।

Smart Phone Addiction

Smart Phone Addiction

Debendra Prusty
  • Published: Thursday, 19 September 2024
  • Updated: 19 September 2024, 04:25 PM IST

Sports

Latest News

ରବି ଦାସ

ନିକଟରେ ମୋର ସାନଭାଇ ଗାଁରୁ ମୋତେ ଟେଲିଫୋନ୍ କରିବା ସମୟରେ ତା’ର ନାତି କିପରି ଅଛି ବୋଲି ପଚାରିବାରୁ ସେ କହିଲା, କେବଳ ଗୋଟିଏ ଟେଲିଫୋନ୍ ଦେଇଦେଲେ ସେ କୌଣସି ଗଣ୍ଡଗୋଳ ନକରି ତା’ ସହିତ ଖେଳୁଛି। ନାତିଟିର ବୟସ ଦେଢ଼ ବର୍ଷ ଭିତରେ।

ମୁଁ କହିଲି, ଏହି ଟେଲିଫୋନ୍ କାହିଁକି ଦେଉଛ? ତାକୁ ଖେଳନା ଦିଅ। ସେ କହିଲା, କୌଣସି ଖେଳନାରେ ତା’ର ଆଗ୍ରହ ନାହିଁ। ଟେଲିଫୋନ୍ ନଦେବା ପର୍ଯ୍ୟନ୍ତ କାନ୍ଦୁଛି। ଟେଲିଫୋନ୍ ଦେଲେ ସବୁ କାନ୍ଦ ବନ୍ଦ ହୋଇଯାଉଛି। ଏଣୁ ତା’ର ମା’ ଘର କାମ କରିବା ପାଇଁ ତାକୁ ଟେଲିଫୋନ୍ ଦେଇଦେଉଛି।

ସେମାନେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି ଯେ ଟେଲିଫୋନ୍ ସ୍କ୍ରିନର ଏକ ସ୍ୱାସ୍ଥ୍ୟ ବିପଦ ରହିଛି। ନିକଟରେ ସ୍ୱିଡେନ୍ ସରକାର ସାଧାରଣ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶିଶୁମାନଙ୍କୁ ଟେଲିଫୋନ୍ ସ୍କ୍ରିନ ଦେଖିବା ପାଇଁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ। ବିଶେଷ ଭାବରେ ୨ ବର୍ଷରୁ କମ୍ ଶିଶୁମାନେ ଆଦୌ ଟେଲିଫୋନ୍ ସ୍କ୍ରିନ ଦେଖିବା ଉଚିତ୍ ନୁହେଁ ବୋଲି ସରକାର ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ୨ରୁ ୫ ବର୍ଷ ବୟସର ପିଲା ସର୍ବାଧିକ ଦିନକୁ ଗୋଟିଏ ଘଂଟା ଓ ୬ରୁ ୧୨ ବର୍ଷ ଭିତରେ ପିଲାମାନଙ୍କୁ ସର୍ବାଧିକ ଦିନକୁ ୨ ଘଂଟା ଏବଂ ୧୮ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ ୩ ଘଂଟା ପର୍ଯ୍ୟନ୍ତ ଟେଲିଫୋନ୍ ସ୍କ୍ରିନ ପାଇଁ ଅନୁମତି ଦିଆଯାଇପାରେ। ସ୍ୱିଡେନରେ ୯ରୁ ୧୨ ବର୍ଷ ବୟସର ପିଲାମାନେ ଦିନକୁ ୪ ଘଂଟା ଓ ୧୭/୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନେ ଦୈନିକ ୭/୮ ଘଂଟା ପର୍ଯ୍ୟନ୍ତ ଟେଲିଫୋନ୍ ସ୍କ୍ରିନ ଦେଖୁଛନ୍ତି।

ଗୋଟିଏ ଶିଶୁର ମୁଣ୍ଡରେ ନିୟୁତ ନିୟୁତ ସଂଖ୍ୟାରେ ରହିଥିବା ନ୍ୟୁରନ ଶିଶୁ ଅବସ୍ଥାରେ ଧୀରେ ଧୀରେ ବିକଶିତ ହୁଅନ୍ତି। ବିଶେଷଜ୍ଞମାନଙ୍କ ମତ ହେଲା ଯେ ଶିଶୁର ମସ୍ତିଷ୍କରେ ଯେପରି ବିକାଶ ହୁଏ ତାହାକୁ ଲକ୍ଷ୍ୟ କଲେ ଟେଲିଫୋନ୍ ସ୍କ୍ରିନର ବ୍ୟବହାର ସେହି ବିକାଶ ପ୍ରକ୍ରିୟାକୁ ବାଟବଣା କରିଦିଏ। ଯେତେବେଳେ ଶିଶୁଟି ହସେ ଆପଣ ମଧ୍ୟ ହସିଥାନ୍ତି। ସେହିପରି ପିଲା ଯେତେବେଳେ କଥା କହେ ମା’-ବାପା, ପରିବାର ଲୋକେ ସେହିଭଳି ଭାବରେ କଥା କୁହନ୍ତି। ତାହା ଶିଶୁର ମସ୍ତିଷ୍କରେ ଭଲ ସଂଯୋଗ ସୃଷ୍ଟି କରେ। କିନ୍ତୁ ଯଦି ଶିଶୁଟି ବହୁ ସମୟ ଟେଲିଫୋନ୍ ସ୍କ୍ରିନ ଦେଖେ ଓ ତାକୁ ଗ୍ରହଣ କରେ ତେବେ ତା’ର ମସ୍ତିଷ୍କରେ ଯେଉଁ କଥପୋକଥନ ପ୍ରକ୍ରିୟା ହେବା କଥା ତାହା ହୁଏ ନାହିଁ। ଅଧିକ ସ୍କ୍ରିନ ଟାଇମ୍ ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି କରେ। ଶିଶୁ ଯେତେ ସାନ ସେହି ପରିମାଣରେ ତା’ର ମସ୍ତିଷ୍କ ଏହି ପ୍ରକ୍ରିୟାରେ ଅଧିକ କ୍ଷତିଗ୍ରସ୍ତ ହୁଏ।

ଭାରତର ଶିଶୁ ରୋଗ ବିଶେଷଜ୍ଞମାନେ ପିଲାମାନଙ୍କ ପାଇଁ ଟେଲିଫୋନ୍ ସ୍କ୍ରିନ୍‌ ସଂକ୍ରାନ୍ତରେ ଅଭିଭାବକମାନଙ୍କୁ କେତେଗୁଡ଼ିଏ ପରାମର୍ଶ ଦେଇଥିଲେ। ସେମାନେ କହିଥିଲେ ଯେ ୨ ବର୍ଷରୁ କମ୍ ଶିଶୁ କୌଣସି ପ୍ରକାରେ ଟେଲିଫୋନ୍ ସ୍କ୍ରିନ ନିକଟକୁ ଯିବା ଉଚିତ୍ ନୁହେଁ। କେବଳ ଅତି ନିକଟ ସଂପର୍କୀୟଙ୍କ ସହିତ ଭିଡିଓ କଲରେ ହୁଏତ ୧/୨ ମିନିଟ୍ ସେ ଟେଲିଫୋନ୍ ସ୍କ୍ରିନ୍ ଦେଖିଲେ କିଛି ଅସୁବିଧା ନାହିଁ। କିନ୍ତୁ କୌଣସି ପରିସ୍ଥିତିରେ ଭିଡିଓ କଲରେ ମଧ୍ୟ ୨ ବର୍ଷରୁ କମ୍ ପିଲାଙ୍କ ସହିତ ଏକ ଘଂଟା ବ୍ୟାପି କଥାବାର୍ତ୍ତା କରିବା ଆଦୌ ଠିକ୍ ନୁହେଁ। କିନ୍ତୁ ସାମାନ୍ୟ ବଡ଼ଶିଶୁ ଯିଏକି ୫ ବର୍ଷରୁ ଊର୍ଦ୍ଧ୍ୱ ଓ ୧୨ ବର୍ଷରୁ କମ୍ ସେହି ସମୟରେ ମସ୍ତିଷ୍କରେ ବିକାଶ ପାଇଁ ଅନ୍ୟ କାର୍ଯ୍ୟକଳାପ ସହିତ ଟେଲିଫୋନ୍ ସ୍କ୍ରିନ ସୁବିଧା ଏପରି ଭାବରେ ଦିଆଯିବା ଉଚିତ୍ ଯେଉଁଥିରେ ଶିଶୁର ମାନସିକ ବିକାଶ ଘଟିବାରେ ତା’ ସାହାଯ୍ୟ କରିବ। ଯେଉଁ ଶିଶୁ ଶାରୀରିକ ବ୍ୟାୟାମ ଓ ଅନ୍ୟାନ୍ୟ ଖେଳାଖେଳି କରୁଛି ଓ ଯେତିକି ସମୟ ଶୋଇବା କଥା ଶୋଇପାରୁଛି ତା’ ଛଡ଼ା ସ୍କୁଲ ପାଠପଢ଼ା, ଖାଇବା ଓ ଅନ୍ୟାନ୍ୟ ପାରିବାରିକ କାର୍ଯ୍ୟ କରୁଛି ସେ ସେହି ଅନୁସାରେ ଦିନକୁ ୨/୩ ଘଂଟାରୁ ଅଧିକ ସମୟ କଦାପି ଟେଲିଫୋନ୍ ସ୍କ୍ରିନ ଦେଖିବା ଉଚିତ୍ ନୁହେଁ।

ଚୀନରେ ପ୍ରାୟ ୧୧୦ କୋଟି ଇଂଟରନେଟ୍ ବ୍ୟବହାରକାରୀ ରହିଥିଲେ ମଧ୍ୟ ଶିଶୁମାନଙ୍କୁ ସ୍ମାର୍ଟଫୋନ୍ ଠାରୁ ଦୂରରେ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ସାଇବର ସ୍ପେଶ୍ ପ୍ରଶାସନ ପକ୍ଷରୁ ରୀତିମତ ଶୃଙ୍ଖଳା ମଧ୍ୟ ଜାରି କରାଯାଇଛି। ଏଥିରେ ୧୭ ବର୍ଷ ପର୍ଯ୍ୟନ୍ତ ଇଂଟରନେଟ୍ ବ୍ୟବହାର ୨ ଘଂଟାରୁ ଅଧିକ ନହେବା ପାଇଁ କୁହାଯାଇଛି। ବିଶ୍ୱର ସବୁ ଦେଶରେ ଧୀରେ ଧୀରେ ଶିଶୁମାନଙ୍କ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ନିୟନ୍ତ୍ରଣ ପାଇଁ ପ୍ରସ୍ତାବମାନ ଆସିଲାଣି। ଏପରିକି କାର୍ଲିଫର୍ଣ୍ଣିଆରେ ସ୍କୁଲରେ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍ ଆଣିପାରିବେ ନାହିଁ ବୋଲି ବ୍ୟବସ୍ଥା କରିବାକୁ ସେଠାକାର ଗଭର୍ଣ୍ଣର ଚେଷ୍ଟା କରୁଥିବାର ଏକ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ ଭାରତରେ ସ୍ମାର୍ଟଫୋନର ବ୍ୟବହାର ଓ ବିଶେଷ ଭାବରେ ପିଲାମାନଙ୍କ କ୍ଷେତ୍ରରେ ଏହା ବଢ଼ିବାର ଏକ ପ୍ରକ୍ରିୟା ବେଶ୍ ଜୋର ଧରିଛି। କୋଭିଡ୍ ସମୟରେ ପିଲାମାନେ ପାଠ ପଢ଼ିବା ପାଇଁ ଅନଲାଇନ୍ କ୍ଲାସ ବା କୋଚିଂର ଯେଉଁ ବ୍ୟବସ୍ଥା କରାଗଲା ତା’ପରଠାରୁ ଦେଶରେ ଛାତ୍ରଛାତ୍ରୀଙ୍କ ଭିତରେ ଟେଲିଫୋନ୍ ବ୍ୟବହାର ଦୃତଗତିରେ ବଢ଼ିଯାଇଛି। ୧୭/୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟେଲିଫୋନ୍ ବ୍ୟବହାର ଦୈନିକ ୨ ଘଂଟା ଭିତରେ ସୀମିତ ରଖିବା ସହିତ ୫ ବର୍ଷରୁ କମ୍ ଶିଶୁମାନଙ୍କ ପାଇଁ ଟେଲିଫୋନ୍ ଆଦୌ ଦିଆନଯିବା ପାଇଁ ରୀତିମତ ଭାବରେ ନିୟମ ପ୍ରଣୟନ କରାଯିବା ଦରକାର। ଏ କ୍ଷେତ୍ରରେ ପିତା-ମାତାମାନଙ୍କୁ ସକ୍ରିୟ ଭୂମିକା ନେବାକୁ ପଡ଼ିବ। ବିଶେଷ ଭାବରେ ପ୍ରାଥମିକ ସ୍ତରରେ ଓ ହାଇସ୍କୁଲ ସ୍ତରରେ ସ୍ମାର୍ଟଫୋନ୍ କୌଣସି ଛାତ୍ରଛାତ୍ରୀ ସ୍କୁଲକୁ ଆଣିପାରିବେ ନାହିଁ ଏବଂ ଛାତ୍ରଛାତ୍ରୀ ନିଜ ପରିବାର ସହିତ ସଂପର୍କ ସ୍ଥାପନ କରିବାକୁ ହେଲେ ବିଦ୍ୟାଳୟ ସେଥିପାଇଁ ସୁବିଧା ପ୍ରଦାନ କରିବାକୁ ବ୍ୟବସ୍ଥା କରିବାର ନିୟମ ରହିପାରିବ।

ଶିଶୁମାନଙ୍କ ମାନସିକ ବିକାଶରେ ସ୍ମାର୍ଟଫୋନଗୁଡ଼ିକର ଅତ୍ୟଧିକ ବ୍ୟବହାର ଫଳରେ ନୂଆ ଚିନ୍ତା ସେମାନଙ୍କ ମସ୍ତିଷ୍କରେ ପ୍ରବେଶ କରିବା ଓ ଗବେଷଣା ପାଇଁ ଆଗ୍ରହ ପ୍ରକାଶ କରିବା ନିଷ୍ଠା କମିଯାଉଛି। ଟେଲିଫୋନ୍ ଯୋଗେ ସେ ଯାହାସବୁ ଦେଖୁଛି ସେଗୁଡ଼ିକ ସତ୍ୟ ବୋଲି ଧରିନେଇ କାର୍ଯ୍ୟ କରିବା ଫଳରେ ଶିଶୁ ଅବସ୍ଥାରେ ପୁସ୍ତକ ଅଧ୍ୟୟନ ପାଇଁ ଯେଉଁ ଆଗ୍ରହ ରହିବା କଥା ତାହା କମିଯାଉଛି। ସେଥିପାଇଁ ସ୍କୁଲ କଲେଜରେ ପୁସ୍ତକାଗାରର ଚାହିଦା ପୂର୍ବାପେକ୍ଷା କମିଯାଇଛି। ଛାତ୍ରଛାତ୍ରୀ ପୁସ୍ତକାଗାରରେ ଅଧିକ ସମୟ ନଦେଇ ସ୍ମାର୍ଟଫୋନରେ ଅଧିକ ସମୟ ଦେଇ ସେମାନଙ୍କ ତଥ୍ୟ ଜାଣିବାର ଆଗ୍ରହକୁ ଚରିତାର୍ଥ କରୁଛନ୍ତି। କିନ୍ତୁ ସ୍ମାର୍ଟଫୋନ୍ ମାଧ୍ୟମରେ କେଉଁ ତଥ୍ୟକୁ ବା କେଉଁ ବିଷୟକୁ କେତେ ବିଶ୍ୱାସ କରାଯିବ ତା’ର ମୂଲ୍ୟାୟନ ପାଇଁ ଛାତ୍ରଛାତ୍ରୀଙ୍କ ନିକଟରେ ଦକ୍ଷତା ରହୁନାହିଁ। କିନ୍ତୁ ସବୁଠୁ ବଡ଼କଥା ହେଉଛି ସ୍ମାର୍ଟଫୋନ୍ ଓ ଟିଭି ସ୍କ୍ରିନ୍ ଟାଇମ୍ ସଂକ୍ରାନ୍ତରେ ସାରା ବିଶ୍ୱରେ ଶିଶୁ ବିଶେଷଜ୍ଞମାନଙ୍କ ମଧ୍ୟରେ ଯେଉଁ ମତ ପ୍ରକାଶ ପାଇଛି ତାହାରି ଆଧାରରେ ଭାରତର ନୂଆ ଶିକ୍ଷା ନୀତିରେ ଏହାକୁ ଏକ ବଡ଼ ପ୍ରସଂଗ ଭାବରେ ନେବା ଉଚିତ୍। ସବୁ ସ୍ତରରେ ଶିଶୁମାନଙ୍କୁ ସ୍ମାର୍ଟଫୋନରୁ ଦୂରେଇ ରଖିବା ପାଇଁ ନୂତନ ଶିକ୍ଷା ନୀତିରେ ଏକ ପ୍ରସଂଗ ଭାବରେ ରହିବା ଦରକାର। ବିଶେଷ ଭାବରେ ଅଙ୍ଗନବାଡ଼ି, ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ସ୍ତରରେ ଏହି ପ୍ରସଂଗ ଉପରେ ଏକ ରାଷ୍ଟ୍ରୀୟ ନୀତି ପ୍ରଣୟନର ଆବଶ୍ୟକତା ରହିଛି। ନଚେତ୍ ଦେଶର ଯୁବଶକ୍ତି ଭିତରେ ମାନସିକ ବିକାଶର ଯେଉଁ ସ୍ୱୟଂପ୍ରକ୍ରିୟା ରହିଛି ସେଗୁଡ଼ିକ ବାଧାପ୍ରାପ୍ତ ହୋଇଯିବ।

ସ୍ୱିଡେନ୍ ସରକାର ସ୍ମାର୍ଟଫୋନ୍ ବ୍ୟବହାର ଉପରେ ଯେପରି ନିୟମ ପ୍ରଣୟନ କରିଛନ୍ତି ତାହାକୁ ଭାରତରେ ମଧ୍ୟ ଅନୁଧ୍ୟାନ କରାଯିବା ଉଚିତ୍। ସ୍ମାର୍ଟଫୋନ୍ ବ୍ୟବହାର ସହିତ ସୋସିଆଲ୍ ମିଡିଆରେ କେଉଁ ବୟସର ପିଲା ସାମିଲ ହୋଇପାରିବେ ସେ ସଂକ୍ରାନ୍ତରେ ଏକ ରାଷ୍ଟ୍ରୀୟ ନୀତିର ଆବଶ୍ୟକତା ରହିଛି। ଯଦିଓ ସୋସିଆଲ୍ ମିଡିଆମାନେ ନିଜ ତରଫରୁ ଏପରି କୌଣସି ନିୟମ ପ୍ରଣୟନ କରିନାହାନ୍ତି, କିନ୍ତୁ ଦେଶର ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ମାନସିକ ସୁରକ୍ଷା ପାଇଁ ସରକାର ଏ ସଂକ୍ରାନ୍ତରେ ନୀତି ପ୍ରଣୟନ କରି ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଏ ବିଷୟରେ ଅବଗତ କରାଇପାରିବେ।

ବ୍ରିଟେନରେ ସ୍ମାର୍ଟଫୋନ୍ ବ୍ୟବହାର ନେଇ ଏବେ ଏକ ବଡ଼ ବିତର୍କ ଚାଲିଛି। ଯଦିଓ ବ୍ରିଟେନର ପ୍ରଧାନମନ୍ତ୍ରୀ ୧୬ ବର୍ଷ ବୟସରୁ କମ୍ ପିଲାମାନଙ୍କୁ ସ୍ମାର୍ଟଫୋନ୍ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ରାଜି ହୋଇନାହାନ୍ତି। ବ୍ରିଟେନରେ ୩/୪ବର୍ଷର ପିଲାମାନଙ୍କ ଭିତରୁ ପ୍ରାୟ ଏକ ଚତୁର୍ଥାଂଶଙ୍କ ହାତରେ ସ୍ମାର୍ଟଫୋନ୍ ରହିଥିବା ଏକ ତଥ୍ୟରୁ ଜଣାପଡିଛି। ସେହିପରି ୧୩ ବର୍ଷରୁ କମ୍ ପିଲାମାନଙ୍କ ଭିତରୁ ପ୍ରାୟ ଅର୍ଦ୍ଧେକ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଜଣାପଡ଼ିଛି। ଏହିସବୁ ଆଲୋଚନା ଭିତରେ ଭାରତରେ ସ୍ମାର୍ଟଫୋନର ପ୍ରସାର ଯେପରି ବଢ଼ୁଛି ସେଥିରେ ଏହାକୁ ନେଇ ସମାଜ ବିଜ୍ଞାନୀ, ଶିଶୁ ବିଜ୍ଞାନୀ ଓ ଶିକ୍ଷାବିତମାନେ ଆଉ ନୀରବ ରହିଲେ ହେବନାହିଁ। ଏ ସଂକ୍ରାନ୍ତରେ ନୀତି ପ୍ରଣୟନ ପାଇଁ ସବୁ ସ୍ତରରେ ବିତର୍କର ଆବଶ୍ୟକତା ରହିଛି। ରେଭେନ୍ସା କଲେଜର ନାଁ ବଦଳାଇବା ଅପେକ୍ଷା ଶିଶୁମାନଙ୍କ ହାତରେ ସ୍ମାର୍ଟଫୋନ୍ ଓ କେଉଁ ବୟସର ପିଲା କେତେ ସମୟ ସ୍କ୍ରିନ୍ ଟାଇମ୍ ବ୍ୟବହାର କରିପାରିବେ ତା’ଉପରେ ଏକ ଜାତୀୟ ସହମତି ନିମନ୍ତେ ବିତର୍କ ଯେତେ ଅଧିକ ହେବ ସେତେ ସ୍ୱାଗତଯୋଗ୍ୟ।

ବରିଷ୍ଠ ସାମ୍ବାଦିକ, ମୋ -୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story