ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ନେଇ ଉଦବେଗ

ଦୁଇ ମାସ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪,୭୦୦ କୋଟି ଡଲାର ବା ପ୍ରାୟ ୬.୭ ପ୍ରତିଶତ ହ୍ରାସ ପାଇବା ଉଦବେଗର କାରଣ ପାଲଟିଛି। କେବଳ ଗତ ଏକ ସପ୍ତାହ ମଧ୍ୟରେ ଏହା ୧,୭୭୬ କୋଟି ଡଲାର ହ୍ରାସ ପାଇଛି। ତେଣୁ ଏହି ଚିନ୍ତାଜନକ ସ୍ଥିତିର କାରଣ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି।

Representative Image

Representative Image

Debendra Prusty
  • Published: Tuesday, 26 November 2024
  • Updated: 26 November 2024, 04:44 PM IST

Sports

Latest News

ସରଳ କୁମାର ଦାସ

ସେପ୍ଟେମ୍ୱର ୨୭, ୨୦୨୪ରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୭୦,୪୮୯ କୋଟି ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଗତ ୨ ମାସ ଧରି ଏହା ଲଗାତାର ଭାବେ ହ୍ରାସ ପାଇ ନଭେମ୍ୱର ୨୨, ୨୦୨୪ରେ ସମାପ୍ତ ହୋଇଥିବା ସପ୍ତାହରେ ୬୫,୭୮୯ କୋଟି ଡଲାରରେ ଆସି ପହଞ୍ଚିଛି। ଏହି ଦୁଇ ମାସ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪,୭୦୦ କୋଟି ଡଲାର ବା ପ୍ରାୟ ୬.୭ ପ୍ରତିଶତ ହ୍ରାସ ପାଇବା ଉଦବେଗର କାରଣ ପାଲଟିଛି। କେବଳ ଗତ ଏକ ସପ୍ତାହ ମଧ୍ୟରେ ଏହା ୧,୭୭୬ କୋଟି ଡଲାର ହ୍ରାସ ପାଇଛି। ତେଣୁ ଏହି ଚିନ୍ତାଜନକ ସ୍ଥିତିର କାରଣ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି।

ଯେକୌଣସି ଦେଶର ଅର୍ଥନୀତିରେ ବୈଦେଶିକ ମୁଦ୍ରା ଭଣ୍ଡାର ବା ଫରେକ୍ସ ରିଜର୍ଭ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆମଦାନି ରପ୍ତାନି ପରି ଆନ୍ତର୍ଜାତିକ ବାଣିଜ୍ୟ, ଦେଣନେଣ, ବିନିଯୋଗ ଆଦି ଅନେକ ଆର୍ଥିକ କାର୍ଯ୍ୟରେ ବୈଦେଶିକ ମୁଦ୍ରା ଆବଶ୍ୟକ ହେଉଥିବାରୁ ଏକ ବଳିଷ୍ଠ ବୈଦେଶିକ ମୁଦ୍ରା ଭଣ୍ଡାର ଯେକୌଣସି ଦେଶ ପାଇଁ ବରଦାନ ସଦୃଶ। ସେ ଦୃଷ୍ଟିରୁ ଗତ କିଛି ବର୍ଷ ଧରି ବିଭିନ୍ନ କାରଣରୁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉତ୍ସାହଜନକ ଭାବେ ବୃଦ୍ଧି ପାଇ ଚାଲିଥିଲା। ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଥିବାରୁ ତାର ପ୍ରଭାବରେ ବୈଦେଶିକ ମୁଦ୍ରା ଚାପଗ୍ରସ୍ତ ହୋଇଛି।

ବିଶ୍ୱର ସର୍ବାଧିକ ବୈଦେଶିକ ମୁଦ୍ରା ଭଣ୍ଡାର ଥିବା ଦେଶଗୁଡ଼ିକ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ଥିବା ବେଳେ ଜାପାନ ଓ ସ୍ୱିଜରଲାଣ୍ଡ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ସେହି ତାଲିକାରେ ଭାରତର ସ୍ଥାନ ଚତୁର୍ଥ। ଚୀନର ଫରେକ୍ସ ରିଜର୍ଭର ଆକାର ଏବେ ପ୍ରାୟ ୩.୨୬୧ ଲକ୍ଷ କୋଟି ଡଲାର, ଯାହା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରଠାରୁ ପ୍ରାୟ ୫ ଗୁଣ ଅଧିକ। ସେଠାରେ ମଧ୍ୟ ବୈଦେଶିକ ଭଣ୍ଡାର ହ୍ରାସ ପାଇଛି। ତେବେ ଗତ କିଛି ବର୍ଷ ଧରି କୌଶଳଗତ ଭାବେ ଚୀନ ଏହି ମୁଦ୍ରା ଭଣ୍ଡାରରେ ଡଲାରର ପ୍ରାଧାନ୍ୟକୁ ହ୍ରାସ କରିଚାଲିଛି। ଫଳରେ ୨୦୧୬ ମସିହାରେ ଚୀନର ବୈଦେଶିକ ଭଣ୍ଡାରରେ ପ୍ରାୟ ୫୯ ପ୍ରତିଶତ ଡଲାର ବା ଡଲାର ମୂଲ୍ୟବର୍ଗର ସମ୍ପଦ ଥିବା ବେଳେ ୨୦୨୩ ବେଳକୁ ତାହା ହ୍ରାସ ପାଇ ୨୫ ପ୍ରତିଶତରେ ପହଞ୍ଚିସାରିଲାଣି। ଅନ୍ୟ ପକ୍ଷରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ମଧ୍ୟ ଡଲାର ମୂଲ୍ୟବର୍ଗର ସମ୍ପଦ (ଡଲାର ଡିନୋମିନେଟେଡ ଆସେଟ)ର ପରିମାଣ ପ୍ରାୟ ୬୦ ପ୍ରତିଶତ ରହିଛି। ତେଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅଧିକ ହ୍ରାସ ହେଲେ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ତାର ପ୍ରତିକୂଳ ପ୍ରଭାବ ଯେ କେତେ ଅଧିକ ହେଉଛି, ତାହା ସହଜରେ ଅନୁମେୟ।

ବୈଦେଶିକ ମୁଦ୍ରା ଭଣ୍ଡାର କହିଲେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବିଦେଶୀ ମୁଦ୍ରା ଆକାରରେ ଗଚ୍ଛିତ ଥିବା ପାଣ୍ଠିକୁ ବୁଝାଏ। ମୁଦ୍ରା ବ୍ୟତୀତ ଏଥିରେ ବିଦେଶୀ ବଣ୍ଡ, ଟ୍ରେଜେରୀ ବିଲ୍ ଓ ଅନ୍ୟ ସରକାରୀ ପ୍ରତିଭୂତି (ସିକ୍ୟୁରିଟିଜ୍) ମଧ୍ୟ ଥାଏ। ଏହି ପାଣ୍ଠିକୁ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲେ ବି ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇଲେ ବା ଦେବାଳିଆ ପରିସ୍ଥିତି ଉପୁଜିଲା ଭଳି ଅବାଞ୍ଛିତ ପରିସ୍ଥିତିର ମୁକାବିଲା କରିବାକୁ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଗଚ୍ଛିତ ଥିବା ଏହି ପାଣ୍ଠି ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ। ଏଥିରେ ବୈଦେଶିକ ମୁଦ୍ରା ସମ୍ପଦ (ଫରେନ୍ କରେନ୍ସି ଆସେଟସ୍ ବା ଏଫସିଏ), ସ୍ୱର୍ଣ୍ଣ ଭଣ୍ଡାର, ଏସଡିଆର ( ସ୍ପେଶାଲ ଡ୍ରଇଂ ରାଇଟସ୍) ଆଦି ସମ୍ମିଳିତ। ଆମେରିକୀୟ ଡଲାର ସହ ପାଉଣ୍ଡ, ୟୁରୋ, ୟେନ, ୟୁଆନ ଭଳି ବିଭିନ୍ନ ଦେଶର ଗଚ୍ଛିତ ମୁଦ୍ରା ଏଫସିଏର ଅଂଶବିଶେଷ। ଭାରତର ଗଚ୍ଛିତ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୬,୫୭୦ କୋଟି ଡଲାର, ଯାହା ସମୁଦାୟ ବୈଦେଶିକ ମୁଦ୍ରାଭଣ୍ଡାରର ପ୍ରାୟ ୧୦ ପ୍ରତିଶତ ଅଟେ। ସେହିପରି ୧,୮୦୦ କୋଟି ଡଲାର ମୂଲ୍ୟର ଏସଡିଆର ଥିବା ବେଳେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ନିକଟରେ ରିଜର୍ଭ ଆକାରରେ ୪୨୦ କୋଟି ଡଲାର ରହିଛି। ତେବେ ୫୬,୯୮୪ କୋଟି ଡଲାର ମୂଲ୍ୟର ଏଫସିଏ ହିଁ ବୈଦେଶିକ ମୁଦ୍ରା ଭଣ୍ଡାରର ସିଂହଭାଗ (୮୬ ପ୍ରତିଶତ) ଅଟେ, ଯାହାର ପରିମାଣ ଡଲାର ଆକାରରେ ପ୍ରକାଶ କରାଯାଇଥାଏ। ତେଣୁ ଡଲାର ତୁଳନାରେ ଅନ୍ୟ ବୈଦେଶିକ ମୁଦ୍ରାର ମୂଲ୍ୟ ବୃଦ୍ଧି ବା ହ୍ରାସ ହେଲେ ଗଚ୍ଛିତ ଅନ୍ୟ ବୈଦେଶିକ ମୁଦ୍ରାର ପୁନଃମୂଲ୍ୟାୟନ କରାଯାଇ ତାହା ଡଲାରରେ ପ୍ରକାଶ କରାଯାଇଥାଏ। ଫଳରେ ବୈଦେଶିକ ମୁଦ୍ରାଭଣ୍ଡାରର ମୂଲ୍ୟ ବୃଦ୍ଧି ବା ହ୍ରାସ ହୋଇଥାଏ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ବଣ୍ଡରୁ ଆୟ (ୟିଲଡ) ବୃଦ୍ଧି ପାଇବା ଓ ଡଲାର ଅଧିକ ଶକ୍ତିଶାଳୀ ହେବା କାରଣରୁ ଅନ୍ୟ ଅନେକ ବୈଦେଶିକ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ତେଣୁ ପୁନଃମୂଲ୍ୟାୟନ ଜନିତ କ୍ଷତି ବୃଦ୍ଧି ପାଇ ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରର ପରିମାଣ ମଧ୍ୟ ହ୍ରାସ ପାଇଛି। ଉଦାହରଣ ସ୍ୱରୂପ ଗତ ସପ୍ତାହରେ ଏହି ପୁନଃ ମୂଲ୍ୟାୟନ ଜନିତ କ୍ଷତି ୧,୦୪୦ କୋଟି ଡଲାର ହୋଇଛି। ଡଲାରର ଚାହିଦା ଅନୁପାତରେ ଯୋଗାଣ ଏବଂ ଦେଶର ଅର୍ଥନୈତିକ ସ୍ଥିତି ଉପରେ ନିର୍ଭର କରି ବଜାର ଶକ୍ତି ଦ୍ୱାରା ଟଙ୍କାର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ। ଟଙ୍କାର ମୂଲ୍ୟରେ ଅନୁଚିତ ଅସ୍ଥିରତା ସୃଷ୍ଟି ହେଲେ ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ହୋଇଥାଏ। ଡଲାର ପିଛା ଟଙ୍କାର ମୂଲ୍ୟ ହ୍ରାସ ପାଇ ସର୍ବନିମ୍ନ ୮୪.୫୦ ଟଙ୍କା ସ୍ତରରେ ପହଞ୍ଚିଯିବାରୁ ଟଙ୍କାର ମୂଲ୍ୟରେ ସ୍ଥିରତା ଆଣିବା ଲାଗି ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କକୁ ପ୍ରାୟ ୭୨୦ କୋଟି ଡଲାର ବିକ୍ରି କରିବାକୁ ପଡ଼ିଛି।

ଏହା ସତ୍ତ୍ୱେ ସପ୍ତାହାନ୍ତରେ ଡଲାର ପିଛା ଟଙ୍କାର ମୂଲ୍ୟ ପୂର୍ବ ସପ୍ତାହ ତୁଳନାରେ ୩.୦୪ ଟଙ୍କା ହ୍ରାସ ପାଇ ୮୪.୪୪ ଟଙ୍କା ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅତ୍ୟଧିକ ହ୍ରାସ ପାଇଲେ ଭାରତର ରପ୍ତାନିକାରୀମାନେ ଲାଭବାନ ହେଉଥିବା ବେଳେ ଆମଦାନିକାରୀମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି। ତେବେ ବିଦେଶରୁ ସ୍ୱଚ୍ଛନ୍ଦରେ ସାମଗ୍ରୀ ଆମଦାନି କରିବା ଲାଗି ଯେକୌଣସି ଦେଶ ନିକଟରେ ଯଥେଷ୍ଟ ପରିମାଣର ବୈଦେଶିକ ମୁଦ୍ରା ଗଚ୍ଛିତ ଥିବା ଆବଶ୍ୟକ। ଆଦର୍ଶ ସ୍ଥିତିରେ ଆମଦାନି ଆବଶ୍ୟକତାର ପୂର୍ତ୍ତି ଲାଗି କୌଣସି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ଅନ୍ତତଃ ୬ ମାସ ଆମଦାନୀ ଲାଗି ବୈଦେଶିକ ମୁଦ୍ରା ଗଚ୍ଛିତ ରହିବା ଜରୁରୀ ହୋଇଥିଲେ ବି ଭାରତ ଭଳି ଗତିଶୀଳ ଅର୍ଥନୀତି ବିଶିଷ୍ଟ ଦେଶ ନିକଟରେ ୧୦-୧୨ ମାସର ଭଣ୍ଡାର ଗଚ୍ଛିତ ରହିବା ଆବଶ୍ୟକ। ତଦନୁସାରେ ଏବେ ଭାରତ ନିକଟରେ ୧୧.୨ ମାସର ଆମଦାନି ଲାଗି ବୈଦେଶିକ ମୁଦ୍ରା ଗଚ୍ଛିତ ଥିବାରୁ ଭାରତର ସ୍ଥିତି ଅପେକ୍ଷାକୃତ ସ୍ୱଚ୍ଛଳ ବୋଲି ଗ୍ରହଣ କରାଯାଇପାରେ। ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଆମଦାନି ୮୫,୪୮୦ କୋଟି ଡଲାର ହୋଇଥିବା ବେଳେ ରପ୍ତାନି ୭୭,୬୬୮ କୋଟି ଡଲାର ହୋଇଥିବାରୁ ଭାରତକୁ ୭,୮୧୨ କୋଟି ଡଲାର ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଟଙ୍କାର ମୂଲ୍ୟ ହ୍ରାସ ପାଇ ରପ୍ତାନି ତୁଳନାରେ ଆମଦାନିର ପରିମାଣ ଅଧିକ ହେଲେ ସମ ପରିମାଣର ଆମଦାନି ପାଇଁ ଅଧିକ ଡଲାର ବ୍ୟୟ କରିବାକୁ ହେବ। ଫଳରେ ବୈଦୈଶିକ ମୁଦ୍ରାଭଣ୍ଡାର ଚାପଗ୍ରସ୍ତ ହେବ।

ଅନ୍ତର୍ଜାତୀୟ ସ୍ତରରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଟଙ୍କାର ମୂଲ୍ୟ ହ୍ରାସ ପଛର ଏକ ପ୍ରମୁଖ କାରଣ। ତେବେ ଭାରତର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନୀ ହେଉଥିବାରୁ ଓ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ଉଚ୍ଚ ସ୍ତରରେ ରହୁଥିବାରୁ ଭାରତକୁ ଅଧିକ ଡଲାର ବ୍ୟୟ କରିବାକୁ ପଡ଼ୁଛି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଡଲାର ନ ଦେଇ ରୁଷୀୟ ମୁଦ୍ରା ରୁବଲରେ ରୁଷିଆରୁ ଶସ୍ତା ଦରରେ ତେଲ ଆମଦାନି କରିପାରୁଥିବାରୁ ସେଠାରୁ ତେଲ ଆମଦାନିର ପରିମାଣ ବୃଦ୍ଧି ପାଇଥିଲା। ଇତିମଧ୍ୟରେ ସେଠାରେ ମିଳୁଥିବା ରିହାତି କମ ହୋଇଯାଇଥିବାରୁ ରୁଷିଆରୁ ତୈଳ ଆମଦାନି ହ୍ରାସ ପାଇଛି। ଫଳରେ ତେଲ ପାଇଁ ଭାରତକୁ ପୁଣି ଥରେ ପାରମ୍ପରିକ ମଧ୍ୟ-ପ୍ରାଚ୍ୟ ଦେଶସମୂହମୁହାଁ ହେବାକୁ ପଡ଼ିଛି। ଏହା ଦ୍ୱାରା ତେଲ ପାଇଁ ଭାରତର ଡଲାର ନିର୍ଭରଶୀଳତା ବଢ଼ିଛି, ଯାହା ଟଙ୍କାର ମୂଲ୍ୟହ୍ରାସର ଏକ ବଡ଼ କାରଣ। କେବଳ ଅଶୋଧିତ ତେଲ ପାଇଁ ନୁହେଁ, ବରଂ ସାମଗ୍ରିକ ଭାବେ ଭାରତର ରପ୍ତାନି ତୁଳନାରେ ଆମଦାନି ଯଥେଷ୍ଟ ଅଧିକ ହୋଇ ବାଣିଜ୍ୟ ନିଅଣ୍ଟ ବଢ଼ି ବଢ଼ି ଚାଲିଛି। ଦେଶର ଚଳନ୍ତି ଖାତା ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ) ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୯୭୦ କୋଟି ଡଲାରକୁ ବୃଦ୍ଧି ପାଇଛି ଯାହା ଦେଶର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର ୧.୧ ପ୍ରତିଶତ। ଗତ ବର୍ଷର ଏହି ସମୟରେ ଏହା ୧ ପ୍ରତିଶତ ଥିଲା।

୨୦୨୩ ମସିହାରେ ବିଦେଶୀ ନିବେଶକମାନଙ୍କ ଲାଗି ଭାରତ ନିବେଶର ପ୍ରଥମ ପସନ୍ଦ ଥିଲା। ତେବେ ସେହି ସ୍ଥିତିରେ ପରିବର୍ତ୍ତନ ଘଟିଛି। ଅଗଷ୍ଟ ୨୦୨୪ରୁ ବିଦେଶୀ ଅଂଶଧନ ନିବେଶକଙ୍କ ପୁଞ୍ଜି ଭାରତକୁ ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ସେମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରିବା ବଢାଇ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରଠାରୁ ବିଭିନ୍ନ କାରଣରୁ ବିଦେଶୀ ଅଂଶଧନ ନିବେଶକମାନେ ଭାରତୀୟ ଅଂଶଧନ ବଜାର ପ୍ରତି ଆଗ୍ରହ ପ୍ରଦର୍ଶନ କରୁ ନଥିବାର ପରିଲକ୍ଷିତ ହେଉଛି। ଏସୀୟ ଅଂଶଧନ ବଜାରଗୁଡ଼ିକ ମଧ୍ୟରୁ ଭାରତରୁ ସର୍ବାଧିକ ପରିମାଣର ବିଦେଶୀ ଅଂଶଧନ ପୁଞ୍ଜି ପ୍ରତ୍ୟାହାର କରାଯାଇଛି। ଅକ୍ଟୋବର ପହିଲାରୁ ମାତ୍ର ଦୁଇ ମାସରୁ କମ୍ ସମୟ ମଧ୍ୟରେ ପ୍ରାୟ ୧,୩୬୦ କୋଟି ଡଲାର ପ୍ରତ୍ୟାହୃତ ହେବା ଉଦବେଗଜନକ।

ତଳମୁହାଁ ଟଙ୍କାକୁ ନେଇ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଏବେ ନିଷ୍ପତ୍ତି ସଙ୍କଟ ଦେଖାଦେଇଛି। ବ୍ୟାଙ୍କ ହସ୍ତକ୍ଷେପ ନ କରି ଟଙ୍କାର ମୂଲ୍ୟ ବଜାର ଶକ୍ତି ଦ୍ୱାରା ନିର୍ଦ୍ଧାରିତ ହେବାକୁ ଛାଡ଼ିଦେବ ନା ହସ୍ତକ୍ଷେପ କରି ଟଙ୍କା ମୂଲ୍ୟକୁ ସ୍ଥିର ରଖିବାର ପ୍ରୟାସ କରିବ? ବଜାର ଶକ୍ତି ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ ହେବାକୁ ଛାଡ଼ିଦେଲେ ଟଙ୍କାର ମୂଲ୍ୟ ଆହୁରି ତଳକୁ ଖସିପାରେ। ଅନ୍ୟ ପକ୍ଷରେ ଟଙ୍କାର ମୂଲ୍ୟକୁ ସ୍ଥିର ରଖିବାକୁ ହେଲେ ରିଜର୍ଭ ବ୍ୟାଙ୍କକୁ ବୈଦେଶିକ ମୁଦ୍ରା ଭଣ୍ଡାରକୁ ଖୋଲା ରଖିବାକୁ ହେବ, ଯଦ୍ଦ୍ୱାରା ବୈଦେଶିକ ମୁଦ୍ରା ଭଣ୍ଡାର ଆହୁରି ହ୍ରାସ ପାଇବ। ଏ ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ଚୀନର ମୁଦ୍ରା ୟୁଆନର ମୂଲ୍ୟ ହ୍ରାସ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୀନର ଆମଦାନି ତୁଳନାରେ ରପ୍ତାନି ଯଥେଷ୍ଟ ଅଧିକ ଥିବାରୁ ରପ୍ତାନିକୁ ଆହୁରି ପ୍ରୋତ୍ସାହିତ କରି ବୈଦେଶିକ ମୁଦ୍ରା ଲାଭ କରିବାକୁ ଚୀନ ପକ୍ଷରେ ସେଭଳି ନିଷ୍ପତ୍ତି ନେବାରେ ବିଶେଷ ଅସୁବିଧା ହୋଇନାହିଁ। କିନ୍ତୁ ଭାରତର ଆମଦାନି ତୁଳନାରେ ରପ୍ତାନି ଯଥେଷ୍ଟ କମ ହୋଇଥିବାରୁ ଟଙ୍କା ମୂଲ୍ୟକୁ ଅନିୟନ୍ତ୍ରିତ ଭାବେ ତଳକୁ ଖସିବାକୁ ଛାଡ଼ିଦେଲେ ତାହା ଅର୍ଥନୀତି ପ୍ରତି ବୁମେରାଂ ସାବ୍ୟସ୍ତ ହୋଇପାରେ। କାରଣ ବିଭିନ୍ନ ଅଧ୍ୟୟନରୁ ଜଣାପଡ଼େ ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ମଧ୍ୟ ରପ୍ତାନିକାରୀମାନେ ଖୁବ୍ ବେଶି ଲାଭବାନ ହୋଇନଥାନ୍ତି। ସେମାନଙ୍କ ଲାଭ ମାତ୍ର ୦.୧ରୁ ୦.୩ ପ୍ରତିଶତ ମଧ୍ୟରେ ସୀମିତ ରହିଥାଏ।

ଅନ୍ୟ ପକ୍ଷରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବ। ଫଳରେ ଦରଦାମ ଆହୁରି ବୃଦ୍ଧି ପାଇ ଜନସାଧାରଣ ହନ୍ତସନ୍ତ ହେବାର ଆଶଙ୍କା ଦେଖାଦେବ। ତେଣୁ ଟଙ୍କାର ମୂଲ୍ୟକୁ ଅନିୟନ୍ତ୍ରିତ ଭାବେ ତଳକୁ ଖସିବାକୁ ଛାଡ଼ିଦେବା ନିଷ୍ପତ୍ତି ବିଜ୍ଞତାର ପରିଚୟ ହୋଇ ନପାରେ। ରିଜର୍ଭ ବ୍ୟାଙ୍କକୁ ନିଷ୍ପତ୍ତି-ଦ୍ୱନ୍ଦ୍ୱରୁ ମୁକୁଳି ଦେଶ ହିତରେ ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରିବାକୁ ହେବ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ବନ୍ଦ ନ ହେଲେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପୁଣି ଉପରମୁହାଁ ହେବା ନେଇ ସଂଶୟ ସୃଷ୍ଟି ହେବା ସ୍ୱାଭାବିକ। ଫଳରେ ଭାରତର ୫ ଟ୍ରିଲିଅନ ଡଲାର ଅର୍ଥନୀତିର ସ୍ୱପ୍ନ ବାସ୍ତବ ରୂପ ନେବା ବିଳମ୍ୱିତ ହୋଇପାରେ।

ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story