ଗଣତନ୍ତ୍ର, ଗଣ ଜାଗରଣ ଓ ଗଣଶତ୍ରୁ

ଆଜି କୋଟି କୋଟି ସମର୍ଥକ ଥିବା ହିନ୍ଦୀ ଫିଲ୍ମ ନାୟକ ଓ ନାୟିକାମାନେ ମଣିପୁର ଘଟଣାରେ ନୀରବ। ହିନ୍ଦୁ ଫିଲ୍ମର ସର୍ବାଧିକ ପ୍ରଶଂସକ ଥିବା ବରିଷ୍ଠ ଅଭିନେତା, ଅମିତାଭ ବଚନଙ୍କ ଫିଲ୍ମ ‘ପିଂକ’ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଏକ ଓକିଲର ଆଇନଗତ ଲଢ଼େଇ ଉପରେ ପର୍ଯ୍ୟବସିତ। ଆଜି ସେ କେବଳ ନୀରବ ନୁହନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନ୍ୟମାନେ ମଧ୍ୟ ନୀରବ ଅଛନ୍ତି। ନିଜର ଅଭିନୟ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେବା ଓ ନିଜ ଚାରିପାଖରେ ସେଭଳି ଘଟଣା ଦେଖିଲେ ତାହା ବିରୁଦ୍ଧରେ ପ୍ରତିବାଦ କରିବାରେ ପାର୍ଥକ୍ୟ ରହିଛି। ଏହି ପାର୍ଥକ୍ୟ କେବଳ ଶକ୍ତିଶାଳୀ ମଣିଷଙ୍କ ନିକଟରେ ଦେଖାଯାଏ।

Manipur Violence

Manipur Violence

Debendra Prusty
  • Published: Tuesday, 25 July 2023
  • Updated: 25 July 2023, 01:55 PM IST

News Highlights

  • ଗଣତନ୍ତ୍ରରେ ଗଣମତ ହିଁ ଗୁରୁତ୍ୱପୂର୍ଣ୍ଣ। ଗଣମତ ସ୍ୱାଭାବିକ ଓ ସ୍ୱାର୍ଥରହିତ।
  • ଶକ୍ତିଶାଳୀ ଲୋକମାନଙ୍କର ମତ ସ୍ୱାର୍ଥ ଆଦି କେତେକ ବିଷୟ ଉପରେ ପ୍ରତିଷ୍ଠିତ। ସେମାନଙ୍କର ସ୍ୱାର୍ଥ ନଥିଲେ ସେମାନେ କୌଣସି ବିଷୟରେ କିଛି କହନ୍ତି ନାହିଁ।

Sports

Latest News

ଗଣତନ୍ତ୍ରରେ ଆମେ ଦୁଇ ପ୍ରକାରର ମଣିଷଙ୍କୁ ପାଉ। ସେଥିରୁ କିଛି ସାଧାରଣ ଓ ଅନ୍ୟ କିଛି ଶକ୍ତିଶାଳୀ। ସାଧାରଣ ମଣିଷର ବୁଦ୍ଧି ଓ ବୃତ୍ତି, ମନ ଓ ହୃଦୟ ଏକା ଭଳି ଥାଏ। ସେମାନେ କୌଣସି ଅନ୍ୟାୟ ଦେଖିଲେ ସ୍ଵତଃ ପ୍ରତିବାଦ କରନ୍ତି। ଆଜି ମଣିପୁର ପ୍ରସଙ୍ଗରେ ସେମାନେ ହିଁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି।

ଏହି ସ୍ୱାଭାବିକତା କିନ୍ତୁ ସମାଜର ଶକ୍ତିଶାଳୀ ବର୍ଗ କ୍ଷେତ୍ରରେ ଦେଖାଯାଏ ନାହିଁ। ସେମାନଙ୍କ ବୁଦ୍ଧି ଓ ବୃତ୍ତି, ମନ ଓ ହୃଦୟ ମଧ୍ୟରେ ଅନେକ ଦୂରତା ରହିଥାଏ। ସେମାନେ ନିଜର ରାଜନୈତିକ ମହତ୍ଵାକାଂକ୍ଷା, ବ୍ୟବସାୟ ଓ ସାମାଜିକ ପ୍ରତିପତ୍ତିକୁ ଦେଖି ପ୍ରତିକ୍ରିୟା ପ୍ରକାଶ କରିଥା’ନ୍ତି। ସେମାନେ ପୁଣି ନିଜର ଉଦ୍ଦେଶ୍ୟ ଲାଗି ସାଧାରଣ ବର୍ଗକୁ ବ୍ୟବହାର ବା ସୁରକ୍ଷା ଦେଉଥିବା କାରଣରୁ ସତୁରୀ ବର୍ଷ ହେଲା ପରିସ୍ଥିତିରେ ଉନ୍ନତି ଆସୁନାହିଁ। ୨୦୧୩ ମସିହାରେ ‘ନିର୍ଭୟା’ ପ୍ରସଙ୍ଗରେ ସାଧାରଣ ବର୍ଗ ହିଁ ପ୍ରତିବାଦ କରିଥିଲେ, ଯାହା ହେତୁ, ମହିଳାଙ୍କ ସୁରକ୍ଷା ଆଇନରେ କିଛିଟା ପରିବର୍ତ୍ତନ ଆସିଥିଲା। ମାତ୍ର, ତାହା ଶେଷ ଘଟଣା ହେଲା ନାହିଁ।

୨୦୧୭ ମସିହାରେ, ଉତ୍ତର ପ୍ରଦେଶର ଉନ୍ନାଓଠାରେ ଦଳିତ ମହିଳାଙ୍କ ଧର୍ଷଣ ଘଟଣା ଓ ତାଙ୍କୁ ନ୍ୟାୟ ନମିଳିବା କାରଣରୁ ଆତ୍ମଦାହ ଉଦ୍ୟମ ପରେ ଦେଶ ଭିତରେ ସାଧାରଣ ଲୋକଙ୍କ ପ୍ରତିବାଦ ବଢିଥିଲା। ଏହି କାରଣରୁ ମହିଳାଙ୍କ ଧର୍ଷଣକାରୀ ଓ ତାଙ୍କ ପିତାଙ୍କୁ ହତ୍ୟା କରିବା ଅଭିଯୋଗରେ ସମ୍ପୃକ୍ତ ବିଜେପି ବିଧାନସଭା ସଦସ୍ୟଙ୍କୁ ଉତ୍ତର ପ୍ରଦେଶର ବିଜେପି ସରକାର ଗିରଫ କରିବା ଲାଗି ବାଧ୍ୟ ହୋଇଥିଲେ। ସେ ଏହା ପ୍ରଥମ ଦିନରୁ କରିବାର ଥିଲା। ପରେ, କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

୨୦୧୮ ମସିହାରେ ଜାମୁ ରାଜ୍ୟର କଠୁଆ ସହରରେ ଆଠ ବର୍ଷୀୟା ଆଦିବାସୀ ଝିଅକୁ ହିନ୍ଦୁଙ୍କ ମନ୍ଦିର ମଧ୍ୟରେ ଦୀର୍ଘ ଦିନ ଲୁଚାଇ ରଖି ପୂଜକ ଓ ପୁଲିସ ସମେତ କେତେକ ରାଜନୈତିକ ନେତା ଗଣଧର୍ଷଣ କରିଥିଲେ ଓ ପରେ ହତ୍ୟା କରିଥିଲେ। ଏହାକୁ ନେଇ ଦେଶବ୍ୟାପୀ ସାଧାରଣ ଲୋକଙ୍କ ପ୍ରତିବାଦ ହେବା ପରେ ସରକାରୀ ଦଳର ସଦସ୍ୟ ଓ ପୁଲିସ ଅଧିକାରୀଙ୍କୁ ଜାମୁ ସରକାର ଗିରଫ କରିଥିଲେ। ଗିରଫର ପ୍ରତିବାଦରେ ଅର୍ଥାତ ଧର୍ଷଣକାରୀଙ୍କ ସମର୍ଥନରେ ଆଶ୍ଚର୍ଯ୍ୟଜନକ ଭାବରେ ସରକାରୀ ଦଳର ସଦସ୍ୟମାନେ ସାମିଲ ହୋଇଥିଲେ। ସ୍ପେସିଆଲ କୋର୍ଟ କଠୁଆ କେସରେ ଛଅ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ, ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।

ଗଲା କିଛି ମାସ ତଳେ ‘କେରଳ ଷ୍ଟୋରି’ ନାମକ ଫିଲ୍ମରେ ୩୨,୦୦୦ ମହିଳାଙ୍କୁ ଆରବ ଦେଶରେ ଆଇଏସଆଇଏସରେ ଜବରଦସ୍ତି ରଖିଦିଆଯାଉଥିବା କଥା ସାମ୍ନାକୁ ଆଣି ଯେଉଁମାନେ ନିଜର ବିରୋଧ ପ୍ରକଟ କରିଥିଲେ ଆଜି କିନ୍ତୁ ମଣିପୁରର ଦୁଇ ଆଦିବାସୀ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ନୀରବ ଅଛନ୍ତି। ମହିଳାଙ୍କ ସମ୍ମାନର ପ୍ରଶ୍ନ କେରଳରେ ଗୋଟିଏ ପ୍ରକାରର ହେଲେ ମଣିପୁରରେ ଅଲଗା ହୋଇନଥାଏ। କେରଳ ହାଇକୋର୍ଟଙ୍କ ସାମ୍ନାରେ ‘କେରଳ ଷ୍ଟୋରି’ର ପ୍ରଯୋଜକ ଏହା ୩୨,୦୦୦ ନୁହେଁ ୩ ଜଣ ମହିଳା ବୋଲି ମତ ଦିଅନ୍ତି। ତାହା ସତରେ ଯଦି ତିନି ଜଣ ମହିଳା ବି ହୋଇଥା’ନ୍ତି ତେବେ ତାହା ମଧ୍ୟ ସମଗ୍ର ସମାଜ ପାଇଁ ଦୁଃଖର ବିଷୟ।

ବିଜ୍ଞାପନ ମାଧ୍ୟମରେ ନାରୀ ଜାଗରଣର ବାର୍ତ୍ତା ଦେଉଥିବା କମ୍ପାନୀ ମୁଖ୍ୟମାନେ ମଣିପୁର ଘଟଣାରେ ନୀରବ। ସେମାନେ କିନ୍ତୁ ବିଶ୍ଵ ମହିଳା ଦିବସରେ ସଚେତନତା ଲାଗି ଅନେକ ବାର୍ତ୍ତା ଦେଇଥାନ୍ତି। ଏପରିକି ‘ମି ଠୁ’ ନାମରେ ଅଭିଯାନ ଆରମ୍ଭ କରିଥିବା ଅନ୍ୟ ସେଲେବ୍ରିଟିମାନେ ସାଧାରଣ ମହିଳାଙ୍କ ନିର୍ଯାତନା ସମ୍ପର୍କରେ ନୀରବ ଅଛନ୍ତି।

ଫିଲ୍ମ କଳାକାର ହୁଅନ୍ତୁ ଅଥବା କମ୍ପାନୀର ମୁଖ୍ୟ ବା ସେଲେବ୍ରିଟି ସମସ୍ତଙ୍କ ଦୃଷ୍ଟି ସାଧାରଣ ବର୍ଗର ପକେଟ ଉପରେ ରହିଥାଏ। କିନ୍ତୁ ସାଧାରଣ ବର୍ଗର ସମସ୍ୟା ସହିତ ସେମାନେ ସାମିଲ ନଥା’ନ୍ତି। ଅନ୍ୟପଟରେ, ସମାଜର ସାଧାରଣ ବର୍ଗ ପ୍ରକୃତ ଅର୍ଥରେ ଯାହାକୁ ଗଣତନ୍ତ୍ର କୁହାଯାଏ ତାହା ସେମାନେ ଚାହିଁଥାନ୍ତି। କାରଣ ଶକ୍ତିଶାଳୀଙ୍କ ଦୌରାତ୍ମ୍ୟରୁ ଗଣତନ୍ତ୍ର ହିଁ ତାଙ୍କ ଲାଗି ଏକ ମାତ୍ର ରକ୍ଷା କବଚ ହୋଇଥାଏ।

ଏହାର ଅନେକ ବ୍ୟତିକ୍ରମ ମଧ୍ୟ ରହିଛି।

ଆମେ ଦେଖିଆସୁଛୁ ଯେ, ସାଧାରଣ ମଣିଷ କୌଣସି ଏକ ରାଜନୈତିକ ଦଳର ସଦସ୍ୟ ହୋଇଗଲା ପରେ ସେମାନେ ମଧ୍ୟ ସାଧାରଣ ମଣିଷରୁ ନିଜକୁ ଶକ୍ତିଶାଳୀ ବର୍ଗରେ ସାମିଲ କରିଦେଉଛନ୍ତି। ସେମାନେ ନିଜର ରାଜନୈତିକ ଦଳର ମୁଖ୍ୟଙ୍କ ଅନୁସାରେ, ସଂତର୍ପଣରେ, ମାପିଚୁପି, ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଅତି ସାଧାରଣ ବର୍ଗରୁ ଆସିଥିବା ଜନ ପ୍ରତିନିଧିମାନେ ସାଧାରଣ ବର୍ଗ ଉପରେ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ସ୍ଵତଃ ପ୍ରତିକ୍ରିୟା ରଖୁନାହାନ୍ତି। ସେମାନେ ନିଜକୁ ଦଳର ମୁଖ୍ୟଙ୍କ ପ୍ରତିନିଧି ଭାବରେ ଦେଖୁଛନ୍ତି। ସେମାନେ ଲୋକଙ୍କ ସାମ୍ନାରେ ଉତ୍ତରଦାୟୀ ନୁହନ୍ତି, ବରଂ ନିଜ ଦଳମୁଖ୍ୟଙ୍କ ସାମ୍ନାରେ ଉତ୍ତରଦାୟୀ ରହୁଛନ୍ତି।

ଓଡ଼ିଶାରେ ଶାସନ କରୁଥିବା ଶାସକ ଦଳ ମଣିପୁର ଘଟଣାରେ ସଂପୂର୍ଣ୍ଣ ନୀରବ ଅଛନ୍ତି। ନୀରବ ରହିବା ବି ଏକ ରାଜନୀତି। ଏହା ପଛରେ ରହିଥାଏ ରାଜନୈତିକ ସ୍ଵାର୍ଥ। ଦେଶ ସାରା କେନ୍ଦ୍ର ସରକାରଙ୍କୁ ମଣିପୁର ପ୍ରସଙ୍ଗରେ ଦୋଷାରୋପ କରାଯାଉଥିବା ବେଳେ ରାଜ୍ୟ ସରକାରୀ ଦଳର ସଦସ୍ୟମାନେ ନୀରବ ରହିବା, କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ସହିତ ସମାନ।

ଗଣମାଧ୍ୟମର ସୂଚନା ଅନୁସାରେ, ଆଜି ଏକ ପ୍ରମୁଖ ବିରୋଧୀ ଦଳ, କଂଗ୍ରେସ, ଦେଶର ଅନେକ ପ୍ରାନ୍ତରେ ମଣିପୁରର ଆଦିବାସୀ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରର ବିରୁଦ୍ଧରେ ପ୍ରତିବାଦ ଓ ଧାରଣା ଆୟୋଜନ କରୁଛନ୍ତି। ଏହା ବିରୋଧୀ ଦଳର ଭୂମିକା। ମଣିପୁରରେ ଆଫସ୍ପା ବିରୁଦ୍ଧରେ ଯେବେ ଲଢ଼େଇ ଚାଲିଥିଲା ଓ ଇରମ ଶର୍ମିଲା ଏହି ସମସ୍ତ ଘଟଣାର ପ୍ରତିବାଦରେ ନିଜର ଆମରଣ ଅନଶନ ଜାରି ରଖିଥିଲେ ସେତେବେଳେ ସେମାନେ କିନ୍ତୁ ନୀରବ ଥିଲେ।

ପୁସ୍ତକ ‘ମଦର, ହ୍ଵେୟାର ଇଜ ମାଇଁ କଣ୍ଟ୍ରି’ରେ ଲେଖିକା ଅନୁଭା ଭୋନସଲେ ଦାବି କରନ୍ତି ଯେ, ମଣିପୁରର ୨୫ ବର୍ଷୀୟା ବିବାହିତା ଆଦିବାସୀ ମହିଳା ମେକରି କାବୁଇଙ୍କ ଗଣ ବଳାତ୍କାର ଘଟଣା ଇରମ ଶର୍ମିଳାଙ୍କୁ ନିଜ ଭିତରେ ଦୀର୍ଘ ଆମରଣ ଅନଶନ ଲାଗି ପ୍ରସ୍ତୁତ କରିଥିଲା। ସିଆରପିଏଫର ୧୧୨ ବାଟାଲିୟନର ଯବାନମାନେ ଜୁଲାଇ ୧୯, ୨୦୦୦ରେ ମେକରି କାବୁଇଙ୍କୁ ତାଙ୍କ ଗ୍ରାମ ଲାମାଦାନର ନିଜ ଘରେ ସ୍ଵାମୀ ଓ ଶଶୁରଙ୍କ ସାମ୍ନାରେ ଗଣ ବଳାତ୍କାର କରିଥିଲେ।

ଅତି ସାଧାରଣ ମେତେଇ ବ୍ରାହ୍ମଣ ପରିବାରରୁ ଆସିଥିବା ଇରମ, କାବୁଇ ଆଦିବାସୀ ପରିବାରର ମେକରି କାବୁଇଙ୍କୁ ଭେଟିବା ପରେ, ୨୦୦୦ ମସିହାରେ ଯେଉଁ ଆମରଣ ଅନଶନ ଆରମ୍ଭ କରିଥିଲେ ତାହା ଦୀର୍ଘ ୧୬ ବର୍ଷ କାଳ ଚାଲିଥିଲା। ମଣିପୁରରୁ ଆଫସ୍ପା ପ୍ରତ୍ୟାହାର ଦାବିରେ ଚାଲିଥିବା ଆମରଣ ଅନଶନ ହେତୁ ନାକରେ ଲାଗିଥିବା ନଳୀ ସହିତ ତାଙ୍କର ଫୋଟୋ ଆଜି ବି ସରକାରୀ ଦମନର ପ୍ରତୀକ ହୋଇରହିଛି।

୨୦୦୪ ମସିହାରେ, ଥଙ୍ଗଜମ ମନୋରମାଙ୍କୁ ଇମ୍ଫାଲ ନିକଟବର୍ତ୍ତୀ ନିଜ ଗ୍ରାମରେ ଆସାମ ରାଇଫଲ୍ସର ଯବାନମାନେ ଉଠାଇ ଆଣି ଗ୍ରାମ ନିକଟରେ ଗଣଧର୍ଷଣ ଓ ହତ୍ୟା କରିଥିଲେ। ମଣିପୁରର ବୟସ୍କା ମହିଳାମାନେ ହାତରେ ‘ଭାରତୀୟ ସେନା ଆମକୁ ଧର୍ଷଣ କର’ ଲେଖା ଥିବା ବ୍ୟାନର ଧରି ଆସାମ ରାଇଫଲ୍ସର କାଣ୍ଡଲା ସହରର ମୁଖ୍ୟ ଅଫିସ ସାମ୍ନାରେ ପ୍ରତିବାଦ କରିଥିଲେ। ମହିଳାମାନେ ନିଜ ଶରୀରକୁ ପ୍ରତିବାଦର ପ୍ରତୀକ ଭାବରେ ବ୍ୟବହାର କରିବା ପୃଥିବୀର ଅନେକ କୋଣରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ତଥାପି, ଆଫସ୍ପା ମଣିପୁରରୁ ପ୍ରତ୍ୟାହାର ହୋଇନାହିଁ। ଏହା ଆଜି ବି ଲାଗୁ ହୋଇଛି।

ଅଫସ୍ପା ଆଇନରେ ସେନା ବାହିନୀକୁ କାହାରିକୁ ବି ଗିରଫ କରିବା ଓ ହତ୍ୟା କରିବାର ଆଇନଗତ ସୁରକ୍ଷା (ଧାରା ୪ ଓ ୬) ଦେଉଛି। କଂଗ୍ରେସ ପାର୍ଟି ମଣିପୁରର ମହିଳାଙ୍କୁ ନ୍ୟାୟ ଦାବିରେ ଯଦି ଦେଶ ସାରା ଆନ୍ଦୋଳନ ଆରମ୍ଭ କରୁଥାଏ ତେବେ ତାକୁ ଆଫସ୍ପାର ଭବିଷ୍ୟତ ସମ୍ପର୍କରେ ମଧ୍ୟ ମତ ଦେବାକୁ ହେବ।

ଆଜିର ମଣିପୁର ଭଳି ଏକଦା କନ୍ଧମାଳରେ ସେହି ସମାନ ଘଟଣା ଘଟିଥିଲା। ଦୀର୍ଘ ବର୍ଷ କିଛି ହିନ୍ଦୁତ୍ଵ ଗୋଷ୍ଠୀ କନ୍ଧମାଳରେ ସକ୍ରିୟ ରହି ହିନ୍ଦୁ ଜାଗରଣ କାର୍ଯ୍ୟକ୍ରମ କରୁଥିଲେ। ଏଭଳି ସମୟରେ ଅଗଷ୍ଟ ୨୦୦୮ରେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ହେଲା। ଏହାପରେ ଉତ୍ତ୍ୟକ୍ତ ଜନତାଙ୍କ ଦ୍ଵାରା ଅନେକ ଖ୍ରୀଷ୍ଟିୟାନ ବିଶ୍ଵାସୀଙ୍କୁ ହତ୍ୟା କରଯାଇଥିଲା ଓ ସେମାନଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲା।

ଯଦି, କୌଣସି ସଂପ୍ରଦାୟ ଉପରେ ପ୍ରତିଶୋଧ ନେବାର ଥାଏ ତେବେ ଆକ୍ରମଣକାରୀ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟର ପୁରୁଷଙ୍କୁ ହତ୍ୟା କରେ ଓ ମହିଳାଙ୍କୁ ଗଣଧର୍ଷଣ କରେ। ଏହା ପୁରୁଷଗତ ମାନସିକତା। ଲକ୍ଷ୍ମଣାନନ୍ଦଙ୍କ ସମର୍ଥକମାନେ ଖ୍ରୀଷ୍ଟିୟାନଙ୍କ ଉପରେ ପ୍ରତିଶୋଧ ନେବା ଲାଗି, ୨୦୦୮ ମସିହାରେ, ଖ୍ରୀଷ୍ଟିୟାନ ନନଙ୍କୁ ଗଣଧର୍ଷଣ ଓ ଅର୍ଦ୍ଧ ଲଙ୍ଗଳା ଅବସ୍ଥାରେ ରାସ୍ତାରେ ଚଳାଇ ଚଳାଇ ନେଇଥିଲେ। ଏହି ଘଟଣା ଦୀର୍ଘ ଦିନ ପରେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ପ୍ରଚଣ୍ଡ ପ୍ରତିକ୍ରିୟା ଦେଖାଯାଇଥିଲା।

ନନ ଦେଇଥିବା ଏକ ସାକ୍ଷାତକାର ଅନୁଯାୟୀ, ତାଙ୍କ ସହିତ ହୋଇଥିବା ସାମୂହିକ ଦୁଷ୍କର୍ମ ଏବଂ ମରଣାନ୍ତକ ଆକ୍ରମଣ ଘଟଣାରେ ସମୁଦାୟ ୩୦ ଜଣ ଅଭିଯୁକ୍ତ ଥିଲେ। ଏଥିରୁ ୧୦ ଜଣଙ୍କୁ ଗିରଫ କରାଯାଇ ଥିଲା, କିନ୍ତୁ ୯ ଜଣଙ୍କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେସନ୍ସ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରୁ ମଧ୍ୟ କେବଳ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୬ ଜଣ ପୁଲିସର ଠିକ ଅନୁସନ୍ଧାନ ନହୋଇଥିବା କାରଣରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

କନ୍ଧମାଳ ହିଂସା ଓ ନାରୀ ନିର୍ଯାତନା ଘଟଣାର ପ୍ରତିବାଦ ଏତେ ତୀବ୍ର ଥିଲା ଯେ, ବିଜୁ ଜନତା ଦଳର ଜନ୍ମ କାଳରୁ ଏହା ଭାରତୀୟ ଜନତା ପାର୍ଟି ସହିତ ଆସନ ବୁଝାମଣା କରିଆସିଥିଲେ ମଧ୍ୟ ୨୦୦୮ ମସିହା ପରଠାରୁ ପୁଣି କେବେ ସେଭଳି ବୁଝାମଣା ହୋଇନାହିଁ। ବିଜେପି ଓ ବିଜେଡ଼ି ମଧ୍ୟରେ ସେ ପର୍ଯ୍ୟନ୍ତ ରହିଆସିଥିବା ଆସନ ବୁଝାମଣା ପୁଣି କେବେ ଘଟିନାହିଁ।

କିନ୍ତୁ, ଶକ୍ତିଶାଳୀ ବର୍ଗ ସର୍ବଦା ସାଧାରଣ ବର୍ଗକୁ ବ୍ୟବହାର କରିବା ଲାଗି ଏହାର ଅପରାଧକୁ ସୁରକ୍ଷା ଦେଇଥାଏ। ୨୦୦୮ରେ କନ୍ଧମାଳରେ ଯାହା ହୋଇଥିଲା ୨୦୨୩ରେ ମଣିପୁରରେ ତାହା ହିଁ ହେଲା। ଆଦିବାସୀ ମହିଳାଙ୍କ ଆକ୍ରମଣର ଏଫଆଇଆର ହେବା ସତ୍ତ୍ୱେ ଦୀର୍ଘ ଦୁଇ ମାସ ପରେ ଅଭିଯୁକ୍ତଙ୍କୁ ଗିରଫ କରାଗଲା, ତାହା ପୁଣି, ଭିଡିଓଟି ଲୋକଲୋଚନକୁ ଆସିବା ପରେ।

ସାଧାରଣ ଲୋକଙ୍କ ପ୍ରତିବାଦ ଅନେକ ସାମ୍ବାଦିକ, ଲେଖକ, କବି, କଳାକାର ଓ ଓକିଲଙ୍କୁ ଜନ୍ମ ଦେଇଛି ଯେଉଁମାନେ କୌଣସି ସ୍ଵାର୍ଥ ନରଖି ପୀଡ଼ିତାଙ୍କ ପରିବାର ସହିତ ସମିଲ ହୋଇଛନ୍ତି ଅଥବା ନିଜ ଢଙ୍ଗରେ ଏହାର ପ୍ରତିବାଦ କରିବାକୁ ଯାଇ ସରକାରୀ ଆକ୍ରୋଶର ଶିକାର ହୋଇଛନ୍ତି। କେରଳର ଜଣେ ସାଧାରଣ ବର୍ଗର କଳାକାର ଦୁର୍ଗା ମାଳତୀ କଠୁଆ ଘଟଣାରେ (୨୦୧୮) ହିନ୍ଦୁ ଧର୍ମର ତ୍ରିଶୂଳ ଚିହ୍ନକୁ ନିଜର ପ୍ରତିବାଦର ପ୍ରତୀକ କରିଥିଲେ। ତ୍ରିଶୂଳକୁ ପୁରୁଷର ଲିଙ୍ଗ ସହିତ ତୁଳନା କରିବା କାରଣରୁ ତାଙ୍କ ଘର ଉପରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ଵାରା ଆକ୍ରମଣ ହୋଇଥିଲା।

ସାଧାରଣ ମଣିଷଙ୍କ ଭିତରେ ଗଣତନ୍ତ୍ରର ସୁରକ୍ଷା ଲାଗି ଚିନ୍ତା ସର୍ବଦା ଅଧିକ। ସେହିମାନେ ହିଁ ଜାଣିଛନ୍ତି ଯେ ଗଣତନ୍ତ୍ର ସେମାନଙ୍କ ଲାଗି ସୁରକ୍ଷା କବଚ। ଏହି ସାଧାରଣ ମଣିଷଙ୍କ ଭିତରୁ ଜଣେ ସାମ୍ବାଦିକ ଥିଲେ ସିଦ୍ଦିକ କପ୍ପାନ। ଉତ୍ତର ପ୍ରଦେଶର ହଥ୍ରାସଠାରେ ଦଳିତ ବର୍ଗର ୧୬ ବର୍ଷର ବାଳିକାଙ୍କୁ ଉଚ୍ଚ ଜାତିର ଚାରି ଯୁବକଙ୍କ ଦ୍ଵାରା ଗଣଧର୍ଷଣ, ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସାଙ୍ଗକୁ ପୁଲିସ ଦ୍ଵାରା ଯୁବତୀଙ୍କ ଗ୍ରାମ ନିକଟରେ ଅର୍ଦ୍ଧରାତ୍ରୀରେ ଶବଦାହ କାର୍ଯ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହଜନକ କରିଥିଲା। ଏହାର ରିପୋର୍ଟିଂ ପାଇଁ କେରଳରୁ ଉତ୍ତର ପ୍ରଦେଶ ପହଞ୍ଚିଥିବା ସାମ୍ବାଦିକ ସିଦିକ୍କ କପ୍ପାନଙ୍କୁ ଉତ୍ତରପ୍ରଦେଶ ପୁଲିସ ଅକ୍ଟୋବର ୫, ୨୦୨୦ରେ ୟୁଏପିଏ ମାମଲାରେ ଗିରଫ କରିଥିଲା। ଦୀର୍ଘ ଦୁଇ ବର୍ଷ ଚାରିମାସ ପରେ ସୁପ୍ରିମ କୋର୍ଟରୁ ସେ ଜାମିନ ପାଇଥିଲେ।

ସେହି ସମାନ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା ମୁମ୍ବାଇର ଓକିଲ ତୀସ୍ତା ଶୀତଳବାଦଙ୍କୁ। ୨୦୦୨ ମସିହାର ଗୋଧ୍ରା ଟ୍ରେନ ଜାଳି ଦେବା ଘଟଣା ପରେ ସୃଷ୍ଟି ସାମ୍ପ୍ରଦାୟିକ ହିଂସା ଯୋଗୁଁ ସେ ସମୟରେ ଗର୍ଭବତୀ ଥିବା ବିଲକିସ ବାନୋ ଓ ୩ ଜଣ ମହିଳା ୨୦ରୁ ୩୦ ଜଣ ଲୋକଙ୍କ ଦ୍ଵାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ହିଂସାରେ ବିଲକିସଙ୍କ ସାମ୍ନାରେ ତାଙ୍କ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୬ ଜଣ ନିଖୋଜ ହୋଇଥିଲେ। ବିଲକିସଙ୍କ ଘଟଣାରେ ସହଯୋଗ କରିଥିବା କାରଣରୁ ତୀସ୍ତା ମିଥ୍ୟା ସାକ୍ଷୀ ଯୋଗାଡ଼ କରିବା ଅପରାଧରେ ଥରେ ଗିରଫ ହୋଇଥିଲେ।

ମଣିପୁରର ଆଦିବାସୀ ମହିଳା, କନ୍ଧମାଳର ନନ ଓ ଗୁଜୁରାଟର ବିଲକିସ ବାନୋଙ୍କ କ୍ଷେତ୍ରରେ ଅପରାଧୀ ନିଜେ ସାଧାରଣ ବର୍ଗର ଯାହାକୁ ଶକ୍ତିଶାଳୀ ବର୍ଗ ଉସୁକାଇଛନ୍ତି ଓ ନିଜ ସ୍ଵାର୍ଥଲାଗି ସୁରକ୍ଷା ମଧ୍ୟ ଦେଇଛନ୍ତି। ଅନ୍ୟପଟରେ, ଶିକାର ହୋଇଥିବା ମହିଳାଙ୍କୁ ସହଯୋଗ କରିଥିବା ତୀସ୍ତା, ସିଦ୍ଦିକ କପ୍ପାନ ଓ ଦୁର୍ଗା ମାଳତୀଙ୍କ କ୍ଷେତ୍ରରେ ସାମଞ୍ଜସ୍ୟ ହେଲା ଯେ, ଘଟଣା ପୂର୍ବରୁ ସେମାନଙ୍କୁ ଲୋକେ ଜାଣିନଥିଲେ। କେବଳ ପ୍ରତିବାଦ କରିବାକୁ ଯାଇ ସେମାନେ ଆଜି ଲୋକଙ୍କ ନିକଟରେ ପରିଚିତ ହୋଇଗଲେ। ଅନ୍ୟ ଏକ ସାମଞ୍ଜସ୍ୟ ହେଲା ଯେ, ସମସ୍ତେ ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ ଅଥବା ସରକାରୀ ଦଳର କର୍ମୀଙ୍କ ଆକ୍ରମଣ ଶିକାର ହୋଇଥିଲେ।

ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କରିବା କାରଣରୁ ସରକାରୀ ଆକ୍ରୋଶର ଶିକାର ହେଉଥିବା ସତ୍ତ୍ୱେ ତାହାକୁ ଭୃକ୍ଷେପ ନକରି ଅଗଣିତ ଲେଖକ, ସାହିତ୍ୟିକ, ମହିଳା ସଂଗଠନ ଓ ସାମାଜିକ କର୍ମୀ ଆଜି ବି ମଣିପୁର ଘଟଣାରେ ସରକାରଙ୍କଠାରୁ ଜବାବ ମାଗୁଛନ୍ତି। ଏହା ବହୁତ ବଡ଼ କଥା। ଭାରତରେ ଆଜି ଗଣତନ୍ତ୍ର ଯଦି ସ୍ଵେଚ୍ଛାଚାରୀରିତାରେ ପରିଣତ ନହୋଇଛି ତାହାର କାରଣ ହେଲା ସାଧାରଣ ବର୍ଗଙ୍କ ସଚେତନତା।

ଦୁଃଖର କଥା ଯେ, ଏହି ପ୍ରତିବାଦ ମଧ୍ୟରେ ହୁଏତ ସରକାର ବଦଳିଯାଉଛି, କିନ୍ତୁ ସରକାରୀ ଅନୁଷ୍ଠାନମାନଙ୍କ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବା ଓ ନ୍ୟାୟ ଦାବି କରୁଥିବା ସାଧାରଣ ମଣିଷଙ୍କୁ ଦମନ କରିବାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେଉନାହିଁ।

ଦେବ ରଞ୍ଜନ

ଫୋ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story